bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 11
Jeremiah 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 12 →
1
ନିୟମ ଲଙ୍ଘନ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା। ତାହା ହେଉଛି ଏହି,
2
“ହେ ଯିରିମିୟ, ତୁମ୍ଭେ ଏହି ନିୟମର ବାକ୍ୟ ଶୁଣ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଏହା ଜଣାଅ।
3
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯେଉଁ ବ୍ୟକ୍ତି ଏହି ନିୟମ ପାଳନ ନ କରିବ ତାହା ପ୍ରତି ମନ୍ଦ ଘଟିବ।
4
ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତେବେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା।’ ସେତିକି ବେଳେ ସେମାନଙ୍କୁ ବାହାର କରି ଆଣି ଏହି ଆଦେଶ ଦେଇଥିଲୁ, ‘ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ କର। ତାହାହେଲେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା।’
5
“ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁଗ୍ଧମଧୁର ଉର୍ବର ଦେଶ ଦେବା ଓ ତାହା ତୁମ୍ଭେମାନେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେକେହି ଏହି ନିୟମ ପାଳନ ନ କରିବ ସେ ଶାପଗ୍ରସ୍ତ ହେବ।” ମୁଁ ଯିରିମିୟ ଉତ୍ତରରେ କହିଲି, “ହେ ସଦାପ୍ରଭୁ ଆମେନ୍।”
6
ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୁଶାଲମର ସବୁ ପଥରେ ଏହିସବୁ ପ୍ରଗ୍ଭର କର, ‘ତୁମ୍ଭେମାନେ ଏହି ନିୟମର ବିଧିସବୁ ଶୁଣ ଓ ସେଗୁଡ଼ିକ ପାଳନ କର।
7
ମୁଁ ଯେଉଁ ଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସେବେଠାରୁ ମୁଁ ବାରମ୍ବାର ସେମାନଙ୍କୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ।
8
ମାତ୍ର ସେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରତ୍ୟେକ ନିଜ ନିଜ ଦୁଷ୍ଟ ଅନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସେମାନଙ୍କ ଉପରେ ତାହା ବର୍ତ୍ତାଇଲୁ। ତଥାପି ସେମାନେ ପାଳନ କଲେ ନାହିଁ।’”
9
ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯିହୁଦାର ଲୋକମାନେ ଓ ଯିରୁଶାଲମ ଅଧିବାସୀଗଣ ଗୁପ୍ତ ମନ୍ତ୍ରଣା କରୁଥିବାର ଆମ୍ଭେ ଜାଣୁଅଛୁ।
10
ସେମାନଙ୍କର ପୂର୍ବପୁରୁଷମାନଙ୍କ ପରି ସେମାନେ ଅଧର୍ମ ଆଚରଣ କରିଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଆମ୍ଭର ବାକ୍ୟ ଅଗ୍ରାହ୍ୟ କଲେ ଓ ଅନ୍ୟ ଦେବଗଣଙ୍କୁ ସେବା କଲେ। ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସେମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।”
11
ଏଣୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା। ସେମାନେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସେମାନେ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ୟ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
12
ଯିହୁଦାର ଲୋକମାନେ ଓ ଯିରୁଶାଲମର ନିବାସୀମାନେ ସେମାନଙ୍କ ପାଖରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସେମାନେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସେହି ବିପଦ ସମୟରେ ସେମାନଙ୍କର ସେହି ମୂର୍ତ୍ତିମାନେ ସେମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ।
13
“ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ୟା ସେଠାରେ ଅଧିବାସୀମାନଙ୍କ ସହିତ ସମାନ। ଯିରୁଶାଲମର ରାଜପଥଗୁଡ଼ିକର ସଂଖ୍ୟା ପରି, ତୁମ୍ଭେମାନେ ବହୁତ ବେଦି ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।
14
“ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସେମାନେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ୱରରେ ସାହାଯ୍ୟ ଭିକ୍ଷା କରିବେ। ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।
15
“ଆମ୍ଭ ଗୃହରେ ଆମ୍ଭ ପ୍ରିୟ ଯିହୁଦାର କି କାର୍ଯ୍ୟ? କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ୟଭିଗ୍ଭର କରିଅଛି। ହେ ଯିହୁଦା, ତୁମ୍ଭେ କ’ଣ ଭାବିଛ ତୁମ୍ଭର ସ୍ୱତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ୱଂସରୁ ରକ୍ଷା କରିବ? ତୁମ୍ଭେ କ’ଣ ଚିନ୍ତା କରିଛ ହୋମବଳି ଦ୍ୱାରା ତୁମ୍ଭ ମନ୍ଦକର୍ମର ଶାସ୍ତିରୁ ଉଦ୍ଧାର ପାଇବ?”
16
ସଦାପ୍ରଭୁ ତୁମ୍ଭକୁ ଥରେ ସମ୍ବୋଧନ କରିଥିଲେ, “ସୁନ୍ଦର ଫଳରେ ପୂର୍ଣ୍ଣ ହରିତପୂର୍ଣ୍ଣ ଜୀତବୃକ୍ଷ” ବୋଲି। ମାତ୍ର ତାହା ଲୋକାରଣ୍ୟର ମହାଶବ୍ଦ ପରି ସେ ତହିଁ ଉପରେ ଅଗ୍ନି ଜଳାଇବେ ଓ ତାହାର ଶାଖାସବୁ ଜଳି ଯିବ।
17
ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପରେ ମହାବିପଦ ଆସିବ। କାରଣ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସେମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜଲାଇ ଆମ୍ଭକୁ ବିରକ୍ତ କରିବା ସକାଶେ ନିଜେ ନିଜେ ତାହା ସବୁ କରିଛନ୍ତି।”
18
ଯିରିମିୟଙ୍କ ବିରୁଦ୍ଧରେ ମନ୍ଦ ଯୋଜନା ସଦାପ୍ରଭୁ ମୋତେ ଜଣାଇଲେ ଯେ ଅନାଥୋତର ଲୋକମାନେ ମୋ’ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେ ସେମାନଙ୍କର କ୍ରିୟା ମୋତେ ସେ ସମୟରେ ଦେଖାଇଲେ।
19
ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।”
20
କିନ୍ତୁ ହେ ସଦାପ୍ରଭୁ, “ତୁମ୍ଭେ ଜଣେ ପ୍ରକୃତ ବିଗ୍ଭରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ମୋତେ ଦେଖାଅ। କାରଣ ମୋର ଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ୱାସ କରିବି।”
21
ଅନାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ସେହି ଲୋକମାନେ ଯିରିମିୟଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର ନାହିଁ, କଲେ ଆମ୍ଭେମାନେ ତୁମ୍ଭକୁ ହତ୍ୟା କରିବୁ।” ତେଣୁ ସଦାପ୍ରଭୁ ସେମାନଙ୍କ ବିଷୟରେ ଏକ ସିଦ୍ଧାନ୍ତ ନେଲେ।
22
ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ଖୁବ୍ ଶୀଘ୍ର ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ସେମାନଙ୍କର ଯୁବାଗଣ ଖଡ଼୍ଗରେ ନିହିତ ହେବେ ଓ ସେମାନଙ୍କର ପୁତ୍ରକନ୍ୟାଗଣ ଦୁର୍ଭିକ୍ଷରେ ମରିବେ।
23
ଅନାଥୋତ୍ରେ ଅବଶିଷ୍ଟ କେହି ରହିବେ ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଶାସ୍ତି ବିଧାନ କରିବା ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା।”
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52