bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 5
Leviticus 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 6 →
1
ଭିନ୍ନ ଭିନ୍ନ ଅଜାଣତ ପାପ “ଯଦି କୌଣସି ବ୍ୟକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତେବେ ସେ ପାପ କରେ ଓ ଅପରାଧୀ ହୁଏ।
2
“କିମ୍ବା ଯଦି କୌଣସି ବ୍ୟକ୍ତି କିଛି ଅଶୁଚି ଦ୍ରବ୍ୟ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦି ଶବ କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତରେ କରିଥାଏ ତଥାପି ସେ ଅପରାଧୀ ହେବ।
3
“ଆହୁରି ଅନେକ ଜିନିଷ ଅଛି ଯାହାକି ମନୁଷ୍ୟକୁ ଅଶୁଚି କରେ। ଯଦି କେହି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତରେ କରିଥାଏ, ତେବେ ସେ ଯେତେବେଳେ ଜାଣେ ସେ ଦୋଷୀ ହେବ।
4
“କିମ୍ବା କେହି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବାଗ୍ଭଳତା ପୂର୍ବକ ଶପଥ କରେ ଏବଂ ସେ ଶପଥ ବିଷୟରେ ଭୂଲିଯାଏ, ସେ ଦୋଷୀ ବୋଲି ବିବେଚିତ ହେବ, ଯେତେବେଳେ ସେ ମନେ ପକାଇବ କାରଣ ସେ ତା’ର ଶପଥ ରକ୍ଷା କରି ପାରିଲା ନାହିଁ।
5
ତେଣୁ ଯଦି କେହି ଏହି ବିଷୟଗୁଡ଼ିକ ମଧ୍ୟରୁ କୌଣସି ଗୋଟିକରେ ଦୋଷୀ ହୁଏ, ତେବେ ସେ ନିଜର ସେ ପାପକର୍ମ ସ୍ୱୀକାର କରିବ।
6
ତହୁଁ ସେ ତା’ର କୃତ ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛେଳିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା’ପରେ ଯାଜକ ତା’ର କୃତ ପାପର ପ୍ରାୟଶ୍ଚିତ କରାଇବ।
7
“ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
8
ପୁଣି ସେ ସେଗୁଡ଼ିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନୈବେଦ୍ୟ ଉତ୍ସର୍ଗ କରି, ତା’ର ବେକରୁ ମୁଣ୍ଡ ମୋଡ଼ିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ।
9
ତା’ପରେ ସେ ଏହି ରକ୍ତରୁ କିଛି ନେଇ ଯଜ୍ଞବେଦି ପାଖରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନେଇ ଯଜ୍ଞବେଦି ମୂଳରେ ଢାଳିବ। ଏହା ପାପରୁ ମୁକ୍ତ ହେବା ପାଇଁ ଏକ ନୈବେଦ୍ୟ ବୋଲି ବିବେଚନା କରାଯିବ।
10
ତା’ପରେ ଯାଜକ ବିଧି ଅନୁସାରେ ଦ୍ୱିତୀୟ ପକ୍ଷୀକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା’ର କୃତ ପାପ ନିମନ୍ତେ ଯାଜକ ଦ୍ୱାରା ପ୍ରାୟଶ୍ଚିତ ପ୍ରାପ୍ତ ହେବ ଏବଂ ପରମେଶ୍ୱର ତାକୁ କ୍ଷମା କରିବେ।
11
“ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତେବେ ସେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥିରେ ତୈଳ ଦେବା ଉଚିତ୍ ନୁହେଁ କି ସୁଗନ୍ଧି ଦେବା ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନୈବେଦ୍ୟ ।
12
ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନୈବେଦ୍ୟ ରୂପେ ମୁଠାଏ ନେଇ ଯଜ୍ଞବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ନୈବେଦ୍ୟ ଉପରେ ଦଗ୍ଧ କରିବ। ପାପରୁ ମୁକ୍ତ ହେବା ପାଇଁ ଏହା ପାପାର୍ଥକ ବଳି।
13
ଏହିରୂପେ ଯାଜକ ନିଜକୁ ପ୍ରାୟଶ୍ଚିତ କରିବ, ଏହି ପାପଗୁଡ଼ିକର କୌଣସି ବିଷୟ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦେବେ। ଅବଶିଷ୍ଟ ନୈବେଦ୍ୟ ଶସ୍ୟ ନୈବେଦ୍ୟ ପରି ଯାଜକର ହେବ।”
14
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
15
“କେହି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଅଜାଣତରେ ପାପ କରେ, ସେ ତା’ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନ ଥିବା ଏକ ମେଷଛୁଆ ଆଣି ସଦାପ୍ରଭୁଙ୍କୁ ତା’ର ପାଇଁ କ୍ଷତି ପୂରଣ ଦେବା ଉଚିତ୍। ସେହି ମେଷ ଛୂଆର ମୂଲ୍ୟ କାର୍ଯ୍ୟାଳୟ ମାପ ଅନୁଯାୟୀ ନିରୂପିତ ହେବା ଉଚିତ୍।
16
ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ପାପ କରିଅଛି ତାହା ପରିଶୋଧ କରିବ। ଏହା ବ୍ୟତୀତ ଏକ ପଞ୍ଚମାଂଶ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ନୈବେଦ୍ୟ ଦ୍ୱାରା ତା’ ପାଇଁ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହେବ।
17
“ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା’ର ଅପରାଧ ବହନ କରିବ।
18
ସେହି ବ୍ୟକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତରେ କରିଛି ସେଥିପାଇଁ ଯାଜକ ପ୍ରାୟଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହେବ।
19
ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁରେ ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ।”
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27