bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 15
Leviticus 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 16 →
1
ଦେହରେ ପ୍ରମେହ ରୋଗର ବିଧି ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ମଧ୍ୟ କହିଲେ,
2
“ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହେବା ଉଚିତ୍।
3
କ୍ଷରଣ ଗ୍ଭଲିଥାଉ କିମ୍ବା ବନ୍ଦ ହୋଇଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।
4
“ପ୍ରମେହ ରୋଗୀ ଯେଉଁ ଶଯ୍ୟାରେ ଶୟନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁସବୁ ପଦାର୍ଥ ଉପରେ ବସିବ ତାହା ମଧ୍ୟ ଅଶୁଚି ହେବ।
5
ଯଦି କୌଣସି ବ୍ୟକ୍ତି ସେହି ବ୍ୟକ୍ତିର ବିଛଣାକୁ ଛୁଏଁ, ତେବେ ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
6
ଆଉ ଯେକୌଣସି ବସ୍ତୁ ଉପରେ ସେହି କ୍ଷରଣକାରୀ ବସିଥାଏ, ଯଦି ସେହି ବସ୍ତୁ ଉପରେ ଯେକେହି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ମଧ୍ୟ ଅଶୁଚି ରହିବ।
7
ଆଉ ଯଦି କେହି କ୍ଷରଣକାରୀଙ୍କୁ ଛୁଇଁବ ତେବେ ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
8
“କ୍ଷରଣକାରୀ ବ୍ୟକ୍ତି ଯଦି ଶୁଚି ଲୋକ ଉପରେ ଛେପ ପକାଏ ତେବେ ସେ ବ୍ୟକ୍ତି ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
9
କ୍ଷରଣକାରୀ ଯେଉଁ ଘୋଡ଼ାର ସାଜ ଉପରେ ବସେ ସେ ମଧ୍ୟ ଅଶୁଚି ହେବ।
10
ଆଉ ଯଦି କେହି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେକେହି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
11
“ପୁଣି କ୍ଷରଣକାରୀ ନିଜର ହାତ ଜଳରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତେବେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
12
“ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତେବେ ସେହି ପାତ୍ରକୁ ଭାଙ୍ଗି ଦିଆଯିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତେବେ ତାହା ଜଳରେ ଧୁଆଯିବା ଉଚିତ୍।
13
“କ୍ଷରଣକାରୀ ଯେତେବେଳେ ନିଜ କ୍ଷରଣ ସକାଶେ ଶୁଚି ହୁଏ, ସେତେବେଳେ ସେ ଶୌଚକ୍ରିୟା ନିମନ୍ତେ ସାତ ଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସ୍ରୋତ ଜଳରେ ସ୍ନାନ କରିବ। ତେବେ ସେ ଶୁଚି ହେବ।
14
ଅଷ୍ଟମ ଦିନରେ ସେହି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକକୁ ଅର୍ପଣ କରିବ।
15
ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଆଉ ସେହି ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ ହେବ। କାରଣ ତାଙ୍କର କ୍ଷରଣ ପାଇଁ।
16
“ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ସମସ୍ତ ଶରୀରକୁ ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
17
ଯଦି କୌଣସି ବସ୍ତ୍ରରେ କିମ୍ବା ଚର୍ମରେ ବୀର୍ଯ୍ୟପାତ ହୁଏ, ସେଗୁଡ଼ିକୁ ଜଳରେ ଧୌତ କରାଯିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ତାହା ଅଶୁଚି ରହିବ।
18
ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶୟନ କରେ ଓ ତା’ର କାର୍ଯ୍ୟ ସ୍ଖଳନ ଘଟେ, ତେବେ ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।
19
“ଆଉ ଯଦି କୌଣସି ସ୍ତ୍ରୀର ରଜସ୍ୱଳା ହୁଏ ଓ ତା’ର ଦେହରୁ ରକ୍ତ କ୍ଷରିତ ହୁଏ, ତେବେ ସେ ସାତ ଦିନ ପର୍ଯ୍ୟନ୍ତ ଅଶୌଚ ରହିବ। ଯେକେହି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
20
ଆଉ ସେହି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ୟ ଅଶୁଚି ହେବ।
21
ଯଦି କୌଣସି ବ୍ୟକ୍ତି ତା’ର ଶଯ୍ୟା ଛୁଇଁବ ସେ ତା’ର ବସ୍ତ୍ର ଧୋଇବ ଓ ସେ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
22
ପୁଣି ଯେକେହି ତା’ର ବସିବା ଆସନରେ ବସିବ, ସେ ତା’ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ମଧ୍ୟ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
23
ଆଉ ତା’ର ଶଯ୍ୟା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
24
“ଯଦି ରଜସ୍ୱାଳା ସମୟରେ କୌଣସି ପୁରୁଷ ସେହି ସ୍ତ୍ରୀଲୋକ ସହିତ ଦୈହିକ ସମ୍ପର୍କ ରଖେ, ସେ ମଧ୍ୟ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ ତାହା ଅଶୁଚି ହେବ।
25
“ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡ଼ା ଯଦି କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲା ପରେ ଯଦି ରକ୍ତସ୍ରାବ ହୁଏ, ତେବେ ରକ୍ତସ୍ରାବ ହେଉଥିବ ପର୍ଯ୍ୟନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ।
26
ଯଦି ସେହି ରକ୍ତସ୍ରାବ ଗ୍ଭଲିଥିବା ସମୟରେ ସେ କୌଣସି ଶଯ୍ୟାରେ ଶୟନ କରେ, ତେବେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା’ ମଧ୍ୟ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।
27
ପୁଣି ଯେକେହି ସେହିସବୁ ଜିନିଷ ଛୁଇଁବ, ସେ ଅଶୁଚି ହେବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
28
ପୁଣି ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତ ଦିନ ଅପେକ୍ଷା କରିବ। ତା’ପରେ ସେ ଶୁଚି ହେବ।
29
ତା’ପରେ ଅଷ୍ଟମ ଦିନରେ ସେହି ସ୍ତ୍ରୀଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ଯାଜକକୁ ଅର୍ପଣ କରିବ।
30
ତା’ପରେ ସେ ଯାଜକ ସେଥିମଧ୍ୟରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସ୍ତ୍ରୀଲୋକଙ୍କୁ ପ୍ରାୟଶ୍ଚିତ କରାଇବ।
31
“ଏଣୁ ତୁମ୍ଭେ ଇସ୍ରାଏଲ ସନ୍ତନଗଣଙ୍କୁ ଅଶୁଚି ବିଷୟରେ ସତର୍କ କରିଦେବ। ଯଦି ତୁମ୍ଭେ ସେମାନଙ୍କୁ ବିଧି ବିଷୟରେ ନ ଜଣାଇବ, ତେବେ ସେମାନେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦେବେ। ଏଥିପାଇଁ ସେମାନେ ମୃତ୍ୟୁବରଣ କରିବେ।”
32
ଧାତୁ ସ୍ରାବ ଓ ବିର୍ଯ୍ୟ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହା ଦ୍ୱାରା ଅଶୁଚି ହୁଏ।
33
ପୁଣି ଏହିସବୁ ବିଧି ରଜସ୍ୱାଳା ନାରୀ, ବିର୍ଯ୍ୟ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ୱଳା ନାରୀ ସହିତ ଶୟନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହେବ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27