bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 32
Jeremiah 32
Odia Bible ERV 2004 (ପବିତ୍ର ବାଇବଲ)
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 33 →
1
ଯିରିମିୟଙ୍କର ଏକ କ୍ଷେତ୍ର କ୍ରୟ ଯିହୁଦାର ରାଜା ସିଦିକିୟର ଦଶମ ବର୍ଷରେ ଅର୍ଥାତ୍ ନବୂଖଦ୍ନିତ୍ସରର ଶାସନର ଅଷ୍ଟାଦଶ ବର୍ଷରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
2
ସେତେବେଳେ ବାବିଲ ରାଜାର ସୈନ୍ୟଗଣ ଯିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ୟଦ୍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।
3
ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖଦ୍ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା।
4
ଆଉ ଯିହୁଦାର ରାଜା ସିଦିକିୟ କଲ୍ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜାର ହସ୍ତରେ ସମର୍ପିତ ହେବ ଓ ସାମ୍ନା ସାମ୍ନି ହୋଇ ତାହା ସହିତ କଥା କହିବ ଓ ସ୍ୱଚକ୍ଷୁରେ ସେ ତାହା ଦେଖିବ।
5
ପୁଣି ସେ ସିଦିକିୟକୁ ବାବିଲକୁ ଘେନିଯିବ। ଆମ୍ଭେ ଯେପର୍ଯ୍ୟନ୍ତ ତାକୁ ଶାସ୍ତି ନ ଦେଇଛୁ ସେ ପର୍ଯ୍ୟନ୍ତ ସେ ସେଠାରେ ରହିବ।’ ଆଉ ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ କଲ୍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”
6
ଯିରିମିୟ ବନ୍ଦୀ ଥିଲା ବେଳେ, “ସଦାପ୍ରଭୁଙ୍କର ଏହି ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:
7
‘ହେ ଯିରିମିୟ, ତୁମ୍ଭ ପିତୃବ୍ୟ ଶଲ୍ଲୂମର ପୁତ୍ର ହନନେଲ ତୁମ୍ଭ ନିକଟକୁ ଆସି ଏହି କଥା କହିବ, “ଅନାଥୋତ୍ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ନିଜ ପାଇଁ କ୍ରୟ କର। କାରଣ ତୁମ୍ଭେ ମୋର ଅତି ନିକଟ ସମ୍ପର୍କୀୟ ଓ ତୁମ୍ଭର କ୍ରୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି।”’
8
“ତତ୍ପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ମୋର ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋ’ ନିକଟକୁ ଆସି କହିଲା, ‘ମୁଁ ଅନୁରୋଧ କରୁଛି, ଅନାଥୋତ୍ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର, ଯାହା ବିନ୍ୟାମୀନଙ୍କର ଗୋଷ୍ଠୀୟରେ ଅଛି। କାରଣ ତାହାକୁ କ୍ରୟ କରିବାର ଅଧିକାର କେବଳ ତୁମ୍ଭର ଅଛି।’” “ତେଣୁ ଏହା ସଦାପ୍ରଭୁଙ୍କର ବାର୍ତ୍ତା ଥିଲା ବୋଲି ମୁଁ ଜାଣିଲି।”
9
ଆଉ ମୋର ପିତୃବ୍ୟ ପୁଅ ହନନେଲଠାରୁ ଅନାଥୋତସ୍ଥିତ ସେହି କ୍ଷେତ୍ର କ୍ରୟ କଲି ଓ ତାହାର ମୂଲ୍ୟ ସ୍ୱରୂପ ସତର ଶେକଲ ରୂପା ତୌଲି ତାହାକୁ ଦେଲି।
10
ଆଉ ମୁଁ କ୍ରୟ ପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକିତିରେ ରୂପା ତୌଲି ତାହାକୁ ଦେଲି।
11
ତା’ପରେ ମୁଁ ଏହାର ଦୁଇଟି ନକଲ କଲି, ସେଥିରୁ ଗୋଟିଏରେ ସର୍ତ୍ତ ଓ ଚୁକ୍ତି ଲେଖାଯାଇଥିବାଟି ମୁଦି ଦିଆଗଲା ଏବଂ ଅନ୍ୟଟି ଖୋଲା ଥିଲା।
12
ପୁଣି ମୋ’ ପିତୃବ୍ୟର ପୁତ୍ର ହନନେଲର ସାକ୍ଷାତରେ, କ୍ରୟପତ୍ରର ସ୍ୱାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତରେ ମୁଁ ସେହି କ୍ରୟପତ୍ର ମହସେୟର ପୌତ୍ର ନେରିୟର ପୁତ୍ର ବାରୂକର ହସ୍ତରେ ସମର୍ପଣ କଲି।
13
ଆଉ ସମସ୍ତଙ୍କ ସାକ୍ଷାତରେ ମୁଁ ବାରୂକକୁ ଏହି ଆଜ୍ଞା କଲି।
14
“ସୈନ୍ୟାଧିପତି ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭେ ଏହି ଦୁଇଖଣ୍ଡ କ୍ରୟ ଦଲିଲ୍ ନିଅ, ଗୋଟିଏ ମୁଦି ଦିଆଯାଇଥିବା ଓ ଅନ୍ୟଟି ଖୋଲା ଓ ତାହା ଯେପରି ଦୀର୍ଘକାଳ ରହିବ ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।’
15
ଆଉ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଭବିଷ୍ୟତରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରିବେ।’”
16
ନେରିୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ପରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।
17
“ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ୟ କିଛି ନାହିଁ।
18
ତୁମ୍ଭେ ସହସ୍ର ସହସ୍ର ଲୋକମାନଙ୍କ ପ୍ରତି ଦୟା ପ୍ରକାଶ କରୁଅଛ। ପୁଣି ପିତୃଗଣଙ୍କ ଅପରାଧର ପ୍ରତିଫଳ ସେମାନଙ୍କ ପିଲାମାନଙ୍କ ଉପରେ ଦେଉଅଛ। ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ।
19
ତୁମ୍ଭର ମନ୍ତ୍ରଣା ଓ କ୍ରିୟା ମହାନ। ତୁମ୍ଭେ ପ୍ରତ୍ୟେକଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କର। ତୁମ୍ଭେ କ୍ରିୟାନୁସାରେ ସମୁଚିତ ଫଳ ସେମାନଙ୍କୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ୟକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ୟକ୍ତି ଦଣ୍ଡିତ ହୁଏ।
20
ହେ ସଦାପ୍ରଭୁ, ତୁମ୍ଭେ ମିଶରରେ ନାନା ଅଦ୍ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରିଅଛ। ଆଜି ପର୍ଯ୍ୟନ୍ତ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକମାନଙ୍କ ମଧ୍ୟରେ ସେହି ଅଦ୍ଭୂତ ଲକ୍ଷଣ ଦେଖାଉଛ। ପୁଣି ଏହିସବୁ କାର୍ଯ୍ୟ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହୋଇଅଛ।
21
ତୁମ୍ଭେ ସେହି ଅଲୌକିକ ଶକ୍ତି, ଅଦ୍ଭୂତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।
22
“ହେ ସଦାପ୍ରଭୁ, ତୁମ୍ଭେ ଯେଉଁ ଦୁଗ୍ଧମଧୁପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ।
23
ପୁଣି ଇସ୍ରାଏଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସେମାନେ ତୁମ୍ଭ କଥା ପ୍ରତି ଧ୍ୟାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ୟବସ୍ଥା ପଥରେ ଗ୍ଭଲିଲେ ନାହିଁ। ତୁମ୍ଭେ ସେମାନଙ୍କୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଲ।
24
“ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ଖଡ଼୍ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କଲ୍ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।
25
“ପୁଣି ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ନିଜେ ମୋତେ କହିଲ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ।’ ମାତ୍ର ଯେତେବେଳେ ଏହି ଭୂମି କଲ୍ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି, ମୁଁ କାହିଁକି ମୋର ଅର୍ଥ ନଷ୍ଟ କରିବି?”
26
ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
27
“ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟରେ ପରମେଶ୍ୱର, ଆମ୍ଭର ଅସାଧ୍ୟ ହୋଇ କିଛି ନାହିଁ।”
28
ପୁଣି ସଦାପ୍ରଭୁ ଏହା ମଧ୍ୟ କହିଲେ, “ଦେଖ, ଆମ୍ଭେ କଲ୍ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ।
29
ଆଉ କଲ୍ଦୀୟମାନେ ଏହି ନଗର ବିରୁଦ୍ଧରେ ସେମାନଙ୍କର ଆକ୍ରମଣ ଆରମ୍ଭ କରିଦେଇଛନ୍ତି, ସେମାନେ ଖୁବଶୀଘ୍ର ଏହି ନଗରରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ବାଲ୍ଦେବ ପାଇଁ ନୈବେଦ୍ୟ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କ୍ରୋଧିତ କରିବା ପାଇଁ ଅନ୍ୟ ଦେବତାମାନଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କଲ, ସେମାନେ ସେହିସବୁ ଗୃହଗୁଡ଼ିକୁ ଦଗ୍ଧ କରିବେ।
30
ପୁଣି ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ ତାହା ସେମାନଙ୍କ ବାଲ୍ୟକାଳରୁ କରି ଆସୁଛନ୍ତି। ଇସ୍ରାଏଲ ସନ୍ତାନଗଣ ନିଜ ହସ୍ତକୃତ ପ୍ରତିମା ପୂଜା କରି କେବଳ ଆମ୍ଭକୁ ବିରକ୍ତ କରିଛନ୍ତି।” ଏହା ସଦାପ୍ରଭୁ କହନ୍ତି।
31
“ଆଉ ସେମାନେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ଆମ୍ଭର କ୍ରୋଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂରେଇ ଦେବା।
32
ଆମ୍ଭେ ଯିରୁଶାଲମକୁ ଧ୍ୱଂସ କରିବା, କାରଣ ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ୟଦ୍ବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି।
33
“ସେମାନେ ଆମ୍ଭ ପ୍ରତି ବିମୁଖ ହୋଇ ଆମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଆମ୍ଭେ ସେମାନଙ୍କୁ ବାରମ୍ବାର ଶିକ୍ଷା ଦେଲେ ହେଁ ସେମାନେ ତାହା ଶୁଣି ନାହାନ୍ତି।
34
ପୁଣି ସେମାନେ ଆମ୍ଭ ମନ୍ଦିରରେ ସେମାନଙ୍କ ହସ୍ତଦ୍ୱାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ ‘କଳୁଷିତ’ କରିବା ପାଇଁ।
35
“ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସେମାନେ ମୋଲକର ଉଦ୍ଦେଶ୍ୟରେ ଆପଣା ପୁତ୍ରକନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ୟକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦେଇ ନାହୁଁ କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସେମାନେ ଏହା କରିଛନ୍ତି।
36
“ତୁମ୍ଭେମାନେ କହୁଅଛ ଯେ, ‘ବାବିଲର ରାଜା ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରୟୋଗ କରି ଏହି ରାଜ୍ୟ ଅଧିକାର କରିବ।’ ମାତ୍ର ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି।
37
‘ଆଉ ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପରେ ଯେଉଁସବୁ ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିଦେଇଥିଲୁ, ସେହି ସହସ୍ର ଦେଶରୁ ପୁନର୍ବାର ସେମାନଙ୍କୁ ସଂଗ୍ରହ କରିବା। ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସେମାନଙ୍କୁ ଶାନ୍ତି ଏବଂ ନିରାପଦରେ ଏହି ସ୍ଥାନରେ ବାସ କରାଇବା।
38
ପୁଣି ଇସ୍ରାଏଲ ଓ ଯିହୁଦାର ଲୋକମାନେ ଆମ୍ଭର ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
39
ଆଉ ସେମାନେ ଓ ସେମାନଙ୍କର ସନ୍ତାନମାନେ ସେମାନଙ୍କ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା।
40
“‘ପୁଣି ସେମାନଙ୍କର ମଙ୍ଗଳ ପାଇଁ ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା। ସେମାନେ ଯେପରି ଆମ୍ଭଠାରୁ ଦୂରେଇ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତରରେ ସ୍ଥାପନ କରିବା।
41
ଆମ୍ଭେ ସେମାନଙ୍କର ମଙ୍ଗଳ ସାଧନ କରି ଖୁସୀ ହେବା। ଆଉ ମଧ୍ୟ ଆମ୍ଭେ ଆପଣା ଆପଣା ମନପ୍ରାଣ ଦେଇ ସେମାନଙ୍କୁ ସ୍ଥାପିତ କରିବା।’”
42
ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସେମାନଙ୍କ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସେହିପରି ଭାବରେ ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ।
43
ପୁଣି ତୁମ୍ଭେମାନେ କହୁଅଛ, ‘ଏହା ମନୁଷ୍ୟ ଓ ପଶୁତୁଲ୍ୟ ଧ୍ୱଂସ ସ୍ଥାନ ହୋଇଅଛି ଓ କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି।’ ମାତ୍ର ଭବିଷ୍ୟତରେ ଲୋକମାନେ ଏଠାରେ କ୍ଷେତ୍ର କ୍ରୟ କରିବେ।
44
ଲୋକମାନେ ବିନ୍ୟାମୀନ ପ୍ରଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗର ସମୂହରେ, ପାର୍ବତୀୟ, ପ୍ରଦେଶସ୍ଥ ନାନା ନଗରରେ, ନିମ୍ନ ଭୂମିସ୍ଥ ନଗରମାନଙ୍କରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ୟଦେଇ କ୍ଷେତ୍ର କ୍ରୟ କରିବେ ଓ ଦଲିଲ୍ ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ମୁକ୍ତ କରିବା।”
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 33 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52