bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 11
Leviticus 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 12 →
1
ମାଂସ ଭୋଜନ କରିବାର ବିଧି ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
2
“ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, “ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରୁ ଏହି ସମସ୍ତ ଜୀବ ଭୋଜନ କରିବ।
3
ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ଦୁଇ ଭାଗରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ।
4
“କେତେକ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି। ମାତ୍ର ସେମାନଙ୍କର ଖୁରା ଦୁଇଫାଳରେ ବିଭକ୍ତ ନୁହେଁ, ସେଭଳି ପ୍ରାଣୀଙ୍କୁ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେମାନଙ୍କ ମଧ୍ୟରେ ଓଟ, ଶାଫନ୍ ଓ ଠେକୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।
7
ଆଉ କେତେକ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସେମାନେ ପାକୁଳି କରନ୍ତି ନାହିଁ। ସେଗୁଡ଼ିକୁ ମଧ୍ୟ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ୟ ତୁମ୍ଭମାନଙ୍କ ପାଇଁ ଅଶୁଚି।
8
ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବ ନାହିଁ କି ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ। ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି।
9
ସାମୁଦ୍ରିକ ଖାଦ୍ୟ ସମ୍ବନ୍ଧୀୟ ବିଧି “ସମୁଦ୍ର ଓ ନଦୀରେ ବାସ କରୁଥିବା ଜଳଜନ୍ତୁ ମଧ୍ୟରୁ ଯାହାର ଡେଣା ବା କାତି ଅଛି, ସେଗୁଡ଼ିକ ତୁମ୍ଭେମାନେ ଭୋଜନ କରି ପାରିବ।
10
ମାତ୍ର ସମୁଦ୍ର କିମ୍ବା ନଦୀରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧ୍ୟରେ, ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେମାନଙ୍କୁ ତୁମ୍ଭେ ଭୋଜନ କରିବ ନାହିଁ। ସଦାପ୍ରଭୁ କୁହନ୍ତି ସେଗୁଡ଼ିକ ଘୃଣ୍ୟଜୀବ, ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବା ଉଚିତ୍ ନୁହେଁ କି ସେମାନଙ୍କର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ।
12
ଜଳଚରମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।
13
ପକ୍ଷୀମାନେ ଯେଉଁମାନେ କି ଅଭକ୍ଷ୍ୟ “ପକ୍ଷୀମାନଙ୍କ ମଧ୍ୟରୁ ଯେଉଁମାନେ ଘୃଣାଯୋଗ୍ୟ ଓ ଭୋଜନଯୋଗ୍ୟ ନୁହନ୍ତି, ସେମାନେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ।
14
ପୁଣି ଚିଲ ଓ ସବୁ ଜାତିର ବାଜପକ୍ଷୀ।
15
ପୁଣି ସମସ୍ତ ପ୍ରକାର ଡାମରା କାଉ।
16
ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ,
17
ପୁଣି କୋଷପକ୍ଷୀ, ପାଣିକୁଆ ଓ ବଗ।
18
ଦୀର୍ଘଗଳ ହଂସ, ପାଣିଭେଳା ଓ ଶାଗୁଣା।
19
ପୁଣି ଚରଳ, ବିଭିନ୍ନ ଜାତିର କଙ୍କ, ଟିଟ୍ଟିବ ଓ ଗ୍ଭମଗିକା।
20
କୀଟପତଙ୍ଗ ଭକ୍ଷ୍ୟ ବିଷୟକ ବିଧି “ପୁଣି ଗ୍ଭରି ପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
21
ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୁମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବ।
22
ତୁମ୍ଭେମାନେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୂପେ ଭୋଜନ କରି ପାରିବ।
23
“ମାତ୍ର ଏମାନଙ୍କ ବ୍ୟତୀତ ଗ୍ଭରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବ।
24
ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
25
ପୁଣି ଯେକେହି ସେମାନଙ୍କର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
26
ପଶୁମାନଙ୍କ ସମ୍ବନ୍ଧୀୟ ଅଧିକ ବ୍ୟବସ୍ଥା “ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କୁ ସ୍ପର୍ଶ କରିବ ସେ ଅଶୁଚି ହେବ। ପୁଣି ଗ୍ଭରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାଦରେ ଗ୍ଭଳନ୍ତି, ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କ ଶବ ସ୍ପର୍ଶ କରିବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
28
ଯିଏ ସେମାନଙ୍କର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି।
29
ଉରୋଗାମୀ ଜନ୍ତୁମାନଙ୍କ ବିଷୟରେ ବିଧି “ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ। ସେମାନେ ହେଲେ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ଼ ଏଣ୍ଡୁଅ।
30
ଆଉ ଝିଟିପିଟି, ସ୍ଥଳ କୁମ୍ଭୀର, ଏଣ୍ଡୁଅ, ବାଲି ଏଣ୍ଡୁଅ ଓ ବହୁରୂପୀ ଏଣ୍ଡୁଅ।
31
ଏହି ଉରୋଗାମୀ ଜନ୍ତୁଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବେ। ଯେକେହି ସେମାନଙ୍କର ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
32
ଅଶୁଚି ପ୍ରାଣୀମାନଙ୍କ ବିଷୟରେ ବିଧି “ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ ତାହା ଅଶୁଚି ହେବ। ଯଦି ସେହି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡ଼ିଲେ ତାହା ଜଳରେ ଧୂଆଯିବା ଉଚିତ୍। ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ତା’ପରେ ଶୁଚି ହେବ।
33
ପୁଣି କୌଣସି ମାଟିପାତ୍ର ଉପରେ ସେମାନଙ୍କର ଶବ ପଡ଼ିଲେ, ତା’ ମଧ୍ୟରେ ଥିବା ସମସ୍ତ ଦ୍ରବ୍ୟ ଅଶୁଚି ହେବ। ତେଣୁ ତାକୁ ତୁମ୍ଭେମାନେ ଭାଙ୍ଗି ପକାଇବ।
34
ପୁଣି ସେହି ଅଶୁଚି ପାତ୍ରରୁ ଯଦି ପାଣି କୌଣସି ଖାଦ୍ୟ ଦ୍ରବ୍ୟ ଉପରେ ପଡ଼େ ତାହା ମଧ୍ୟ ଅଶୁଚି ହେବ। ଯେକୌଣସି ପାନୀୟ, ପାତ୍ର ମଧ୍ୟରେ ଥିଲେ ତାହା ଅଶୁଚି ହେବ।
35
ପୁଣି ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କର ଶବର କିଛି ପଡ଼େ, ତାହା ଅଶୁଚି ହେବ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ଯିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।
36
“କୌଣସି ଝରଣା କିମ୍ବା କୂପରେ ଥିବା ଜଳ ଶୁଚି ହେବ। ମାତ୍ର ଯେକେହି ସେମାନଙ୍କର ଶବ ଛୁଏଁ ସେ ଅଶୁଚି ହେବ।
37
ପୁଣି ବୁଣା ଯିବାକୁ ଥିବା ବିହନ ଉପରେ ଯଦି ସେମାନଙ୍କର ଶବର କିଛି ପଡ଼େ ତେବେ ତାହା ଶୁଚି ରହିବ।
38
ମାତ୍ର ଯଦି ବିହନ ପାଣିରେ ଥିବ, ଯେବେ ସେମାନଙ୍କର ଶବର କିଛି ଅଂଶ ପଡ଼େ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।
39
“ଆଉ ମଧ୍ୟ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ସେହି ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
40
ପୁଣି ଯେକେହି ସେହି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକେହି ତାକୁ ବହନ କରେ, ସେ ମଧ୍ୟ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
41
“ଆଉ ଭୂଚର ପ୍ରତ୍ୟେକ ଉରୋଗାମୀ ପ୍ରାଣୀ ଘୃଣାଯୋଗ୍ୟ ଅଟେ, ତାହା ଖାଦ୍ୟ ହେବ ନାହିଁ।
42
ସରୀସୃପ ଯେଉଁମାନେ ପେଟରେ ଭରାଦେଇ ଗମନ କରନ୍ତି, ଯେଉଁମାନେ ଗ୍ଭରି ପାଦରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବା ଉଚିତ୍ ନୁହଁ। କାରଣ ସେଗୁଡ଼ିକ ଘୃଣ୍ୟ।
43
ତୁମ୍ଭେମାନେ ଏହିସବୁ ଭୁଚର ଉରୋଗାମୀ ପ୍ରାଣୀମାନଙ୍କ ଦ୍ୱାରା ନିଜକୁ ଘୃଣାଯୋଗ୍ୟ କରିବ ନାହିଁ କିମ୍ବା ସେମାନଙ୍କ ଦ୍ୱାରା ଅଶୁଚି ହେବା ପାଇଁ ନିଜକୁ ଅଶୁଚି କରିବ ନାହିଁ।
44
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ। ଯେହେତୁ ଆମ୍ଭେ ପବିତ୍ର, ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ନିଜକୁ ଅଶୁଚି କରିବ ନାହିଁ।
45
ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭେମାନେ ପବିତ୍ର ହେବ କାରଣ ଆମ୍ଭେ ପବିତ୍ର ଅଟୁ।”
46
ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷୟରେ ମଧ୍ୟ ଏହି ବ୍ୟବସ୍ଥା ଅଟେ।
47
ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷୟରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ୟବସ୍ଥା ଅଟେ। ତେଣୁ ସେମାନେ କେଉଁ ପ୍ରାଣୀ ଭକ୍ଷ୍ୟ ଓ କେଉଁ ପ୍ରାଣୀ ଅଭକ୍ଷ୍ୟ ଜାଣି ପାରିବେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27