bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 15
Jeremiah 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 16 →
1
ଅନନ୍ତର ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯଦିଓ ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୋଇ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର। ସେମାନଙ୍କୁ ବାହାରି ଯିବାକୁ କୁହ।
2
ପୁଣି ଯେବେ ସେମାନେ ତୁମ୍ଭକୁ ପଗ୍ଭରନ୍ତି, ‘ଆମ୍ଭେମାନେ କେଉଁଠାକୁ ଯିବା?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ: “‘ମୃତ ଲୋକମାନେ କବରକୁ ଯିବେ। ଯେଉଁ ଲୋକମାନେ ଖଣ୍ଡା ଦ୍ୱାରା ହତ ହେବାକୁ ଥିବେ, ସେମାନଙ୍କୁ ଖଣ୍ଡାରେ ହତ୍ୟା କରାଯିବ। ଯେଉଁ ଲୋକମାନଙ୍କ ଭାଗ୍ୟରେ ଦୁର୍ଭିକ୍ଷରେ ପୀଡ଼ିତ ହେବାର ଥିବ, ସେମାନେ ମରୁଡ଼ିରେ ପୀଡ଼ିତ ହେବେ ଏବଂ ଯେଉଁ ଲୋକମାନଙ୍କ ଭାଗ୍ୟରେ ବନ୍ଦୀ ହେବାର ଥିବ ସେମାନେ ବନ୍ଦୀଗୃହକୁ ଯିବେ।’
3
ସଦାପ୍ରଭୁ କହନ୍ତି, ‘ଆମ୍ଭେ ଗ୍ଭରି ପ୍ରକାରରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା। ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା, ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପରେ ନିଯୁକ୍ତ କରିବା।
4
କାରଣ ଯିହୁଦାର ରାଜା ହିଜକିୟଙ୍କର ପୁତ୍ର ମନଃଶି ଯିରୁଶାଲମରେ ଦୁଷ୍କର୍ମ କଲା, ଆମ୍ଭେ ସେମାନଙ୍କୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହୋଇଯିବେ।’
5
“କାରଣ ହେ ଯିରୁଶାଲମ, କିଏ ତୁମ୍ଭକୁ ଦୟା କରିବ? କିଏ ତୁମଲାଗି କାନ୍ଦିବ? ତୁମ୍ଭର କୁଶଳତା ବିଷୟ ପଗ୍ଭରିବା ପାଇଁ କିଏ ତୁମ୍ଭ ପାଖକୁ ଆସିବ?”
6
ସଦାପ୍ରଭୁ କହନ୍ତି, “ହେ ଯିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ। ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ। ଆମ୍ଭେ କ୍ଷମା କରି କ୍ଳାନ୍ତ ହୋଇଅଛୁ।
7
ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାର ସମୂହରେ କୁଲାରେ ପାଛୁଡ଼ି ଅଛୁ। ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ। ଆମ୍ଭେ ସେମାନଙ୍କୁ ବିନାଶ କରିଅଛୁ। ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।
8
ମୋ’ ଉପସ୍ଥିତିରେ ସେମାନଙ୍କର ବିଧବାମାନେ ସମୁଦ୍ରର ବାଲି ପରି ବହୁସଂଖ୍ୟକ ହେବେ। ମୁଁ ଯୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ୟାହ୍ନରେ ଏକ ବିନାଶକ ଆଣିବି, ସେମାନେ ହଠାତ୍ ଭୟ ଓ ଆତଙ୍କିତ ହେବେ।
9
ସେମାନେ ଖଡ଼୍ଗରେ ଲୋକମାନଙ୍କୁ ବିନାଶ କରିବେ। ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ଶତ୍ରୁଗଣଙ୍କ ଖଡ଼୍ଗରେ ସମର୍ପଣ କରିବା” ଏହା ସଦାପ୍ରଭୁ କହନ୍ତି। “ସାତ ସନ୍ତାନ ବିଶିଷ୍ଟ ରମଣୀର ସମସ୍ତେ ପ୍ରାଣତ୍ୟାଗ କରିବେ। ସେ ସ୍ତ୍ରୀ କାନ୍ଦି କାନ୍ଦି କ୍ଷୀଣା ହୋଇଯିବ। ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଯିବ। ସେ ଲଜ୍ଜିତା ଓ ଆଶାଶୂନ୍ୟ ହେବ।”
10
ଯିରିମିୟଙ୍କ ପୁନର୍ବାର ପରମେଶ୍ୱରଙ୍କ ନିକଟରେ ଅଭିଯୋଗ ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମୋ’ ପରି ଏକ ଯୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦେଇଛ। ମୁଁ କାହାରିକୁ ଧାର ଦେଇ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି।
11
ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
12
ଯିରିମିୟକୁ ପରମେଶ୍ୱରଙ୍କ ଉତ୍ତର “ହେ ଯିରିମିୟ, ତୁମ୍ଭେ ଜାଣ ଯେ, ଲୁହା ଭାଙ୍ଗିବା ଅସମ୍ଭବ। ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ଦେଶୀୟ ଲୌହ ଓ ପିତ୍ତଳକୁ।
13
ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି। ଆମ୍ଭେ ସେମାନଙ୍କର ଧନ ସମ୍ପତ୍ତି ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ୟରେ ଲୁଣ୍ଠିତ ହେବାକୁ ଦେବା। କାରଣ ସେମାନେ ସେମାନଙ୍କର ପାପ ସମୂହର ଫଳ ଭୋଗ କରିବେ।
14
ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁଗଣର ଅଜ୍ଞାତ ଏକ ଦେଶକୁ କ୍ରୀତଦାସ କରି ନେଇଯିବା। କାରଣ କ୍ରୋଧାଗ୍ନି ପ୍ରଜ୍ୱଳିତ ହୋଇଅଛି। ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।”
15
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଛ; ମୋତେ ସ୍ମରଣ କର ଓ ମୋର ତତ୍ତ୍ୱ ନିଅ। ଆଉ ମୋର ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ। ତେଣୁ ମୋତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।
16
ତୁମ୍ଭର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି। ଆଉ ତୁମ୍ଭର ବାକ୍ୟ ଦ୍ୱାରା ମୋର ପ୍ରାଣ ଉଲ୍ଲସିତ ହେଲା। କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
17
ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମୋତେ ମୋର ଚତୁର୍ପାର୍ଶ୍ୱସ୍ଥ ମନ୍ଦ ଯୋଗୁଁ କ୍ରୋଧରେ ପୂର୍ଣ୍ଣ କରିଅଛ।
18
ମୋର ବେଦନା ଚିରନ୍ତନ, ମୋର କ୍ଷତ ଦୁରାରୋଗ୍ୟ। ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ।
19
ଏହା ପରେ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯଦି ଫେରିବ ଓ ଆମ୍ଭର ସେବା କରିବ, ତେବେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫେରାଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ୟହୀନ କଥା ନ କହି ମୂଲ୍ୟବାନ୍ କଥା କହିବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ। ସେମାନେ ତୁମ୍ଭ ପାଖକୁ ଫେରି ଆସିବେ। ମାତ୍ର ତୁମ୍ଭେ ସେମାନଙ୍କ ପାଖକୁ ଫେରିଯିବ ନାହିଁ।
20
ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା। ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
21
ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52