bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 23
Leviticus 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 24 →
1
ସ୍ୱତନ୍ତ୍ର ବିଶ୍ରାମ ଦିନ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।
3
ବିଶ୍ରାମ ଦିନ “ଛଅ ଦିନ କାମ କରାଯିବ, ମାତ୍ର ସପ୍ତମ ଦିନ, ବିଶ୍ରାମ ଦିନ। ଅର୍ଥାତ୍ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।
4
ନିସ୍ତାରପର୍ବ “ଏଗୁଡ଼ିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭେମାନେ ସେହି ନିରୂପିତ ଦିନରେ ପବିତ୍ର ସଭା ଘୋଷଣା କରିବ।
5
ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନରେ ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ହେବ।
6
ତାଡ଼ିଶୂନ୍ୟ ରୋଟୀର ପର୍ବ “ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟୀର ପର୍ବ ହେବ। ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ।
7
ପର୍ବର ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ସେଦିନ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
8
ମାତ୍ର ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନରେ ବିଶେଷ ସଭା ହେବ। ତୁମ୍ଭେମାନେ ସେଦିନ କୌଣସି ବ୍ୟବସାୟ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।”
9
ପ୍ରଥମ ଶସ୍ୟଅମଳର ପର୍ବ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
10
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବୁ ତୁମ୍ଭେମାନେ ସେ ଦେଶରେ ପ୍ରବେଶ କରିବ। ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ପ୍ରଥମ କଟା ଶସ୍ୟରୁ ଏକ ବିଡ଼ା ଯାଜକ ନିକଟକୁ ଆଣିବ।
11
ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଟେକିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍।
12
“ପୁଣି ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ମେଷବତ୍ସ ଗୋଟିଏ ଉତ୍ସର୍ଗ କରିବ।
13
ପୁଣି ଐଫାର ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ସେହି ଦିନ ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ହେବ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପେୟନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବ।
14
ତୁମ୍ଭେମାନେ ଯେଉଁ ପର୍ଯ୍ୟନ୍ତ ନୂତନ ଶସ୍ୟର ନୈବେଦ୍ୟ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନ ଆଣିଛ ସେପର୍ଯ୍ୟନ୍ତ ତୁମ୍ଭେମାନେ ରୋଟୀ, କି ଭଜା ଶସ୍ୟ, କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ହେବ।
15
ପେଣ୍ଟିକଷ୍ଟ ପର୍ବ “ଅନନ୍ତର ସେହି ବିଶ୍ରାମବାର ପରଦିନଠାରୁ ଯେଉଁ ଦିନ ଦୋଳନୀୟ ନୈବେଦ୍ୟରୂପେ ବିଡ଼ା ଆଣିଲ ସେହି ଦିନଠାରୁ ପୂର୍ଣ୍ଣ ସାତ ସପ୍ତାହ ଗଣନା କରିବ।
16
ଏହିରୂପେ ତୁମ୍ଭେ ବିଶ୍ରାମ ଦିନ ପରେ ସପ୍ତମ ଦିନଠାରୁ, ପଗ୍ଭଶ୍ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।
17
ତୁମ୍ଭେମାନେ ନିଜ ନିଜ ଘରୁ ଦୋଳନୀୟ ନୈବେଦ୍ୟାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ପାକ କରାଯିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଉପହାର ହେବ।
18
“ପୁଣି ତୁମ୍ଭେମାନେ ସେହି ରୋଟୀ ସହିତ ଏକବର୍ଷୀୟ ସାତୋଟି ନିଖୁଣ ମେଷବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମେଷ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହୋମବଳି ହେବ। ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ହେବ।
19
ତା’ପରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀୟ ମେଷବତ୍ସ ଉତ୍ସର୍ଗ କରିବ।
20
“ପୁଣି ଯାଜକ ପ୍ରଥମଜାତ ଫଳର ରୋଟୀ ସହିତ ଦୁଇ ମେଷବତ୍ସ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଦୋଳାଇବ। ତାହା ସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
21
ଠିକ୍ ସେହି ଦିନ ତୁମ୍ଭେମାନେ ଏକ ପବିତ୍ର ସଭା ପାଇଁ ଘୋଷଣା କରିବ। ସେହି ଦିନ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
22
“ଆଉ ତୁମ୍ଭେମାନେ ଶସ୍ୟ କାଟିଲାବେଳେ, କ୍ଷେତ୍ରରୁ ସମସ୍ତ ଶସ୍ୟ ନିଃଶେଷ କରି କାଟିବ ନାହିଁ। ଆଉ ତଳେ ପଡ଼ିଥିବା ଶସ୍ୟକୁ ସାଉଁଟିବ ନାହିଁ। ତୁମ୍ଭେମାନେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡ଼ିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
23
ତୂରୀଧ୍ୱନିର ପର୍ବ ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ,
24
“ଇସ୍ରାଏଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ।
25
ତୁମ୍ଭେମାନେ ସେହି ଦିନ କୌଣସି ବ୍ୟବସାୟିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବ।”
26
ପ୍ରାୟଶ୍ଚିତ୍ତର ଦିନ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
27
“ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।
28
ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ। କାରଣ ଏହା ପ୍ରାୟଶ୍ଚିତ୍ତର ଦିନ। ସେଦିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ତୁମ୍ଭମାନଙ୍କର ପ୍ରାୟଶ୍ଚିତ୍ତ କରିବ।
29
“ଯେବେ କୌଣସି ଲୋକ ସେହିଦନି ଉପବାସ କରିବାକୁ ବିରତ ହୁଏ, ତେବେ ସେ ତା’ର ଲୋକମାନଙ୍କଠାରୁ ପୃଥକ ରହିବ।
30
ଯଦି କୌଣସି ପ୍ରାଣୀ ସେହି ଦିନ କୌଣସି କର୍ମ କରେ ତେବେ ଆମ୍ଭେ ତାହା ଲୋକମାନଙ୍କ ମଧ୍ୟରେ ତାକୁ ବିନାଶ କରିବୁ।
31
ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ ସେଦିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ଅଟେ।
32
ସେହି ଦିନ ତୁମ୍ଭମାନଙ୍କର ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ତୁମ୍ଭେମାନେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।”
33
ପତ୍ରକୁଟୀର ପର୍ବ ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ,
34
“ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ପାଳିତ ହେବ।
35
ପ୍ରଥମ ଦିନରେ ପବିତ୍ର ସଭା ହେବ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବ ନାହିଁ।
36
ସାତ ଦିନ ଯାଏ ତୁମ୍ଭେମାନେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍ ଓ ତୁମ୍ଭେମାନେ ସଦାପ୍ରଭୁଙ୍କ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବା ଉଚିତ୍ ନୁହେଁ।
37
“ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ୱତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସେଥିରେ ତୁମ୍ଭେମାନେ ପ୍ରତ୍ୟେକ ପର୍ବର ନିରୂପିତ ଦିନରେ ସଦାପ୍ରଭୁଙ୍କୁ ନୈବେଦ୍ୟ, ହୋମବଳି, ଶସ୍ୟ ନୈବେଦ୍ୟ, ବଳିଦାନ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭେମାନେ ପବିତ୍ର ସଭାରେ ଘୋଷଣା କରିବା ଉଚିତ୍
38
ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ରାମ ଦିନ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦାନ ଛଡ଼ା ତୁମ୍ଭମାନଙ୍କର ସକଳ ମାନତ ଛଡ଼ା ଓ ତୁମ୍ଭମାନଙ୍କ ସ୍ୱେଚ୍ଛାଦତ୍ତ ସକଳ ନୈବେଦ୍ୟ ଛଡ଼ା ଏହିସବୁ ପର୍ବ ପାଳନ କରିବ।
39
“ସପ୍ତମ ମାସର ପଞ୍ଚଦଶ ଦିନ ଯେତେବେଳେ ତୁମ୍ଭେମାନେ ଭୂମିରୁ ଶସ୍ୟ ସଂଗ୍ରହ କରି ସାରିବ ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ ଓ ଅଷ୍ଟମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ।
40
ଆଉ ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘେନି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସମ୍ମୁଖରେ ସାତ ଦିନ ଯାଏ ଆନନ୍ଦ କରିବ।
41
ପୁଣି ତୁମ୍ଭେମାନେ ପ୍ରତି ବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା, ତୁମ୍ଭେମାନେ ସପ୍ତମ ମାସରେ ତାହା ପାଳନ କରିବ।
42
ତୁମ୍ଭେମାନେ ସାତ ଦିନ ପତ୍ରକୁଟୀରରେ ରହିବ। ଇସ୍ରାଏଲ ବଂଶଧର ସମସ୍ତେ ପତ୍ରକୁଟୀରରେ ବାସ କରିବେ।
43
ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ପତ୍ରକୁଟୀରରେ ବାସ କରାଇଥିଲୁ ଏହା ତୁମ୍ଭମାନଙ୍କ ଭବିଷ୍ୟଦ୍ ବଂଶଧର ଜାଣି ପାରିବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
44
ତହୁଁ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ସମ୍ମାନାର୍ଥେ ସ୍ଥାପିତ ସମସ୍ତ ପର୍ବ ବିଷୟରେ କହିଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27