bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 36
Jeremiah 36
Odia Bible ERV 2004 (ପବିତ୍ର ବାଇବଲ)
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 37 →
1
ରାଜା ଯିହୋୟାକୀମ୍ ଯିରିମିୟଙ୍କ ନଳାକାର ପୁସ୍ତକ ଦହନ କରନ୍ତି ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା। ଯଥା:
2
“ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ।
3
ମୁଁ ତାଙ୍କ ଉପରକୁ ବିପର୍ଯ୍ୟୟ ଆଣିବାର ଯୋଜନା ଶୁଣିଲା ପରେ ଏହା ଏପରି ହୋଇପାରେ, ସେମାନେ ଭୁଲ ରାସ୍ତାରୁ ଫେରି ପାରନ୍ତି ଏବଂ ତା’ପରେ ମୁଁ ସେମାନଙ୍କୁ କ୍ଷମା କରି ଦେବି।”
4
ତେଣୁ ଯିରିମିୟ ନେରିୟର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ୟ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ।
5
ତା’ପରେ ଯିରିମିୟ ବାରୂକକୁ କହିଲେ, “ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇପାରିବି ନାହିଁ, କାରଣ ମୋତେ ମନ୍ଦିରରେ ପ୍ରବେଶ କରିବାକୁ ମନା।
6
ତେଣୁ ତୁମ୍ଭେ ଯାଅ ଓ ମୋ’ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିରରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ଆଉ ମଧ୍ୟ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।
7
ସେମାନେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତରେ ନିଜ ନିଜର ବିନତି ଜଣାଇବେ ଓ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ଭୟଙ୍କର କ୍ରୋଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।”
8
ତେଣୁ ନେରିୟର ପୁତ୍ର ବାରୂକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କର କହିବାନୁସାରେ ସମସ୍ତ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ପାଠ କଲେ।
9
ଏହା ପରେ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ପଞ୍ଚମ ବର୍ଷର ନବମ ମାସରେ ଯିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ।
10
ସେତେବେଳେ ବାରୂକ ସେହି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ୟ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଗମରିୟର କୋଠରୀରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ତାହା ପାଠ କଲେ।
11
ବାରୂକ ତାହା ପାଠ କଲାବେଳେ ଶାଫନର ପୌତ୍ର ଗମରିୟର ପୁତ୍ର ମୀଖାୟ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲେ।
12
ସେତେବେଳେ ସେ ସଦାପ୍ରଭୁଙ୍କ ବାକ୍ୟ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକୁ ଗଲା, ସେତେବେଳେ ସେ ସ୍ଥାନରେ ସମସ୍ତ ଅଧିପତି, ଯଥା: ଇଲୀଶାମା ଲେଖକ, ଶମୟିୟର ପୁତ୍ର ଦଲୟିୟ, ଅକବୋରର ପୁତ୍ର ଇଲ୍ନାଥନ୍, ଶାଫନର ପୁତ୍ର ଗମରିୟ ଓ ହନାନିୟର ପୁତ୍ର ସିଦିକିୟ ଉପବିଷ୍ଟ ଥିଲେ।
13
ମୀଖାୟ ଲୋକମାନଙ୍କର କର୍ଣ୍ଣଗୋଚରରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ସେମାନଙ୍କୁ ଜଣାଇଲା।
14
ତାହାପରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶେଲିମିୟର ପୌତ୍ର, ନଥନିୟର ପୁତ୍ର ଯିହୁଦୀକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, “ତାହା ନେଇ ଏଠାକୁ ଆସ।” ତା’ପରେ ନେରିୟର ପୁତ୍ର ବାରୂକ ଚିଟାଉ ନେଇ ସେମାନଙ୍କ ନିକଟକୁ ଗଲା।
15
ତା’ପରେ ସେହି ଅଧିପତିଗଣ ବାରୂକକୁ କହିଲେ, “ଏଠାରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତେଣୁ ବାରୂକ ସେମାନଙ୍କ ସମ୍ବନ୍ଧରେ ତାହା ପାଠ କଲେ।
16
ସେତେବେଳେ ସେହି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସେମାନେ ବାରୂକକୁ କହିଲେ, “ଆମ୍ଭେମାନେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ୟ ରାଜା ଯିହୋୟାକୀମ୍ଙ୍କୁ ଜଣାଇବୁ।”
17
ପୁଣି ସେମାନେ ବାରୂକକୁ ପଗ୍ଭରିଲେ, “ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ? ତୁମ୍ଭେ କ’ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ?”
18
ବାରୂକ ଉତ୍ତର କଲେ, “ହଁ,” “ଯିରିମିୟ ଯାହାସବୁ ମୋତେ କହିଲେ, ମୁଁ କାଳି ନେଇ ଏହି ପୁସ୍ତକରେ ସେସବୁ ଲେଖିଲି।”
19
ତାହାପରେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମିୟ ଯାଇ କୁହ। ଆଉ କେଉଁଠାରେ ଅଛ ତାହା ଅନ୍ୟକୁ ଜଣାଅ ନାହିଁ।”
20
ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଇଲୀଶାମା ଲେଖକର କୋଠରୀରେ ଛାଡ଼ିଗଲେ। ସେମାନେ ରାଜା ଯିହୋୟାକୀମ୍ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତାଙ୍କୁ ଜଣାଇଲେ।
21
ଏଣୁ ରାଜା ଯିହୋୟାକୀମ୍ ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା’ପରେ ଯିହୁଦୀ ରାଜା ଓ ରାଜାଙ୍କ ଗ୍ଭରି ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ।
22
ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜଳୁଥିଲା।
23
ଅନନ୍ତର ଯିହୁଦୀ ପୁସ୍ତକରୁ ତିନିଗ୍ଭରି ପତ୍ର ପାଠ କଲାପରେ ରାଜା ଏକ କ୍ଷୁଦ୍ର ଛୁରୀରେ ତାହାକୁ କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇ ଦେଲେ। ଶେଷରେ ସେହି ପାତ୍ର ଅଗ୍ନିରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।
24
ଆଉ ମଧ୍ୟ ରାଜା ଓ ତାଙ୍କର ଦାସଗଣ ଯେତେବେଳେ ସେହି ପୁସ୍ତକର ବାକ୍ୟ ଶୁଣିଲେ, ସେମାନେ କେହି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।
25
ଆଉ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍ନାଥନ୍, ଦଲାୟ ଓ ଗମରିୟ ତାହାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ।
26
ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ୟଦ୍ବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ଯିରହମେଲ୍କୁ, ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦିୟେଲର ପୁତ୍ର ଶେଲିମିୟକୁ ଆଜ୍ଞା କଲେ। ମାତ୍ର ସେମାନେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସେମାନଙ୍କୁ ଲୁଗ୍ଭଇ ରଖିଥିଲେ।
27
ଯିରିମିୟଙ୍କ ମୁଖନିଃସୃତ ବାକ୍ୟ ରୂପକ ଯେଉଁ ପୁସ୍ତକରେ ଲେଖିଥିଲେ, ରାଜା ତାକୁ ଦଗ୍ଧ କଲାପରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:
28
“ହେ ଯିରିମିୟ, ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସେହି ପୁସ୍ତକ ଲିଖିତ ସମସ୍ତ ବାକ୍ୟ ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ।
29
ପୁଣି ଯିହୁଦାର ରାଜା ଯିହୋୟାକୀମ୍ଙ୍କୁ ତୁମ୍ଭେ ଏହା କହିବ, ‘ସଦାପ୍ରଭୁ ଏହା କହନ୍ତି, “ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ। ଏପରି କଥା ସେଥିରେ ଅଛି? ଏଥି ସକାଶେ ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।”
30
ଏଣୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରାରେ ଓ ରାତ୍ରି ବେଳା କାକରରେ ପକାଯିବ।
31
ପୁଣି ଆମ୍ଭେ ରାଜା ଯିହୋୟାକୀମ୍କୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା। ଆଉ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୁଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ଘଟାଇବା। କାରଣ ସେମାନେ ଆମ୍ଭ କଥା ଶୁଣିଲେ ନାହିଁ।”’
32
ତା’ପରେ ଯିରିମିୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରିୟର ପୁତ୍ର ବାରୂକକୁ ଦେଲେ। ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦଗ୍ଧ କରିଥିଲେ, ସେହି ନଳାକାର ପୁସ୍ତକ ଲିଖିତ ସମସ୍ତ ବାକ୍ୟ ଯିରିମିୟଙ୍କ ମୁଖରୁ ଶୁଣି ପୁଣି ସେହି ନଳାକାର ପୁସ୍ତକରେ ଲେଖିଲା। ଆଉ ମଧ୍ୟ ଅନେକ ସେହି ପ୍ରକାର କଥା ଏହି ଦ୍ୱିତୀୟ ନଳାକାର ପୁସ୍ତକରେ ଯୋଗ କରାଇଲେ।
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 37 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52