bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 46
Jeremiah 46
Odia Bible ERV 2004 (ପବିତ୍ର ବାଇବଲ)
← Chapter 45
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 47 →
1
ବିଭିନ୍ନ ଗୋଷ୍ଠୀ ସମ୍ବନ୍ଧରେ ବାର୍ତ୍ତା ବିଭିନ୍ନ ଗୋଷ୍ଠୀଗଣ ବିଷୟରେ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
2
ମିଶର ସମ୍ବନ୍ଧରେ ବାର୍ତ୍ତା ମିଶର ଦେଶ ସମ୍ବନ୍ଧରେ ଏହି ବାର୍ତ୍ତା। ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ଅଧିକାରର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର, ମିଶରର ରାଜା ଫାରୋ-ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟ ସାମନ୍ତ ବିଷୟକ କଥା।
3
“ତୁମ୍ଭେମାନେ ଚର୍ମରେ ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ଅଗ୍ରସର ହୁଅ।
4
ହେ ଅଶ୍ୱାରୋହୀଗଣ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର। ମସ୍ତକରେ ଶିରସ୍ତ୍ରାଣ ପିନ୍ଧି ଠିଆ ହୁଅ। କଲମକୁ ଧାରୁଆ କର ଓ ସାଞ୍ଜୁ ପିନ୍ଧ।
5
ଆମ୍ଭେ କ’ଣ ଦେଖୁଅଛୁ? ସେମାନେ ଉଦ୍ବିଗ୍ନ ହୋଇ ପଛକୁ ଫେରୁଛନ୍ତି। ସେମାନଙ୍କର ବୀରଗଣ ପରାସ୍ତ ହୋଇଛନ୍ତି ଓ ପଛକୁ ନ ଗ୍ଭହିଁ ଶୀଘ୍ର ଶୀଘ୍ର ପଳାୟନ କରୁଛନ୍ତି। ସେମାନଙ୍କ ଚତୁର୍ଦ୍ଦିଗରେ ଆଶଙ୍କା ଭରି ଯାଇଛି।” ସଦାପ୍ରଭୁ ଏହିସବୁ କହନ୍ତି।
6
“ଦ୍ରୁତଗାମୀ ଲୋକ ପଳାୟନ କରି ପାରିବେ ନାହିଁ, କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ। ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିବେ ଓ ସେମାନଙ୍କର ପତନ ହେବ।
7
ସେ କିଏ ଯେ କି ନୀଳନଦୀପରି ଉଠୁଅଛି ଓ ନଦୀ ସମୂହର ଜଳରାଶି ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି?
8
ଏହା ହେଉଛି ମିଶର ଯେ କି ନୀଳନଦୀ ତୁଲ୍ୟ ଉଠୁଅଛି। ତା’ର ଜଳରାଶି ନଦୀ ସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି। ଆଉ ସେ କହୁଅଛି, ‘ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଳାବିତ କରିବି, ମୁଁ ନଗର ସମୂହକୁ ଓ ତନ୍ନିବାସୀ ଲୋକମାନଙ୍କୁ ନଷ୍ଟ କରିବି।’
9
ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ। ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର, ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର। କୁଶ୍, ପୁଟ୍ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ, ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ।
10
“କିନ୍ତୁ ସେତେବେଳେ ଆମ୍ଭର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ପ୍ରତିଶୋଧ ନେବେ ଓ ସେହି ଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦେବେ। ଖଡ଼୍ଗ ସମସ୍ତଙ୍କୁ ନିଃଶେଷ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞସ୍ଥଳୀ ଅଛି।
11
“ହେ ମିଶରର ଅନୂଢ଼ା କନ୍ୟା, ତୁମ୍ଭେ ଗିଲିୟଦଠାରୁ ଔଷଧ ନିଅ। ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ୟ ତାହା ବ୍ୟର୍ଥ ହେବ, ତୁମ୍ଭେ ଆରୋଗ୍ୟ ହେବ ନାହିଁ।
12
ଗୋଷ୍ଠୀଗଣ ତୁମ୍ଭର କ୍ରନ୍ଦନ ଶୁଣିବେ। ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ ହେବ। କାରଣ ‘ବୀର ସୈନିକ’ ଅନ୍ୟ ଜଣେ ‘ବୀର ସୈନିକ’ ଉପରେ ଝୁଣ୍ଟି ପଡ଼ିବ ଓ ସେ ଦୁହେଁ ଏକତ୍ର ପଡ଼ିବେ।”
13
ବାବିଲର ରାଜା ନବୂଖଦ୍ନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କୁ କହିଲେ,
14
“ତୁମ୍ଭେମାନେ ମିଶରରେ ପ୍ରଗ୍ଭର କର, ମିଗ୍ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫନ୍ହେଷରେ କୁହ, ‘ତୁମ୍ଭେମାନେ ଯୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ଖଡ଼୍ଗ ତୁମ୍ଭ ଗ୍ଭରିଆଡ଼େ ଲୋକମାନଙ୍କୁ ବିନାଶ କରିଗ୍ଭଲିଛି।’
15
“ହେ ମିଶର, ତୁମ୍ଭର ବଳବାନ୍ ଲୋକମାନେ ମୃତ୍ୟୁବରଣ କରିବେ ଓ ସେମାନେ ସ୍ଥିର ହୋଇ ଛିଡ଼ା ହୋଇ ପାରିବେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ତଳେ ଠେଲି ପକାଇ ଦେବେ।
16
ସେହି ସୈନ୍ୟଗଣ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ। ସେମାନେ ପୁଣି କହିବେ, ‘ଉଠ, ଆମ୍ଭେମାନେ ଖଡ଼୍ଗରୁ ରକ୍ଷା ପାଇବା ପାଇଁ ଆପଣା ଲୋକମାନଙ୍କ ନିକଟକୁ ପଳାଇଯିବା ଓ ଆପଣା ଜନ୍ମଭୂମିକୁ ପୁନର୍ବାର ଫେରିଯିବା।’
17
ସେମାନଙ୍କ ଜନ୍ମଭୂମିରେ ଲୋକମାନେ କହିବେ, ‘ଫାରୋ କେବଳ ଜଣେ ଅହଙ୍କାରୀ, ଯିଏ କି ଉତ୍ତମ ସୁଯୋଗ ହାତଛଡ଼ା କରନ୍ତି।”’
18
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ଯିଏ କି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।
19
ହେ ମିଶରର କନ୍ୟା, ତୁମ୍ଭେ ନିର୍ବାସନ ଯିବା ପାଇଁ ନିଜକୁ ପ୍ରସ୍ତୁତ କର। କାରଣ ନୋଫ ଧ୍ୱଂସପ୍ରାପ୍ତ ଓ ଦଗ୍ଧିଭୂତ ହେବ। ସେଠାରେ କେହି ଲୋକ ବାସ କରିବେ ନାହିଁ।
20
“ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି, ମାତ୍ର ଡାଆଁଶ ସଦୃଶ ଉତ୍ତର ଦିଗରୁ କଲ୍ଦୀୟମାନେ ତାକୁ ବିନାଶ କରିବାକୁ ଆସିବେ।
21
ଆହୁରି ମିଶରର ବେତନଗ୍ରାହୀ ସୈନ୍ୟମାନେ ଗୋଶାଳାର ଗୋବତ୍ସ ତୁଲ୍ୟ। ସେମାନେ ପଳାୟନ କରିବେ। ସେମାନେ ଆକ୍ରମଣର ସମ୍ମୁଖୀନ ହୋଇ ପାରିବେ ନାହିଁ। କାରଣ ସେମାନଙ୍କର ବିପଦର ଦିନ ଆସୁଅଛି ଓ ସେମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରତିଫଳ ପାଇବେ।
22
ମିଶର ସର୍ପତୁଲ୍ୟ ଶବ୍ଦକରି ପଳାଇବାକୁ ଚେଷ୍ଟା କରିବ। ମାତ୍ର ଶତ୍ରୁଗଣ ତା’ର ନିକଟରୁ ନିକଟତର ହେବେ। ସେମାନେ କାଠ କଟାଳୀ ସଦୃଶ କୁହ୍ରାଡ଼ି ନେଇ ତା’ ବିରୁଦ୍ଧରେ ଆକ୍ରମଣ କରିବେ।”
23
ସଦାପ୍ରଭୁ କହନ୍ତି, “ମିଶରର ସୈନ୍ୟ ଅରଣ୍ୟ ସଦୃଶ। ଅଗଣିତ ହେଲେ ହେଁ ଶତ୍ରୁସୈନ୍ୟ ସେମାନଙ୍କୁ ହାଣି ପକାଇବେ। କାରଣ ଶତ୍ରୁସୈନ୍ୟ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି।
24
ମିଶର ଲଜ୍ଜିତା ହେବ। ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେବ।”
25
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଫାରୋ, ମିଶର, ତାହାର ଦେବଗଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା।
26
ପୁଣି ସେମାନଙ୍କର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା।” ପୁଣି ସଦାପ୍ରଭୁ କହନ୍ତି, “ପୂର୍ବକାଳରେ ମିଶର ଯେଉଁପରି ଶାନ୍ତିରେ ବାସ କରୁଥିଲା, ଏହି ଦୁଃସମୟ ପରେ ସେ ପୁନର୍ବାର ଶାନ୍ତିରେ ରହିବ।”
27
ଉତ୍ତର ଇସ୍ରାଏଲ ପାଇଁ ଏକ ବାର୍ତ୍ତା “ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା । ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।”
28
ସଦାପ୍ରଭୁ କହନ୍ତି, “ହେ ମୋର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ଆମ୍ଭେ ସେମାନଙ୍କୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବେଚନା ପୂର୍ବକ ଶାସ୍ତି ଦେବା। ମାତ୍ର ତୁମ୍ଭକୁ ଦଣ୍ଡ ନ ଦେଇ ଛାଡ଼ିବା ନାହିଁ।”
← Chapter 45
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 47 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52