bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 51
Jeremiah 51
Odia Bible ERV 2004 (ପବିତ୍ର ବାଇବଲ)
← Chapter 50
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 52 →
1
ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ବାବିଲ ବିରୁଦ୍ଧରେ ଓ ‘ଲେବ-କାମାଇ’ ନିବାସୀମାନଙ୍କ ବିରୁଦ୍ଧରେ ଏକ ଶକ୍ତିଶାଳୀ ବିନାଶକ ବାୟୁ ପ୍ରବାହିତ କରାଇବା।
2
ପୁଣି ବିଦେଶୀମାନଙ୍କୁ ବାବିଲ ବିରୁଦ୍ଧରେ ପ୍ରେରଣ କରିବା, ସେମାନେ କୁଲାରେ ଅଗାଡ଼ି ଅଲଗା କଲାପରି ତାହାକୁ ଝାଡ଼ି ଦେଶ ଶୂନ୍ୟ କରିବେ। କାରଣ ବିନାଶ କାଳରେ ତା’ର ଚତୁର୍ଦ୍ଦିଗରେ ସୈନ୍ୟ ଘେରି ରହିବେ।
3
ବାବିଲର ଧନୁର୍ଦ୍ଧରମାନେ ଆପଣା ଧନୁରେ ଗୁଣ ଦେବେ ନାହିଁ କି ସେମାନେ ଆପଣା ସାଞ୍ଜୁ ପିନ୍ଧିବେ ନାହିଁ। ତୁମ୍ଭେମାନେ ତାହାର ଯୁବକଗଣଙ୍କୁ ଦୟା କର ନାହିଁ ଓ ତା’ର ସମସ୍ତ ସୈନ୍ୟଙ୍କୁ ବିନାଶ କର।
4
ବାବିଲର ସୈନ୍ୟମାନେ କଲ୍ଦୀୟ ଦେଶରେ ମୃତ୍ୟୁବରଣ କରିବେ ଓ ରାଜପଥରେ ଆହତ ହୋଇପଡ଼ିବେ।”
5
ଇସ୍ରାଏଲ ଓ ଯିହୁଦାର ଲୋକମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନାହାନ୍ତି। ସେମାନେ ଯଦିଓ ତାଙ୍କର ବିରୁଦ୍ଧାଚରଣ କରି ତାଙ୍କୁ ପରିତ୍ୟାଗ କରିଛନ୍ତି, ତଥାପି ସେ ଧର୍ମସ୍ୱରୂପ ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି।
6
ବାବିଲରୁ ପଳାୟନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଓ ସେ ସେମାନଙ୍କୁ ତା’ର ପ୍ରତିଫଳ ଦେବେ।
7
ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସେମାନେ ଉନ୍ମତ୍ତ ହୋଇଅଛନ୍ତି।
8
ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଛି। ତାହା ପାଇଁ କ୍ରନ୍ଦନ କର, ତାହାର ବେଦନା ପାଇଁ ଔଷଧ ଦିଅ। ସେ ହୁଏତ ସୁସ୍ଥ ହୋଇ ପାରିବ
9
ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଚେଷ୍ଟା କଲୁ, ମାତ୍ର ସେ ସୁସ୍ଥ ହୋଇପାରିଲା ନାହିଁ। ଆସ, ଆମ୍ଭେମାନେ ତାକୁ ପରିତ୍ୟାଗ କରି ଆପଣା ଆପଣା ଦେଶକୁ ଗ୍ଭଲିଯିବା। ସ୍ୱର୍ଗର ପରମେଶ୍ୱର ତା’ର ଦଣ୍ଡ ବିଧାନ କରିବେ। ତାହାପାଇଁ ଯାହା ଘଟିବ ସେ ସ୍ଥିର କରିବେ।
10
ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି। ଆସ, ଆମ୍ଭେମାନେ ସିୟୋନରେ କହିବା, ସଦାପ୍ରଭୁ ଯାହା କରିଛନ୍ତି।
11
ତୁମ୍ଭେମାନ ବାଣ ତୀକ୍ଷ୍ଣ କର, ଦୃଢ଼କରି ଢାଲ ଧର। ସଦାପ୍ରଭୁ ମାଦିୟ ରାଜଗଣର ମନ ଉତ୍ତେଜିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେହେତୁ ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ୱଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶୋଧ ସ୍ୱରୂପ ତାକୁ ଦଣ୍ଡ ଦେବେ।
12
ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର। ଅଧିକ ପ୍ରହରୀଗଣ, ରକ୍ଷକ ଦଳ ଯଥା ସ୍ଥାନରେ ନିଯୁକ୍ତ କର। ଗୋପନ ସ୍ଥାନରେ ସୈନ୍ୟ ରଖ, କାରଣ ସଦାପ୍ରଭୁ ବାବିଲ ବିରୁଦ୍ଧରେ ଯାହା କରିବାକୁ ଯୋଜନା କରିଛନ୍ତି, ତାହା ସେ ନିଶ୍ଚୟ ସଫଳ କରିବେ।
13
ହେ ଜଳରାଶି ନିକଟରେ ବାସ କରୁଥିବା ଓ ଧନ ସମ୍ପଦରେ ଐଶ୍ୱର୍ଯ୍ୟଶାଳୀ ବାବିଲ, ତୁମ୍ଭର ଅନ୍ତିମ କାଳ ଉପସ୍ଥିତ ଓ ତୁମ୍ଭର ଧ୍ୱଂସ ହେବାର ସମୟ ଆସିଯାଇଛି।
14
ସୈନ୍ୟାଧିପତି ସଦାପ୍ରଭୁ ଆପଣା ନାମରେ ଏହି ଶପଥ କରିଅଛନ୍ତି, “ହେ ବାବିଲ, ଆମ୍ଭେ ତୁମ୍ଭକୁ ପଙ୍ଗପାଳ ସଦୃଶ ଶତ୍ରୁ ସୈନ୍ୟରେ ପୂର୍ଣ୍ଣ କରିବା। ଆଉ ସେମାନେ ତୁମ୍ଭ ବିରୁଦ୍ଧରେ ବିଜୟର ଜୟକାର କରିବେ।”
15
ସଦାପ୍ରଭୁ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧିରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି।
16
ଯେତେବେଳେ ସେ ଭୟଙ୍କର ଶବ୍ଦ କରନ୍ତି, ସେତେବେଳେ ଆକାଶର ଜଳରାଶି ଗର୍ଜନ କରନ୍ତି। ସେ ସମଗ୍ର ପୃଥିବୀ ଉପରେ ମେଘ ସୃଷ୍ଟି କରିଛନ୍ତି। ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାୟୁ ପ୍ରବାହ କରନ୍ତି।
17
ମାତ୍ର ପ୍ରତ୍ୟେକ ଲୋକ ନିର୍ବୋଧ ଓ ଅଜ୍ଞାନ ଅଟନ୍ତି। ପରମେଶ୍ୱରଙ୍କ କ୍ରିୟା ସେମାନେ ଜାଣନ୍ତି ନାହିଁ। ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛନ୍ତି। କାରଣ ସେ ଛାଞ୍ଚ ଢଳା ପ୍ରତିମା ମିଥ୍ୟା ଓ ଜୀବନ୍ତ ନୁହନ୍ତି।
18
ସେହି ପ୍ରତିମାଗୁଡ଼ିକ ଅସାର ଓ ପ୍ରହେଳିକା ମାତ୍ର। ସେମାନେ ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ।
19
କିନ୍ତୁ ଯାକୁବଙ୍କ ଭାଗ ସେ ସବୁପରି ନୁହନ୍ତି। କାରଣ ପରମେଶ୍ୱର ସକଳ ବସ୍ତୁର ସୃଷ୍ଟିକର୍ତ୍ତା, ତାଙ୍କୁ କେହି ଗଢ଼ି ନାହାନ୍ତି। ଇସ୍ରାଏଲ ତାଙ୍କର ନିଜସ୍ୱ ଅଧିକାର। ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
20
ସଦାପ୍ରଭୁ ପୁଣି କହନ୍ତି, “ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ଯୁଦ୍ଧର ଅସ୍ତ୍ର ସ୍ୱରୂପ। ଆମ୍ଭେ ତୁମ୍ଭ ଦ୍ୱାରା ନାନା ଗୋଷ୍ଠୀକୁ ଧ୍ୱଂସ କଲୁ ଓ ନାନା ରାଜ୍ୟକୁ ସମ୍ପୂର୍ଣ୍ଣ ସଂହାର କଲୁ।
21
ତୁମ୍ଭ ମାଧ୍ୟମରେ ଅଶ୍ୱ ଓ ତା’ର ଆରୋହୀକୁ ଚୂର୍ଣ୍ଣ କଲୁ ଏବଂ ରଥ ଓ ତା’ର ଆରୋହୀକୁ ବିନାଶ କଲୁ।
22
ଆଉ ଆମ୍ଭେ ତୁମ୍ଭ ମାଧ୍ୟମରେ ପୁରୁଷ ଓ ସ୍ତ୍ରୀ, ବୃଦ୍ଧ ଓ ବାଳକ ଏବଂ ଯୁବକ ଓ ଯୁବତୀକୁ ଚୂର୍ଣ୍ଣ କରିବା।
23
ପୁଣି ତୁମ୍ଭ ମାଧ୍ୟମରେ ଆମ୍ଭେ ପାଳକ ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ ଏବଂ ଦେଶାଧ୍ୟକ୍ଷ ଓ ରାଜ୍ୟର ଅଧିପତିଗଣକୁ ଚୂର୍ଣ୍ଣ କଲୁ।
24
ଆଉ ଆମ୍ଭେ ବାବିଲକୁ ଓ କଲ୍ଦୀୟ ନିବାସୀ ସମସ୍ତଙ୍କୁ ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟି ଗୋଚରରେ ସେମାନଙ୍କ କୃତ ସମସ୍ତ ଦୁଷ୍କର୍ମର ପ୍ରତିଫଳ ଦେବା।” ଏହା ସଦାପ୍ରଭୁ କହନ୍ତି।
25
ଆଉ ସଦାପ୍ରଭୁ କହନ୍ତି, “ହେ ବାବିଲ, ତୁମ୍ଭେ ଏକ ବିନାଶକ ପର୍ବତ, ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ, ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା। ତୁମ୍ଭକୁ ଶୈଳର ଶୃଙ୍ଗରୁ ଗଡ଼ାଇ ଏକ ଅଗ୍ନିଦଗ୍ଧ ପର୍ବତ କରିବା।
26
ଲୋକମାନେ କୋଣ ପଥର କିଅବା ମୂଳଦୁଆ ସ୍ଥାପନ ପାଇଁ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇରହିବ।”
27
“ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍କିନସ୍ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ। ତାହାର ବିରୁଦ୍ଧରେ ସେନାପତିମାନଙ୍କୁ ନିଯୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ୟାରେ ଅଶ୍ୱଗଣ ପଠାଅ।
28
ତାହାର ବିରୁଦ୍ଧରେ ସମସ୍ତ ଗୋଷ୍ଠୀକୁ, ମାଦୀୟ ରାଜଗଣକୁ ସେମାନଙ୍କର ଦେଶାଧ୍ୟକ୍ଷ, ଅଧିପତି ଓ ତାହାର କର୍ତ୍ତୃତ୍ୱାଧୀନ ସମୁଦାୟ ଦେଶକୁ ପ୍ରସ୍ତୁତ କର।
29
ସମଗ୍ର ବାବିଲ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି। କାରଣ ତାକୁ ଧ୍ୱସ୍ତ ବିଧ୍ୱସ୍ତ ଓ ଜନଶୂନ୍ୟ କରିବାକୁ ତାହା ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
30
ବାବିଲର ସାହସୀ ଯୋଦ୍ଧାଗଣ ଯୁଦ୍ଧରୁ ଅବସର ନେଇଅଛନ୍ତି। ସେମାନେ ନିଜ ନିଜ ଗଡ଼ ମଧ୍ୟରେ ଅଛନ୍ତି। ସେମାନଙ୍କର ଶକ୍ତି ଦୁର୍ବଳ ହୋଇଅଛି। ସେମାନେ ଭୟଭୀତା ସ୍ତ୍ରୀଲୋକମାନଙ୍କ ପରି ହୋଇଛନ୍ତି। ସେମାନଙ୍କର ବାସସ୍ଥାନ ସବୁ ଦଗ୍ଧ ହୋଇଛି ଓ ସେମାନଙ୍କର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହୋଇଅଛି।
31
ସମଗ୍ର ବାବିଲ ନଗର ଅଧିକୃତ ହୋଇଅଛି। ଏହି ସମ୍ବାଦ ଜଣେ ବାର୍ତ୍ତାବହ ଅନ୍ୟ ଜଣେ ବାର୍ତ୍ତାବହକୁ ଓ ଜଣେ ଦୂତ ଅନ୍ୟ ଜଣେ ଦୂତକୁ ତାହା ଜଣାଇବାକୁ ଦୌଡ଼ିବ।
32
ପୁଣି ତା’ର ନଦୀପାର ଘାଟସବୁ ଅଧିକୃତ ହୋଇଅଛି ଓ ନଳବଣ ସବୁ ଅଗ୍ନିରେ ଦଗ୍ଧିଭୂତ ହୋଇଅଛି। ଆଉ ତା’ର ଯୋଦ୍ଧାଗଣ ଭୟଭୀତ ହୋଇଅଛନ୍ତି।”
33
କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ବାବିଲ ଏକ ଶସ୍ୟ ମର୍ଦ୍ଦନ ଖଳା ସ୍ୱରୂପ ଆଉ ଅଳ୍ପ ସମୟରେ ଅମଳ ସମୟ ଆସିବ।”
34
ସିୟୋନର ଲୋକମାନେ କହିବେ, “ବାବିଲର ରାଜା ନବୂଖଦ୍ନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ୟପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦେଇଅଛି।
35
ସିୟୋନ ନିବାସୀଗଣ କହିବେ, ମୋ’ ପ୍ରତି ଓ ମୋର ଆତ୍ମା ପ୍ରତି ବାବିଲ ଯେଉଁ ଦୌରାତ୍ମ୍ୟ କରିଛି ତା’ର ଫଳ ସେ ପାଉ।” ଆଉ ଯିରୁଶାଲମ କହିବ, “ମୋର ରକ୍ତପାତର ଫଳ କଲ୍ଦୀୟମାନଙ୍କ ଉପରେ ପଡ଼ୁ।”
36
ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦେବା ଓ ତୁମ୍ଭ ପାଇଁ ପ୍ରତିଶୋଧ ନେବା। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦେବା ଓ ତାହାର ନିର୍ଝରକୁ ଶୁଖାଇ ଦେବା।
37
ତା’ପରେ ବାବିଲ ଏକ ଧ୍ୱଂସ ସ୍ତୁପରେ ପରିଣତ ହେବ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହେବ। ଲୋକମାନେ ଏହା ଦେଖି ଆତଙ୍କିତ ହେବେ ଏବଂ ଯେତେବେଳେ ସେମାନେ ଏହା ଦେଖିବେ ‘ଶୀସ୍’ ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହେବ।
38
“ସେମାନେ ଯୁବା ସିଂହ ପରି ଗର୍ଜନ କରିବେ ଓ ସିଂହ ଛୁଆ ପରି ଘୋର ନାଦ କରିବେ।”
39
ସଦାପ୍ରଭୁ କହନ୍ତି, “ସେମାନେ ଉତ୍ତ୍ୟକ୍ତ ହେଲା ପରେ ଆମ୍ଭେ ସେମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କରିବା, ଆଉ ସେମାନଙ୍କୁ ଆହ୍ଲାଦିତ କରିବା ପାଇଁ ସେମାନଙ୍କୁ ମତ୍ତ କରିବା। ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ, ଆଉ ଉଠିବେ ନାହିଁ।”
40
“ବାବିଲକୁ ଆମ୍ଭେ ବଧ ଯୋଗ୍ୟ ମେଷ ଓ ଛାଗ ସଦୃଶ ବଧ୍ୟ ସ୍ଥାନକୁ ଆଗେଇ ନେବା।
41
“ଶେଶକ” କିପରି ଅନ୍ୟମାନଙ୍କ ଦ୍ୱାରା ନିଆଗଲା ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି, ବାବିଲ କେମିତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଭୟର ପାତ୍ର ହୋଇଅଛି।
42
ବାବିଲ ଉପରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢେଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।
43
ବାବିଲର ନଗରସବୁ ଧ୍ୱଂସ ସ୍ଥାନ, ଶୁଷ୍କଭୂମି ଓ ପ୍ରାନ୍ତର ହେବ। ତା’ ମଧ୍ୟରେ କୌଣସି ଲୋକ ବାସ କରିବେ ନାହିଁ। କିଅବା ତା’ ମଧ୍ୟଦେଇ କୌଣସି ମନୁଷ୍ୟ ସନ୍ତାନ ଗମନା ଗମନ କରିବେ ନାହିଁ।
44
ତା’ପରେ ଆମ୍ଭେ ବାବିଲର ବାଲ୍ଦେବଠାରୁ ପ୍ରତିଶୋଧ ନେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତା’ର ମୁଖରୁ ତାହା ବାହାର କରିବା। ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହେବ ନାହିଁ। ଏବଂ ବାବିଲର ପ୍ରାଚୀର ପଡ଼ିଯିବ।
45
ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ବାବିଲରୁ ପଳାଇ ଯାଅ। ପ୍ରତ୍ୟେକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ନିଜକୁ ରକ୍ଷା କର।
46
“ତୁମ୍ଭେମାନେ ନିଜ ନିଜ ହୃଦୟକୁ ଦୁର୍ବଳ କର ନାହିଁ। କି ଦେଶ ମଧ୍ୟରେ ହେଉଥିବା ଜନରବକୁ ଶୁଣି ଭୀତ ହୁଅ ନାହିଁ। କାରଣ ଏ ବର୍ଷ ଏକ ଜନରବ ଉଠିବ ଓ ଅନ୍ୟ ବର୍ଷ ଅନ୍ୟ ଜନରବ ହେବ। ପୁଣି ସେ ଜନରବ ଭୟଙ୍କର ଯୁଦ୍ଧ ବିଷୟରେ ହେବ ଓ ଜଣେ ଶାସକ ଅନ୍ୟ ଏକ ଶାସକର ବିପକ୍ଷ ହେବ।
47
ଆଉ ସେ ସମୟ ନିଶ୍ଚୟ ଆସିବ, ଯେତେବେଳେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା ଓ ସମଗ୍ର ବାବିଲ ଲଜ୍ଜିତ ହେବ। ଆଉ ତାହାର ନିହତ ଲୋକମାନେ ନଗରର ରାସ୍ତାରେ ପତିତ ହେବେ।
48
ସେ ସମୟରେ ସ୍ୱର୍ଗ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବାବିଲ ବିଷୟରେ ଆନନ୍ଦରେ ଚିତ୍କାର କରିବେ। କାରଣ ସଦାପ୍ରଭୁ କହନ୍ତି ଯେ, ଉତ୍ତର ଦିଗରୁ ବିନାଶକଗଣ ଆସିବେ।”
49
“ବାବିଲର ପତନ ନିଶ୍ଚିତ ହେବ, କାରଣ ସେ ଇସ୍ରାଏଲର ଲୋକମାନଙ୍କୁ ନିପାତିତ କରିଅଛି ଓ ପୃଥିବୀର ସମୁଦାୟ ଦେଶର ଲୋକଙ୍କୁ ବଧ କରିଅଛି।
50
ହେ ଖଡ଼୍ଗରୁ ବଞ୍ଚିତ ଲୋକମାନେ, ତୁମ୍ଭେମାନେ ଗ୍ଭଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ। ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୁଶାଲମକୁ ମନେ ପକାଅ।
51
“ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ, ଆମ୍ଭେମାନେ ଅପମାନିତ ହୋଇଅଛୁ। କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।”
52
ଏଣୁ ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଅଛି, ଯେତେବେଳେ ଆମ୍ଭେ ତାହାର ଖୋଦିତ ମୂର୍ତ୍ତିଗୁଡ଼ିକୁ ପ୍ରତିଫଳ ଦେବା, ସେତେବେଳେ ଏହି ଦେଶର କ୍ଷତବିକ୍ଷତ ଲୋକମାନେ ଯନ୍ତ୍ରଣାରେ ଗଁ ଗଁ କରିବେ।
53
ପୁଣି ସଦାପ୍ରଭୁ କହନ୍ତି, ଯଦିଓ ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ ଓ ନିଜର ଦୁର୍ଗଗୁଡ଼ିକୁ ସୁଦୃଢ଼ କରିବ। ତଥାପି ଆମ୍ଭ ପ୍ରେରିତ ବିନାଶକମାନେ ତାହା ମଧ୍ୟରେ ପ୍ରବେଶ କରିବେ ଓ ତାକୁ ଧ୍ୱଂସ କରିବେ।”
54
“ଆମ୍ଭେ ବାବିଲରୁ କ୍ରନ୍ଦନର ରବ ଶୁଣିପାରୁଛୁ ଓ କଲ୍ଦୀୟମାନଙ୍କ ଦେଶରୁ ମନ ବିନାଶର ଶବ୍ଦ ଶୁଣିପାରୁଛୁ।
55
ସଦାପ୍ରଭୁ ବାବିଲକୁ ବିନଷ୍ଟ କରିବେ ଓ ନଗର ମଧ୍ୟରୁ ମହାରବ କ୍ଷାନ୍ତ କରିବେ। ଶତ୍ରୁସୈନ୍ୟ ତରଙ୍ଗାୟିତ ମହାସାଗର ସଦୃଶ ଗର୍ଜନ କରି ଆସିବେ ଓ କଲ୍ଦୀୟମାନେ ସେହି ମହାରବ ଶୁଣିବେ।
56
ବାବିଲ ବିରୁଦ୍ଧରେ ସେମାନେ ଆସିବେ ଓ ତାହାକୁ ଧ୍ୱଂସ କରିବେ। ସେମାନଙ୍କର ବୀରଗଣ ଧରାଯିବେ ଓ ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗାଯିବ। କାରଣ ସଦାପ୍ରଭୁ ସେମାନଙ୍କର ଦୁଷ୍କର୍ମ ଯୋଗୁଁ ନିଶ୍ଚୟ ପ୍ରତିଫଳ ଦେବେ।
57
ପୁଣି ଆମ୍ଭେ ତାହାର ଅଧିପତିଗଣକୁ, ତାହାର ଜ୍ଞାନୀ ଲୋକମାନଙ୍କୁ, ତାହାର ଦେଶାଧ୍ୟକ୍ଷ, ତାହାର ଅଧିପତିଗଣକୁ ଓ ତାହାର ବୀର ପୁରୁଷମାନଙ୍କୁ ମତ୍ତ କରାଇବା। ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହେବେ ଓ କେବେ ଜାଗ୍ରତ ହେବେ ନାହିଁ।” ଏହା ରାଜା କହନ୍ତି, ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
58
ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ବାବିଲର ପ୍ରଶସ୍ତ ସୁଦୃଢ଼ ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ। ବାବିଲର ଲୋକମାନେ କଠିନ ପରିଶ୍ରମ କରିବେ ଓ ନଗରକୁ ରକ୍ଷା କରିବାକୁ କ୍ଳାନ୍ତ ହେବେ। ମାତ୍ର ତାହା କିଛି ସାହାଯ୍ୟ କରିବ ନାହିଁ। ସେମାନେ ସେହି ଅଗ୍ନିଶିଖାରେ ଜାଳେଣି ସ୍ୱରୂପ ଦଗ୍ଧ ହେବେ।”
59
ବାବିଲ ପ୍ରତି ଯିରିମିୟଙ୍କ ଏକ ବାର୍ତ୍ତା ଯିହୁଦାର ଶାସକ ସିଦିକିୟଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ମହସେୟର ପୌତ୍ର, ନେରିୟର ପୁତ୍ର ସରାୟ ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା, ସେ ସମୟରେ ଯିରିମିୟ ସରାୟକୁ ଏହି ବାର୍ତ୍ତା ଦେଇଥିଲା। ସରାୟ ଜଣେ ପଦାଧିକାରୀ ଥିଲେ।
60
ଆଉ ଯିରିମିୟ ବାବିଲର ଭବିଷ୍ୟତରେ ଘଟିବାକୁ ଥିବା ସମସ୍ତ ଅମଙ୍ଗଳ କଥା ଏକ ପୁସ୍ତକରେ ଲେଖିଲେ।
61
ଆଉ ଯିରିମିୟ ସରାୟକୁ କହିଲେ, “ହେ ସରାୟ, ତୁମ୍ଭେ ବାବିଲକୁ ଯାଇ ଏହି ବାର୍ତ୍ତା ସମସ୍ତଙ୍କ ଗୋଚରାର୍ଥେ ପାଠ କର।
62
ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ୱଂସ ସ୍ଥାନ ହୋଇ ରହିବ।
63
ପୁଣି ଏହା ପାଠ କରି ସାରିଲା ପରେ, ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍ ନଦୀର ମଧ୍ୟସ୍ଥାନରେ ତାହା ପକାଇ ଦେବ।
64
ଆଉ ତୁମ୍ଭେ କହିବ, ‘ଆମ୍ଭେ ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହେବ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ଦୁଷ୍କର୍ମ କରିଅଛି।”’ ଯିରିମିୟଙ୍କ ବାର୍ତ୍ତା ଏହିଠାରେ ସମାପ୍ତ।
← Chapter 50
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 52 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52