bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 50
Jeremiah 50
Odia Bible ERV 2004 (ପବିତ୍ର ବାଇବଲ)
← Chapter 49
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 51 →
1
ବାବିଲ ବିଷୟରେ ଏକ ବାର୍ତ୍ତା ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ବାବିଲ ବିଷୟରେ ଓ କଲ୍ଦୀୟମାନଙ୍କ ବିଷୟରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି:
2
“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର। ଧ୍ୱଜା ଉଠାଇ ପ୍ରଗ୍ଭର କର ଓ ଗୋପନ ନ ରଖି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା; ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’
3
କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧରେ ଆସିବେ। ସେମାନେ ତାକୁ ଧ୍ୱଂସ କରିବେ। ତାହା ମଧ୍ୟରେ କେହି ବାସ କରିବେ ନାହିଁ, ମନୁଷ୍ୟ ଓ ପଶୁ ସେଠାରୁ ପଳାୟନ କରିବେ।
4
ସେ ସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇଯିବେ। ସେମାନେ କାନ୍ଦି କାନ୍ଦି ଆସିବେ, ଯେତେବେଳେ ସେମାନେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5
ସେମାନେ ସିୟୋନକୁ ଯିବାକୁ ପଥ ପଗ୍ଭରିବେ। ସେହିଆଡ଼େ ମୁଖକରି ସେମାନେ କହିବେ, ‘ତୁମ୍ଭେମାନେ ଆସ, ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
6
“ଆମ୍ଭର ଲୋକମାନେ ହଜିଲା ମେଷ ସଦୃଶ ହୋଇଅଛନ୍ତି। ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି। ବିଭିନ୍ନ ପର୍ବତରେ ସେମାନଙ୍କୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି। ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି। ଆଉ ସେମାନେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।
7
ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି। ସେମାନଙ୍କର ଶତ୍ରୁମାନେ କହିଲେ, ‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’ କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି, ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।
8
“ତୁମ୍ଭେମାନେ ବାବିଲରୁ ପଳାଅ ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।
9
ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ଆଣିବା। ସେମାନେ ତା’ ବିରୁଦ୍ଧରେ ସଜ୍ଜିତ ହୋଇ ଯୁଦ୍ଧ କରିବେ ଓ ବାବିଲ ସେମାନଙ୍କ ଦ୍ୱାରା ଅଧିକୃତ ହେବ। ସେମାନଙ୍କର ବାଣ ନିପୁଣ ବୀର ପୁରୁଷର ବାଣପରି ହେବ। କୌଣସି ବାଣ ବିଫଳ ହେବ ନାହିଁ।
10
ସେମାନେ କଲ୍ଦୀୟମାନଙ୍କର ସମସ୍ତ ଲୁଣ୍ଠନ କରିବେ। ସଦାପ୍ରଭୁ କହନ୍ତି, ସେମାନେ ନିଜର ସନ୍ତୋଷ ଅନୁସାରେ ଲୁଣ୍ଠନ କରିବେ।”
11
“ହେ ବାବିଲ, ତୁମ୍ଭେ ମୋର ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭେମାନେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭେମାନେ ଶସ୍ୟ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ୱପରି ହେସ୍ରାରାବ କରୁଅଛ।
12
“କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ, ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହେବେ। ବାବିଲ ଗୋଷ୍ଠୀଗଣ ମଧ୍ୟରେ ନ୍ୟୁନ ହେବ। ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହେବ।
13
ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହେବ ଓ ସମ୍ପୂର୍ଣ୍ଣ ଧ୍ୱଂସ ସ୍ଥାନରେ ପରିଣତ ହେବ। ଯେଉଁ ଲୋକ ବାବିଲ ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।
14
“ହେ ଧନୁର୍ଦ୍ଧର ବୀରଗଣ, ତୁମ୍ଭେମାନେ ବାବିଲ ବିରୁଦ୍ଧରେ ଆପଣା ସୈନ୍ୟ ସଜାଅ। ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷେପ କର, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
15
ବାବିଲର ଚତୁର୍ଦ୍ଦିଗରେ ବିଜୟର ସିଂହନାଦ କର, ସେ ନିଜକୁ ସମର୍ପଣ କରିଅଛି। ତାହାର ସମସ୍ତ ଗଡ଼ ପତିତ ହୋଇଅଛି ଓ ପ୍ରାଚୀରସବୁ ଉତ୍ପାଟିତ ହୋଇଅଛି। କାରଣ ଏହା ସଦାପ୍ରଭୁଙ୍କ ଦ୍ୱାରା ଦେୟ ପ୍ରତିଶୋଧ। ତାହାଠାରୁ ପ୍ରତିଶୋଧ ନିଅ। ସେ ଯେପରି କରିଅଛି, ତାହା ପ୍ରତି ସେହିପରି କର।
16
ତୁମ୍ଭେମାନେ ବାବିଲର ବୀଜବପନକାରୀଙ୍କୁ ଓ ଶସ୍ୟ ସଂଗ୍ରହକାରୀଙ୍କୁ ବିନାଶ କର। ବାବିଲକୁ ଆସିଥିବା ବନ୍ଦୀମାନେ ନିଜ ନିଜ ଲୋକଙ୍କ ନିକଟକୁ ଫେରିଯିବେ। ସେମାନେ ନିଜ ନିଜ ଦେଶକୁ ପଳାଇବେ।
17
“ଇସ୍ରାଏଲ ଛିନ୍ନଭିନ୍ନ ହୋଇଥିବା ମେଷ ସ୍ୱରୂପ ସେ ସିଂହମାନଙ୍କ ଦ୍ୱାରା ବିତାଡ଼ିତ ହୋଇଅଛି। ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା। ଆଉ ଶେଷରେ ବାବିଲର ରାଜା ନବୂଖଦ୍ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।”
18
ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଅଶୂରର ରାଜାକୁ ଯେଉଁପରି ଶାସ୍ତି ଦେଇଥିଲୁ, ସେହିପରି ବାବିଲର ରାଜାକୁ ଓ ତାହାର ଲୋକମାନଙ୍କୁ ଦଣ୍ଡ ଦେବା।
19
“‘ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତା’ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପରେ ଚରିବ। ଆଉ ସେ ଇଫ୍ରୟିମର ଓ ଗିଲିୟଦର ପର୍ବତମାନଙ୍କ ଉପରେ ଭୋଜନ କରି ପରିତୃପ୍ତ ହେବ।’”
20
ସଦାପ୍ରଭୁ କହନ୍ତି, “ସେତେବେଳେ ଇସ୍ରାଏଲର ଅଧର୍ମ ଖୋଳାଯିବ, ମାତ୍ର କିଛି ମିଳିବ ନାହିଁ; ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ସେମାନେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦେବା, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଅଛୁ।”
21
ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭେ ମରାଥୟିମ୍ ଓ ପକୋଦ ନିବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କର। ସେମାନଙ୍କ ପଛେ ପଛେ ଯାଇ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିଃଶେଷ କର। ଆମ୍ଭର ଆଜ୍ଞାକୁ କହିବାନୁସାରେ ପାଳନ କର।
22
“ଦେଶସାରା ସଂଗ୍ରାମର ଓ ମହା ବିନାଶର ଶବ୍ଦ ଶୁଣାଯାଉଛି।
23
‘ସମଗ୍ର ପୃଥିବୀରେ ବାବିଲକୁ ହାତୁଡ଼ି’ ବୋଲି ବିବେଚନା କରାଯାଉଥିଲା। ସେହି ‘ହାତୁଡ଼ି’ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି ଓ ଗୋଷ୍ଠୀ ମଧ୍ୟରେ ବାବିଲ ଏକ ମରୁଭୂମି ହୋଇଅଛି।
24
ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାଶ ବସାଇଥିଲୁ, ଏବଂ ଅଜାଣତରେ ତୁମ୍ଭେ ସେହି ଫାଶରେ ପଡ଼ିଯାଇଛ। ତୁମ୍ଭକୁ ଧରାଗଲା କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲ
25
ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି। କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର କଲ୍ଦୀୟମାନଙ୍କ ଦେଶରେ ସେମାନଙ୍କ ପାଇଁ କିଛି କରିବାର ଅଛି।
26
“ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହା ବିରୁଦ୍ଧରେ ଆସ। ତାହାର ଭଣ୍ଡାରସବୁ ଖୋଲିଦିଅ। ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶିପରି ଢିପି କର। ତାହାର କିଛି ଅବଶିଷ୍ଟ ରଖ ନାହିଁ।
27
ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ଯାଆନ୍ତୁ। ସେମାନେ ସନ୍ତାପର ପାତ୍ର, କାରଣ ସେମାନଙ୍କର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
28
ଯେଉଁ ରକ୍ଷାପ୍ରାପ୍ତ ପଳାତକମାନେ ବାବିଲ ଦେଶରୁ ସିୟୋନକୁ ଗ୍ଭଲି ଯାଉଥିଲେ, ସେମାନେ ସମସ୍ତଙ୍କୁ କହୁଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର ସମୟ ଆସିଯାଇଛି। କଲ୍ଦୀୟମାନେ ତାଙ୍କର ମନ୍ଦିର ଭାଙ୍ଗିଛନ୍ତି। ତେଣୁ ସେ ବାବିଲକୁ ଧ୍ୱଂସ କରୁଛନ୍ତି।
29
“ବାବିଲ ବିରୁଦ୍ଧରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁରେ ଗୁଣ ଦେବାକୁ ଏକତ୍ରିତ କର। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଏକତ୍ରିତ ହୁଅ। ତାହା ବିରୁଦ୍ଧରେ ଗ୍ଭରିଆଡ଼େ ଛାଉଣି ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସାରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା’ ପ୍ରତି ସେହିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ଇସ୍ରାଏଲର ଧର୍ମସ୍ୱରୂପ ବିରୁଦ୍ଧରେ ନିଷ୍ଠୁର ହୋଇଅଛ।”
30
ଏଣୁ ସଦାପ୍ରଭୁ କହନ୍ତି, “ସେହି ଦିନ ତା’ର ଯୁବକଗଣ ଛକରେ ମୃତ ହୋଇ ପତିତ ହେବେ ଓ ତା’ର ଯୋଦ୍ଧାମାନେ ମୃତ୍ୟୁବରଣ କରିବେ।”
31
“ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷରେ ଅଛୁ।” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଯେହେତୁ ତୁମ୍ଭ ବିରୁଦ୍ଧରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।
32
ଅହଙ୍କାରୀ ଜଣକ ଝୁଣ୍ଟି ପଡ଼ିବ ଓ କେହି ତାକୁ ଉଠାଇବେ ନାହିଁ। ପୁଣି ଆମ୍ଭେ ତା’ର ନଗରରେ ଅଗ୍ନି ଲଗାଇବା ଓ ସେ ତା’ର ଚତୁର୍ଦ୍ଦିଗରେ ସମସ୍ତଙ୍କୁ ଗ୍ରାସ କରିବ।”
33
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଉଭୟ ଇସ୍ରାଏଲ ଓ ଯିହୁଦାର ପୁତ୍ରଗଣ ଅତ୍ୟାଗ୍ଭରିତ ହୋଇଛନ୍ତି। ଯେଉଁ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ନେଲେ ସେମାନେ ସେମାନଙ୍କୁ ଦୃଢ଼ ହସ୍ତରେ ଧରି ରଖିଲେ, ଛାଡ଼ିଲେ ନାହିଁ।
34
ମାତ୍ର ସେମାନଙ୍କର ମୁକ୍ତିଦାତା ବଳବାନ, ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ପୁନର୍ବାର ଫେରାଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦ୍ବିଗ୍ନ କରିବାକୁ ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।”
35
ସଦାପ୍ରଭୁ କହନ୍ତି, “କଲ୍ଦୀୟମାନଙ୍କୁ ବାବିଲର ଅଧିପତିଗଣଙ୍କୁ ଓ ଜ୍ଞାନୀମାନଙ୍କୁ ଖଡ଼୍ଗ ବିନାଶ କରିବ।
36
ଗଣକମାନେ ଖଡ଼୍ଗରେ ବଧ ହେବ, ସେମାନେ କେଡ଼େ ନିର୍ବୋଧ ତାହା ଦେଖାଇବା ପାଇଁ ଖଡ଼୍ଗ ସୈନ୍ୟମାନଙ୍କୁ ବନାଶ କରିବ, ଫଳରେ ସେମାନେ ଭୟଭୀତ ହେବେ।
37
ଆଉ ସେମାନଙ୍କର ଅଶ୍ୱଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ଖଡ଼୍ଗ ବିନାଶ କରିବ ଓ ସେମାନେ ଭୟଭୀତା ସ୍ତ୍ରୀମାନଙ୍କ ପରି ହେବେ। ସେମାନଙ୍କର ଭଣ୍ଡାରସବୁ ଖଡ଼୍ଗରେ ବିନଷ୍ଟ ହେବ ଓ ସେସବୁ ଲୁଣ୍ଠିତ ହେବ।
38
ତାହାର ଜଳାଶୟଗୁଡ଼ିକ ଖଡ଼୍ଗର ଆଘାତରେ ଜଳଶୂନ୍ୟ ହେବ। ଆଉ ତା’ର ଖୋଦିତ ପ୍ରତିମାଗଣ ଯୋଗୁଁ ତା’ର ଲୋକମାନେ ନିର୍ବୋଧ ହୋଇଅଛନ୍ତି ଓ ସେମାନଙ୍କ ପାଇଁ ମନ୍ଦଫଳ ଘଟିବ।
39
“ବାବିଲ ଆଉ କେବେ ଜନବସତି ଯୋଗ୍ୟ ହେବ ନାହିଁ। ବନ୍ୟପଶୁ, କେନ୍ଦୁଆମାନେ ସେଠାରେ ବାସ କରିବେ। ଓଟପକ୍ଷୀମାନେ ବିଶ୍ରାମ କରିବେ। ତାହା ପୁରୁଷାନୁକ୍ରମେ ବସତି ଯୋଗ୍ୟ ହେବ ନାହିଁ।”
40
ସଦାପ୍ରଭୁ କହନ୍ତି, “ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ୱଂସ କରିଥିଲେ, ସେହିପରି ବାବିଲ ଧ୍ୱଂସ ପାଇବ। ସେଠାରେ କେହି ଲୋକ ବାସ କରିବେ ନାହିଁ କି ମନୁଷ୍ୟପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।”
41
“ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ ଲୋକମାନେ ଆସୁଛନ୍ତି ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି।
42
ସେମାନେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ। ସେମାନେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସେମାନେ ଅଶ୍ୱାରୋହଣ କରି ଅଗ୍ରସର ହେଉଛନ୍ତି। ହେ ବାବିଲ, ସେମାନେ ସମସ୍ତେ ସୁସଜ୍ଜିତ ହୋଇ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।
43
ଆଉ ବାବିଲର ରାଜା ସେମାନଙ୍କ ବିଷୟରେ ଶୁଣିଲେ ଓ ଭୟଭୀତ ହୋଇପଡ଼ିଲେ। ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଗ୍ଭଲିଲା ନାହିଁ ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନା ଓ ଯନ୍ତ୍ରଣା ଅନୁଭବ କଲେ।”
44
ପୁଣି ସଦାପ୍ରଭୁ କହନ୍ତି, “ପୁଣି ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଭୟ ଦେବା ପାଇଁ ଆସିବା ପରି ଆମ୍ଭେ ସେମାନଙ୍କୁ ହଠାତ୍, ସେମାନଙ୍କ ଦେଶରୁ ତଡ଼ିଦେବା। କାହାକୁ ଆମ୍ଭେ ଏଠାରେ ନିଯୁକ୍ତ କରିବା, କାରଣ ମୋ’ ପରି କେହି ନୁହନ୍ତି? ସେଠାରେ ଆମ୍ଭକୁ ପ୍ରତିରୋଧ କରିବା ପାଇଁ କିଏ ଅଛନ୍ତି? ଆମ୍ଭ ସମ୍ମୁଖରେ ଠିଆ ହେଲାପରି ପାଳକ କିଏ ଅଛନ୍ତି?”
45
ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କଲ୍ଦୀୟମାନଙ୍କ ବିପକ୍ଷରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ। ଲୋକମାନେ ସେମାନଙ୍କ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ସେମାନଙ୍କର ଚରାଭୂମି ଓ ନିବାସସ୍ଥାନ ଶୂନ୍ୟ ହୋଇଯିବ।
46
ବାବିଲର ପତନ ଘଟିବ ଓ ସେହି ପତନରେ ପୃଥିବୀ ପ୍ରକମ୍ପିତ ହେବ। ପୃଥିବୀର ସମସ୍ତ ଗୋଷ୍ଠୀ ସେହି କ୍ରନ୍ଦନର ଶବ୍ଦ ଶୁଣିବେ।
← Chapter 49
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 51 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52