bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 21
Leviticus 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 22 →
1
ଯାଜକମାନଙ୍କ ପାଇଁ ବିଧି ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ୟୁବ୍ୟକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ।
2
କେବଳ ନିଜର ନିକଟ ଜ୍ଞାତି ଅର୍ଥାତ୍ ନିଜର ପିତା, ମାତା, ପୁତ୍ର, କନ୍ୟା ଓ ଭ୍ରାତା ନିମନ୍ତେ ସେ ଅଶୁଚି ହେବ।
3
ପୁଣି ନିଜର ଅବିବାହିତା ଭଗିନୀର ମୃତ୍ୟୁ ହେଲେ ସେ ତା’ ପାଇଁ ଅଶୁଚି ହେବ।
4
ମାତ୍ର ସେ ଯାଜକ ନିଜର କ୍ରୀତଦାସର ମୃତ୍ୟୁରେ ନିଜକୁ ଅଶୁଚି କରିବ ନାହିଁ।
5
“ଆଉ ଯାଜକଗଣ ସେମାନଙ୍କର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢ଼ିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବେ ନାହିଁ।
6
ସେମାନେ ନିଶ୍ଚୟ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ପବିତ୍ର ହେବେ। ସେମାନେ ସେମାନଙ୍କର ପରମେଶ୍ୱରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସେମାନେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ୱରଙ୍କ ଖାଦ୍ୟ ସେମାନେ ଦିଅନ୍ତି। ତେଣୁ ସେମାନେ ନିଶ୍ଚୟ ପବିତ୍ର ହେବା ଉଚିତ୍।
7
“ଜଣେ ଯାଜକ ତା’ର ପରମେଶ୍ୱରଙ୍କର ପବିତ୍ର ସେବକ। ତେଣୁ ସେ କୌଣସି ବେଶ୍ୟାକୁ, କଳିଙ୍କିନୀକୁ କିମ୍ବା ସ୍ୱାମୀ ପରିତ୍ୟକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ।
8
ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବେଚନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।
9
“ଆଉ କୌଣସି ଯାଜକର କନ୍ୟା ବ୍ୟଭିଗ୍ଭରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ୟ ଅପବିତ୍ର କରେ। ତେଣୁ ସେ ଅଗ୍ନିରେ ଦଗ୍ଧ ହେବ।
10
“ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାଯାଜକ ହୋଇଅଛି, ଯାହାର ମସ୍ତକରେ ଅଭିଷେକାର୍ଥକ ତୈଳ ଢଳା ଯାଇଅଛି, ଆଉ ଯିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀରେ ନିଯୁକ୍ତ ହୋଇଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ।
11
ସେ ଗୃହ ଭିତରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ୟ ଯିବ ନାହିଁ।
12
ଆଉ ଜଣେ ମହାଯାଜକ ପରମେଶ୍ୱରଙ୍କ ପବିତ୍ର ସ୍ଥାନରୁ ବାହାରିବ ନାହିଁ। କିମ୍ବା ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ। କାରଣ ପରମେଶ୍ୱରଙ୍କ ଅଭିଷେକାର୍ଥକ ତୈଳ ତାହା ମସ୍ତକରେ ଢଳାଯାଇ ତାଙ୍କୁ ମହାଯାଜକ ପଦରେ ଅଭିଷିକ୍ତ କରାଯାଇଛି। ଆମ୍ଭେ ସଦାପ୍ରଭୁ ଅଟୁ।
13
“ମହାଯାଜକ କେବଳ ଜଣେ ଅନୁଢ଼ାକୁ ବା କୁମାରୀକୁ ବିବାହ କରିବ।
14
ସେ ବିଧବା, ପରିତ୍ୟକ୍ତା, କଳଙ୍କିନୀ କିମ୍ବା ବେଶ୍ୟାକୁ ବିବାହ କରିବା ଉଚିତ୍ ନୁହେଁ। ସେ ଆପଣା ଲୋକମାନଙ୍କ ମଧ୍ୟରୁ କେବଳ ଏକ କୁଆଁରୀ କନ୍ୟାକୁ ବିବାହ କରିବା ଉଚିତ୍।
15
ଆଉ ସେ ନିଜ ଲୋକମାନଙ୍କ ମଧ୍ୟରେ ନିଜ ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।”
16
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
17
“ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧ୍ୟରେ ଯାହାର ଶରୀରରେ ଖୁଣ ଥାଏ, ସେ ପରମେଶ୍ୱରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ଯିବ ନାହିଁ।
18
ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହେବ ନାହିଁ। ବିଶେଷ କରି ଅନ୍ଧଲୋକ, କି ଛୋଟା, କି ବିକୃତ ନାସିକା, କି ଅଧିକାଙ୍ଗ।
19
କି ଭଗ୍ନପଦ, କି ଭଗ୍ନହସ୍ତ,
20
କି କୁଜା, କି ବାମନ, କି ଖୁଣ ଥିବା ଚକ୍ଷୁ, କି ଯାଦୁରୋଗୀ, କି କାଛୁରୋଗୀ, କି ଭଗ୍ନକୋଷ।
21
“ହାରୋଣ ଯାଜକର ବଂଶଧର ମଧ୍ୟରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ବେଦି ନିକଟକୁ ଯାଇପାରିବ ନାହିଁ। ଆଉ ତା’ର ଖୁଣ ଥିବାରୁ ସେ ଯଜ୍ଞବେଦି ନିକଟକୁ ଶସ୍ୟ ଭକ୍ଷ୍ୟ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।
22
ସେ ଆପଣା ପରମେଶ୍ୱରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।
23
ମାତ୍ର ବିଚ୍ଛେଦବସ୍ତ୍ରର ଭିତରକୁ ଯିବ ନାହିଁ କିମ୍ବା ଯଜ୍ଞବେଦି ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି, ସେ ଆମ୍ଭର ପବିତ୍ର ସ୍ଥାନ ସକଳ ଅପବିତ୍ର କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ସେହି ସମସ୍ତ ପବିତ୍ର କରୁ।”
24
ଏହିପରି ମୋଶା ହାରୋଣଙ୍କୁ, ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ ଏହିସବୁ କହିଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27