bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 52
Jeremiah 52
Odia Bible ERV 2004 (ପବିତ୍ର ବାଇବଲ)
← Chapter 51
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
1
ଯିରୁଶାଲମର ପତନ ସିଦିକିୟ ଏକୋଇଶ ବର୍ଷ ବୟସରେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟଙ୍କ କନ୍ୟା ଥିଲା।
2
ସିଦିକିୟ ଯିହୋୟାକୀମ୍ଙ୍କ ଦୁଷ୍କର୍ମ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ନାନା କୁକର୍ମ କଲା।
3
ଯିରୁଶାଲମ ଓ ଯିହୁଦାରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ଥିଲେ। ଶେଷରେ ସଦାପ୍ରଭୁ ସେମାନଙ୍କୁ ଆପଣା ସମ୍ମୁଖରୁ ଦୂର କରିଦେଲେ। ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା।
4
ତା’ପରେ ରାଜତ୍ୱର ନବମ ବର୍ଷର, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ପ୍ରବେଶ କରି ଅବରୋଧର କାର୍ଯ୍ୟ କଲେ।
5
ସିଦିକିୟ ରାଜାର ଏଗାର ବର୍ଷ ପର୍ଯ୍ୟନ୍ତ ବାବିଲ ସୈନ୍ୟଙ୍କ ଦ୍ୱାରା ଯିରୁଶାଲମ ନଗର ଅବରୁଦ୍ଧ ହୋଇ ରହିଲା।
6
ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।
7
ନଗରର ଏକ ସ୍ଥାନ ଭଗ୍ନ ହେବାରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କଲ୍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଘେରି ରହିଥିଲେ। ସେମାନେ ପ୍ରାନ୍ତର ଆଡ଼କୁ ପଳାୟନ କଲେ।
8
ମାତ୍ର କଲ୍ଦୀୟମାନେ ରାଜା ସିଦିକିୟଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିୟଙ୍କ ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାଇଲେ।
9
ତା’ପରେ ସେମାନେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରିବ୍ଲାକୁ ନେଇଗଲେ। ତା’ପରେ ସେଠାରେ ରାଜା ତା’ ଉପରେ ଦଣ୍ଡ ବିଧାନ କଲେ।
10
ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରିବ୍ଲାରେ ବଧ କଲା।
11
ତା’ପରେ ବାବିଲର ରାଜା ସିଦିକିୟର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନେଇଗଲା ଓ କାରାଗାରରେ ନିକ୍ଷେପ କଲା। ସେ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିଲା।
12
ପଞ୍ଚମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ରାଜାର ରାଜତ୍ୱର ଉନବିଂଶ ବର୍ଷରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୁଶାଲମକୁ ଆସିଲା।
13
ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ଯିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା।
14
ଆଉ ପ୍ରହରୀବର୍ଗର ସେନାପତିଙ୍କ ସଙ୍ଗେ ଥିବା ସମସ୍ତ କଲ୍ଦୀୟ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ।
15
ସେହି ସମୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ କେତେକ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାୟନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନେଇଗଲା।
16
ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ରରେ କାମ କରିବାକୁ ଓ କୃଷକ ହେବାକୁ ସେଠାରେ ଛାଡ଼ିଗଲା।
17
ପୁଣି କଲ୍ଦୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠିକିସବୁ ଓ ପିତ୍ତଳମୟ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନେଇଗଲେ।
18
ଆଉ ମଧ୍ୟ ସେମାନେ ରନ୍ଧାପାତ୍ର, ବେଲ୍ଗ୍ଭ, କଇଁଚି, ବେସିନ୍, କରେଇ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିରରେ ଉପାସନା ପାଇଁ ବ୍ୟବହାର ହୁଏ, ତାହା ନେଇଗଲେ।
19
ପୁଣି ପ୍ରହରୀମାନଙ୍କର ସେନାପତି ଛୋଟ ତାଟିଆ, କରେଇ, ବେଦି ଉପରେ ସିଞ୍ଚନ ପାଇଁ ବ୍ୟବହୃତ ହେଉଥିବା ପାତ୍ର, କେଟଲି, ଦୀପରୁଖା ଏବଂ ପେୟନୈବେଦ୍ୟ ଉତ୍ସର୍ଗ ପାଇଁ ବ୍ୟବହୃତ ହେଉଥିବା ପାତ୍ରସବୁ ନେଇଗଲେ। ଖାଣ୍ଟିସୁନା ଓ ରୂପାରେ ନିର୍ମିତ ହୋଇଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।
20
ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବାରଟି ବୃଷଭ, ଏହାକୁ ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷରେ ବ୍ୟବହୃତ ହୋଇଥିବା କଂସାର ଓଜନ ବହୁତ ଅଧିକ ଥିଲା।
21
ପୁଣି ସେହି ଦୁଇସ୍ତମ୍ଭ ପ୍ରତ୍ୟେକର ଉଚ୍ଚତା ସତେଇଶ୍ ଫୁଟ, ପରିଧି ଅଠର ପୁଟ, ସ୍ଥୁଳତା ତିନି ଇଞ୍ଚ ମୋଟା ଓ ତାହା ଫମ୍ପା ଥିଲା।
22
ଆଉ ତାହାର ଅଗ୍ରଭାଗରେ ପିତ୍ତଳର ମୁଣ୍ଡାଳି ଥିଲା। ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମୟ ଥିଲା। ଦ୍ୱିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥିରେ ମଧ୍ୟ ଡାଳିମ୍ବ ଥିଲା।
23
ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା। ଜାଲିକର୍ମର ଉପରେ ଗ୍ଭରିଆଡ଼େ ଏକ ଶହ ଡାଳିମ୍ବାକୃତି ଥିଲା।
24
ପୁଣି ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସିଫନିୟକୁ ଏବଂ ଆଉ ତିନି ଜଣ ଦ୍ୱାରପାଳକୁ ବନ୍ଦୀ କରି ନେଲା।
25
ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଦାୟିତ୍ୱରେ ଥିବା ଅଧିପତିଗଣଙ୍କୁ, ନଗରର ସାତ ଜଣ ରାଜାଙ୍କର ଉପଦେଷ୍ଟାଙ୍କୁ ଦେଶର ଲୋକ ଗଣନାକାରୀ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଜଣଙ୍କୁ ବନ୍ଦୀକରି ନେଲା।
26
ପୁଣି ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା। ତହୁଁ ବାବିଲ ରାଜା ହମାତ୍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ଆନୀତ ହେଲା।
28
ନବୂଖଦ୍ନିତ୍ସର ଯେଉଁ ଯିହୁଦୀ ଲୋକମାନଙ୍କୁ ବନ୍ଦୀକରି ନେଇଗଲେ, ସେମାନଙ୍କର ସଂଖ୍ୟା ନବୂଖଦ୍ନିତ୍ସରଙ୍କ ରାଜତ୍ୱର ସପ୍ତମ ବର୍ଷରେ ତିନି ସହସ୍ର ତେଇଶ୍ ଜଣ ଥିଲେ।
29
ପୁଣି ତାଙ୍କ ଅଧିକାରର ଅଷ୍ଟାଦଶ ବର୍ଷରେ ସେ ଯିରୁଶାଲମରୁ ଆଠ ଶହ ବତିଶ୍ ଲୋକଙ୍କୁ ବନ୍ଦୀ କରି ନେଇଗଲେ।
30
ପୁଣି ନବୂଖଦ୍ନିତ୍ସରର ରାଜତ୍ୱର ତ୍ରୟୋବିଂଶ ବର୍ଷରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସାତ ଶହ ପଇଁଗ୍ଭଳିଶ୍ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା। ସବୁ ମିଶି ଗ୍ଭରି ସହସ୍ର ଛଅ ଶହ ଲୋକ ଥିଲେ।
31
ଯିହୋୟାଖୀନ୍ଙ୍କ ମୁକ୍ତି ଯିହୁଦାର ରାଜା ଯିହୋୟାଖୀନ୍ ବାବିଲର କାରାଗାରରେ ସଇଁତିରିଶ୍ ବର୍ଷ ବନ୍ଦୀ ହୋଇ ରହିଲେ। ତାଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷରେ ବାବିଲର ରାଜା ଇବିଲ୍-ମରୋଦକ୍ ଯିହୋୟାଖୀନ୍ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ୱର ପ୍ରଥମ ବର୍ଷର ଦ୍ୱାଦଶ ମାସର ପଞ୍ଚବିଂଶ ଦିନରେ ଯିହୋୟାଖୀନ୍ଙ୍କୁ କାରାଗାରରୁ ମୁକ୍ତ କଲେ।
32
ଆଉ ସେ ତାଙ୍କୁ ମଧୁର ବାକ୍ୟ କହିଲେ ଓ ତାଙ୍କୁ ବାବିଲର ଅନ୍ୟ ରାଜାମାନଙ୍କଠାରୁ ଅଧିକ ସମ୍ମାନଜନକ ସ୍ଥାନ ଦେଲେ।
33
ଆଉ ଯିହୋୟାଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖରେ ଭୋଜନ କଲା।
34
ଏହା ପରେ ଯିହୋୟାଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଦିଆଗଲା।
← Chapter 51
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52