bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 4
Jeremiah 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 5 →
1
ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଯଦି ତୁମ୍ଭେ ଫେରି ଆସିବାକୁ ଇଚ୍ଛା କରୁଛ, ତେବେ ମୋ’ ନିକଟକୁ ଫେରି ଆସ। ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରୁ ଫିଙ୍ଗିଦିଅ ଓ ବିପଥଗାମୀ ହୁଅ ନାହିଁ।
2
ଯଦି ତୁମ୍ଭେ ସେହିସବୁ କରିବ, ତେବେ ତୁମ୍ଭକୁ ସଦାପ୍ରଭୁଙ୍କ ନାମରେ ଶପଥ କରି କହିବାକୁ ପଡ଼ିବ ଯେ ‘ସଦାପ୍ରଭୁ ଜୀବିତ।’ ଆଉ ତୁମ୍ଭେ ଏସବୁ ସତ୍ୟ, ନ୍ୟାୟ ଓ ଧାର୍ମିକତାରେ ସେ ସବୁ କହିବାକୁ କ୍ଷମ ହେବ। ତାହାଦ୍ୱାରା ନାନାଦେଶୀୟମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହେବେ। ସେମାନେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।”
3
କାରଣ ସଦାପ୍ରଭୁ ଯିହୁଦା ଓ ଯିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି, “ତୁମ୍ଭେମାନେ ନିଜ ପାଇଁ ପଡ଼ିଆ ଭୂମି ପ୍ରସ୍ତୁତ କର ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।
4
ହେ ଯିହୁଦା ଓ ଯିରୁଶାଲମର ନିବାସୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର। ତୁମ୍ଭମାନଙ୍କର ହୃଦୟରୁ ଆବିଳତାକୁ ଦୂର କର। ତା’ ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ ଆମ୍ଭର କ୍ରୋଧ ଅଗ୍ନିତୁଲ୍ୟ ପ୍ରଜ୍ୱଳିତ ହେବ। ଓ ସେହି କ୍ରୋଧାଗ୍ନିରେ ତୁମ୍ଭେମାନେ ଭସ୍ମୀଭୂତ ହେବ। କେହି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହେବ ନାହିଁ।”
5
ଉତ୍ତରରୁ ମହା ବିନାଶ ଆସିବ “ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ଯିରୁଶାଲମରେ ଏହିକଥା ପ୍ରଗ୍ଭର କର। ‘ସମଗ୍ର ଦେଶରେ ତୂରୀ ବଜାଅ’ ଓ ଉଚ୍ଚସ୍ୱରରେ ଚିତ୍କାର କର, ‘ତୁମ୍ଭେମାନେ ଏକତ୍ରିତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।’
6
ସିୟୋନଆଡ଼େ ଧ୍ୱଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାୟନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।”
7
ଏକ ସିଂହ ନିଜ ଗହ୍ୱରରୁ ବାହାରିଅଛି। ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ୱଂସ ହେବ, ଆଉ ସେଗୁଡ଼ିକ ଜନଶୂନ୍ୟ ହେବ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।
8
ତେଣୁ ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର। କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କ ଉପରେ ରହିଅଛି।”
9
ସେହି ଦିନ ସଦାପ୍ରଭୁ କହିଲେ, “ରାଜା ଓ ତାଙ୍କର ଅଧିପତିଗଣ ସାହସ ହରାଇବେ। ଯାଜକଗଣ ଭୟଭୀତ ହେବେ ଓ ଭବିଷ୍ୟଦ୍ବକ୍ତାମାନେ କ’ଣ କହିବାକୁ ହେବ ଜାଣି ପାରିବେ ନାହିଁ।”
10
ଏଥିରେ ମୁଁ, ଯିରିମିୟ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପ୍ରକୃତରେ ଭ୍ରାନ୍ତିରେ ପକାଇଛ। ତୁମ୍ଭେ ସେମାନଙ୍କୁ କହିଛ, ‘ତୁମ୍ଭେମାନେ ଶାନ୍ତି ପାଇବ।’ କିନ୍ତୁ ସେମାନଙ୍କ ଗଳା ପାଖରେ ଖଡ଼୍ଗ ଅଛି।”
11
ସେହି ସମୟରେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, “ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାୟୁ ଆସୁଅଛି। ତାହା ଶସ୍ୟରୁ ତୁଷ ଝାଡ଼ିବା ପାଇଁ ଧୀର ବାୟୁ ନୁହେଁ।
12
ଏହାଠାରୁ ଏକ ଶକ୍ତିଶାଳୀ ବାୟୁ ଆମ୍ଭ ପାଖକୁ ଆସୁଛି। ବର୍ତ୍ତମାନ ଯିହୁଦାର ଲୋକମାନଙ୍କ ବିରୁଦ୍ଧରେ ଆମ୍ଭେ ଆପଣା ଦଣ୍ଡ ଘୋଷଣା କରୁଅଛୁ।”
13
ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାୟୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଉତ୍କ୍ରୋଶପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହେବେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହେବ ଓ ଆମ୍ଭେମାନେ ବିନଷ୍ଟ ହେବା।
14
ହେ ଯିରୁଶାଲମ ନିବାସୀଗଣ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦୟରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦୟକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ଦିଅ ନାହିଁ।
15
ହଁ ତୁମ୍ଭେ ଯତ୍ନ ସହକାରେ ଶୁଣିବା ଉଚିତ୍, କାରଣ ଦାନରୁ ଏକ ସ୍ୱର ଶୁଣାଯିବ ଏବଂ ଇଫ୍ରୟିମ ପର୍ବତରୁ ଏକ ଦୁଃସମ୍ବାଦ ଆସୁଅଛି।
16
“ତୁମ୍ଭେମାନେ ନାନାଦେଶୀୟମାନଙ୍କୁ ଜଣାଅ, ଯିରୁଶାଲମ ବିରୁଦ୍ଧରେ ଘୋଷଣା କର। ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି। ସେମାନେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧରେ ରଣହୁଙ୍କାର ଛାଡ଼ୁଛନ୍ତି।
17
ସେମାନେ ଶସ୍ୟକ୍ଷେତ୍ର ଜଗୁଆଳି ସଦୃଶ ଯିରୁଶାଲମକୁ ଗ୍ଭରିଆଡ଼େ ଘେରି ରହିଛନ୍ତି। କାରଣ ସଦାପ୍ରଭୁ କହନ୍ତି, ସେମାନେ ଆମ୍ଭର ବିଦ୍ରୋହାଗ୍ଭରିଣୀ ହୋଇଅଛନ୍ତି।”
18
“ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟାସବୁ ତୁମ୍ଭ ପ୍ରତି ଦୁଃଖ ଘଟାଇଅଛି। ସେହି ମନ୍ଦ କ୍ରିୟା ତୁମ୍ଭର ଜୀବନକୁ ଦୁଃସହ କରିଛି। ଏହା ଅତ୍ୟନ୍ତ ତିକ୍ତ ଓ ମର୍ମଭେଦକ।”
19
ଯିରିମିୟଙ୍କ ବିଳାପ ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି।
20
ବିନାଶ ପରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧ୍ୟରେ ମୋର ତମ୍ବୁ ଓ ନିମିଷକ ମଧ୍ୟରେ ମୋହର ଯବନିକା ସବୁ ଧ୍ୱଂସ ପାଇବ।
21
ହେ ପ୍ରଭୁ, ମୁଁ କେତେକାଳ ପତାକା ଦେଖିବି ଓ ତୂରୀର ଶବ୍ଦ ଶୁଣିବି?
22
ପରମେଶ୍ୱର କହିଲେ, “ମୋର ଲୋକମାନେ ନିର୍ବୋଧ ଏବଂ ସେମାନେ ମୋତେ ଜାଣନ୍ତି ନାହିଁ। ସେମାନେ ନିର୍ବୋଧ ସନ୍ତାନ ତୁଲ୍ୟ, ସେମାନଙ୍କର ଅର୍ନ୍ତଦୃଷ୍ଟି ନାହିଁ। ସେମାନେ କୁକର୍ମ କରିବାରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସେମାନେ ଜାଣନ୍ତି ନାହିଁ।”
23
ବିନାଶ ଆସୁଛି ମୁଁ ପୃଥିବୀ ଉପରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ୟ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷେପ କରି ଦେଖିଲି ସେଠାରେ ଆଲୋକ ନ ଥିଲା।
24
ମୁଁ ପର୍ବତମାଳାକୁ ଅନାଇ ଦେଖିଲି ସେଗୁଡ଼ିକ କମ୍ପିତ ହେଉଥିଲେ ଓ ଉପପର୍ବତଗୁଡ଼ିକ ଦୋହଲୁଥିଲେ।
25
ମୁଁ ଗ୍ଭହିଁ ଦେଖିଲି କୌଣସି ମନୁଷ୍ୟ ନ ଥିଲେ ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ।
26
ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା ଓ ସମସ୍ତ ନଗର ଧ୍ୱଂସ ପାଇଲା। ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଏହି ସମସ୍ତ ଧ୍ୱଂସର କାରଣ ଥିଲା।
27
ସଦାପ୍ରଭୁ ଏହି କଥା କହନ୍ତି, “ସମଗ୍ର ଦେଶ ବନ୍ଧ୍ୟା ହେବ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶେଷ କରିବି ନାହିଁ।
28
ତେଣୁ ପୃଥିବୀବାସୀ ଶୋକ କରିବେ ଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହେବ। କାରଣ ଆମ୍ଭେ ଏହା କହିଅଛୁ ଓ ଆମ୍ଭେ ଏହା ମନରେ ସ୍ଥିର କରିଅଛୁ। ଏଥିପାଇଁ ଆମ୍ଭେ ଅନୁତାପ କରିବୁ ନାହିଁ କି ଏଥିରୁ ବିରତ ହେବୁ ନାହିଁ।”
29
ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀଙ୍କ ଶବ୍ଦରେ ସମଗ୍ର ନଗରବାସୀ ଭୟରେ ପଳାୟନ କରିବେ। କେତେକ ଗୁମ୍ଫା ମଧ୍ୟରେ ଲୁଚିବେ, କେତେକ ନିବିଡ଼ ଅରଣ୍ୟର ବୁଦା ମଧ୍ୟରେ ଲୁଚିବେ ଓ ଅନ୍ୟ କେତେକ ଶୈଳ ଉପରେ ଚଢ଼ିବେ। ଯିହୁଦାର ସମସ୍ତ ନଗର ପରିତ୍ୟକ୍ତ ହୋଇ ଜନଶୂନ୍ୟ ହେବ।
30
ଆଉ ତୁମ୍ଭେ ଯେତେବେଳେ ବିନଷ୍ଟ ହେବ ସେତେବେଳେ ତୁମ୍ଭେ କ’ଣ କରିବ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାରରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥାରେ ନିଜର ଚକ୍ଷୁରେ ଅଞ୍ଜନ ଦେଇ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ୟ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।
31
ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, “ହାୟ, ହାୟ! ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।”
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52