bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 10
John 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 11 →
1
ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁ ଲୋକ ଦ୍ୱାର ଦେଇ ମେଣ୍ଢାଶାଳରେ ପ୍ରବେଶ ନ କରି ଅନ୍ୟ ପଟୁ ବାଡ଼ ଡେଇଁ ପଶେ, ସେ ଚୋର ବା ଡକାଇତ।
2
ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ହେଉଛି ପଲର ମେଷପାଳକ।
3
ଦ୍ୱାରରକ୍ଷକ ତା’ ପାଇଁ ଦ୍ୱାର ଖୋଲି ଦିଏ ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ, ସେମାନେ ତା’ର ଡାକ ଶୁଣନ୍ତି ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇ ଆସେ।
4
ସେମାନଙ୍କୁ ବାହାରକୁ ଆଣିବାବେଳେ ଆଗେ ଆଗେ ମେଷପାଳକ ଚାଲେ ଓ ମେଷଗୁଡ଼ିକ ତା’ର ପଛେ ପଛେ ଚାଲନ୍ତି, କାରଣ ସେମାନେ ତା’ର ସ୍ୱର ଚିହ୍ନନ୍ତି।
5
ସେମାନେ ଅଚିହ୍ନା ଲୋକକୁ ଅନୁସରଣ କରନ୍ତି ନାହିଁ, ବରଂ ତା’ ପାଖରୁ ଦୌଡ଼ି ପଳାଇଥାନ୍ତି, କାରଣ ସେମାନେ ତା’ ସ୍ୱର ଚିହ୍ନନ୍ତି ନାହିଁ।”
6
ଯୀଶୁ ଉଦାହରଣ ସ୍ୱରୂପେ ଏହି କଥା କହିଥିଲେ, କିନ୍ତୁ ତାହାର ଉଦ୍ଦେଶ୍ୟ ଲୋକମାନେ ବୁଝିପାରିଲେ ନାହିଁ।
7
ତେଣୁ ଯୀଶୁ ପୁନର୍ବାର କହିଲେ, “ସତ କହୁଛି- ମୁଁ ମେଷମାନଙ୍କ ପାଇଁ ଦ୍ୱାର।
8
ଯେଉଁମାନେ ମୋ’ ଆଗରୁ ଆସିଛନ୍ତି, ସେମାନେ ଚୋର ଓ ଡକାଇତ। ମେଷମାନେ ସେମାନଙ୍କ କଥା ଶୁଣି ନାହାନ୍ତି।
9
ମୁଁ ହେଉଛି ଦ୍ୱାର। ଯେ ମୋ’ ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ ଏବଂ ଭିତରକୁ ଓ ବାହାରକୁ ଯାଇ ଚରା ପାଇବ।
10
ଚୋର ଆସେ ଚୋରି, ହତ୍ୟା ଓ ଧ୍ୱଂସ କରିବାକୁ। ମୁଁ ଆସିଛି, ତୁମ୍ଭମାନଙ୍କୁ ଜୀବନ ଦେବାକୁ- ତୁମ୍ଭେମାନେ ଯେପରି ଜୀବନର ପ୍ରାଚୁର୍ଯ୍ୟ ଉପଭୋଗ କରିପାରିବ।
11
“ମୁଁ ଶ୍ରେଷ୍ଠ ମେଷପାଳକ। ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ।
12
ଯେ ମୂଲ ନେଇ ମେଷପଲ ଜଗିଥାଏ, ସେ ମେଷପାଳକ ନୁହେଁ, କିମ୍ବା ପଲଟିର ମାଲିକ ନୁହେଁ; ସୁତରାଂ ହେବାବାଘ ଆସିବାର ଦେଖିଲେ, ସେ ମେଷମାନଙ୍କୁ ଛାଡ଼ି ଚାଲିଯାଏ; ହେଟା ମେଣ୍ଢା ନେଇ ପଳାଇଯାଏ ଏବଂ ପଲଟିକୁ ଛିନ୍ନଭିନ୍ନ କରିଦିଏ।
13
ଯେ ମୂଲ ନେଇ ମେଷ ଜଗିଥାଏ, ସେ ପଳାଇଯାଏ, କାରଣ ସେ ଜଣେ ମୂଲିଆ ମାତ୍ର– ମେଷମାନଙ୍କ ପାଇଁ ତା’ର ଦରଦ ନ ଥାଏ।
14
ମୁଁ ଶ୍ରେଷ୍ଠ ମେଷପାଳକ। ପିତା ଈଶ୍ୱର ମୋତେ ଯେପରି ଜାଣନ୍ତି ଓ ମୁଁ ଯେପରି ପିତା ଈଶ୍ୱରଙ୍କୁ ଜାଣେ,
15
ମୁଁ ସେହିପରି ମୋ’ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ।
16
ମୋର ଆହୁରି ଅନ୍ୟ ମେଷ ଅଛନ୍ତି, ଯେଉଁମାନେ ଏହି ପଲ ଭିତରେ ନାହାନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ପଡ଼ିବ। ସେମାନେ ମୋର ଡାକ ଶୁଣିବେ ଏବଂ ସମସ୍ତେ ଗୋଟିଏ ମେଷପାଳକର ଗୋଟିଏ ପଲ ହୋଇ ରହିବେ।
17
“ମୁଁ ମୋର ଜୀବନ ଉତ୍ସର୍ଗ କରୁଥିବାରୁ ପିତା ଈଶ୍ୱର ମୋତେ ପ୍ରେମ କରନ୍ତି। ଯଦି ମୁଁ ମୋ ଜୀବନ ଦାନ କରେ, ତେବେ ତାହା ପୁଣି ଫେରି ପାଇବି।
18
ମୋ’ ଜୀବନକୁ ଅନ୍ୟ କେହି ନେଇ ପାରିବ ନାହିଁ। ତାହା ମୁଁ ସ୍ୱେଚ୍ଛାରେ ଦାନ କରିବି। ନିଜ ଜୀବନ ଦାନ କରିବା ପାଇଁ ଓ ତାକୁ ଫେରାଇ ଆଣିବା ପାଇଁ ମୋର ଅଧିକାର ଅଛି। ଏହା କରିବା ପାଇଁ ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି।”
19
ଯୀଶୁଙ୍କର ଏହି କଥା ଯୋଗୁଁ ପୁନର୍ବାର ଲୋକମାନଙ୍କ ମଧ୍ୟରେ ମତଭେଦ ହେଲା।
20
କେତେକ କହିଲେ, “ତାକୁ ଭୂତ ଲାଗିଛି। ସେ ଗୋଟିଏ ପାଗଳ, ତା’ କଥା କାହିଁକି ଶୁଣୁଛ?”
21
ଅନ୍ୟମାନେ କହିଲେ, “ଭୂତଗ୍ରସ୍ତ ଲୋକ ଏପରି କଥା କହି ପାରନ୍ତା ନାହିଁ। ପୁଣି ଭୂତ କ’ଣ ଅନ୍ଧକୁ ଦୃଷ୍ଟି ଦାନ କରିପାରନ୍ତା?”
22
ସେତେବେଳେ ଶୀତ ଋତୁ– ଯିରୂଶାଲମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥାଏ।
23
ଯୀଶୁ ମନ୍ଦିରର “ଶଲୋମନ” ମଣ୍ଡପ ଉପରେ ବୁଲୁଥିଲେ।
24
ସେଠାରେ ଲୋକମାନେ ତାଙ୍କୁ ଘେରି ପଚାରିଲେ, “ଆଉ କେତେ ଦିନ ଆମକୁ ଏହି ସନ୍ଦେହରେ ରଖିବେ? ସତ କଥା ଖୋଲି କହି ଦିଅନ୍ତୁ- ଆପଣ କ’ଣ ମସୀହ?”
25
ଯୀଶୁ ଉତ୍ତର ଦେଲେ, “ମୁଁ ଆଗରୁ କହି ସାରିଛି। ତୁମେ ତ ମୋତେ ବିଶ୍ୱାସ କରୁ ନାହଁ। ପିତା ଈଶ୍ୱରଙ୍କଠାରୁ କ୍ଷମତା ପାଇ ମୁଁ ଯେଉଁସବୁ କାର୍ଯ୍ୟ କରୁଛି, ତାହା କ’ଣ ମୋ’ ସପକ୍ଷରେ ପ୍ରମାଣ ଦେଉ ନାହିଁ?
26
ତଥାପି ତୁମେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋର ମେଷ ନୁହଁ।
27
ମୋ’ ମେଷମାନେ ମୋର ଡାକ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଏବଂ ସେମାନେ ମୋତେ ଅନୁସରଣ କରନ୍ତି।
28
ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ, ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ’ ପାଖରୁ କେହି ଛଡ଼ାଇ ନେଇ ପାରିବ ନାହିଁ।
29
ମୋର ପିତା ମୋତେ ଯାହା ଦେଇଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ। ପିତାଙ୍କ ତତ୍ତ୍ୱାବଧାନରୁ କେହି ସେମାନଙ୍କୁ ଛଡ଼ାଇ ନେଇ ପାରିବ ନାହିଁ।
30
ପିତା ଈଶ୍ୱର ଓ ମୁଁ ଏକ।”
31
ଏ କଥା ଶୁଣି ଇହୁଦୀମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ।
32
ଯୀଶୁ ସେମାନଙ୍କୁ କହିଲେ, “ମୋ’ ପିତାଙ୍କ ନିର୍ଦ୍ଦେଶରେ ମୁଁ ତୁମ ମଧ୍ୟରେ ଅନେକ ସତ୍କର୍ମ କରିଛି। ତା’ ମଧ୍ୟରୁ କେଉଁ ସତ୍କର୍ମ ଯୋଗୁ ମୋତେ ଆଜି ମାରିବାକୁ ଯାଉଛ?”
33
ସେମାନେ ଉତ୍ତର ଦେଲେ, “ତୁମର ସତ୍କର୍ମ ପାଇଁ ନୁହେଁ, କିନ୍ତୁ ଈଶ୍ୱର ନିନ୍ଦା ପାଇଁ। ତୁମେ ସାମାନ୍ୟ ମନୁଷ୍ୟ, କିନ୍ତୁ ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଛ।”
34
ଯୀଶୁ ଉତ୍ତର ଦେଲେ, “ତୁମ ଶାସ୍ତ୍ରରେ ଲେଖାଅଛି, ଈଶ୍ୱର କହନ୍ତି, ‘ତୁମ୍ଭେମାନେ ଦେବତା’।
35
ଆମେ ଜାଣୁ, ଶାସ୍ତ୍ର ବାକ୍ୟ ଚିରନ୍ତନ ସତ୍ୟ। ଈଶ୍ୱରଙ୍କ ବାର୍ତ୍ତା ଯେଉଁମାନଙ୍କ ନିକଟରେ ପ୍ରକାଶିତ, ସେମାନଙ୍କୁ ଏଠାରେ ଦେବତା କୁହାଯାଇଛି।
36
ପିତା ଈଶ୍ୱର ମୋତେ ମନୋନୀତ କରି ଏ ଜଗତକୁ ପଠାଇଛନ୍ତି। ତାହାହେଲେ ମୁଁ ନିଜକୁ ଈଶ୍ୱରଙ୍କ ପୁତ୍ର କହିବା ଦ୍ୱାରା ଈଶ୍ୱର ନିନ୍ଦା କରୁଛି ବୋଲି କିପରି କହୁଛ?
37
ଯଦି ପିତା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ମୁଁ କାର୍ଯ୍ୟ କରୁ ନ ଥାଏ, ତେବେ ମୋତେ ବିଶ୍ୱାସ କର ନାହିଁ।
38
କିନ୍ତୁ ଯଦି ମୁଁ ତାଙ୍କ ଇଚ୍ଛା ସାଧନ କରୁଥାଏ, ତା’ ହେଲେ ମୋତେ ବିଶ୍ୱାସ ନ କଲେ ସୁଦ୍ଧା, ଅନ୍ତତଃ ମୋ’ କାର୍ଯ୍ୟ ଦେଖି ବିଶ୍ୱାସ କର। ତେବେ ତୁମ୍ଭେମାନେ ନିଶ୍ଚିତଭାବେ ଜାଣି ପାରିବ, ମୋ’ ପିତା ଈଶ୍ୱର ମୋ’ଠାରେ ବିଦ୍ୟମାନ।”
39
ସେମାନେ ଆଉ ଥରେ ଯୀଶୁଙ୍କୁ ଧରି ନେବାକୁ ଚେଷ୍ଟା କଲେ, କିନ୍ତୁ ଯୀଶୁ ସେଠାରୁ ଅପସରି ଗଲେ।
40
ଯର୍ଦ୍ଦନ ନଦୀର ଅପରପାଶ୍ୱର୍ରେ ଯୋହନ ଜଳଦୀକ୍ଷା ଦେଉଥିବା ସ୍ଥାନକୁ ଯୀଶୁ ଫେରିଯାଇ ସେଠାରେ ଅବସ୍ଥାନ କଲେ।
41
ତାଙ୍କ ନିକଟକୁ ଅନେକ ଲୋକ ଆସିଲେ। ସେମାନେ କୁହାକୁହି ହେଲେ, “ଯୋହନ ନିଜେ କୌଣସି ଅଲୌକିକ କାର୍ଯ୍ୟ କରି ନ ଥିଲେ କିନ୍ତୁ ଏହାଙ୍କ ବିଷୟରେ ସେ ଯାହା କହିଥିଲେ, ତାହା ଯଥାର୍ଥ”
42
ଏବଂ ସେଠାରେ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21