bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 6
Leviticus 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 7 →
1
ଅନ୍ୟ ପାପ ପାଇଁ ଦୋଷାର୍ଥକ ନୈବେଦ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ।
3
କିମ୍ବା ହଜାଇଥିବା ଦ୍ରବ୍ୟ ପାଇଁ ସେହି ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ, ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ,
4
ଏହି ଦୋଷଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ କରେ ସେ ପାପୀ ବୋଲି ବିବେଚିତ ହୁଏ। ସେ ନିଶ୍ଚୟ ଫେରାଇଦେବ, ଯାହାକିଛି ସେ ଗ୍ଭେରି କରିଛି କିମ୍ବା ଅନ୍ୟାୟ ଭାବରେ ହରଣ କରିଛି କିମ୍ବା ତାକୁ କିଛି ବିଶ୍ୱାସରେ ଦିଆଯାଇଛି କିମ୍ବା କିଛି ଗୋଟେ ଅଧିକାର କରିଥିବା ଦ୍ରବ୍ୟ ଯାହାକି ହଜି ଯାଇଛି।
5
ସେ ଯେଉଁଥିପାଇଁ ଗୋଟିଏ ମିଥ୍ୟା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସମ୍ପୂର୍ଣ୍ଣ ଫେରାଇ ଦେବା ଉଚିତ୍। ଏସବୁ ସେ କରିବ ଯେଉଁ ଦିନ ସେ ଦୋଷୀ ବୋଲି ସାବ୍ୟସ୍ତ ହେବ ଓ ସେହି ଦିନ ସେ ଗ୍ରହିତାକୁ ଦ୍ରବ୍ୟ ଦେବ।
6
ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତା’ର ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ। ପୁଣି ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ।
7
ତା’ପରେ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହୋଇଥିବ ସେଥିରୁ କ୍ଷମା ପ୍ରାପ୍ତ ହେବ।”
8
ହୋମବଳି ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
9
“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହୋମବଳିର ବ୍ୟବସ୍ଥା ଅଟେ, ହୋମବଳି ସମସ୍ତ ପ୍ରଭାତ ହେବା ପର୍ଯ୍ୟନ୍ତ ଯଜ୍ଞବେଦିର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ୱଳନ୍ତ ରହିବା ଉଚିତ୍।
10
ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍।
11
ତା’ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସେହି ଭସ୍ମକୁ ଛାଉଣି ବାହାରେ ଏକ ଶୁଚି ସ୍ଥାନକୁ ନେଇଯିବ।
12
ମାତ୍ର ଯଜ୍ଞବେଦି ଉପରିସ୍ଥ ଅଗ୍ନି ସର୍ବାଦା ପ୍ରଜ୍ୱଳିତ ରହିବ। ତାହା କେବେ ନିର୍ବାପିତ ହେବା ଉଚିତ୍ ନୁହେଁ। ଯାଜକ ପ୍ରତି ପ୍ରଭାତରେ ତା’ଉପରେ କାଠ ସଜାଇ ରଖିବ ଓ ସମାଗମ ନୈବେଦ୍ୟର ମେଦ ତା’ଉପରେ ଦଗ୍ଧ କରିବ।
13
ଯଜ୍ଞବେଦି ଉପରେ ଅଗ୍ନି ସର୍ବଦା ଜ୍ୱଳନ୍ତ ରହିବ, କଦାପି ନିର୍ବାପିତ ହେବ ନାହିଁ।
14
ଶସ୍ୟ ନୈବେଦ୍ୟ “ଏହା ହେଉଛି ଶସ୍ୟ ନୈବେଦ୍ୟର ବ୍ୟବସ୍ଥା। ହାରୋଣର ପୁତ୍ରଗଣ ଯଜ୍ଞବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ୟ ଆଣିବେ।
15
ଯାଜକ ସେହି ଶସ୍ୟ ନୈବେଦ୍ୟରୁ ମୁଠାଏ ସରୁ ମଇଦା, କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ ଲୋବାନ ନେଇ ଯଜ୍ଞବେଦିରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସ୍ମରଣାର୍ଥକ ନୈବେଦ୍ୟ ହେବ।
16
“ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣ ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାଡ଼ି ବିନା ତାକୁ ଭକ୍ଷ୍ୟଣ କରିବେ।
17
ଶସ୍ୟ ନୈବେଦ୍ୟ ବିନା ତାଡ଼ିରେ ପାକ କରାଯିବ। ମୋତେ ଦିଆଯାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦେଇଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ମହାପବିତ୍ର ରୂପେ ବ୍ୟବହାର କରାଯିବା ଉଚିତ୍।
18
ହାରୋଣଙ୍କ ସନ୍ତାନଗଣ ମଧ୍ୟରୁ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନୈବେଦ୍ୟ ସେମାନେ ଗ୍ରହଣ କରିବେ ଏକ ବିଧି ହେବ। ଯାହାକିଛି ଜିନିଷଗୁଡ଼ିକ ଏହାକୁ ସ୍ପର୍ଶ କରିବ ପବିତ୍ର ହେବ।”
19
ଯାଜକମାନଙ୍କର ଶସ୍ୟ ନୈବେଦ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
20
“ଏହି ନୈବେଦ୍ୟ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସେମାନଙ୍କର ଅଭିଷେକ ଦିନରେ ଉତ୍ସର୍ଗ କରିବା ଉଚିତ୍। ସେମାନେ ପ୍ରତିଦିନ ଶସ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ।
21
ପଲମରେ ତାହା ତୈଳମିଶ୍ରିତ ହୋଇ ପ୍ରସ୍ତୁତ କରାଯିବ। ପାକ ହେଲେ ତୁମ୍ଭେ ତାକୁ ଭିତରକୁ ଆଣିବ, ସେହି ନୈବେଦ୍ୟର ଖଣ୍ଡ ଖଣ୍ଡ ପକ୍ୱାନ୍ନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ସେହି ଆଘ୍ରାଣ ତାଙ୍କର ତୁଷ୍ଟିଜନକ ହେବ।
22
“ହାରୋଣଙ୍କ ପରେ ତାଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯେ ତାଙ୍କ ପଦରେ ଅଭିଷିକ୍ତ ଯାଜକ ହେବ, ସେ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦଗ୍ଧ କରାଯିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକାରେ ତାହା ସଦାସର୍ବଦା କରାଯିବା ଉଚିତ୍।
23
ପୁଣି ଯାଜକର ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ଦଗ୍ଧ ହେବ, ତାହା ଭୋଜନ କରାଯିବ ନାହିଁ।”
24
ପାପାର୍ଥକ ବଳିର ବ୍ୟବସ୍ଥା ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
25
“ହାରୋଣ ଓ ତାଙ୍କ ପୁତ୍ରଗଣଙ୍କୁ କୁହ, ପାପରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ପଶୁବଳି ଉତ୍ସର୍ଗ କରିବାର ବ୍ୟବସ୍ଥା। ଯେଉଁ ସ୍ଥାନରେ ହୋମବଳି ଉତ୍ସର୍ଗ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପମୋଚନ ପାଇଁ ପଶୁ ଉତ୍ସର୍ଗ କରାଯିବ। ଏହା ମହାପବିତ୍ର ଅଟେ।
26
ଯେଉଁ ଯାଜକ ପାପମୋଚନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ-ତମ୍ବୁ ପ୍ରାଙ୍ଗଣର ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭକ୍ଷ୍ୟଣ କରିବ।
27
ଯେକେହି ପାପାର୍ଥକ ବଳିର ମାଂସକୁ ସ୍ପର୍ଶ କରିବ, ସେ ପବିତ୍ର ହେବ, “ପୁଣି ଯେବେ କୌଣସି ବସ୍ତ୍ରରେ ସେ ପାପାର୍ଥକ ବଳିର ରକ୍ତ ଛିଟା ପଡ଼ିଥାଏ, ତେବେ ତୁମ୍ଭେ ସେହି ବସ୍ତ୍ରକୁ ପବିତ୍ର ସ୍ଥାନରେ ଧୌତ କରିବ।
28
ଯଦି ତାହା ମାଟିପାତ୍ରରେ ପାକ କରାଯାଏ ତେବେ ତାହା ଭଙ୍ଗା ଯିବ, ଯେବେ ପିତ୍ତଳ ପାତ୍ରରେ ତାହା ପାକ ହୁଏ ତେବେ ତାହା ମଜା ଯିବ ଓ ଜଳରେ ପରିଷ୍କୃତ ହେବ।
29
“ଯାଜକ ପରିବାରରୁ ଯେକୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।
30
ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ କରିବା ନିମନ୍ତେ ଯଦି କୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତେବେ ସେହି ପାପାର୍ଥକ ବଳି ନିଶ୍ଚୟ ଭୋଜନ କରାଯିବା ଉଚିତ୍ ନୁହେଁ। ତାହା ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ କରାଯିବା ଉଚିତ୍।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27