bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 13
Leviticus 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 14 →
1
ଚର୍ମରୋଗ ସମ୍ବନ୍ଧୀୟ ନିୟମ ପୁଣି ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
2
“ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା’ର ଶରୀରରେ ଚର୍ମ ରୋଗଜନିତ ଘା’ ହୁଏ, ତେବେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ୟରୁ କୌଣସି ଯାଜକ ନିକଟକୁ ଅଣାଯିବା ଉଚିତ୍।
3
ତହୁଁ ଯାଜକ ତା’ର ଶରୀରର ଚର୍ମ ଉପରିସ୍ଥ ଘା’ ଦେଖିବ, ଆଉ ଯେବେ ଘା’ର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯେବେ ତା’ ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତେବେ ତାହା କୁଷ୍ଠରୋଗର ଘା’ ଅଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅଶୁଚି ବୋଲି ପ୍ରକାଶ କରିବ।
4
“ସମୟେ ସମୟେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦେଖାଯାଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନ ଥାଏ, ତେବେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ।
5
ସପ୍ତମ ଦିନରେ ଯାଜକ ସେହି ଚିହ୍ନକୁ ଦେଖିବ। ଯଦି ସେହି ଘା’ ବଦଳି ନ ଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଆହୁରି ସାତ ଦିନ ଅନ୍ୟମାନଙ୍କଠାରୁ ପୃଥକ କରି ରଖିବ।
6
ପୁଣି ସାତ ଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା’ ମଳିନ ହୋଇଯାଇଥାଏ ଘା’ ଚର୍ମରେ ଆଉ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହେବା ଉଚିତ୍।
7
“ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦେଖାଇଲା ପରେ ଯେବେ ତା’ର ଘା’ ଚର୍ମ ଉପରେ ବ୍ୟାପେ, ତେବେ ସେ ପୁନର୍ବାର ଯାଜକକୁ ଦେଖାଇବ।
8
ଯାଜକ ଯଦି ଦେଖିବ ସେହି କ୍ଷତି ଚର୍ମରେ ବ୍ୟାପିଲା, ତେବେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠରୋଗ।
9
“କୌଣସି ଲୋକଠାରେ କୁଷ୍ଠରୋଗର କ୍ଷତ ହେଲେ ତାକୁ ଯାଜକ ନିକଟକୁ ଅଣାଯିବ।
10
ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମରେ ଶ୍ୱେତବର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚାମାଂସ ବୃଦ୍ଧି ପାଉଥାଏ।
11
ତେବେ ତାହା ଶରୀରର ଚର୍ମରେ କୁଷ୍ଠରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ କରିବ ନାହିଁ, କାରଣ ସେ ଅଶୁଚି।
12
“ସମୟେ ସମୟେ କୁଷ୍ଠରୋଗ ଲୋକର ସମଗ୍ର ଶରୀରକୁ ବ୍ୟାପି ଥାଏ। ସେହି କୁଷ୍ଠରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତେବେଳେ ଯାଜକ ସେହି ଲୋକର ସମସ୍ତ ଶରୀର ଦେଖିବ।
13
ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠରୋଗରେ ଆଚ୍ଛନ୍ନ ହୋଇଛି, ତେବେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ।
14
ଯଦି ତା’ର ଶରୀରରେ କଞ୍ଚାମାଂସ ପ୍ରକାଶ ପାଏ, ତେବେ ସେ ଅଶୁଚି ହେବ।
15
ଯେତେବେଳେ ଯାଜକ କଞ୍ଚାମାଂସ ଦେଖିବ, ସେ ଅଶୁଚି ବୋଲି ପ୍ରକାଶ କରିବ। କଞ୍ଚାମାଂସ ଅଶୁଚି ଓ ଏହା କୁଷ୍ଠରୋଗ।
16
“ଯଦି ସେହି କଞ୍ଚାମାଂସ ବଦଳି ଶ୍ୱେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଆସିବ।
17
ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସେହି ଘା’ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି।
18
“ଜଣେ ବ୍ୟକ୍ତିର ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ପରେ,
19
ଯଦି ସେହି ବଥ ସ୍ଥାନରେ ଶ୍ୱେତବର୍ଣ୍ଣ ଫୁଲା କିମ୍ବା ରକ୍ତ ଶ୍ୱେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ସେ ତାହା ଯାଜକକୁ ଦେଖାଇବ।
20
ଯାଜକ ଦେଖିବ ଯଦି ତାହାର ସେହି ଘା’ ଚର୍ମର ନୀଚ୍ଚସ୍ଥ ହୋଇଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କୁଷ୍ଠରୋଗର ଘା’।
21
ମାତ୍ର ଯଦି ଯାଜକ ଦେଖିବ, ସେଥିରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ ତେବେ ଯାଜକ ତାହାକୁ ସାତ ଦିନ ପୃଥକ କରି ରଖିବ।
22
ଆଉ ଯଦି ତାହା ଚର୍ମରେ ବ୍ୟାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗ ଘା’।
23
ମାତ୍ର ଯଦି ସେହି ଚିକ୍କଣ ଚିହ୍ନ ସ୍ୱସ୍ଥାନରେ ଥାଇ ଆଉ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
24
“ଯଦି ଚର୍ମ ଉପରେ ପୋଡ଼ାର ଗୋଟିଏ ଘା’ ଥାଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତ ଶ୍ୱେତବର୍ଣ୍ଣ କିମ୍ବା ଶ୍ୱେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ଯାଜକ ତାହା ଦେଖିବ। ଯଦି ଉଜ୍ଜ୍ୱଳ ଚିହ୍ନରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହୋଇଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠରୋଗ ଅଟେ।
26
ମାତ୍ର ଯଦି ଯାଜକ ଦେଖିବ, ସେହି ଚିକ୍କଣ ଚିହ୍ନରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାକୁ ସାତ ଦିନ ପୃଥକ କରି ରଖିବ।
27
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମରେ ବ୍ୟାପି ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗର ଘା’।
28
ଯଦି ଉଜ୍ଜ୍ୱଳ ଚିହ୍ନ ସେହି ଗୋଟିଏ ସ୍ଥାନରେ ରହି ବୃଦ୍ଧି ନ ପାଏ ଓ ମଳିନ ହୋଇଥାଏ, ତେବେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେହେତୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।
29
“ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା’ ହେଲେ ଯାଜକ ସେହି ଘା’ ଦେଖିବ।
30
ଯାଜକ ସେହି ଘା’ ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦେଖାଯାଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ।
31
ପୁଣି ଯାଜକ ଯଦି ଦେଖିବ ସେହି ଘା’ ଚର୍ମର ନୀଚସ୍ଥ ହୋଇ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଲୋକକୁ ସାତ ଦିନ ପୃଥକ ରଖିବ।
32
ସପ୍ତମ ଦିନରେ ଯାଜକ ସେହି ଲୋକର ଘା’ ଦେଖିବ। ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହୋଇ ନ ଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ,
33
ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା ହେବ ନାହିଁ ଓ ଯାଜକ ସେହି ଛଉଥିବା ଲୋକକୁ ଆଉ ସାତ ଦିନ ପୃଥକ କରି ରଖିବ।
34
ପୁଣି ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ। ଯଦି ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ।
35
ମାତ୍ର ଶୁଚି ହେଲା ପରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ।
36
ତେବେ ଯାଜକ ସେହି ଲୋକକୁ ପୁନର୍ବାର ଦେଖିବ। ଯଦି ସେହି ଛଉ ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ୱେଷଣ କରିବ ନାହିଁ। ସେହି ଲୋକ ଅଶୁଚି।
37
ଯଦି ଯାଜକ ଦୃଷ୍ଟିରେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉ ଆରୋଗ୍ୟ ହୋଇଅଛି, ସେ ଶୁଚି ହୋଇଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
38
“ଯଦି କୌଣସି ବ୍ୟକ୍ତିର ଚର୍ମରେ ଧଳା ଛଉ ହୋଇଥାଏ।
39
ତେବେ ଯାଜକ ସେହି ଛଉ ଦେଖିବ, ଯଦି ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ୱେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ଯାଦୁ ରୋଗ ବୋଲି ବିବେଚିତ ହେବ ଓ ସେହି ଲୋକ ଶୁଚି।
40
“ଯଦି କୌଣସି ଲୋକର ମୁଣ୍ଡରୁ ବାଳ ଉପୁଡ଼ି ଯାଏ ତେବେ ସେ ଚନ୍ଦା, ମାତ୍ର ସେ ଶୁଚି ଅଟେ।
41
ଆଉ ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା କପାଳ, ସେ ମଧ୍ୟ ଶୁଚି।
42
ଯଦି ଚନ୍ଦା ମୁଣ୍ଡରେ କିମ୍ବା ଚନ୍ଦା କପାଳରେ ରକ୍ତ ଶ୍ୱେତବର୍ଣ୍ଣ ଘା’ ହୁଏ, ତେବେ ତାହା ଚନ୍ଦା କପାଳରେ ବା ମୁଣ୍ଡରେ ଉତ୍ପନ୍ନ ଚର୍ମ ରୋଗ।
43
ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ୱେତବର୍ଣ୍ଣ ଘା’ର ଫୁଲା ଦେଖାଯାଏ,
44
ତେବେ ସେ କୁଷ୍ଠରୋଗରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା’ ହୋଇଛି।
45
“ପୁଣି ଯେଉଁ ଲୋକ କୁଷ୍ଠରୋଗୀ, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ। ପୁଣି “ଅଶୁଚି, ଅଶୁଚି” ବୋଲି ଚିତ୍କାର କରିବ।
46
ତାହାଠାରେ ଯେତେ ଦିନଯାଏ ଘା’ ରହିବ, ସେତେ ଦିନଯାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣିର ବାହାରେ ତାହାର ବାସସ୍ଥାନ ରହିବ।
47
“ଆଉ ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ, ତାହା ତନ୍ତରେ ବୁଣା ହେଉ କିମ୍ବା ହାତରେ ବୁଣା ହେଉ କିମ୍ବା ତାହା ଚର୍ମରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ହେଉ।
49
ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ ବୁଣା କିମ୍ବା ଶିଲାଇ କପାଡ଼ା କିମ୍ବା କୌଣସି ଚର୍ମ ଜିନିଷରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତେବେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦେଖାଇ ଦିଆଯିବ।
50
ଯାଜକ ସେହି ଦାଗ ଦେଖିବ ଓ ସେହି ଦାଗଥିବା ଦ୍ରବ୍ୟକୁ ସାତ ଦିନ ପୃଥକ ରଖିବ।
51
ସେ ସପ୍ତମ ଦିନରେ ସେହି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ରରେ କି ବୁଣା କିମ୍ବା ଉଲ୍ରେ ଶିଲାଇ କପଡ଼ା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସି ଚର୍ମ ଜିନିଷରେ ସେହି ଦାଗ ଯଦି ବଢ଼ିଥାଏ ତେବେ ତାହା କ୍ଷୟ କୁଷ୍ଠ ଓ ସେହି ବସ୍ତ୍ର ଅଶୁଚି ଅଟେ। ତେଣୁ ସେହି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡ଼ାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାଯିବ। କାରଣ ତାହା କ୍ଷୟ କୁଷ୍ଠ, ସେହି ବସ୍ତ୍ର କିମ୍ବା ଚର୍ମ ଅଗ୍ନିରେ ଦଗ୍ଧ ହେବା ଉଚିତ୍।
53
“ଯାଜକ ଦେଖିବ ଯଦି ସେହି ଦାଗ ବଢ଼ି ନାହିଁ, ତେବେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡ଼ାର ଜିନିଷ ହେଉ ତାହା ପାଣିରେ ଧୌତ କରାଯିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆଯିବା ଉଚିତ୍।
54
ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟକୁ ଧୋଇବାକୁ ଆଜ୍ଞା ଦେବ। ପୁଣି ସାତ ଦିନ ତାକୁ ପୃଥକ କରି ରଖିବ।
55
ଆଉ ତାହା ଧୂଆ ହେଲା ପରେ ଯାଜକ ଦେଖିବ, ଯଦି ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚୟ ଅଗ୍ନିରେ ଦଗ୍ଧ କରିବ।
56
“ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ।
57
ତଥାପି ଯଦି ସେହି ବସ୍ତ୍ରରେ କି ଚର୍ମରେ, ସେହି ଦାଗ ଥାଏ ଓ ତାହା ବଢ଼େ, ତାକୁ ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ।
58
ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ୟକୁ ଧୋଇଲା ପରେ ସେହି ଦାଗ ଗ୍ଭଲିଯାଏ, ତେବେ ତାହା ଦ୍ୱିତୀୟ ଥର ଧୂଆଯିବ ଓ ତହିଁରେ ତାହା ଶୁଚି ହେବ।”
59
ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ୟ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହା ଅଟେ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27