bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 22
Jeremiah 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 23 →
1
ଦୁଷ୍ଟ ରାଜାଗଣଙ୍କ ବିପକ୍ଷରେ ବିଗ୍ଭର ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ଯାଇ ଯିହୁଦାର ରାଜାଙ୍କୁ ଏହି ବାକ୍ୟ କୁହ।
2
‘ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ଓ ତୁମ୍ଭର ଦାସଗଣ ଏହିସବୁ ଫାଟକ ଦେଇ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଶୁଣ।
3
ସଦାପ୍ରଭୁ କହନ୍ତି, ନ୍ୟାୟ ବିବେଚନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ।
4
ଆଉ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କର, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦେଇ ଗୃହରେ ପ୍ରବେଶ କରିବେ।
5
ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ ଏହି ଗୃହ ଧ୍ୱଂସ ସ୍ତୁପରେ ପରିଣତ ହେବ।’”
6
ଆଉ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହିକଥା କହନ୍ତି, “ତୁମ୍ଭେ ଆମ୍ଭ ପ୍ରତି ଗିଲିୟଦ୍ ଓ ଲିବାନୋନ୍ର ଶୃଙ୍ଗସ୍ୱରୂପ ଅଟ। ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର ଓ ଜନଶୂନ୍ୟ ନଗରରେ ପରିଣତ କରିବା।
7
ତୁମ୍ଭର ପ୍ରାସାଦକୁ ଧ୍ୱଂସ କରିବାକୁ ପ୍ରତ୍ୟେକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା। ସେମାନେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ କାଟି ଅଗ୍ନିରେ ପକାଇବେ।
8
“ଆଉ ଦେଶୀୟମାନେ ଏହି ନଗର ଦେଇ ଗଲାବେଳେ ପ୍ରତ୍ୟେକ ଆପଣା ଆପଣା ସଙ୍ଗୀକି ପଗ୍ଭରିବେ, ‘ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ଯିରୁଶାଲମ ନଗରକୁ ଏପରି କଲେ?’
9
ତହିଁରେ ସେମାନେ ଉତ୍ତର ଦେବେ, ‘ସଦାପ୍ରଭୁ ପରମେଶ୍ୱରଙ୍କ ନିୟମକୁ ପରିତ୍ୟାଗ କରି ଯିହୁଦାବାସୀ ଅନ୍ୟ ଦେବଗଣଙ୍କୁ ପ୍ରଣାମ ଓ ସେବା କରିଥିବାରୁ।’”
10
ରାଜା ଯିହୋୟାସ୍ (ଶଲ୍ଲମ୍)ଙ୍କ ବିରୁଦ୍ଧରେ ବିଗ୍ଭର ତୁମ୍ଭେମାନେ ମୃତ ରାଜାଙ୍କ ସକାଶେ ରୋଦନ କର ନାହିଁ। କିଅବା ତାହା ପାଇଁ ବିଳାପ କର ନାହିଁ। ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ ଅତିଶୟ କ୍ରନ୍ଦନ କର। କାରଣ ସେ ଆଉ ଫେରିବ ନାହିଁ କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।
11
ଯେହେତୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶିୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷୟରେ ସଦାପ୍ରଭୁ ଏହା କହନ୍ତି, “ସେ ଆଉ ଯିରୁଶାଲମକୁ ଫେରିବ ନାହିଁ।
12
ଯିହୋୟାସ୍ (ଶଲ୍ଲମ୍) ବନ୍ଦୀତ୍ୱ ଅବସ୍ଥାରେ ଯେଉଁ ସ୍ଥାନକୁ ନୀତ ହୋଇଛି ସେ ସେହି ସ୍ଥାନରେ ମରିବ। ସେ ଆଉ ଏହି ଦେଶ ଦେଖି ପାରିବ ନାହିଁ।”
13
ରାଜା ଯିହୋୟାକୀମ୍ଙ୍କ ବିପକ୍ଷରେ ବିଗ୍ଭର “ଯିହୋୟାକୀମ୍ ଜଣେ ଅଧର୍ମୀ ରାଜା ଥିଲେ ଯିଏ କି ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେ, ଯିଏ ବିନା ମୂଲ୍ୟରେ ଆପଣା ପ୍ରତିବାସୀକି ସେବା କରାଏ ଓ ତାଙ୍କୁ କିଛି ବେତନ ଦିଏ ନାହିଁ।
14
“ଯିହୋୟାକୀମ୍ କହନ୍ତି, ‘ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କୋଠରୀମାନ ନିର୍ମାଣ କରିବି।’ ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।
15
“ହେ ଯିହୋୟାକୀମ୍, ତୁମ୍ଭେ ତୁମ୍ଭ ଗୃହରେ ବହୁ ଏରସ କାଠ ବ୍ୟବହାର କରି ବଡ଼ ରାଜା ହୋଇଯିବ ବୋଲି ଭାବୁଛ କି? ତୁମ୍ଭର ପିତା ଧର୍ମରେ ଖାଦ୍ୟ ପାନୀୟ ଦେଇ ଉତ୍ତମ ରାଜା ହେଲେ ଓ ଏହି ଧର୍ମାଚରଣ ଯୋଗୁଁ ସେଠାରେ ଉନ୍ନତି ହେଲା।
16
ଯୋଶିୟ ଦରିଦ୍ର ଓ ଦୀନହୀନଙ୍କର ଯତ୍ନ ନେଉଥିବାରୁ ତାଙ୍କର ମଙ୍ଗଳ ହେଲା। ସଦାପ୍ରଭୁ କହନ୍ତି, “ଏହାକି ଆମ୍ଭକୁ ଜ୍ଞାତ ହେବାର ନୁହେଁ?”
17
“ମାତ୍ର ହେ ଯିହୋୟାକୀମ୍, ତୁମ୍ଭେ କେବଳ ନିଜର ସ୍ୱାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ୟ ଓ ନିର୍ଦ୍ଦୋଷର ରକ୍ତପାତରେ ବୁଡ଼ି ରହିଛି।”
18
ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ଲୋକମାନେ, ‘ହାୟ, ଆମ୍ଭର ଭାଇ! ଅବା ହାୟ, ଆମ୍ଭ ଭଉଣୀ’ ବୋଲି ଡାକି ତାଙ୍କ ପାଇଁ ବିଳାପ କରିବେ ନାହିଁ। ‘ହାୟ ପ୍ରଭୁ, ହାୟ ତାଙ୍କର ମହିମା!’ ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।
19
ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୁଶାଲମର ଦ୍ୱାର ବାହାରେ ପକାଯିବ।
20
“ହେ ଯିହୁଦା, ତୁମ୍ଭେ ଲିବାନୋନ୍ର ପର୍ବତ ଉପରେ କ୍ରନ୍ଦନ କର। ତୁମ୍ଭେ ବାଶନର ପର୍ବତ ଉପରେ ଉଚ୍ଚ ସ୍ୱରରେ ପାଟି କର ଓ ଅବାରୀମର ପର୍ବତରୁ ବିଳାପ କର। କାରଣ ତୁମ୍ଭର ‘ପ୍ରେମିକମାନେ’ ବିନଷ୍ଟ ହୋଇଅଛନ୍ତି।
21
“ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ।
22
ତୁମ୍ଭ ପ୍ରତି ଶାସ୍ତି ସ୍ୱରୂପ ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଉଡ଼ାଇ ନେବ ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ୱ ସ୍ଥାନକୁ ଯିବ। ସେହି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ ଲଜ୍ଜିତ ଓ ଆକୁଳିତ ହେବ।
23
“ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହରେ ଉଚ୍ଚ ପର୍ବତ ଉପରେ ବାସ କରି ଲିବାନୋନ୍ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତେବେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବେଦନା ତୁଲ୍ୟ ବିଳାପ କରିବ।”
24
ଯିହୋୟାକୀନଙ୍କ ବିପକ୍ଷରେ ବିଗ୍ଭର ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍ର ପୁତ୍ର ଯିହୋୟାକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା।
25
ହେ ଯିହୋୟାକୀନ୍, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ ଅର୍ଥାତ୍ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତରେ ଓ କଲ୍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା।
26
ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶରେ ଜନ୍ମ ହୋଇ ନ ଥିଲା ସେହିପରି ଦେଶରେ ନିକ୍ଷେପ କରିବା। ସେହିଠାରେ ତୁମ୍ଭେମାନେ ମରିବ।
27
ହେ କନିୟ, ତୁମ୍ଭେ ଯେଉଁ ଦେଶକୁ ଫେରିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫେରିପାରିବ ନାହିଁ।”
28
କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ?
29
ହେ ପୃଥିବୀ, ଯିହୁଦା ଦେଶ! ସଦାପ୍ରଭୁଙ୍କ ବାକ୍ୟ ଶୁଣ।
30
ସଦାପ୍ରଭୁ କହନ୍ତି, “କନିୟ ବିଷୟରେ ଏହି କଥା ଲେଖ, ‘ସେ ନିଃସନ୍ତାନ ହେବ। ସେ ନିଜ ଜୀବନକାଳ ମଧ୍ୟରେ ଭାଗ୍ୟବାନ୍ ହେବ ନାହିଁ। କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନରେ ବସିବ ନାହିଁ, କି ଯିହୁଦା ଉପରେ ଆପଣା ଶାସନ କର୍ତ୍ତୃତ୍ୱ କରି ଭାଗ୍ୟବାନ୍ ହେବ ନାହିଁ।’”
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52