bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 48
Jeremiah 48
Odia Bible ERV 2004 (ପବିତ୍ର ବାଇବଲ)
← Chapter 47
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 49 →
1
ମୋୟାବ ବିଷୟରେ ଏକ ବାର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋୟାବ ବିଷୟରେ ଏହା କହନ୍ତି, “ନବୋ ଧ୍ୱଂସ ହେବ, କିରିୟାଥୟିମ ଲଜ୍ଜିତ ହେବ। ତାହା କବଳିତ ହେବ ଏବଂ ପର୍ବତଗଣ ଲଜ୍ଜିତ ଓ ଭଗ୍ନ ହେବ।
2
ମୋୟାବ ପୁନର୍ବାର ପ୍ରଶଂସିତ ହେବ ନାହିଁ। ହିଶ୍ବୋନ୍ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। ‘ଆସ, ଆମ୍ଭେମାନେ ଏହାକୁ ଧ୍ୱଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦେବା।’ ହେ ମଦ୍ମେନା! ତୁମ୍ଭେ ମଧ୍ୟ ନୀରବ ହେବ, କାରଣ ଖଡ଼୍ଗ ତୁମ୍ଭର ପଶ୍ଚାଦ୍ଗାମୀ ହେବ।
3
ହୋରୋନୟିମଠାରୁ କ୍ରନ୍ଦନର ଓ ମହାବିନାଶର ଶବ୍ଦ ଶୁଣ।
4
ମୋୟାବ ଧ୍ୱଂସ ପାଇବ ଓ ତାହାର ଛୋଟ ପିଲାମାନେ ସାହାଯ୍ୟ ପାଇଁ କ୍ରନ୍ଦନ କରିବେ।
5
କାରଣ ଲୁହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରି ଉପରକୁ ଉଠିବେ। ଯେହେତୁ ହୋରୋନୟିମର ଗଡ଼ାଣି ପଥରେ ସେମାନେ ବିନାଶ ହେତୁ ସଙ୍କଟ ସୂଚକ କ୍ରନ୍ଦନ ଶୁଣିଅଛନ୍ତି।
6
ପଳାୟନ କର! ପଳାଇ ଯାଇ ଆପଣା ଆପଣା ପ୍ରାଣ ରକ୍ଷା କର। ଆଉ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ଉଡ଼ିଯାଅ।
7
“ତୁମ୍ଭେମାନେ ନିଜ କର୍ମରେ ଓ ଧନ ସମ୍ପତ୍ତିରେ ନିର୍ଭର କରିଅଛ। ଏଣୁ ତୁମ୍ଭେମାନେ ଧରାଯିବ। ଆଉ କମୋଶ ତା’ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।
8
ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ। କୌଣସି ଗୋଟିଏ ନଗର ରକ୍ଷା ପାଇବ ନାହିଁ। ତଳଭୂମି ବିନଷ୍ଟ ହେବ ଓ ଉଚ୍ଚଭୂମି ଧ୍ୱଂସ ପାଇବ। ସଦାପ୍ରଭୁ କହନ୍ତି ଏହା ଘଟିବ।
9
ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ, ତାହାର ସମସ୍ତ ନଗର ଧ୍ୱଂସ ପାଇବ ଓ ତା’ ମଧ୍ୟରେ କେହି ବାସ କରିବେ ନାହିଁ।
10
ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କରେ ଓ ଯଦି ସେ ସେହି ଲୋକମାନଙ୍କୁ ରକ୍ତପାତ କରିବାକୁ ଖଡ଼୍ଗ ବ୍ୟବହାର ନ କରେ ତେବେ ସେ ଶାପଗ୍ରସ୍ତ ହେଉ।
11
“ମୋୟାବ ଜନ୍ମରୁ ଦୁଃଖ କଷ୍ଟ ଜାଣି ନାହିଁ। ମୋୟାବ ଏକ ପାତ୍ରସ୍ଥ ମଦ ତୁଲ୍ୟ ସୁସ୍ଥିର ଅଛି। ସେ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ। କିଅବା ସେ ବନ୍ଦୀ ହୋଇ ଯାଇ ନାହିଁ, ଏଣୁ ତା’ର ସ୍ୱାଦ ତା’ ମଧ୍ୟରେ ଅଛି। ତାହାର ସୁବାସ ବିକୃତ ହୋଇ ନାହିଁ।”
12
ଆଉ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଲୋକ ପଠାଇ ତାକୁ ଢାଳି ପକାଇବା। ସେମାନେ ସେହି ପାତ୍ରକୁ ଢାଳି ଦେବେ ଓ ପାତ୍ରଗୁଡ଼ିକୁ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ। ଏପରି ସମୟ ଆସୁଅଛି।”
13
ଯେପରି ଇସ୍ରାଏଲ ବଂଶ ଆପଣା ବିଶ୍ୱାସ ଭୂମି ବୈଥେଲ୍ ବିଷୟରେ ଲଜ୍ଜିତ ହୋଇଥିଲେ, ସେହିପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।
14
“ତୁମ୍ଭେମାନେ କହିପାରିବ ନାହିଁ ‘ଆମ୍ଭେମାନେ ବୀର ଓ ଯୁଦ୍ଧରେ ସାହସୀ।’
15
ଶତ୍ରୁସୈନ୍ୟ ମୋୟାବକୁ ଆକ୍ରମଣ କରି ତାହାକୁ ଧ୍ୱଂସ କରିବେ। ତାହା ବଳବାନ୍ ସୈନ୍ୟମାନଙ୍କୁ ବଧ୍ୟ ସ୍ଥାନରେ ବଧ କରିବ।” ଏହା ସୈନ୍ୟାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।
16
“ମୋୟାବର ଶେଷ ଅବସ୍ଥା ଉପସ୍ଥିତ। ଆଉ ସେ ଖୁବ୍ ଶୀଘ୍ର ଧ୍ୱଂସ ଲାଭ କରିବ।
17
ମୋୟାବର ଚତୁର୍ଦ୍ଦିଗସ୍ଥ ଲୋକମାନେ ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ, ତାହା ପାଇଁ ବିଳାପ କର। ଆଉ କୁହ, ‘ଏହି ଦୃଢ଼ ଦଣ୍ଡ ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହୋଇଅଛି।’
18
“ହେ ଦୀବୋନ ନିବାସୀଗଣ, ତୁମ୍ଭେମାନେ ନିଶ୍ଚିତରେ ତୁମ୍ଭମାନଙ୍କ ଶୋଭାରୁ ଓହ୍ଲାଇ ଅସି ଧୂଳିରେ ବସ। କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠିଅଛି। ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।
19
“ହେ ଆରୋୟର ନିବାସୀଗଣ; ତୁମ୍ଭେମାନେ ପଥପାର୍ଶ୍ୱରେ ଦଣ୍ଡାୟମାନ ହୋଇ ନିରୀକ୍ଷଣ କର। ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଗ୍ଭର କ’ଣ ଘଟିଅଛି?
20
“ମୋୟାବ ଧ୍ୱଂସପ୍ରାପ୍ତ ହୋଇ ଲଜ୍ଜିତ ହୋଇଅଛି। ତେଣୁ ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ମୋୟାବ ଧ୍ୱଂସ ହୋଇଅଛି ବୋଲି ଅର୍ଣ୍ଣୋନରେ ପ୍ରଗ୍ଭର କର।
21
ମୋୟାବ ସମସ୍ତ ଉଚ୍ଚ ଭୂମିମାନଙ୍କରେ ଓ ନିକଟବର୍ତ୍ତୀ ନଗର ଯଥା: ହଲୋନ, ଯହସ ଓ ମେଫାତରେ ପ୍ରଗ୍ଭର କର।
22
ଦୀବୋନ, ନବୋ ଓ ବୈଥ-ଦିବ୍ଲାଥୟିମ,
23
କିରିୟାଥୟିମ୍, ବୈଥ୍ଗାମୁର୍, ଓ ବୈଥ୍ମିୟୋନ୍
24
କିରିୟୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ ବିଗ୍ଭର ଦଣ୍ଡ ଉପସ୍ଥିତ ହୋଇଅଛି।
25
ସଦାପ୍ରଭୁ କହନ୍ତି ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି।”
26
“ମୋୟାବକୁ ତୁମ୍ଭେମାନେ ମତ୍ତ କରାଅ, କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ମନେ କରିଅଛି। ତେଣୁ ସେ ନିଜ ବାନ୍ତିରେ ଗଡ଼ିବ ଓ ସବୁ ଲୋକଙ୍କ ଦ୍ୱାରା ହାସ୍ୟାସ୍ପଦ ହେବ।
27
“ହେ ମୋୟାବ, ଇସ୍ରାଏଲ ତୁମ୍ଭ ଦୃଷ୍ଟିରେ ପରିହାସର ପାତ୍ର ହୋଇଥିଲା। ସତେ ଯେମିତି ସେ ଗ୍ଭେରମାନଙ୍କ ମଧ୍ୟରେ ଧରାଯାଇଥିଲା, ତୁମ୍ଭେ ସେପରି ବ୍ୟବହାର କଲ। ତୁମ୍ଭେ ହତାଶରେ ମୁଣ୍ଡ ହଲାଇଲ ଯେଉଁ କ୍ଷଣେ ତୁମ୍ଭେ ତା’ ବିଷୟରେ କୁହ।
28
ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ତୁମ୍ଭମାନଙ୍କ ନଗରସବୁ ତ୍ୟାଗ କରି ଶୈଳମାନଙ୍କରେ ବାସ କର। ଏବଂ ଏକ କପୋତ ପରି ହୁଅ ଯିଏ କି ତା’ର ବସା ଗିରିପଥର ମୁହଁ ପାର୍ଶ୍ୱରେ ତିଆରି କରେ।”
29
“ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।”
30
ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର କ୍ରୋଧ ଜାଣୁ, ମାତ୍ର ତାହା କିଛି ନୁହେଁ ଓ ସେମାନଙ୍କର ଗର୍ବସବୁର କିଛି ମାନେ ନାହିଁ। ଏହା ଭିତ୍ତିହୀନ ବୋଲି ପ୍ରମାଣ ହେବ।
31
ତେଣୁ ଆମ୍ଭେ ମୋୟାବ ପାଇଁ ଓ ତା’ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀର୍ହେରସର ଲୋକମାନଙ୍କ ପାଇଁ ମଧ୍ୟ ଆମ୍ଭେ ଶୋକ କରିବା।
32
ହେ ଶିବ୍ମାର ଦ୍ରାକ୍ଷାଲତେ, ଯାସେର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶୋକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନେଇଗଲା।
33
ମୋୟାବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହୋଇଅଛି। ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ୟ କରିଅଛି। ଆଉ ଆଗକୁ କେହି ଆନନ୍ଦ ଉଲ୍ଲାସରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ। ଆନନ୍ଦଧ୍ୱନି ଲୋପ ପାଇବ।
34
“ହିଶ୍ବୋନ୍ ଓ ଇଲିୟାଲୀର କ୍ରନ୍ଦନ ଯହସ ପର୍ଯ୍ୟନ୍ତ ଶୁଣା ଯାଇଅଛି। ଆଉ ମଧ୍ୟ ସେହି କ୍ରନ୍ଦନ ସୋୟରଠାରୁ ହୋରୋନୟିମ ଓ ଇଗ୍ଲଥ୍ ଶଲୀଶୀୟା ପର୍ଯ୍ୟନ୍ତ ଶ୍ରୁତିଗୋଚର ହୋଇଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହୋଇଅଛି।
35
ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବର ଉଚ୍ଚସ୍ଥଳୀରେ ବଳିଦାନକାରୀଙ୍କୁ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାନକାରୀଙ୍କୁ ଲୋପ କରିବା।”
36
“ଆମ୍ଭର ହୃଦୟ ମୋୟାବ ପାଇଁ ଦୁଃଖିତ ଓ ତା’ ପାଇଁ ଆମ୍ଭ ହୃଦୟ ମୃତ୍ୟୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ୟ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀପରି ବାଜୁ ଅଛି। କାରଣ ସେମାନଙ୍କର ଧନ ସମ୍ପଦସବୁ ଅପହରଣ କରାଯାଇଅଛି।
37
ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହୋଇଛନ୍ତି। ପ୍ରତ୍ୟେକଙ୍କର ହାତ କାଟି ରକ୍ତାକ୍ତ ହୋଇଅଛି ଓ ପ୍ରତ୍ୟେକ କଟିଦେଶରେ ଚଟବସ୍ତ୍ର ପରିଧାନ କରିଛନ୍ତି।
38
ମୋୟାବର ସମସ୍ତ ଗୃହର ଛାତ ଉପରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ୟୁର ଶୋକ ବ୍ୟାପି ଯାଇଛି।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।”
39
“ମୋୟାବ ଭଗ୍ନ ହୋଇଅଛି, ତା’ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମୋୟାବ ଲଜ୍ଜିତ ହୋଇଅଛି ଓ ଲୋକମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।”
40
ସଦାପ୍ରଭୁ ମଧ୍ୟ କହନ୍ତି, “ଦେଖ, ଏକ ଉତ୍କ୍ରୋଶପକ୍ଷୀ ପରି ତୀବ୍ର ଗତିରେ ତଳକୁ ଖସିବ ଏବଂ ମୋୟାବ ବିରୁଦ୍ଧରେ ତା’ର ପକ୍ଷ ବିସ୍ତାର କରିବ।
41
ମୋୟାବ ଅଧିକୃତ ହେବ, ତା’ର ଦୃଢ଼ ଦୁର୍ଗସବୁ ହସ୍ତଗତ ହେବ। ଆଉ ସେତେବେଳେ ମୋୟାବର ବୀର ସୈନିକମାନଙ୍କର ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହେବ।
42
ମୋୟାବ ଲୁପ୍ତ ହେବ ଓ ସେ ଏକ ଗୋଷ୍ଠୀ ହୋଇ ରହିବ ନାହିଁ। କାରଣ ସେ ସଦାପ୍ରଭୁଙ୍କଠାରୁ ନିଜକୁ ବଡ଼ ମନେ କରେ।”
43
ତେଣୁ ସଦାପ୍ରଭୁ କହନ୍ତି, “ହେ ମୋୟାବ ନିବାସୀଗଣ ତୁମ୍ଭମାନଙ୍କ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।
44
ଯେତେବେଳେ ଲୋକମାନେ ଭୟରେ ଦୌଡ଼ିବେ, ସେମାନେ ଖାତ ଭିତରେ ପଡ଼ିବେ ଏବଂ ଯେତେବେଳେ ସେମାନେ ଖାତରୁ ବାହାରକୁ ପଡ଼ିବେ, ସେମାନେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମୋୟାବ ଉପରେ ଶାସ୍ତିର ବର୍ଷ ଆଣିବି।”
45
“ଯେଉଁମାନେ ପଳାଇଯାଇ ଶକ୍ତିଶାଳୀ ହିଶ୍ବୋନ୍ରେ ଆଶ୍ରୟ ନେବେ ସେମାନେ ମଧ୍ୟ ରକ୍ଷା ପାଇବେ ନାହିଁ। କାରଣ ହିଶ୍ବୋନ୍ରୁ ଓ ସୀହୋନରୁ ଅଗ୍ନି ନିର୍ଗତ ହୋଇ ମୋୟାବର ଅଧିପତି ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।
46
ହେ ମୋୟାବ, ତୁମ୍ଭକୁ ଧିକ୍, କମୋଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ୟାମାନେ ବନ୍ଦୀ ହୋଇ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।
47
“ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶେଷକାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱ ସ୍ଥାନରୁ ଫେରାଇ ଆଣିବା।” ମୋୟାବ ବିଷୟରେ ଏହା ଶେଷ ବିଗ୍ଭର।
← Chapter 47
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 49 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52