bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 7
Jeremiah 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 8 →
1
Jeremiah’s Temple Sermon ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
2
ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରଦେଶରେ ଠିଆ ହୋଇ ସେଠାରେ ଏହିକଥା ପ୍ରଗ୍ଭର କରି କୁହ। “‘ହେ ଯିହୁଦାର ଲୋକମାନେ, ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଆସୁଛ। ତୁମ୍ଭେମାନେ ସେତେବେଳେ ସଦାପ୍ରଭୁଙ୍କର ଏହି ବାକ୍ୟ ଶୁଣ।
3
ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ‘ତୁମ୍ଭେମାନେ ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ଯ୍ୟ କର। ତାହାହେଲେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ ବାସ କରାଇବା।
4
ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, “ସଦାପ୍ରଭୁଙ୍କ ନାମରେ ମିଥ୍ୟା କହୁଥିବା ଲୋକମାନଙ୍କୁ ବିଶ୍ୱାସ କର ନାହିଁ।”
5
ତୁମ୍ଭେମାନେ ଯଦି ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ଯ୍ୟ କର ତାହାହେଲେ ମୁଁ ତୁମ୍ଭମାନଙ୍କୁ ଏହି ସ୍ଥାନରେ ବାସ କରାଇବି। ଯଦି ତୁମ୍ଭେମାନେ ଆପଣା ପଡ଼ୋଶୀମାନଙ୍କ ପ୍ରତି ଉତ୍ତମ ହୋଇ ପାରିବ।
6
ତୁମ୍ଭେମାନେ ଯଦି ବିଦେଶୀ, ଅନାଥ ଓ ବିଧବା ପ୍ରତି ଉଚିତ୍ ବ୍ୟବହାର କରିବ, ଯଦି ତୁମ୍ଭେମାନେ ଏ ସ୍ଥାନରେ ନିର୍ଦ୍ଦୋଷମାନଙ୍କୁ ହତ୍ୟା ନ କରିବ, ଯଦି ତୁମ୍ଭେମାନେ ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବତାମାନଙ୍କୁ ଅନୁସରଣ ନ କର,
7
ତେବେ ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭ ଦତ୍ତ ଦେଶ ଅନନ୍ତକାଳ ପର୍ଯ୍ୟନ୍ତ ଉପଭୋଗ କରିବାକୁ ଦେବା।
8
“‘ମାତ୍ର ତୁମ୍ଭେମାନେ ମିଥ୍ୟା କଥାରେ ବିଶ୍ୱାସ କରୁଅଛ ଯାହାକି ମୂଲ୍ୟହୀନ।
9
ତୁମ୍ଭେମାନେ କ’ଣ ଗ୍ଭେରି, ନରହତ୍ୟା, ବ୍ୟଭିଗ୍ଭର, ମିଥ୍ୟାଶପଥ, ବାଲ୍ଦେବ ଉଦ୍ଦେଶ୍ୟରେ ଧୂପଦାନ ଓ ତୁମ୍ଭେମାନେ ଜାଣି ନ ଥିବା ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରିବ?
10
ତୁମ୍ଭେମାନେ ଯଦି ଏହିସବୁ ଦୁଷ୍କର୍ମ କର, ତେବେ ତୁମ୍ଭେମାନେ କ’ଣ ଆମ୍ଭ ନାମରେ ଖ୍ୟାତ ଏହି ଗୃହ ମଧ୍ୟକୁ ଆସି ଆମ୍ଭ ସମ୍ମୁଖରେ କହିପାରିବ, “ଆମ୍ଭେମାନେ ଉଦ୍ଧାର ପାଇଲୁଁ?” ଏତେସବୁ ଘୃଣ୍ୟ କର୍ମ କଲାପରେ ମଧ୍ୟ ଏହା କହିପାରିବ?
11
ଆମ୍ଭ ନାମରେ ପ୍ରସିଦ୍ଧିଲାଭ କରିଥିବା ଏହି ମନ୍ଦିର ତୁମ୍ଭମାନଙ୍କ ଦୃଷ୍ଟିରେ କ’ଣ ଗ୍ଭେରମାନଙ୍କର ଗହ୍ୱର ହୋଇଅଛି?”’ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ନିଶ୍ଚୟ ଜାଣିବ ଯେ ଯାହାସବୁ ହେଉଛି ଆମ୍ଭେ ମଧ୍ୟ ଦେଖୁଅଛୁ।
12
“‘ହେ ଯିହୁଦାର ଲୋକମାନେ, ତୁମ୍ଭେ ଆମ୍ଭ ନାମରେ ଖ୍ୟାତ ଶୀଲୋସ୍ଥିତ ଗୃହକୁ ଯାଅ। ସେଠାରେ ଦେଖ ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ଯୋଗୁଁ ଆମ୍ଭେ ସେମାନଙ୍କ ପ୍ରତି କ’ଣ କରୁଅଛୁ।”
13
ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡାକିଲି, କିନ୍ତୁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ।
14
ତେଣୁ ଆମ୍ଭ ନାମରେ ଖ୍ୟାତ ଯିରୁଶାଲମର ମନ୍ଦିରକୁ ଧ୍ୱଂସ କରିବା, ଯେପରି ଶୀଲୋପ୍ରତି ଆମ୍ଭେ କରିଥିଲୁ। ଆଉ ତୁମ୍ଭେମାନେ ଯେଉଁ ଗୃହପ୍ରତି ବିଶ୍ୱାସ ରଖିଛ, ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ସେହି ଗୃହକୁ ଆମ୍ଭେ ଉଚ୍ଛିନ୍ନ କରିବା।
15
ଯେପରି ଇଫ୍ରୟିମରୁ ତୁମ୍ଭମାନଙ୍କର ଭାଇମାନଙ୍କୁ ତଡ଼ି ନେଇଥିଲୁ, ସେହିପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂରେଇ ଦେବା।’
16
“ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। ସେମାନଙ୍କ ପାଇଁ କାତର ପ୍ରାର୍ଥନା ଉତ୍ସର୍ଗ କର ନାହିଁ। ସେମାନଙ୍କ ସାହାଯ୍ୟ ପାଇଁ ଆମ୍ଭକୁ ନିବେଦନ କର ନାହିଁ, କାରଣ ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିବା ନାହିଁ।
17
ସେମାନେ ଯିହୁଦାର ନଗର ଓ ଯିରୁଶାଲମର ସଡ଼କ ସବୁରେ ଯାହା କରୁଛନ୍ତି ତାହା କ’ଣ ତୁମ୍ଭେ ଦେଖୁ ନାହଁ?
18
ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସେମାନଙ୍କର ପିତାମାନେ ଅଗ୍ନି ସଂଯୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦେବତା ଉଦ୍ଦେଶ୍ୟରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରନ୍ତି। ସେମାନେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।”
19
ସଦାପ୍ରଭୁ କହନ୍ତି, “ଏହିସବୁ କରିବା ଦ୍ୱାରା ସେମାନେ କ’ଣ ମୋତେ ବିରକ୍ତ କରନ୍ତି? ସେମାନେ ନିଜେ ଲଜ୍ଜିତ ହୋଇ ନାହାନ୍ତି କି?”
20
ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏକ ସ୍ଥାନ ଉପରେ, ମନୁଷ୍ୟ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପରେ ଆମ୍ଭର କୋପ ଓ କ୍ରୋଧ ଢଳାଯିବ। ତାହା ଅଗ୍ନି ସଦୃଶ ସବୁ ଦଗ୍ଧ କରିବ, ତାକୁ କେହି ଲିଭାଇ ପାରିବେ ନାହିଁ।”
21
ସଦାପ୍ରଭୁ ଉତ୍ସର୍ଗ ଅପେକ୍ଷା ମାନ୍ୟତାକୁ ଅଧିକ ଇଚ୍ଛା କରନ୍ତି ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ତୁମ୍ଭେମାନେ ଯାଅ, ତୁମ୍ଭ ଉତ୍ସର୍ଗୀକୃତ ନୈବେଦ୍ୟରେ ହୋମବଳି ଯୋଗ କର ଏବଂ ମାଂସ ଭକ୍ଷ୍ୟଣ କର।
22
ଯେଉଁ ଦିନ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭେ ମିଶରରୁ ବାହାର କରି ଆଣିଲୁ, ସେଦିନ ଆମ୍ଭେ ହୋମ କିଅବା ବଳିଦାନ ବିଷୟରେ ସେମାନଙ୍କୁ କିଛି କହି ନ ଥିଲୁ କିଅବା ଆଜ୍ଞା ଦେଇ ନ ଥିଲୁ।
23
କେବଳ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, ‘ତୁମ୍ଭେମାନେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭେମାନେ ସେହି ପଥରେ ଗ୍ଭଲିଲେ ତୁମ୍ଭମାନଙ୍କର ମଙ୍ଗଳ ହେବ।’
24
“ମାତ୍ର ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଆମ୍ଭ କଥା ଶୁଣିଲେ ନାହିଁ। ସେମାନେ ସେଥିପ୍ରତି ଧ୍ୟାନ ଦେଲେ ନାହିଁ। ସେମାନେ ଅବାଧ୍ୟ ହୋଇ ନିଜ ନିଜ ମନ୍ତ୍ରଣାରେ ଗ୍ଭଳିତ ହେଲେ। ସେମାନେ ନିଜର ଦୁଷ୍ଟ ଅନ୍ତଃକରଣ ଯୋଗୁଁ ପଶ୍ଚାତ୍ବର୍ତ୍ତୀ ହେଲେ, ଅଗ୍ରଗାମୀ ହେଲେ ନାହିଁ।
25
ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବା ନିମନ୍ତେ ଦିନେ ଛଡ଼ା ଦିନେ ଉଠି ତୁମ୍ଭମାନଙ୍କ ପାଖକୁ ସେମାନଙ୍କୁ ପାଇଅଛୁ।
26
ମାତ୍ର ସେମାନେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସେମାନେ ଅବାଧ୍ୟ ହୋଇ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଗ୍ଭରୀ ହେଲେ।
27
“ହେ ଯିରିମିୟ, ତୁମ୍ଭେ ଏହିକଥା ସେମାନଙ୍କୁ କହିବ। ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ। ତୁମ୍ଭେ ସେମାନଙ୍କୁ ଆହ୍ୱାନ କରିବ, ମାତ୍ର ସେମାନେ ତୁମ୍ଭକୁ ଉତ୍ତର କରିବେ ନାହିଁ।
28
ତେଣୁ ତୁମ୍ଭେ ସେମାନଙ୍କୁ କହିବ, ‘ସେମାନେ ହେଉଛନ୍ତି ଏକ ଗୋଷ୍ଠୀ ଯେଉଁମାନେ କି ସଦାପ୍ରଭୁ, ଆପଣା ପରମେଶ୍ୱରଙ୍କ କଥାପ୍ରତି ଅବଧାନ କରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ଶିକ୍ଷା ଗ୍ରହଣ କରନ୍ତି ନାହିଁ। ବିଶ୍ୱସନୀୟତା ଉଭେଇ ଯାଇଛି। ଏହା ସେମାନଙ୍କ ମୁଖରୁ ଅଦୃଶ୍ୟ ହୋଇ ଯାଇଛି।’
29
ହତ୍ୟା ଉପତ୍ୟକା “ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କ୍ରୋଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଛନ୍ତି।
30
ଏହା କର କାରଣ ଯିହୁଦାର ସନ୍ତାନଗଣ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା କଲେ। ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ‘ଅଶୁଚି’ କରିବା ନିମନ୍ତେ ସେମାନଙ୍କର ଘୃଣାଯୋଗ୍ୟ ବସ୍ତ୍ର ତହିଁ ମଧ୍ୟରେ ରଖିଛନ୍ତି।
31
ସେମାନେ ନିଜ ନିଜର ପୁତ୍ରକନ୍ୟାମାନଙ୍କୁ ଅଗ୍ନିରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକାରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କେବେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନରେ ସେ ଭାବ କେବେ ଉଦୟ ହୋଇ ନାହିଁ।”
32
ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏପରି ଏକ ସମୟ ଆସୁଛି ଯେତେବେଳେ ତାହା ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ। କାରଣ ଲୋକମାନେ ଆଉ ସ୍ଥାନ ନ ପାଇ ତୋଫତ୍ରେ କବର ଦେବେ।
33
ସେତେବେଳେ ମୃତବ୍ୟକ୍ତିଙ୍କ ଶବଗୁଡ଼ିକ ଆକାଶର ପକ୍ଷୀମାନଙ୍କର ଓ ଭୂଚର ପଶୁମାନଙ୍କର ଖାଦ୍ୟ ହେବ। ସେମାନଙ୍କୁ ତଡ଼ିବାକୁ କେହି ଜୀବିତ ରହିବେ ନାହିଁ।
34
ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ଯିରୁଶାଲମର ସଡ଼କମାନଙ୍କରେ ସୁଖ ଓ ଆନନ୍ଦଧ୍ୱନି ଦୂର କରିବା। ବର କନ୍ୟାମାନଙ୍କର ଆମୋଦ ଧ୍ୱନି ଆଉ ଯିରୁଶାଲମରେ ଶୁଣାଯିବ ନାହିଁ। କାରଣ ସମଗ୍ର ଦେଶ ଧ୍ୱଂସ ସ୍ତୁପରେ ପରିଣତ ହେବ।”
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52