bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 22
Leviticus 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 23 →
1
ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ,
2
“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେହି ପବିତ୍ର ଦ୍ରବ୍ୟ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭେମାନେ ସେସବୁ ବ୍ୟବହାର କରି ଆମ୍ଭ ନାମରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
3
ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ୟରୁ କେହି ଯଦି ସେ ଦ୍ରବ୍ୟକୁ ଛୁଁଏ ସେ ଲୋକ ଅପବିତ୍ର ହେବ ଓ ସେ ମୋ’ଠାରୁ ପୃଥକ ରହିବ। କାରଣ ଇସ୍ରାଏଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ୟରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।
4
“ଯଦି ହାରୋଣ ବଂଶଧରମାନଙ୍କ ମଧ୍ୟରୁ ଯେକେହି ଚର୍ମ ରୋଗୀ କିମ୍ବା ବୀର୍ଯ୍ୟ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହେବା ଯାଏ ମୋର ପବିତ୍ର ଦ୍ରବ୍ୟ ଭୋଜନ କରିବା ଉଚିତ୍ ନୁହଁ। ଯେକେହି ଶବକୁ ଛୁଏଁ କିମ୍ବା ବୀର୍ଯ୍ୟପାତ ହେଉଥିବା କୌଣସି ମନୁଷ୍ୟକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ୱାରା ସେ ମଧ୍ୟ ଅଶୁଚି ହେବ, କିମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହୋଇଛି,
5
ଅବା ସେ ଯାହା ଦ୍ୱାରା ଅଶୁଚି ହୋଇପାରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଁଏ।
6
ଯଦି ସେ ସେହିସବୁ ଦ୍ରବ୍ୟ ଛୁଁଏ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳରେ ନ ଧୋଇବା ପର୍ଯ୍ୟନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ।
7
ସୂର୍ଯ୍ୟାସ୍ତ ପରେ ସେ ପବିତ୍ର ଖାଦ୍ୟ ଭୋଜନ କରିବା ଉଚିତ୍। କାରଣ ପବିତ୍ର ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ତାହାର ଅଟେ।
8
“ସେ ସ୍ୱୟଂମୃତ ବା ପଶୁଦ୍ୱାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
9
“ଏଣୁ ସେମାନେ ମୋର ନିୟମ ଯତ୍ନ ସହକାରେ ରକ୍ଷା କରିବା ଉଚିତ୍। ଯଦି ସେମାନେ ତାହା ନ କରନ୍ତି, ତେବେ ସେଥି ସକାଶେ ସେମାନେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହେବାକୁ ମୁଁ ବାଛିଛି।
10
କେବଳ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀୟ କୌଣସି ଲୋକ ଅବା ଯାଜକ ଗୃହରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ।
11
ମାତ୍ର ଯାଜକର ରୂପାରେ କିଣା ଯାଇଥିବା କ୍ରୀତଦାସ ସେହି ପବିତ୍ର ଖାଦ୍ୟ ଭୋଜନ କରି ପାରିବ। ଆଉ ତା’ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରି ପାରିବେ।
12
ଯାଜକର କନ୍ୟା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତେବେ ସେ ପବିତ୍ର ନୈବେଦ୍ୟ ମଧ୍ୟରୁ ଭୋଜନ କରିବ ନାହିଁ।
13
ମାତ୍ର ଯାଜକର କନ୍ୟା ଯଦି ବିଧବା ବା ପରିତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ପିତୃଗୃହରେ ବାଲ୍ୟାବସ୍ଥାପରି ବାସ କରେ, ତେବେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀୟ ଲୋକେ ତାହା ଭୋଜନ କରିବେ ନାହିଁ।
14
“ଯଦି କେହି ଅଜ୍ଞାତସାରରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତେବେ ସେ ଦ୍ରବ୍ୟର ମୂଲ୍ୟର ଏକ ପଞ୍ଚମାଂଶ ଅଧିକ ମୂଲ୍ୟ ଯାଜକକୁ ପବିତ୍ର ନୈବେଦ୍ୟ ରୂପେ ପରିଶୋଧ କରିବ।
15
“ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହା ସବୁ ଅପବିତ୍ର କରିବେ ନାହିଁ।
16
ପୁଣି ତାହା ହୋଇପାରେ, ଯଦି ଯାଜକଗଣ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ନିଜର ପବିତ୍ର ନୈବେଦ୍ୟ ଖାଇବା ପାଇଁ ଅନୁମତି ଦେଇ ଜୋରୀମାନା କରି ପାରନ୍ତି। କାରଣ କେବଳ ମୁଁ ଯେ କି ନୈବେଦ୍ୟକୁ ପବିତ୍ର କରିଅଛି।”
17
ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ,
18
“ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇସ୍ରାଏଲ ବଂଶର ହୁଅନ୍ତୁ କିମ୍ବା ସେମାନଙ୍କ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ୱେଚ୍ଛାପୂର୍ବକ କୌଣସି ନୈବେଦ୍ୟ ଆଣନ୍ତି।
19
ସେମାନେ ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ଅଣ୍ଡିରା ମେଷ, ଗୋରୁ କିମ୍ବା ପୁଂ ଛାଗ ଉତ୍ସର୍ଗ କରିବା ଉଚିତ୍। ମାତ୍ର ଖୁଣଥିବା ପ୍ରାଣୀକୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନୈବେଦ୍ୟ ରୂପେ ଗ୍ରହଣୀୟ ନୁହେଁ।
21
“ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ପଶୁ ହେବ ଓ ତାହାଠାରେ କୌଣସି ଖୁଣ ନ ଥିବ।
22
ଅନ୍ଧ, ଖଞ୍ଜ, ଛୋଟା, ଆବୁଆ, ଜାଦୁଆ, କି ରୁଗ୍ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସେମାନଙ୍କୁ ସଦାପ୍ରଭୁଙ୍କୁ ନୈବେଦ୍ୟ ରୂପେ ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ ନାହିଁ।
23
“ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ଼ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସେପରି ଗାଈ କିମ୍ବା ମେଣ୍ଢା ଗ୍ରାହ୍ୟ ହେବ ନାହିଁ।
24
“ଆଉ ମଧ୍ୟ ଯେଉଁ ପ୍ରାଣୀର କୋଷ ମୋଡ଼ା କି ଛେଗ୍ଭ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ କିମ୍ବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳିଦାନ କରିବ ନାହିଁ।
25
“ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ୱରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସେଗୁଡ଼ିକ ଆଘାତପ୍ରାପ୍ତ ହୋଇଥାଇ ପାରନ୍ତି କିମ୍ବା ସେମାନଙ୍କଠାରେ ଖୁଣ ଥାଇପାରେ। ତେଣୁ ସେଗୁଡ଼ିକ ଗ୍ରାହ୍ୟ ହେବ ନାହିଁ।”
26
ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ,
27
“ଯେତେବେଳେ କୌଣସି ଗୋରୁ କି ମେଷ କି ଛାଗ ଜନ୍ମ ହୁଅନ୍ତି ସାତ ଦିନ ପର୍ଯ୍ୟନ୍ତ ତା’ର ମା ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଗ୍ରାହ୍ୟ ହେବ।
28
ଗାଈ କିମ୍ବା ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।
29
“ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରଶଂସାର୍ଥେ ବଳିଦାନ ଉତ୍ସର୍ଗ କର, ତୁମ୍ଭେ ଏହା ଠିକ୍ ପଦ୍ଧତିରେ ଉତ୍ସର୍ଗ କରିବା ଉଚିତ୍ ଯାହା ଫଳରେ ତାହା ଗ୍ରାହ୍ୟ ହେବ।
30
ତୁମ୍ଭେମାନେ ସେହି ଦିନ ସମସ୍ତ ମାଂସ ଭକ୍ଷ୍ୟଣ କରିବ, ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।
31
“ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟକରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ।
32
ଆଉ ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ, ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେବା।
33
ଯେ ତୁମ୍ଭମାନଙ୍କୁ ମିଶର ଦେଶରୁ ଆଣିଛନ୍ତି ଓ ତୁମ୍ଭମାନଙ୍କୁ ପବିତ୍ର କରିଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27