bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 25
Leviticus 25
Odia Bible ERV 2004 (ପବିତ୍ର ବାଇବଲ)
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 26 →
1
ଭୂମି ବିଶ୍ରାମର ସମୟ ଅନନ୍ତର ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ କହିଲେ,
2
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ କରିବ।
3
ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜ କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ।
4
ମାତ୍ର ସପ୍ତମ ବର୍ଷରେ ଭୁମିକୁ ତୁମ୍ଭେମାନେ ବିଶ୍ରାମ ଦେବ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ମହାବିଶ୍ରାମ ହେବ। ତୁମ୍ଭେମାନେ ନିଜ କ୍ଷେତ୍ରରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡ଼ିବ ନାହିଁ।
5
ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ହୋଇଥିବ, ତାକୁ ତୁମ୍ଭେମାନେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହେବ।
6
“ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହେବ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ୟର ଅଭାବ ହେବ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।
7
ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ୟାନ୍ୟ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହେବ।
8
ଯୋବେଲ ମୁକ୍ତିର ବର୍ଷ “ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତ ବର୍ଷ ଗଣନା କରିବ, ତାହା ଦ୍ୱାରା ସେହି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଗ୍ଭଶ ବର୍ଷ ହେବ।
9
ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରାୟଶ୍ଚିତ ଦିନରେ ତୁମ୍ଭେମାନେ ନିଜର ସମଗ୍ର ଦେଶରେ ତୂରୀ ବଜାଇବ।
10
ପୁଣି ତୁମ୍ଭେ ପଗ୍ଭଶତମ ବର୍ଷକୁ ପବିତ୍ରରୂପେ ବିବେଚନା କରିବ। ସମୁଦାୟ ଦେଶରେ ପ୍ରତ୍ୟେକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ‘ଯୋବେଲ’ (ମହୋଲ୍ଲାସ ଉତ୍ସବ) ହେବ। ତୁମ୍ଭେମାନେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫେରିଯିବ ଓ ପ୍ରତ୍ୟେକ ନିଜ ନିଜ ବଂଶ ନିକଟକୁ ଫେରିଯିବ।
11
ସେହି ପଗ୍ଭଶତମ ବର୍ଷ ବ୍ୟାପି ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ। ତୁମ୍ଭେମାନେ କ୍ଷେତ୍ରରେ ଶସ୍ୟ ବୁଣିବ ନାହିଁ କିମ୍ବା ଆପେ ବଢ଼ିଥିବା ଶସ୍ୟ କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।
12
କାରଣ ସେହି ବର୍ଷ ମହୋଲ୍ଲାସ-ଉତ୍ସବ ଅଟେ, ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ।
13
ସେ ମହୋଲ୍ଲାସ-ଉତ୍ସବ ବର୍ଷରେ ପ୍ରତ୍ୟେକ ନିଜ ନିଜ ଅଧିକାରକୁ ଫେରିଯିବା ଉଚିତ୍।
14
“ତୁମ୍ଭେ ଯେତେବେଳେ ତୁମ୍ଭର ପ୍ରତିବାସୀ ନିକଟରେ ଜମି ବିକ୍ରୟ କରିବ, ସେତେବେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତେବେଳେ କିଣିବ, ତେବେ ତା’ ପ୍ରତି ଅନ୍ୟାୟ କରିବ ନାହିଁ।
15
ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ୟା ଅନୁସାରେ ଆପଣା ପ୍ରତିବାସୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟା ଅନୁସାରେ ସେ ତୁମ୍ଭଠାରେ ବିକ୍ରୟ କରିବ।
16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତା ଅନୁସାରେ ମୂଲ୍ୟ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ୟା ଅନୁସାରେ ଭୂମି ଜାତ ଦ୍ରବ୍ୟ ବିକ୍ରୟ କରିବ।
17
ତୁମ୍ଭେମାନେ ପରସ୍ପର ପ୍ରତି ଅନ୍ୟାୟ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
18
“ଆମ୍ଭର ବ୍ୟବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହାହେଲେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରି ପାରିବ।
19
ପୁଣି ଭୁମିରେ ପ୍ରଚୁର ଶସ୍ୟ ଉତ୍ପନ୍ନ ହେବ। ତୁମ୍ଭେମାନେ ତୃପ୍ତିରେ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ।
20
“ତୁମ୍ଭେମାନେ କହିପାର, ‘ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କ’ଣ ଖାଇବୁ।’
21
ସେଥିପାଇଁ ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନି ବର୍ଷର ଅମଳ ଦେବ।
22
ତୁମ୍ଭେମାନେ ଅଷ୍ଟମ ବର୍ଷରେ ଯେତେବେଳେ ବୁଣିବ ସେତେବେଳେ ତୁମ୍ଭେମାନେ ପୁରାତନ ଶସ୍ୟ ଖାଉଥିବ। ତୁମ୍ଭେମାନେ ନବମ ବର୍ଷ ଫଳ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେହି ପୁରାତନ ଶସ୍ୟ ଖାଇବ।
23
ଭୂସମ୍ପତ୍ତି ଆଇନ “ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରୟ କରି ପାରିବ ନାହିଁ। ତୁମ୍ଭେମାନେ କେବଳ ଆମ୍ଭ ସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।
24
ଲୋକମାନେ ସେମାନଙ୍କର ଭୂମି ବିକ୍ରୟ କରି ପାରନ୍ତି, ମାତ୍ର ପରିବାର ସେହି ଜମି ସର୍ବଦା ଫେରି ପାଇବେ।
25
ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହୋଇ ନିଜର ଭୂମି ବିକ୍ରୟ କରେ ତେବେ ତାହାର ମୁକ୍ତିକର୍ତ୍ତା ନିକଟ ସମ୍ପର୍କୀୟ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ।
26
ଯଦି ସେହି ବ୍ୟକ୍ତିର ନିକଟ ସମ୍ପର୍କୀୟ କେହି ତା’ର ଭୂମି ମୁକ୍ତ କରିବାକୁ ନ ଥାଏ, ତେବେ ସେ ନିଜେ ଅଧିକ ଧନ ଲାଭ କଲା ପରେ ତା’ର ଭୂମି ମୁକ୍ତ କରିବ।
27
ସେ ଭୂମି ବିକ୍ରୀ ହେଲା ବର୍ଷର ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ। ତହିଁରେ ସେ ପୁନର୍ବାର ନିଜର ଅଧିକାର ଫେରି ପାଇବ।
28
ଯେବେ ସେ ଲୋକ ନିଜର ଅଧିକାର ଫେରାଇ ନେବାକୁ ଯଥେଷ୍ଟ ଅର୍ଥ ନ ପାଏ, ତେବେ ସେ ଯାହା ବିକ୍ରୟ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ କ୍ରୟକର୍ତ୍ତା ହସ୍ତରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେବ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫେରିଯିବ।
29
“ଆଉ ଯଦି କେହି ପ୍ରାଚୀର ବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ। ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରିବାର ଅଧିକାର ରହିବ।
30
ଯଦି ନଗରରେ ସେହି ଗୃହଟିର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ହୋଇଥାଏ, ତେବେ ପଞ୍ଜିକା ବର୍ଷ ସମ୍ପୂର୍ଣ୍ଣ ହେଲେ ମଧ୍ୟ ତାହା ବିକ୍ରେତା ବ୍ୟକ୍ତିକୁ ମିଳିବ ନାହିଁ। ସବୁଦିନ ପାଇଁ ଏକ ଗୃହଟି କ୍ରୟ କର୍ତ୍ତାର ହୋଇ ରହିବ। ମହୋଲ୍ଲାସ-ଉତ୍ସବ ବର୍ଷରେ ମଧ୍ୟ ତାହା ମୁକ୍ତ ହୋଇ ପାରିବ ନାହିଁ।
31
ମାତ୍ର ଗ୍ରାମଗୁଡ଼ିକର ଗୃହମାନ ପ୍ରାଚୀର ଦ୍ୱାରା ଘେରାଉ ହୋଇ ନାହିଁ। ସେହି ନିର୍ମିତ ମହୋଲ୍ଲାସ-ଉତ୍ସବ ସମୟରେ ପ୍ରଥମ ବିକ୍ରେତା ନିକଟକୁ ଫେରିଯିବ।
32
“ମାତ୍ର ଲେବୀୟମାନଙ୍କର ନଗରମାନ, ସେଠାରେ ଥିବା ଗୃହସବୁ ମୁକ୍ତ କରିବାର ଅଧିକାର ସେମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ।
33
ଯଦି କେହି ଲେବୀୟଠାରୁ ଏକ ଗୃହ କ୍ରୟ କରେ ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେବ, କାରଣ ଇସ୍ରାଏଲୀୟ ମଧ୍ୟରେ ଲେବୀୟମାନଙ୍କ ଗୃହସବୁ ସେମାନଙ୍କର ଅଟେ।
34
ମାତ୍ର ଲେବୀୟମାନଙ୍କ ନଗରର ଗ୍ଭରିପାଖରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ, କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର।
35
କ୍ରୀତଦାସ ମାଲିକଙ୍କ ପାଇଁ ନିୟମ “ଆଉ ଯେବେ ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତେବେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ।
36
ତୁମ୍ଭେ ତା’ଠାରୁ ଋଣ ବାବଦରେ କୌଣସି ସୁଧ ନେବ ନାହିଁ। ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ।
37
ତାକୁ ଟଙ୍କା ଧାର ଦେଇ ତା’ଠାରୁ ସୁଧ ଆଦାୟ କର ନାହିଁ। ଆଉ ତାକୁ ଅନ୍ନ ଦେଇ ତା’ଠାରୁ ଲାଭ ଗ୍ରହଣ କର ନାହିଁ।
38
ଯେ ତୁମ୍ଭର ପରମେଶ୍ୱର ଓ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିଶର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଆମ୍ଭେ ଅଟୁ।
39
“ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଥାଏ ଓ ତୁମ୍ଭ ନିକଟରେ ନିଜକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା-ଦାସ ପରି ପରିଶ୍ରମ କରାଇବ ନାହିଁ।
40
ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ।
41
ତା’ପରେ ସେ ନିଜର ସନ୍ତାନଗଣଙ୍କ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ନିଜ ବଂଶ ନିକଟକୁ ଓ ତାହାର ପୂର୍ବପୁରୁଷଙ୍କ ଅଧିକାରକୁ ଫେରିଯିବ।
42
କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ସେମାନେ ପୁନର୍ବାର ଆଉ କ୍ରୀତଦାସ ହେବେ ନାହିଁ।
43
ତୁମ୍ଭେ ତାକୁ ଜଣେ ନିଷ୍ଠୁର ସ୍ୱାମୀରୂପେ ବ୍ୟବହାର କରିବ ନାହିଁ। ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କୁ ଭକ୍ତି କରିବ।
44
“ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତେବେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ କ୍ରୀତଦାସଦାସୀ କିଣିବ।
45
ଯେଉଁ ପ୍ରବାସୀ ବିଦେଶୀମାନେ ତୁମ୍ଭ ସହିତ ବାସ କରୁଛନ୍ତି ଏବଂ ସେମାନଙ୍କର ପରିବାରର ସଭ୍ୟ ତୁମ୍ଭ ଦେଶରେ ଜନ୍ମନ୍ତି, ସେମାନଙ୍କ ସନ୍ତାନମାନଙ୍କୁ ତୁମ୍ଭେ କିଣି ପାରିବ। ସେମାନେ ତୁମ୍ଭର କ୍ରୀତଦାସ ଓ କ୍ରୀତଦାସୀ ହେବେ।
46
ତୁମ୍ଭେମାନେ ନିଜ ଅନ୍ତେ ଆପଣା ଭବିଷ୍ୟତ ସନ୍ତାନଗଣ ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତିରୂପେ ସେମାନଙ୍କୁ ଦେଇ ପାରିବ। ସେମାନେ ତୁମ୍ଭମାନଙ୍କର ଓ ତୁମ୍ଭର ପରିବାରର ସବୁଦିନ ପାଇଁ ଦାସ ହୋଇ ରହିବେ। ମାତ୍ର ତୁମ୍ଭେମାନେ ନିଜ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ଉପରେ କଠୋର କର୍ତ୍ତୃତ୍ୱ କରିବ ନାହିଁ।
47
“ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ପ୍ରବାସୀ କି ବିଦେଶୀ ଧନୀ ହୋଇଯାଏ ଓ ତୁମ୍ଭର ସ୍ୱଦେଶୀ ଲୋକ ଦରିଦ୍ର ହୋଇଯାଏ, ଆଉ ସେହି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ,
48
ତେବେ ସେ ବ୍ୟକ୍ତି ପରେ ମୁକ୍ତ ହୋଇ ପାରିବ। ତାହାର ଜ୍ଞାତି ମଧ୍ୟରୁ କେହି ତାକୁ ମୁକ୍ତ କରି ପାରିବ।
49
ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରି ପାରିବ। ଆଉ ତା’ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରି ପାରିବ କିମ୍ବା ତାହାର ସ୍ୱହସ୍ତରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ୟ ମୁକ୍ତ କରି ପାରିବ।
50
“ତହିଁରେ ତାହାର ବିକ୍ରୟ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟା ଅନୁସାରେ ତାହାର ମୂଲ୍ୟ ହେବ; ବର୍ତ୍ତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ ହେବ।
51
ଯେବେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନେକ ବର୍ଷ ବାକିଥାଏ ତେବେ କ୍ରୟ ମୂଲ୍ୟର ଏକ ବଡ଼ ଅଂଶ ତାକୁ ଫେରାଇ ଦେବ।
52
ଯଦି ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ, ତେବେ ତାହା ସହିତ ସେ ଗଣନା କରିବ, ସେହି ବର୍ଷ ଅନୁସାରେ ସେ ଆପଣା କ୍ରୟ ମୂଲ୍ୟର ଏକ ଛୋଟ ଅଂଶ ତାକୁ ଫେରାଇ ଦେବ।
53
ମାତ୍ର ସେହି ବ୍ୟକ୍ତି ତା’ ସହିତ ଜଣେ କ୍ଷଣସ୍ଥାୟୀ ଘରୋଇ ସାହାଯ୍ୟକାରୀ ହିସାବରେ ରହିବ। ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠୋର କର୍ତ୍ତୃତ୍ୱ କରି ପାରିବେ ନାହିଁ।
54
“ଯଦି ତାକୁ କେହି ମୁକ୍ତ ନ କରେ, ତେବେ ସେ ଆପଣା ସନ୍ତାନଗଣ ସହ ମହୋଲ୍ଲାସ-ଉତ୍ସବ ବର୍ଷରେ ମୁକ୍ତ ହୋଇ ବାହାରି ଯିବ।
55
କାରଣ ଇସ୍ରାଏଲ ସନ୍ତାନଗଣ ଆମ୍ଭର ଦାସ। ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ଦାସତ୍ୱରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 26 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27