bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 27
Leviticus 27
Odia Bible ERV 2004 (ପବିତ୍ର ବାଇବଲ)
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
1
ଶପଥମାନ ଗୁରୁତ୍ୱପୂର୍ଣ୍ଣ ଅଟେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ୟକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ୟରେ ମାନସିକ କରେ, ତେବେ ତା’ର ମୂଲ୍ୟ ଯାଜକ ଦ୍ୱାରା ନିରୂପିତ ହେବ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ୱରଙ୍କର ହେବ। ଯଦି ଲୋକମାନେ ସେହି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାନ୍ତି ତେବେ ସେମାନେ ନିରୂପିତ ମୂଲ୍ୟ ଦେଇ ଫେରାଇ ଆଣିବେ।
3
କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଗ୍ଭଶ୍ ଶେକଲ ରୂପା ହେବ।
4
ଆଉ କୋଡ଼ିଏରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀଲୋକର ନିରୂପିତ ମୂଲ୍ୟ ତିରିଶ୍ ଶେକଲ ରୂପା ହେବ।
5
ଆଉ ପଞ୍ଚମ ବର୍ଷରୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ କୋଡ଼ିଏ ଶେକଲ ରୂପା ଓ ସ୍ତ୍ରୀ ପାଇଁ ଦଶ ଶେକଲ ରୂପା ହେବ।
6
ପୁଣି ଏକ ମାସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ତିନି ଶେକଲ ରୂପା ହେବ।
7
ପୁଣି ଷାଠିଏ ବର୍ଷରୁ ଅଧିକ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ ପନ୍ଦର ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ।
8
“ଯଦି ଲୋକଟି ଅତି ଦରିଦ୍ର ଓ ନିରୂପିତ ମୂଲ୍ୟ ଦେଇ ପାରିବ ନାହିଁ, ତେବେ ତାକୁ ଯାଜକ ନିକଟକୁ ଅଣାଯିବ, ଯାଜକ ତାହାର ମୂଲ୍ୟ ନିରୂପିଣ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।
9
ସଦାପ୍ରଭୁଙ୍କ ପ୍ରତି ଉପହାର “କେତେକ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯାଇ ପାରିବ, ସେହି ପଶୁଗୁଡ଼ିକ ମଧ୍ୟରୁ ଯଦି କେହି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସେହି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହୋଇଥିବ।
10
କାରଣ ସେହି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ୟକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତେବେ ସେ ତା’ ବଦଳରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳରେ ମନ୍ଦ ପଶୁ କି ମନ୍ଦ ବଦଳରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତେବେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହେବେ।
11
“କେତେକ ପ୍ରାଣୀ ଅଛନ୍ତି ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରାଯାଇ ପାରିବ ନାହିଁ। ସେପରି ଅଶୁଚି ପଶୁ ହୋଇଥିଲେ ଯାଜକ ସମ୍ମୁଖକୁ ଅଣାଯିବ।
12
ପୁଣି ସେହି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ହେବ।
13
ଯଦି ସେ ଲୋକ କୌଣସି ମତେ ତାକୁ ଫେରାଇ ନେବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ହେବ।
14
ଏକ ଗୃହର ମୂଲ୍ୟ ନିରୂପଣ “ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତେବେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ।
15
ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ଅଧିକ ଦେବ, ତା’ପରେ ସେ ଗୃହ ତା’ର ହେବ।
16
ଭୂସମ୍ପତ୍ତିର ମୂଲ୍ୟ ନିରୂପଣ “ଆଉ ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ତେବେ ତାହାର ମୂଲ୍ୟ ନିରୂପଣ ତାହାର ବପନୀୟ ବିହନ ଅନୁସାରେ ହେବ; ଏକ ହୋମର-ପରିମିତ ଯବ-ବିହନର ମୂଲ୍ୟ ପଗ୍ଭଶ୍ ଶେକଲ ରୂପା ହେବ।
17
ଯଦି ଜଣେ ମନୁଷ୍ୟ ମହୋଲ୍ଲାସ-ଉତ୍ସବ ବର୍ଷରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ।
18
ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟା ଅନୁସାରେ ତା’ ସହିତ ମୂଲ୍ୟର ଗଣନା କରିବ। ପୁଣି ତଦନୁସାରେ ତା’ର ନିରୂପିତ ମୂଲ୍ୟରୁ ଊଣା କରାଯିବ।
19
ଯଦି ସେହି ବ୍ୟକ୍ତି ତା’ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତେବେ ସେ କ୍ଷେତ୍ରମୂଲ୍ୟ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ୟ ଯୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହେବ।
20
ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସେହି କ୍ଷେତ୍ରଟି ଯାଜକମାନଙ୍କର ହେବ। ଯଦି ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରାଯାଇଛି, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ।
21
ମାତ୍ର ସେହି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶେଷ ଉପହାର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ ଓ ତହିଁରେ ଯାଜକର ଅଧିକାର ହେବ।
22
“ଯଦି କେହି ଆପଣା ସମ୍ପତ୍ତି ନୁହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ,
23
ତେବେ ଯାଜକ ତା’ର ନିରୂପିତ ମୂଲ୍ୟ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସେହି ଦିନ ତା’ର ନିରୂପିତ ମୂଲ୍ୟ ଦେବ। ସେହି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ୟ ହେବ।
24
ମହୋଲ୍ଲାସ-ଉତ୍ସବ ବର୍ଷରେ ସେହି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫେରିଯିବ।
25
“ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ, କୋଡ଼ିଏ ଗେରାରେ ଏକ ଶେକଲ ହୁଏ।
26
ପ୍ରାଣୀମାନଙ୍କର ମୂଲ୍ୟ ନିରୂପଣ “ପଶୁମାନଙ୍କ ମଧ୍ୟରୁ ଗୋରୁ ହେଉ କି ମେଷ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ।
27
ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ ଓ ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। ସେ ଯଦି ମୁକ୍ତ କରି ନ ପାରେ ତେବେ ଯାଜକ ତାହା ନିରୂପିତ ମୂଲ୍ୟରେ ବିକ୍ରୀ କରିବ।
28
ସ୍ୱତନ୍ତ୍ର ଉପହାର “ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶେଷ ଉପହାର ଉତ୍ସର୍ଗ କରେ, ଏହା ବ୍ୟକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହୋଇପାରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହେବ ନାହିଁ। ପ୍ରତ୍ୟେକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ।
29
“ମନୁଷ୍ୟ ମଧ୍ୟରେ ଯେ ବର୍ଜିତ ହେବ, ସେ କେବେ ମୁକ୍ତ ହୋଇ ପାରିବ ନାହିଁ, ସେ ନିଶ୍ଚିନ୍ତ ହତ ହେବ।
30
“ଭୂମିର ଶସ୍ୟ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
31
ଯଦି କେହି ସେ ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
32
“ପୁଣି ଗୋମେଷାଦି ପଲରୁ ଦଶମାଂଶ ଯାଜକ ନେବ। ପ୍ରତି ଦଶ ଗୋଟିରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
33
ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ୟ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତେବେ ଉଭୟ ପଶୁ ପବିତ୍ର ହେବେ ଓ ତାହା ମୁକ୍ତ କରାଯିବ ନାହିଁ।”
34
ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ ସନ୍ତାନଗଣଙ୍କ ଉଦ୍ଦେଶ୍ୟରେ ମୋଶାଙ୍କୁ ପ୍ରଦାନ କରିଥିଲେ।
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27