bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 2
Jeremiah 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 3 →
1
ଯିହୁଦା ବିଶ୍ୱସ୍ତ ନ ଥିଲା ଆଉ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:
2
“ହେ ଯିରିମିୟ, ଯାଅ, ଯିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଗ୍ଭର କରି ଏହିକଥା କୁହ, ସଦାପ୍ରଭୁ ଏହିକଥା କହିଲେ: “‘ତୁମ୍ଭେମାନେ ଯୌବନ କାଳରେ ଅତ୍ୟନ୍ତ ବିଶ୍ୱସ୍ତ ଥିଲ, ବିବାହ ସମୟରେ ପ୍ରେମ କଲ, ମୋ’ ପଛେ ପଛେ ଧାଉଁଥିଲ ଏବଂ ତୁମ୍ଭେମାନେ ମୋତେ ପ୍ରାନ୍ତରରେ ଅନୁସରଣ କଲ, ଯେଉଁ ଭୂମିରେ କିଛି ଜନ୍ମେ ନାହିଁ।
3
ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲର ଲୋକମାନେ ପବିତ୍ର। ସେମାନେ ସଦାପ୍ରଭୁଙ୍କର ପ୍ରଥମ ସଂଗୃହୀତ ଫଳ। ଯେଉଁମାନେ ସେମାନଙ୍କୁ ଗ୍ରାସ କରନ୍ତି ସେମାନେ ଦୋଷୀ ଗଣାଯିବେ ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”’ ଏହା ସଦାପ୍ରଭୁ କହନ୍ତି
4
ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।
5
ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି ଓ ଅସାର ଦେବତାମାନଙ୍କର ପଶ୍ଚାଦ୍ଗମନ କରି ଅସାର ହୋଇଅଛନ୍ତି?
6
ତୁମ୍ଭର ପୂର୍ବପୁରୁଷଗଣ କହିଲେ ନାହିଁ, ‘ଯେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରରେ ମରୁଭୂମି ଓ ଗର୍ତ୍ତମୟ ଦେଶରୁ ଆଉ ନିର୍ଜନ ଓ ମୃତ୍ୟୁଛାୟାରୂପ ଦେଶରୁ, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶ ମଧ୍ୟରୁ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି?’
7
ପୁଣି ସଦାପ୍ରଭୁ କହନ୍ତି, “ମୁଁ ତୁମ୍ଭମାନଙ୍କୁ ଏକ ଉର୍ବର ଦେଶକୁ ଆଣିଲି, ଯେଉଁଠାରେ ତୁମ୍ଭେମାନେ ଅତି ଉତ୍ତମ ଖାଦ୍ୟ ଓ ଫଳ ଭୋଜନ କରିବ। ମାତ୍ର ତୁମ୍ଭେମାନେ ପ୍ରବେଶ କଲାପରେ ମୋ’ ଦେଶକୁ ‘ଅଶୁଚି’ ଓ ମୋର ବିରୁଦ୍ଧାଚରଣ କଲ।
8
“ଯାଜକମାନେ କହିଲେ ନାହିଁ ଯେ, ‘ସଦାପ୍ରଭୁ କାହାନ୍ତି,’ ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ, ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍ବକ୍ତାମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚାଦ୍ଗମନ କଲେ।”
9
ତେଣୁ ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧରେ ଆମ୍ଭେ ଏକ ମକଦ୍ଦମା କରିବା।
10
ସାଗର ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପ ସମୂହକୁ ଯାଅ। ଆଉ କେଦରକୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବେଚନା କରି ଦେଖ, ସେଠାରେ କେହି ଏପରି କାର୍ଯ୍ୟ କେବେ କରିଅଛି କି?
11
କୌଣସି ଦେଶର ଲୋକମାନେ ସେମାନଙ୍କର ଦେବଗଣଙ୍କୁ ପରିତ୍ୟାଗ କରିଅଛନ୍ତି କି, ଯଦିଓ ସେମାନେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ୱର ନୁହନ୍ତି? ମାତ୍ର ମୋର ଲୋକମାନେ ସେମାନଙ୍କର ମହିମାମୟ ପରମେଶ୍ୱରଙ୍କୁ ନିଷ୍ଫଳ ବସ୍ତୁ ବଦଳରେ ପରିତ୍ୟାଗ କରିଅଛନ୍ତି, ଯାହାର ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।
12
“ହେ ସ୍ୱର୍ଗ, ଚକିତ ଓ ଭୟରେ କମ୍ପିତ ହୁଅ।” ସଦାପ୍ରଭୁ ଏହା କହିଲେ।
13
“କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସେମାନେ ମୋତେ ପରିତ୍ୟାଗ କରିଅଛନ୍ତି ଯଦିଓ ମୁଁ ଏକ ଜୀବନଦାୟୀନୀ ନିର୍ଝର ଅଟେ ଓ ଦ୍ୱିତୀୟରେ ନିଜ ପାଇଁ ସେମାନେ ବହୁ ଜଳକୁଣ୍ଡ ଖୋଳିଅଛନ୍ତି। ମାତ୍ର ସେହି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।
14
“ଇସ୍ରାଏଲୀୟମାନେ କ’ଣ କ୍ରୀତଦାସ? ସେମାନେ କ’ଣ ଆଜନ୍ମ କିଙ୍କର? ତେବେ ସେମାନେ କାହିଁକି ଲୁଣ୍ଠିତ ଦ୍ରବ୍ୟ ସ୍ୱରୂପ ହୋଇଅଛନ୍ତି?
15
ଯୁବା ସିଂହାସନ ତାହା ଉପରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସେମାନେ ତାହାର ଦେଶସବୁ ଧ୍ୱଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦଗ୍ଧ କରିଅଛନ୍ତି ଓ ତାହାକୁ ଜନଶୂନ୍ୟ କରିଅଛନ୍ତି।
16
ଅଧିକନ୍ତୁ ନୋଫର ଓ ତଫନ୍ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।
17
ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି। କାରଣ ପରମେଶ୍ୱର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନେବା ବେଳେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିଅଛ।
18
ଆଉ ଏବେ ଶୀହୋରର ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?
19
ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ। ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ଉତ୍ତମ ରୂପେ ବିବେଚନା କର। ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ। ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।” ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।
20
“ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛେଦନ କରିଅଛୁ। ଆଉ ତୁମ୍ଭେ କହିଛ, ‘ଆମ୍ଭେ ତୁମ୍ଭର ଦାସତ୍ୱ କର୍ମ କରିବୁ ନାହିଁ।’ ପ୍ରକୃତରେ ତୁମ୍ଭେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ୟଭିଗ୍ଭର କରି ଗ୍ଭଲିଅଛ।
21
ହେ ଯିହୁଦା, ମୁଁ ତୁମ୍ଭକୁ ସ୍ୱତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତେବେ ତୁମ୍ଭେ କାହିଁକି ବନ୍ୟ ଦ୍ରାକ୍ଷାଲତା ହେଲ?
22
ଯଦିଓ ତୁମ୍ଭେ ସୋଢ଼ାରେ ନିଜକୁ ଧୌତ କରିଅଛ ଓ ବହୁତ ସାବୁନ ବ୍ୟବହାର କରିଅଛ, ତଥାପି ତୁମ୍ଭର ଦୋଷ ଆମ୍ଭ ଦୃଷ୍ଟିରେ କ୍ଷାରିତ ନ ହୋଇ ସେହିପରି ରହିଅଛି।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
23
“ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, ‘ଆମ୍ଭେ ଅଶୁଚି ହୋଇ ନାହୁଁ ଓ ବାଲ୍ଦେବଗଣର ପଶ୍ଚାଦ୍ଗାମୀ ହୋଇ ନାହୁଁ?’ ଉପତ୍ୟକାରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।
24
ଆଉ ତୁମ୍ଭେ ପ୍ରାନ୍ତରରେ ବାସ କରୁଥିବା ବନ୍ୟ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାୟୁ ଆଘ୍ରାଣ କରେ। କିଏ ତା’ର କାମ ଲିପ୍ସାରୁ ଅବରୋଧ କରି ପାରିବେ? ତାହାର ଅନ୍ୱେଷଣକାରୀମାନଙ୍କର ଆପଣାମାନଙ୍କ କ୍ଳାନ୍ତ କରିବାର ଦରକାର ନାହିଁ। ସେମାନେ ତାଙ୍କର ନିୟମିତ ମାସରେ ତାକୁ ସହଜରେ ପାଇପାରିବେ।
25
ହେ ଯିହୁଦୀ, ତୁମ୍ଭେ ନିଶ୍ଚିତ ଯେ, ସେ ଦେବଗଣଙ୍କ ପଶ୍ଚାଦ୍ଗମନରୁ ନିବୃତ୍ତ ହେବା ଉଚିତ୍ ଓ ସେ ଦେବଗଣଙ୍କ ନିମନ୍ତେ ନିଜର କଣ୍ଠ ଶୁଷ୍କ କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେ କହିଲ, ‘ଆଉ ଦରକାର ନାହିଁ, କାରଣ ଆମ୍ଭେ ସେହି ବିଦେଶୀୟ ଦେବଗଣଙ୍କୁ ପୂଜା କରିଅଛୁ ଓ ସେମାନଙ୍କର ପଶ୍ଚାଦ୍ଗାମୀ ହେବୁ, ସେମାନଙ୍କୁ ଆମ୍ଭେ ଛାଡ଼ିବୁ ନାହିଁ।’
26
“ଗ୍ଭେର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେହିପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟଦ୍ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି।
27
ସେମାନେ ଏକ କାଠ ମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ଖଣ୍ଡେ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।’ ସେମାନେ ସେଥିପାଇଁ ଲଜ୍ଜିତ ହେବେ। ପୁଣି ସେମାନେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।’
28
ମାତ୍ର ତୁମ୍ଭେମାନେ ନିଜ ପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଆସନ୍ତୁ ଓ ଯଦି ପାରନ୍ତି ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ୟାନୁସାରେ ତୁମ୍ଭର ଦେବତାମାନେ ଅଛନ୍ତି
29
“ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରୁଅଛ? ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ପାପ କରିଅଛ।” ଏହା ସଦାପ୍ରଭୁ କହନ୍ତି।
30
“ଆମ୍ଭେ ବୃଥାରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦେଇଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭେମାନେ ଠିକ୍ ବାଟକୁ ଫେରିଲ ନାହିଁ। ତୁମ୍ଭେମାନେ ତୁମ୍ଭ ଖଡ଼୍ଗରେ ତୁମ୍ଭର ଭବିଷ୍ୟଦ୍ବକ୍ତାଗଣଙ୍କୁ ହତ୍ୟା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ୟ ସେମାନଙ୍କୁ ଗ୍ରାସ କରିଅଛ।”
31
ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟପ୍ରତି ଧ୍ୟାନ ଦିଅ। “ଆମ୍ଭେ କ’ଣ ଇସ୍ରାଏଲ ପ୍ରତି ପ୍ରାନ୍ତରସ୍ୱରୂପ କିଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, ‘ଆମ୍ଭେମାନେ ବନ୍ଧନମୁକ୍ତ ହୋଇଅଛୁ, ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’
32
ଜଣେ ଯୁବତୀ କ’ଣ ନିଜର ଅଳଙ୍କାରକୁ ଭୁଲିପାରେ? ଜଣେ କନ୍ୟା କ’ଣ ତା’ର ପୋଷାକକୁ ଭୁଲି ପାରିବ? କିନ୍ତୁ ମୋର ଲୋକମାନେ ମୋତେ ଅସଂଖ୍ୟ ଥର ପାଶୋରି ଅଛନ୍ତି।
33
“ହେ ଯିହୁଦା, ତୁମ୍ଭେ ତୁମ୍ଭ ପ୍ରେମିକମାନଙ୍କୁ ଖୋଜିବାରେ ନିପୁଣା। ଏପରିକି ତୁମ୍ଭେ ଦୁଷ୍ଟା ସ୍ତ୍ରୀମାନଙ୍କୁ କିପରି ଏହା କରିବାକୁ ହୁଏ ଶିକ୍ଷା ଦେଲ।
34
ତୁମ୍ଭ ହସ୍ତରେ ଦରିଦ୍ର ନିର୍ଦ୍ଦୋଷ ପ୍ରାଣର ରକ୍ତ ଦେଖାଯାଏ। ଏହି ରକ୍ତ ସିନ୍ଧିକାଟିବା କୌଣସି ଲୁଣ୍ଠନକାରୀର ନୁହେଁ। ତୁମ୍ଭେ ବିନାକାରଣରେ ରକ୍ତପାତ କରିଅଛ।
35
ତୁମ୍ଭେ କହିବାକୁ ଲାଗୁଛ, ‘ଆମ୍ଭେ ନିରୀହ ଏବଂ ଆମ୍ଭେ ନିଶ୍ଚିତ ଯେ, ପରମେଶ୍ୱର ତାଙ୍କର କ୍ରୋଧକୁ ଆମଠାରୁ ଦୂରେଇ ନେବେ।’ ଏହା ତୁମ୍ଭକୁ କହିବାକୁ ଦିଅ, ଆମ୍ଭେ ତୁମ୍ଭର ବିଗ୍ଭର କରିବା କାରଣ ତୁମ୍ଭେ କହୁଛ, ‘ଆମ୍ଭେ ନିର୍ଦ୍ଦୋଷୀ।’
36
ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଗ୍ଭଲିଛ, ଏତେ ଅବହେଳିତ ଭାବରେ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେହିପରି ମିଶରର ବିଷୟରେ ଲଜ୍ଜିତା ହେବ।
37
ଆଉ ତୁମ୍ଭେ ମିଶରରୁ ମଧ୍ୟ ବାହାରି ଯିବ ଓ ଲଜ୍ଜାରେ ତୁମ୍ଭେ ଆପଣା ମୁହଁ ଲୁଗ୍ଭଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରିଅଛନ୍ତି। ତୁମ୍ଭେମାନେ ସେମାନଙ୍କ ସାହାଯ୍ୟ ଦ୍ୱାରା ଉନ୍ନତି କରି ପାରିବ ନାହିଁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52