bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 4
Leviticus 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 5 →
1
ଅଜ୍ଞାତ ପାପ ପାଇଁ ନୈବେଦ୍ୟ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି।
3
“ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ତେବେ ସେ ଗୋଟିଏ ନିଖୁଣ ବାଛୁରି ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
4
ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା’ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ।
5
ଆଉ ସେହି ଅଭିଷିକ୍ତ ଯାଜକ ସେହି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
6
ତା’ପରେ ସେ ଯାଜକ ସେହି ରକ୍ତରେ ନିଜର ଆଙ୍ଗୁଠି ବୁଡ଼ାଇ ସଦାପ୍ରଭୁଙ୍କ ଛାମୁରେ ମହାପବିତ୍ର ସ୍ଥାନର ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ।
7
ଯାଜକ ସଦାପ୍ରଭୁଙ୍କ ଆଗରେ କିଛି ରକ୍ତ ନେଇ ସମାଗମ-ତମ୍ବୁର ସୁଗନ୍ଧି ଧୂପବେଦିର ପାର୍ଶ୍ୱରେ ରଖିବା ଉଚିତ୍ ହେବ। ତା’ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ଯଜ୍ଞବେଦି ମୂଳରେ ଢାଳିବ।
8
ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମେଦ, ଯାହାକି ଅନ୍ତ ବୁଜୁଳାର ଉପରିସ୍ଥ ଏବଂ ପାର୍ଶ୍ୱବର୍ତ୍ତୀ ମେଦ ହେବା ଉଚିତ୍।
9
ସେ ଦୁଇଟି ଗୁରୁଦା, ମେଦର ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ଗୁରୁଦାର ଏବଂ ଯକୃତର ମେଦ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନେବା ଉଚିତ୍।
10
ସମାଗମ ନୈବେଦ୍ୟର ଗୋରୁ ହୋଇଥିଲେ ଯେପରି ଉତ୍ସର୍ଗ କରାଯାଏ ସେ ସେହିପରି କରିବ। ପୁଣି ଯାଜକ ହୋମବଳିର ବେଦି ଉପରେ ତାହା ଦଗ୍ଧ କରିବ।
11
ସେହି ଚର୍ମ, ମେଦ, ମସ୍ତକ, ପଦ, ଅନ୍ତ, ଗୋବର ଓ ଷଣ୍ଢର ସମସ୍ତ ଅଂଶ ଛାଉଣି ବାହାରକୁ ନିଆଯିବା ଉଚିତ୍ ଓ ଧର୍ମକାର୍ଯ୍ୟର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ୱାରା ଦଗ୍ଧ କରିବ।
13
“ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ।
14
ଯଦି ସେମାନେ ସେମାନଙ୍କ କୃତ ପାପ ଜାଣିବେ, ତେବେ ସେମାନେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ-ତମ୍ବୁ ନିକଟକୁ ତାକୁ ଆଣିବେ।
15
ତା’ପରେ ମଣ୍ଡଳୀର ପ୍ରାଚୀନବର୍ଗ ସେହି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବେ।
16
ତତ୍ପରେ ଅଭିଷିକ୍ତ ଯାଜକ ସେହି ଗୋବତ୍ସର କିଛି ରକ୍ତ ଧରି ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
17
ପୁଣି ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ବୁଡ଼ାଇ ସଦାପ୍ରଭୁଙ୍କ ସମ୍ମୁଖରେ ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ।
18
ଆଉ ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦି ଶୃଙ୍ଗ ଉପରେ ଦେବ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ-ତମ୍ବୁର ଦ୍ୱାର ସମୀପକୁ ହୋମବେଦି ମୂଳରେ ଢାଳିବ।
19
ତା’ପରେ ଯାଜକ ବଳିର ସମସ୍ତ ମେଦ ନେଇ ଯଜ୍ଞବେଦି ଉପରେ ଦଗ୍ଧ କରିବା ଉଚିତ୍।
20
ପୁଣି ସେହି ପାପାର୍ଥକ ନୈବେଦ୍ୟର ଗୋବତ୍ସକୁ ଯେପରି କଲ, ଏହାକୁ ସେହିପରି କରିବ। ଏହିପରି ଯାଜକ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। ତା’ହେଲେ ଇସ୍ରାଏଲ ଲୋକ କ୍ଷମାପ୍ରାପ୍ତ ହେବେ।
21
ତା’ପରେ ସେ ଗୋବତ୍ସକୁ ଛାଉଣି ବାହାରକୁ ନେଇ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇସ୍ରାଏଲର ଲୋକମାନଙ୍କ ପାଇଁ ପାପାର୍ଥକ ନୈବେଦ୍ୟ।
22
“ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ।
23
ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତେବେ ସେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ।
24
ସେହି ଶାସକ ଛାଗ ମସ୍ତକରେ ହାତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତାହା ହେବ ପାପାର୍ଥକ ନୈବେଦ୍ୟ।
25
ତା’ପରେ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
26
ତା’ପରେ ସେହି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମେଦ ନେବ ଏବଂ ଯଜ୍ଞବେଦି ଉପରେ ଦଗ୍ଧ କରିବ, ଯେଉଁ ଉପାୟରେ ସେ ମଙ୍ଗଳାର୍ଥକ ନୈବେଦ୍ୟରୁ ମେଦ ସହିତ କରିଥିଲା। ଏହି ପ୍ରକାରେ ଯାଜକ ସେ ଶାସକର ପାପ ପାଇଁ ପ୍ରାୟଶ୍ଚିତ କରିବ ଓ ତା’ଦ୍ୱାରା ସେ ଶାସକ ପ୍ରଭୁଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।
27
“ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତାହା କରେ ଓ ଭ୍ରାନ୍ତିରେ ପାପ କରେ ତେବେ ସେ ଦୋଷୀ ହୁଏ।
28
ଯଦି ସେହି ଲୋକ ତା’ର ପାପ ବିଷୟରେ ଜ୍ଞାତ ହୁଏ, ତେବେ ସେ ତା’ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ।
29
ପୁଣି ସେ ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ।
30
ତା’ପରେ ସେ ଯାଜକ ଅଙ୍ଗୁଳିରେ ତା’ର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତା’ର ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ।
31
ପୁଣି ସହଭାଗିତାର ନୈବେଦ୍ୟରୁ ନେଇଥିବା ମେଦତୁଲ୍ୟ ତାହାର ସମସ୍ତ ମେଦ ନେବ, ଆଉ ସେହି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାୟଶ୍ଚିତ କରାଇବ ଓ ସେଥିରେ ସେ ପରମେଶ୍ୱରଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।
32
“ଯଦି ସେ ପାପାର୍ଥକ ନୈବେଦ୍ୟ ନିମନ୍ତେ ମେଷଶାବକ ଆଣେ ତେବେ ନିଶ୍ଚିତ ଏକ ନିଖୁଣ ମେଷଶାବକ ଆଣିବ।
33
ପୁଣି ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ।
34
ତା’ପରେ ସେ ଯାଜକ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ଅଙ୍ଗୁଳିରେ ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ।
35
ସେ ଉତ୍ସର୍ଗ କରାଯାଇଥିବା ପଶୁଠାରୁ ସମସ୍ତ ମେଦ କାଢ଼ି ନେବ। ଯେପରି ସେ ସହଭାଗିତାର ନୈବେଦ୍ୟକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦେବାକୁ ଯାଜକ ଏହାକୁ ଯଜ୍ଞବେଦିରେ ଦଗ୍ଧ କରିବ। ଏହି ପ୍ରକାରେ ଯାଜକ ନିଜ ପାପ ପାଇଁ ତା’ର ତରଫରୁ ପ୍ରାୟଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆଯିବ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27