bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Jeremiah 29
Jeremiah 29
Odia Bible ERV 2004 (ପବିତ୍ର ବାଇବଲ)
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 30 →
1
ବାବିଲସ୍ଥିତ ଜୀଉ ନିର୍ବାସିତମାନଙ୍କୁ ଏକ ପତ୍ର ଯିରିମିୟ ନିର୍ବାସିତମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ୟଦ୍ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖଦ୍ନିତ୍ସର ଯିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନେଇଯାଇଥିଲେ।
2
ରାଜା ଯିହୋୟାଖୀନ୍, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ଯିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି ପତ୍ର ପଠାଗଲା।
3
ଯିହୁଦାର ରାଜା ସିଦିକିୟ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ଶାଫନର ପୁତ୍ର ଇଲିୟାସା ଓ ହିଲ୍କିୟର ପୁତ୍ର ଗମରିୟକୁ ପଠାଇଲେ। ଯିରିମିୟ ସେହିମାନଙ୍କ ହସ୍ତରେ ପତ୍ର ଦେଲେ। ସେହି ପତ୍ରଟି ଏହିପରି ପାଠ କରାଗଲା।
4
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ଆମ୍ଭେ ଯିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି।
5
“ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପଭୋଗ କର।
6
ତୁମ୍ଭେମାନେ ବିବାହ କରି ପୁତ୍ରକନ୍ୟା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସେହି ପୁତ୍ରକନ୍ୟାମାନଙ୍କୁ ବିବାହ କରାଇ ସେମାନଙ୍କଠାରୁ ପୁତ୍ରକନ୍ୟା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ୟା ବୃଦ୍ଧି କର କିନ୍ତୁ ଊଣା କର ନାହିଁ।
7
ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସେହି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସେଠାରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।”
8
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଭବିଷ୍ୟଦ୍ବକ୍ତା ଓ ଗଣକମାନଙ୍କ କଥାରେ ଭୁଲ ନାହିଁ। ସେମାନେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋଯୋଗ କର ନାହିଁ।
9
ପୁଣି ସେମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। କିନ୍ତୁ ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।” ସଦାପ୍ରଭୁ କହନ୍ତି।
10
ତା’ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।”
11
ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି।
12
ତେଣୁ ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ୟାନ ଦେବା।
13
ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।”
14
ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।”
15
ତୁମ୍ଭେମାନେ କହିବ, “ସଦାପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ବାବିଲକୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇ ଅଛନ୍ତି।”
16
ତୁମ୍ଭ ସହିତ ବାବିଲକୁ ବନ୍ଦୀ ହୋଇ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷୟରେ ଓ ଦାଉଦର ସିଂହାସନରେ ଉପବିଷ୍ଟ ରାଜା ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି।
17
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଯିରୁଶାଲମରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅଯୋଗ୍ୟ ମନ୍ଦ ଡିମ୍ବିରି ଫଳ ତୁଲ୍ୟ ସେମାନଙ୍କୁ କରିବା।
18
ଆମ୍ଭେ ଯିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସେମାନେ ଏକ ବସ୍ତୁ ହେବେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ଶୀସ୍ ଶବ୍ଦର ବସ୍ତୁରୂପେ ବ୍ୟବହାର କରିବ। ଆଉ ସେମାନେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜାର ଏକ ବିଷୟ ହେବେ
19
କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତରେ ଉଠି ଆମ୍ଭର ଭବିଷ୍ୟଦ୍ବକ୍ତାଗଣଙ୍କୁ ସେମାନଙ୍କ ନିକଟକୁ ପଠାଇ ଯାହା କହିଲୁ, ସେମାନେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ।” ପୁଣି ସଦାପ୍ରଭୁ କହନ୍ତି, “ସେମାନଙ୍କ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସେମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ।
20
ଏଣୁ ଆମ୍ଭଦ୍ୱାରା ଯିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ।”
21
“କୋଲାୟର ପୁତ୍ର ଆହାବ ଓ ମାସେୟର ପୁତ୍ର ସିଦିକିୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି। ତେଣୁ ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ସେମାନଙ୍କୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖରେ ସେମାନଙ୍କୁ ବଧ କରିବ।
22
ପୁଣି ବାବିଲରେ ଯିହୁଦାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସେହି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ୱରୂପ ପ୍ରଗ୍ଭରିତ ହେବ। ସେହି ଲୋକମାନେ କହିବେ, ‘ବାବିଲର ରାଜା ଯେପରି ସିଦିକିୟ ଓ ଆହାବଙ୍କୁ ଅଗ୍ନିରେ ଦଗ୍ଧ କରିଥିଲେ ସଦାପ୍ରଭୁ ସେମାନଙ୍କୁ ସେହିପରି କରନ୍ତୁ।’
23
ସେମାନେ ଇସ୍ରାଏଲରେ ଅତି ମନ୍ଦ ଆଚରଣ କରିଛନ୍ତି, ସେମାନେ ଆପଣା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସେମାନେ ଆମ୍ଭ ନାମରେ ମିଥ୍ୟା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।”
24
ଶିମିୟିୟଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ଆଉ ମଧ୍ୟ ତୁମ୍ଭେ ନିହିଲାମୀୟ ବଂଶର ଶମୟିୟଙ୍କୁ ଏହି ବାର୍ତ୍ତା ଦେବ।
25
ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଶମୟିୟ, ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକଙ୍କୁ ମାସେୟର ପୁତ୍ର ସିଫନିୟ ଯାଜକକୁ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଅ।
26
ତୁମ୍ଭେ ଏହି ପତ୍ରରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, ‘ଯିହୋୟାଦା ଯାଜକ ବଦଳରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କେହି ବାତୁଳ ହୋଇ ନିଜକୁ ଭବିଷ୍ୟଦ୍ବକ୍ତା ବୋଲି କହେ, ତେବେ ତୁମ୍ଭେ ତାକୁ ବଡ଼ ହରିକାଠରେ ଏକ ବେଡ଼ିରେ ବାନ୍ଧି ରଖିବ।
27
ସମ୍ପ୍ରତି ଯିରିମିୟ ନିଜକୁ ଭବିଷ୍ୟଦ୍ବକ୍ତା ପରି ଦେଖାଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ?’
28
ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦେଇଅଛି, ତୁମ୍ଭେମାନେ ବାବିଲରେ ଦୀର୍ଘକାଳ ନିର୍ବାସିତ ହୋଇଅଛ। ତେଣୁ ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।’”
29
ଅନନ୍ତର ସିଫନିୟ ଯାଜକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ କର୍ଣ୍ଣ ଗୋଚରରେ ଏହି ପତ୍ର ପାଠ କଲା।
30
ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
31
“ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, ‘ନିହିଲାମୀୟ ଶମୟିୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟିୟଙ୍କୁ ଭବିଷ୍ୟଦ୍ବକ୍ତା ପ୍ରଗ୍ଭର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ୟା କହି ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି।
32
ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିହିଲାମୀୟ ଶମୟିୟକୁ ଓ ତାହାର ବଂଶକୁ ଦଣ୍ଡ ଦେବା। ଏହି ଲୋକମାନଙ୍କ ମଧ୍ୟରେ ବାସ କରିବାକୁ ତାହାର କେହି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ।’” ଏହା ସଦାପ୍ରଭୁ କହନ୍ତି,“‘ଆମ୍ଭେ ଶମୟିୟକୁ ଦଣ୍ଡ ଦେବା, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛି।’”
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 30 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52