bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 19
Leviticus 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 20 →
1
ଇସ୍ରାଏଲ ପରମେଶ୍ୱରଙ୍କ ଅଧିକାରରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।
3
“ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପିତାମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମୋର ବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।
4
“ଆଉ ତୁମ୍ଭେମାନେ ପ୍ରତିମାଗଣକୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦେବତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।
5
“ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ତାହା ଗୃହୀତ ହେବା ପାଇଁ ବିଧି ଅନୁସାରେ ଉତ୍ସର୍ଗ କରିବ।
6
ବଳିଦାନ ଦିନ କିମ୍ବା ତା’ର ପରଦିନ ତାହା ଭୋଜନ କରାଯିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତେବେ ତାକୁ ଦଗ୍ଧ କରିବ।
7
ଯେବେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ। ତେବେ ତାହା ଘୃଣ୍ୟଯୋଗ୍ୟ ଓ ଅଗ୍ରାହ୍ୟ ହେବ।
8
ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ ରହିବ।
9
“ତୁମ୍ଭେମାନେ ଅମଳ ସମୟରେ ଯେବେ ଶସ୍ୟ କାଟୁଛ ତେବେ କ୍ଷେତ୍ରକୁ ନିଃଶେଷ କରି ଶସ୍ୟ କାଟିବ ନାହିଁ। କିମ୍ବା ନିଜ ଶସ୍ୟକ୍ଷେତ୍ରରୁ ତ୍ୟକ୍ତ ଶସ୍ୟ ସାଉଣ୍ଟିବ ନାହିଁ।
10
ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସମ୍ପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ରରେ ପଡ଼ିଥିବା ଫଳ ସାଉଣ୍ଟିବ ନାହିଁ। ସେଗୁଡ଼ିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡ଼ିଦେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
11
“ତୁମ୍ଭେମାନେ ଗ୍ଭେରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ୟା କହିବ ନାହିଁ।
12
ଆଉ ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ରାଣ କରିବ ନାହିଁ। ତାହାହେଲେ ତୁମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।
13
“ତୁମ୍ଭେମାନେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ତାଙ୍କଠାରୁ ଗ୍ଭେରି କରିବ ନାହିଁ। ପୁଣି ବେତନଜୀବିର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।
14
“ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ବସ୍ତୁ ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।
15
“ତୁମ୍ଭେମାନେ ବିଗ୍ଭରରେ ପକ୍ଷପାତ କରିବ ନାହିଁ, ତୁମ୍ଭେମାନେ ଦରିଦ୍ର ପ୍ରତି ସ୍ୱତନ୍ତ୍ର ସୁବିଧା ଦେବ ନାହିଁ କିମ୍ବା ବିଗ୍ଭରରେ ଧନୀ ପ୍ରତି ଅଧିକ ଗୁରୁତ୍ୱ ଦେବ ନାହିଁ। ତୁମ୍ଭର ପଡ଼ୋଶୀମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରିବ।
16
ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧ୍ୟରେ ଏଣେ ତେଣେ ବୁଲିବ ନାହିଁ କିମ୍ବା ପ୍ରତିବାସୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।
17
“ତୁମ୍ଭେ ହୃଦୟରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ୟାୟ କରେ ତେବେ ତାକୁ ଅନୁଯୋଗ କରିବ, ମାତ୍ର ତାକୁ କ୍ଷମା ଦେବ। ତା’ହେଲେ ତୁମ୍ଭେ ପାପର ଭାଗି ହେବ ନାହିଁ।
18
ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ। ବରଂ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ, ଆମ୍ଭେ ସଦାପ୍ରଭୁ।
19
“ତୁମ୍ଭେମାନେ ଆମ୍ଭର ବିଧିସକଳ ପାଳନ କରିବ। ତୁମ୍ଭେ ଭିନ୍ନଜାତୀୟ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦେବ ନାହିଁ। ପୁଣି ନିଜ କ୍ଷେତରେ ମିଶ୍ରିତ ବୀଜ ବୁଣିବ ନାହିଁ କିମ୍ବା ଦୁଇ ପ୍ରକାର ସୂତା ମିଶ୍ରିତ ବସ୍ତ୍ର ବିନ୍ଧିବ ନାହିଁ।
20
“ଅନ୍ୟ ଲୋକର କ୍ରୀତଦାସୀ ସହିତ ଜଣେ ଯଦି ଯୌନ ସମ୍ପର୍କ ରଖେ ତେବେ ସେ ଦଣ୍ଡନୀୟ ହେବ। ଅବଶ୍ୟ ତା’ର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ସ୍ତ୍ରୀଲୋକ ମୁକ୍ତ ନୁହେଁ।
21
ପୁଣି ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆପଣାର ଦୋଷାର୍ଥକ ବଳି ଅର୍ଥାତ୍ ଦୋଷାର୍ଥକ ମେଷ ଆଣିବ।
22
ଆଉ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଦୋଷାର୍ଥକ ମେଷ ଦ୍ୱାରା ସେ ଯେଉଁ ପାପଗୁଡ଼ିକ କରିଅଛି, ସେହି ପାପଗୁଡ଼ିକ ସକାଶେ ସେ ପ୍ରାୟଶ୍ଚିତ କରିବ ଓ ସେହି ପାପଗୁଡ଼ିକ କ୍ଷମା ହେବ।
23
“ଭବିଷ୍ୟତରେ ତୁମ୍ଭେମାନେ ତୁମ୍ଭମାନଙ୍କର ଦେଶରେ ପ୍ରବେଶ କରିବ। ତୁମ୍ଭେମାନେ ଭୋଜନାର୍ଥେ ସେତେବେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭେମାନେ ତିନି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ୟବହାର କରିବ ନାହିଁ। କାରଣ ତାହା ଅଶୁଚି।
24
ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାରରୂପେ ପବିତ୍ର ହେବ।
25
ତା’ପରେ ପଞ୍ଚମ ବର୍ଷରେ ତୁମ୍ଭେମାନେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
26
“ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ। “ଆଉ ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।
27
“ତୁମ୍ଭେମାନେ ନିଜ ନିଜ ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ।
28
ପୁଣି ତୁମ୍ଭେମାନେ ମୃତ ଲୋକ ପାଇଁ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦେହରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
29
“ତୁମ୍ଭେ ନିଜର କନ୍ୟାକୁ ବେଶ୍ୟା କରି ଅପବିତ୍ର କରିବ ନାହିଁ। ତାହାହେଲେ ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ପାପରେ ପରିପୂର୍ଣ୍ଣ ହେବ।
30
“ତୁମ୍ଭେମାନେ ଆମ୍ଭ ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ। ଆମ୍ଭେ ସଦାପ୍ରଭୁ ଅଟୁ।
31
“ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ। ସେମାନଙ୍କ ନିକଟକୁ ଗଲେ, ସେମାନଙ୍କର ଦ୍ୱାରା ଅପବିତ୍ର ହେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
32
“ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ।
33
“ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ।
34
ତୁମ୍ଭେମାନେ ସ୍ୱଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କରିବ। ତୁମ୍ଭେ ସେମାନଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବ। କାରଣ ମିଶର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
35
“ତୁମ୍ଭେମାନେ ବିଗ୍ଭର କଲାବେଳେ କିମ୍ବା ମାପ କି ତୌଲ କଲାବେଳେ ଅଧର୍ମ କରିବ ନାହିଁ।
36
ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହେବ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
37
“ଏଣୁ ତୁମ୍ଭେମାନେ ମୋର ସମସ୍ତ ବ୍ୟବସ୍ଥା ଓ ସମସ୍ତ ବିଧି ମାନ୍ୟକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।”
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27