bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 16
Leviticus 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 17 →
1
ପ୍ରାୟଶ୍ଚିତ୍ତର ଦିନ ସଦାପ୍ରଭୁଙ୍କୁ ସୁଗନ୍ଧି ଧୂପର ନୈବେଦ୍ୟ ଦେଲାବେଳେ ହାରୋଣଙ୍କ ଦୁଇ ପୁତ୍ର ମଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦକ ସମ୍ମୁଖରେ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦେବା।
3
“ହାରୋଣ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପୂର୍ବରୁ ପ୍ରାୟଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହୋମବଳି ରୂପେ ଏକ ମେଷଛୁଆ ପ୍ରାୟଶ୍ଚିତ ଦିନ ଉତ୍ସର୍ଗ କରିବ।
4
ହାରୋଣ ଜଳରେ ନିଜର ଶରୀରକୁ ଧୌତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦେହରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବେ ଓ ଶୁଭ୍ର ପଗଡ଼ି ମୁଣ୍ଡରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।
5
“ପୁଣି ହାରୋଣ ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହୋମବଳି ପାଇଁ ଏକ ମେଷ ନେବ।
6
ତା’ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥିରେ ପ୍ରାୟଶ୍ଚିତ କରିବ।
7
“ତା’ପରେ ହାରୋଣ ଦୁଇଟି ଛାଗ ସମାଗମ-ତମ୍ବୁର ଦ୍ୱାର ଦେଶରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ।
8
ପୁଣି ହରୋଣ ସେହି ଦୁଇ ଛାଗ ବିଷୟରେ ଗୁଲିବାଣ୍ଟ କରିବେ। ସେଥିରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ (ଅଜାଜେଲ) ନିମନ୍ତେ ହେବ।
9
“ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।
10
କିନ୍ତୁ ଗୁଲିବାଣ୍ଟ ଦ୍ୱାରା ଅଜାଜେଲ ନିମନ୍ତେ ସିଦ୍ଧାନ୍ତ କରାଯାଇଥିବା ଛାଗକୁ ସଦାପ୍ରଭୁଙ୍କ ସମ୍ମୁଖରେ ଜୀଅନ୍ତା ଛିଡ଼ା କରାଯିବ। ମରୁଭୂମିର ବାହାରକୁ ଅଜାଜେଲ ଏହି ଛାଗକୁ ପଠାଇବା ଦ୍ୱାରା ଲୋକମାନଙ୍କ ପାଇଁ ହାରୋଣ ପ୍ରାୟଶ୍ଚିତ କରିବ।
11
“ତା’ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲା, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାୟଶ୍ଚିତ କରିବ, ପୁଣି ନିଜ ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।
12
ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଉହ୍ମେଇରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧିଧୂପ ନେଇ ବିଚ୍ଛେଦ ବସ୍ତ୍ରରେ ଭିତରକୁ ଯିବ।
13
ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦେବା ଉଚିତ୍। ତାହାଦ୍ୱାରା ନିୟମ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।
14
ତହୁଁ ସେ ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବଆଡ଼େ ଅଙ୍ଗୁଳିରେ ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତଥର ସେହି ରକ୍ତ ଛିଞ୍ଚିବ।
15
“ଏହା ପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେହିପରି ତାହାର ରକ୍ତ ନେଇ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ।
16
ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ ଶୌଚ କରିବ। ଇସ୍ରାଏଲ ଲୋକମାନଙ୍କ ଅଶୌଚ ଓ ପାପ ପାଇଁ ସେ ପ୍ରାୟଶ୍ଚିତ କରିବ। ହାରୋଣ ସମାଗମ-ତମ୍ବୁ ପାଇଁ ସେହିପରି କରିବ, କାରଣ ଏହା ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରେ।
17
“ସେହି ସମୟରେ ହାରୋଣ ପ୍ରାୟଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇସ୍ରାଏଲର ସମସ୍ତ ସମାଜ ପାଇଁ ଯେପର୍ଯ୍ୟନ୍ତ ପ୍ରାୟଶ୍ଚିତ କରି ନାହାନ୍ତି ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମଣିଷ ରହିବେ ନାହିଁ।
18
ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ଯଜ୍ଞବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନେଇ ଯଜ୍ଞବେଦିର ଶୃଙ୍ଗ ଉପରେ ଗ୍ଭରିଆଡ଼େ ଦେବ।
19
ତା’ପରେ ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତଥର ଛିଞ୍ଚି ଅଶୁଚି ବେଦିକୁ ଶୁଦ୍ଧ କରିବ ଓ ଇସ୍ରାଏଲ ଲୋକମାନଙ୍କ ଅଶୌଚରୁ ତାହା ଶୁଚି କରିବ।
20
“ଏହି ପ୍ରକାରେ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ।
21
ପୁଣି ହାରୋଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତରେ ତାହାକୁ ମରୁଭୂମିକୁ ପଠାଇ ଦେବ।
22
ତହୁଁ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସେହି ଜନଶୂନ୍ୟ ଦେଶକୁ ନେଇଯିବ। ତାକୁ ନେଇଥିବା ଲୋକଟି ସେହି ସ୍ଥାନରେ ସେ ଛାଗକୁ ଛାଡ଼ିଦେବ।
23
“ତା’ପରେ ହାରୋଣ ସମାଗମ-ତମ୍ବୁକୁ ଆସିବ। ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶଣବସ୍ତ୍ର ପରିଧାନ କରିଥିଲେ, ତାହାକୁ କାଢ଼ି ଦେବ। ସେ ସେଗୁଡ଼ିକୁ ସମାଗମ-ତମ୍ବୁରେ ଛାଡ଼ିଦେବ।
24
ତା’ପରେ ସେ କୌଣସି ପବିତ୍ର ସ୍ଥାନରେ ନିଜର ଶରୀରକୁ ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ।
25
ଆଉ ସେ ପାପାର୍ଥକ ବଳିର ମେଦ ଯଜ୍ଞବେଦିରେ ଦଗ୍ଧ କରିବ।
26
“ପୁଣି ଯେଉଁ ଲୋକ ତ୍ୟାଗର (ଅଜାଜେଲରେ) ଛାଗକୁ ନେଇ ଛାଡ଼ିଥାଏ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍। ତା’ପରେ ଛାଉଣିରେ ପ୍ରବେଶ କରିବ।
27
“ଯେଉଁ ପାପାର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାଯାଇ ପ୍ରାୟଶ୍ଚିତ ହେବା ପାଇଁ ଥିଲା, ସେମାନଙ୍କର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣି ବାହାରକୁ ନେଇ ଅଗ୍ନିରେ ଦଗ୍ଧ କରିବେ।
28
ଯେଉଁ ଲୋକ ସେଗୁଡ଼ିକୁ ଦଗ୍ଧ କରିବ, ସେ ତା’ର ବସ୍ତ୍ର ଧୋଇବା ଉଚିତ୍ ଓ ତା’ର ସମସ୍ତ ଶରୀର ଜଳରେ ଭଲ ଭାଗରେ ଧୋଇବ ଏବଂ ତା’ପରେ କେବଳ ସେ ଛାଉଣିରେ ପ୍ରବେଶ କରିବ।
29
“ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହେବ। ସପ୍ତମ ମାସର ଦଶମ ଦିନରେ ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧ୍ୟରେ ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ।
30
କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ କରାଯିବ। ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହେବ।
31
ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମ ଦିନ, ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି।
32
“ପୁଣି ପିତା ବଦଳରେ ଯେଉଁ ପୁତ୍ର ମହାଯାଜକତ୍ୱ ପଦରେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ମହାଯାଜକ ପ୍ରାୟଶ୍ଚିତ କରିବ। ଆଉ ସେ ଶୁଭ୍ରବସ୍ତ୍ର ଅର୍ଥାତ୍ ପବିତ୍ର ବସ୍ତ୍ରସବୁ ପିନ୍ଧିବ।
33
ଆଉ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରିବ। ଆଉ ମଧ୍ୟ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ କରିବ।
34
ପୁଣି ଇସ୍ରାଏଲ ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।” ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27