bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 25
Jeremiah 25
Odia Bible ERV 2004 (ପବିତ୍ର ବାଇବଲ)
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 26 →
1
ଯିରିମିୟଙ୍କ ପ୍ରଗ୍ଭରର ସାରାଂଶ ବାବିଲର ରାଜା ନବୂଖଦ୍ନିତ୍ସରର ଅଧିକାରର ପ୍ରଥମ ବର୍ଷରେ ଓ ଯୋଶିୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍ର ଅଧିକାରର ଚତୁର୍ଥ ବର୍ଷରେ, ଯିହୁଦାର ସମଗ୍ର ଲୋକ ବିଷୟରେ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା।
2
ଭବିଷ୍ୟଦ୍ବକ୍ତା ଯିରିମିୟ ଯିହୁଦାର ସମସ୍ତ ଲୋକ ଓ ସମସ୍ତ ଯିରୁଶାଲମ ନିବାସୀ ନିକଟରେ ସେହି ବାକ୍ୟ ପ୍ରଗ୍ଭର କରି କହିଲେ,
3
“ଆମୋନର ପୁତ୍ର ଯିହୁଦାର ରାଜା ଯୋଶିୟର ଅଧିକାରର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ୍ ବର୍ଷକାଳ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହୋଇଅଛି। ଆଉ ମୁଁ ପ୍ରତ୍ୟୁଷରୁ ଉଠି ତାହା ତୁମ୍ଭମାନଙ୍କୁ କହିଅଛି ମାତ୍ର ତୁମ୍ଭେମାନେ ତାହା ଶୁଣି ନାହଁ।
4
ପୁଣି ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ବାରମ୍ବାର ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି। ମାତ୍ର ତୁମ୍ଭେମାନେ ତାହା ଶୁଣି ନାହଁ, କିଅବା ସେ କଥାପ୍ରତି କର୍ଣ୍ଣପାତ କରି ନାହଁ।
5
ସେହି ଭବିଷ୍ୟଦ୍ବକ୍ତାଗଣ କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଦୁଷ୍ଟ ଆଚରଣରୁ ଫେର। ତାହାହେଲେ ସଦାପ୍ରଭୁ ପୁରାତନ କାଳରୁ ଚିରଦିନ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତାହା ମଧ୍ୟରେ ତୁମ୍ଭେମାନେ ବାସ କରିବ।
6
ଆଉ ଅନ୍ୟ ଦେବଗଣର ପଶ୍ଚାତ୍ଧାବନ କର ନାହିଁ କିଅବା ସେମାନଙ୍କୁ ସେବା ଓ ପ୍ରଣାମ କର ନାହିଁ। ପୁଣି ଆପଣା ହସ୍ତକୃତ ପ୍ରତିମାଗଣକୁ ପୂଜା କରି ଆମ୍ଭକୁ ବିରକ୍ତ କର ନାହିଁ। ତାହାହେଲେ ଆମ୍ଭେ ତୁମ୍ଭମାନଙ୍କର କୌଣସି ଅମଙ୍ଗଳ କରିବା ନାହିଁ।”
7
“ତୁମ୍ଭେମାନେ ଆମ୍ଭ କଥାପ୍ରତି ଧ୍ୟାନ ଦେଲ ନାହିଁ।” ତଥାପି ସଦାପ୍ରଭୁ କହନ୍ତି, “ନିଜ ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରିଅଛ। ତେଣୁ ତୁମ୍ଭମାନଙ୍କର ଅମଙ୍ଗଳ ହେବ।”
8
ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଧ୍ୟାନ ଦେଉ ନାହଁ।”
9
ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ।
10
ଆଉ ମଧ୍ୟ ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦ, ପ୍ରମୋଦ, ଧ୍ୱନି, ବରକନ୍ୟାଙ୍କର ସୁଖ ଓ ହର୍ଷ ଧ୍ୱନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।
11
ତହିଁରେ ସମଗ୍ର ଦେଶ ଏକ ଶୂନ୍ୟ ମରୁଭୂମିରେ ପରିଣତ ହେବ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ଯ୍ୟନ୍ତ ଦାସ ହୋଇ ରହିବେ।
12
ପୁଣି ସଦାପ୍ରଭୁ କହନ୍ତି, “ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସେହି ଗୋଷ୍ଠୀକି ଓ କଲ୍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହାକୁ ସଦାକାଳ ଧ୍ୱଂସସ୍ଥାନ କରିବା।
13
ଆଉ ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଆଉ ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମିୟଙ୍କ ଦ୍ୱାରା ପ୍ରଗ୍ଭରିତ ଯେଉଁ ଭବିଷ୍ୟଦ୍ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ସେହି ଦେଶପ୍ରତି ସଫଳ ହେବ।
14
ଏବଂ ସେମାନେ ବହୁଦେଶର ଓ ମହାନ ରାଜାମାନଙ୍କର କ୍ରୀତଦାସ ହେବେ। ଆଉ ଆମ୍ଭେ ସେମାନଙ୍କ କାର୍ଯ୍ୟକଳାପନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।”
15
ପୃଥିବୀର ଗୋଷ୍ଠୀମାନଙ୍କ ଉପରେ ବିଗ୍ଭର ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁ ଏହା ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସେମାନଙ୍କୁ ତାହା ପାନ କରାଅ।
16
ତାହା ପାନ କରି ସେମାନେ ବାନ୍ତିକରି ଏଣେ ତେଣେ ଟଳମଳ ହେବେ। ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ପଠାଇଥିବା ଖଡ଼୍ଗ ହେତୁ ସେମାନେ ଉନ୍ମତ୍ତ ହେବେ।”
17
ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ତାଙ୍କର କହିବାନୁସାରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି।
18
ମୁଁ ଯିହୁଦା ଓ ଯିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସେହି ପାତ୍ରରୁ ପାନ କରାଇଲି। ସେହି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶୋଚନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ଯ୍ୟନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ୟବହାର କରନ୍ତି।
19
ମୁଁ ମଧ୍ୟ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସେହି କ୍ରୋଧରୂପୀ ପାତ୍ରରୁ ପାନ କରାଇଲି।
20
ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଏବଂ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି।
21
ତା’ପରେ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ ସେହି ପାତ୍ରରୁ ପାନ କରାଇଲି।
22
ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।
23
ପୁଣି ଦଦାନ୍, ଢେମା ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସେହି ପାତ୍ରରୁ ପାନ କଲେ।
24
ପୁରି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।
25
ମୁଁ ମଧ୍ୟ ସିମ୍ରୀ, ଐଲମ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।
26
ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣକ ପରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ୟକୁ ପାନ କରାଇଲା ପରେ “ଶେଶକର” ରାଜା ଏହି ପାତ୍ରରୁ ପାନ କରିବେ।
27
“ପୁଣି ଇସ୍ରାଏଲର ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଯିରିମିୟ, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ଖଡ଼୍ଗ ପଠାଇବା, ତେଣୁ ତୁମ୍ଭେମାନେ ପତିତ ହୋଇ ଆଉ ଉଠ ନାହିଁ।’
28
“ପୁଣି ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ନିଶ୍ଚୟ ତାହା ପାନ କରିବ।
29
କାରଣ ଏହି ଯିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିଯାନ ଆରମ୍ଭ କରିଛି। ତାହା ମୋର ନାମକୁ ଧାରଣ କରିଛି। ତୁମ୍ଭେମାନେ କହିପାର ଆମ୍ଭେମାନେ ଦଣ୍ଡିତ ହେବୁ ନାହିଁ। ମାତ୍ର ତୁମ୍ଭେମାନେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପରେ ଖଡ଼୍ଗ ଚଳାଇବା।’” ଏହା ସଦାପ୍ରଭୁ କହନ୍ତି।
30
“ହେ ଯିରିମିୟ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର। ସେମାନଙ୍କୁ କୁହ, ‘ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ହୁଙ୍କାର କରିବେ। ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚିତ୍କାର ଶୁଣାଇବେ। ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପରେ ମହାରବ କରିବେ ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧରେ ସିଂହାସନ କରିବେ।
31
ସମଗ୍ର ପୃଥିବୀରେ ଏକ ଧ୍ୱନି ବ୍ୟାପିଯିବ। କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର କ୍ରୋଧ ଅଛି। ସେ ସେମାନଙ୍କର ବିଗ୍ଭର କରି ଶାସ୍ତି ଦେବେ। ପୁଣି ସେ ଦୁଷ୍ଟାଗ୍ଭରୀମାନଙ୍କୁ ଖଡ଼୍ଗରେ ସମର୍ପଣ କରିବେ।’” ଏହା ସଦାପ୍ରଭୁ କହନ୍ତି।
32
ପୁରି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ। ସମଗ୍ର ପୃଥିବୀରେ ମହା ତୋଫାନ ଉଠିବ।”
33
ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶେଷ ସୀମା ପର୍ଯ୍ୟନ୍ତ ଦେଖାଯିବ। ସେମାନଙ୍କ ପାଇଁ ବିଳାପ କରିବାକୁ କେହି ନ ଥିବେ ଓ କବର ଦେବା ପାଇଁ ମଧ୍ୟ କେହି ନ ଥିବେ। ସେମାନେ ଭୂଇଁର ଗୋବର ଖତ ହେବେ।
34
ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ହେ ମେଷଗଣର ଅଧିପତିମାନେ, ତୁମ୍ଭେମାନେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭେମାନେ ଭଗ୍ନପାତ୍ର ତୁଲ୍ୟ ବିକ୍ଷିପ୍ତ ହୋଇପଡ଼ିବ।
35
ପୁଣି ମେଷପାଳକଗଣ ପଳାୟନ କରି ଲୁଚି ପାରିବେ ନାହିଁ। ସେମାନଙ୍କର ଅଧିପତିଗଣ ରକ୍ଷା ପାଇବେ ନାହିଁ।
36
ମୁଁ ମେଷପାଳକମାନଙ୍କର ଚିତ୍କାର ଓ ମେଷପଲର ଅଧିପତିମାନଙ୍କର ସ୍ୱର ଶୁଣିଅଛି। କାରଣ ସଦାପ୍ରଭୁ ସେମାନଙ୍କର ବାସସ୍ଥାନ ଉଜାଡ଼ କରିଅଛନ୍ତି।
37
ପୁଣି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଯୋଗୁଁ ଶାନ୍ତିପୂର୍ଣ୍ଣ ଖୁଆଡ଼ସବୁ ଶୂନ୍ୟ ମରୁ ହୋଇଅଛି।
38
ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି। ତାଙ୍କର କ୍ରୋଧ ରୂପକ ଖଡ଼୍ଗ ଭୟଙ୍କର ହେବ ଓ ସେହି ପ୍ରଚଣ୍ଡ କ୍ରୋଧ ହେତୁରୁ ଦେଶ ଶୂନ୍ୟ ମରୁମୟ ସ୍ଥାନ ହେବ।
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 26 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52