bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 44
Jeremiah 44
Odia Bible ERV 2004 (ପବିତ୍ର ବାଇବଲ)
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 45 →
1
ମିଶରସ୍ଥିତ ଯିହୁଦୀୟମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମିଗ୍ଦୋଲରେ, ତଫନ୍ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
2
“ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯିରୁଶାଲମ ଉପରେ ଓ ଯିହୁଦାର ସବୁ ନଗର ଉପରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ ତାହା ତୁମ୍ଭେମାନେ ଦେଖିଅଛ। ଆଉ ସେଗୁଡ଼ିକ ଜନମାନବ ଶୂନ୍ୟ ପ୍ରସ୍ତର ଗଦାରେ ଆଜି ପରିଣତ ହୋଇଅଛି।
3
କାରଣ ସେମାନେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସେମାନେ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ଯ୍ୟ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତରେ କରୁ ନ ଥିଲେ।
4
ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ୟଦ୍ବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, “ତୁମ୍ଭେମାନେ ଏହି ଘୃଣ୍ୟ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।”
5
ମାତ୍ର ସେମାନେ ସେମାନଙ୍କର କଥା ଶୁଣିଲେ ନାହିଁ। ସେମାନେ ଆପଣା ଦୁଷ୍କର୍ମରୁ ନିବୃତ୍ତ ହୋଇ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ନ ଜଳାଇବା ପାଇଁ ଭବିଷ୍ୟଦ୍ବକ୍ତାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ।
6
ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ଯିରୁଶାଲମର ସମସ୍ତ ପଥ ସେହି କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଲା। ଆଉ ମୋର କ୍ରୋଧ ଯୋଗୁଁ ଯିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ୱଂସସ୍ତୁପରେ ପରିଣତ ହୋଇଅଛି।’
7
“ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭେମାନେ କାହିଁକି ଏହି ମହାପାପ କରି ନିଜ ନିଜ ଜୀବନକୁ ଆଘାତ କରୁଛ? ଏହା ଦ୍ୱାରା ତୁମ୍ଭେମାନେ ନିଜ ନିଜ ସମ୍ପର୍କୀୟ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁମାନଙ୍କୁ ଯିହୁଦା ପରିବାରରୁ ବିଚ୍ଛିନ୍ନ କରୁଅଛ। ଆଉ କାହାରିକୁ ଯିହୁଦାର ଅବଶିଷ୍ଟ ରଖୁ ନାହଁ।
8
ତୁମ୍ଭେମାନେ ଏହି ଯେ ମିଶର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏ ସ୍ଥାନରେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇ କାହିଁକି ଆପଣା ଆପଣା ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ବିନଷ୍ଟ ହେବ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରେ ଅଭିଶପ୍ତ ଓ ନିନ୍ଦାର ପାତ୍ର ହେବ।
9
ଯିହୁଦା ନଗରର ଓ ଯିରୁଶାଲମର ରାଜପଥରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଏବଂ ଯିହୁଦାର ରାଜାମାନେ ଓ ସେମାନଙ୍କର ସ୍ତ୍ରୀମାନେ କରିଥିବା ଅପରାଧ ଏବଂ ତୁମ୍ଭର ନିଜର କୁକର୍ମ ଓ ତୁମ୍ଭର ସ୍ତ୍ରୀମାନଙ୍କର କୁକର୍ମ, ତୁମ୍ଭେ ପାଶୋରି ଦେଇଛ କି?
10
ଏପରିକି ଏବେ ମଧ୍ୟ ସେମାନେ ନମ୍ର ହୋଇ ନାହାନ୍ତି କିଅବା ଆମ୍ଭ ପ୍ରତି ଭକ୍ତିଭାବ ଦେଖାଇ ନାହାନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ବିଧି ଓ ବ୍ୟବସ୍ଥା ଅନୁସାରେ ସେମାନେ ଆଚରଣ କରି ନାହାନ୍ତି।’
11
“ଏଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ ଓ ସମଗ୍ର ଯିହୁଦା ବିପକ୍ଷରେ ଅମଙ୍ଗଳ ଓ ଧ୍ୱଂସ ଘଟାଇବା ପାଇଁ ମନସ୍ଥ କରିଅଛୁ।
12
ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଆଗ୍ରହୀ ହୋଇଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା। ସେମାନେ ସମସ୍ତେ ଲୁପ୍ତ ହେବେ, ମିଶର ଦେଶରେ ପତିତ ହେବେ। ଖଡ଼୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ସମସ୍ତେ ଖଡ଼୍ଗ ଓ ଦୁର୍ଭିକ୍ଷରେ ମରିବେ। ଆଉ ସେମାନେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖରେ ଅଭିଶାପ, ବିସ୍ମୟ, ଶାପ ଓ ନିନ୍ଦାର ପାତ୍ର ହେବେ।
13
ଆଉ ଆମ୍ଭେ ଯେପରି ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଯିରୁଶାଲମକୁ ଦଣ୍ଡ ଦେଇଥିଲୁ, ସେହିପରି ମିଶର ଦେଶରେ ବାସ କରୁଥିବା ପ୍ରବାସୀମାନଙ୍କୁ ଦଣ୍ଡ ଦେବୁ।
14
ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫେରିଯାଇ ସେଠାରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶରେ ପ୍ରବାସ କରିବାକୁ ଆସିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କେହି ଫେରିଯିବେ ନାହିଁ।’”
15
ସେତେବେଳେ ବହୁ ସ୍ତ୍ରୀଲୋକ ଯିହୁଦାର ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଉଥିଲେ। ସେମାନଙ୍କର ସ୍ୱାମୀମାନେ ଏହା ଜାଣିଲେ ମଧ୍ୟ ସେମାନଙ୍କୁ ନିବୃତ୍ତ କରୁ ନ ଥିଲେ। ସେମାନଙ୍କ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ ଆଉ ମିଶରର ପାଥ୍ରୋଷ୍ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମିୟଙ୍କୁ କହିଲେ,
16
“ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସେହି କଥା ଆମ୍ଭେମାନେ ଶୁଣିବୁ ନାହିଁ।
17
ଆମ୍ଭେ ନିଶ୍ଚିତ କରିବୁ ଯେହେତୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭେମାନେ ପେୟନୈବେଦ୍ୟ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇଲୁ ଏବଂ ସୁଖରେ ଥିଲୁ। କୌଣସି ଅମଙ୍ଗଳ ଆମ୍ଭ ପ୍ରତି ଘଟି ନ ଥିଲା।
18
ମାତ୍ର ଆମ୍ଭେମାନେ ଯେତେବେଳେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ଓ ପେୟନୈବେଦ୍ୟ ଢାଳିବା ଛାଡ଼ିଦେଲୁ, ଆମ୍ଭମାନଙ୍କ ସବୁ ବିଷୟରେ ଅଭାବ ଘଟିଲା ଓ ଆମ୍ଭେମାନେ ଖଡ଼୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେଲୁ।”
19
ତା’ପରେ ସେହି ସ୍ତ୍ରୀମାନେ ଯିରିମିୟଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କ ସ୍ୱାମୀମାନଙ୍କର ଅନୁମତିରେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇଲୁ, ପେୟନୈବେଦ୍ୟ ଢାଳିଲୁ ଓ ପୂଜା ନିମନ୍ତେ ପିଠା ପ୍ରସ୍ତୁତ କଲୁ।”
20
ତା’ପରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କୁ କହିଲେ, ଯେଉଁମାନେ ତାଙ୍କୁ ପ୍ରତ୍ୟୁତ୍ତର କରିଥିଲେ।
21
“ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ’ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ’ଣ ତାଙ୍କ ମନେ ପଡ଼ିଲା ନାହିଁ?
22
ତା’ପରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ୟକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହୋଇ ଶୂନ୍ୟ ମରୁରେ ପରିଣତ ହୋଇଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ୟବହାର କରନ୍ତି।
23
ଏ ସମସ୍ତ ଅମଙ୍ଗଳ ଘଟିବାର କାରଣ ହେଉଛି, ତୁମ୍ଭେମାନେ ଅନ୍ୟ ଦେବତା ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛ, ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ ଓ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କରି ନାହଁ, ପୁଣି ତାଙ୍କର ବ୍ୟବସ୍ଥା ଓ ବିଧି ପ୍ରମାଣ ବାକ୍ୟାନୁସାରେ ଆଚରଣ କରି ନାହଁ।”
24
ତା’ପରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ମିଶର ଦେଶରେ ଥିବା ଯିହୁଦାର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
25
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେ ସ୍ତ୍ରୀଲୋକମାନେ କହିଥିଲ, “ଆମ୍ଭେମାନେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଓ ପେୟନୈବେଦ୍ୟ ଢାଳିବା ପାଇଁ ଯେଉଁ ଶପଥ କରିଅଛୁ ତାହା ଅବଶ୍ୟ ସିଦ୍ଧ କରିବୁ।” ତେଣୁ ତୁମ୍ଭେମାନେ ଆଗେଇ ଗ୍ଭଲ, ତୁମ୍ଭମାନଙ୍କର ଶପଥ ଦୃଢ଼ କର ଓ ତୁମ୍ଭମାନଙ୍କର ଶପଥ ସିଦ୍ଧ କର।’
26
ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ‘ଦେଖ, ମୁଁ ଆପଣା ମହାନାମରେ ଶପଥ କରିଅଛି, ମିଶର ଦେଶସ୍ଥ ଯିହୁଦୀ ଲୋକ ମୋର ନାମର ବ୍ୟବହାର କରିବ ନାହିଁ। “ସେମାନେ କେବେ କହିବେ ନାହିଁ, ନିଶ୍ଚିତରେ ସଦାପ୍ରଭୁ ଅଛନ୍ତି।”
27
ଆଉ ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳ ନିମନ୍ତେ ନୁହେଁ, ଅମଙ୍ଗଳ ନିମନ୍ତେ ସେମାନଙ୍କୁ ଜଗି ରହିବା। ମିଶର ଦେଶସ୍ଥ ସମସ୍ତ ଯିହୁଦୀ ନିଃଶେଷ ହେବା ପର୍ଯ୍ୟନ୍ତ ଖଡ଼୍ଗ, ଓ ଦୁର୍ଭିକ୍ଷର ମୃତ୍ୟୁ ଲାଗି ରହିବ।
28
ଖଡ଼୍ଗରୁ ରକ୍ଷା ପାଇ ଅଳ୍ପ କେତେକ ଲୋକ ମିଶରରୁ ଯିହୁଦାକୁ ଫେରିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକେ, ସେମାନେ ଜାଣିବେ କାହାର ବାକ୍ୟ ବିଶ୍ୱାସ ଯୋଗ୍ୟ, ମୋର ନା ସେମାନଙ୍କର।”
29
ପୁଣି ସଦାପ୍ରଭୁ କହନ୍ତି, ‘ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ଓ ତାହା ତୁମ୍ଭମାନଙ୍କ ପାଇଁ ପ୍ରମାଣ ସ୍ୱରୂପ ହେବ। ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭମାନଙ୍କର ବାକ୍ୟ ଯେ ନିଶ୍ଚୟ ଅଟଳ ହେବ, ଏହା ତୁମ୍ଭେମାନେ ଜାଣିବ।
30
ସଦାପ୍ରଭୁ ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିୟକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖଦ୍ନିତ୍ସର ହସ୍ତରେ ସମର୍ପଣ କଲୁ,’ ସେହିପରି, ‘ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବା।’”
← Chapter 43
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 45 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52