bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 12
John 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 13 →
1
ଯୀଶୁ ନିସ୍ତାର ପର୍ବର ଛଅ ଦିନ ନୂର୍ବେ ବେଥନିଆ ସହରକୁ ଗଲେ। ସେଠାରେ ଲାଜାରଙ୍କ ଘର। ଏହି ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠାଇଥିଲେ।
2
ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ମାର୍ଥା ଆତିଥ୍ୟର ଭାର ନେଇଥିଲେ ଓ ଲାଜାର ଯୀଶୁଙ୍କ ସହିତ ଭୋଜିରେ ବସିଥିଲେ।
3
ସେତେବେଳେ ମରିୟମ ପ୍ରାୟ ଅଧ ଲିଟର ମୂଲ୍ୟବାନ ସୁଗନ୍ଧି ଜଟାମାଂସୀ ତୈଳ ଆଣି ଯୀଶୁଙ୍କ ପାଦ ଉପରେ ଢାଳି ଦେଲା ଓ ନିଜ କେଶରେ ଯୀଶୁଙ୍କ ପାଦ ଦୁଇଟିକୁ ପୋଛି ଦେଲା। ସୁଗନ୍ଧରେ ଗୃହଟି ମହକି ଗଲା।
4
ଯୀଶୁଙ୍କ ଶିଷ୍ୟ ଯିହୁଦା ଇଷ୍କରିୟୋଥ୍ (ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା) କହିଲା,
5
“ଏହି ସୁଗନ୍ଧି ତୈଳ ତିନି ଶହ ଟଙ୍କାରେ ବିକ୍ରୀ ହୋଇ ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି?
6
ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।
7
କିନ୍ତୁ ଯୀଶୁ କହିଲେ, “ତାକୁ ଛଶଡ଼। ତା’ର ଯାହା ଅଛି, ମୋର ଶେଷ କୃତ୍ୟ ପାଇଁ ତାହା ରଖିବାକୁ ଦିଅ।
8
ଗରିବମାନେ ସବୁବେଳେ ତୁମ ନିକଟରେ ରହିଥିବେ, କିନ୍ତୁ ମୁଁ ନ ଥିବି।”
9
ଯୀଶୁ ବେଥନିଆରେ ଅଛନ୍ତି ଶୁଣି ଅନେକ ଲୋକ ସେଠାକୁ ଗଲେ- କେବଳ ତାଙ୍କୁ ଦେଖିବାକୁ ନୁହେଁ; ଯୀଶୁ ମୃତ୍ୟୁରୁ ବଞ୍ଚାଇ ଥିବା ଲାଜାରକୁ ଦେଖିବା ପାଇଁ।
10
ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ,
11
କାରଣ ତାଙ୍କ ହେତୁ ବହୁସଂଖ୍ୟକ ଇହୁଦୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରୁଥିଲେ।
12
ତା’ ପରଦିନ ନିସ୍ତାର ପର୍ବରେ ଯୋଗ ଦେବାକୁ
13
ଆସିଥିବା ଏକ ବିରାଟ ଜନତା ଯୀଶୁ ଯିରୂଶାଲମକୁ ଆସିବେ ବୋଲି ଶୁଣିଲେ ଓ ହାତରେ ବାହୁଙ୍ଗା ଧରି ତାଙ୍କୁ ଭେଟିବାକୁ ଗଲେ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କର ପ୍ରଶଂସା ଗାନ କର। ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ। ଇଶ୍ରାୟେଲର ରାଜାଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ।”
14
ଯୀଶୁ ଗୋଟିଏ ଗଧ ପିଠିରେ ବସି ଆସୁଥିଲେ। ଏହା ଦ୍ୱାରା ଶାସ୍ତ୍ରଲିଖିତ ଗୋଟିଏ ଭାବବାଣୀ ସଫଳ ହେଲା:
15
“ସିୟୋନ କନ୍ୟାଗଣ! ଭୟ କର ନାହିଁ, ଏହି ଦେଖ, ତୁମ ରାଜା ଗଧ ଛୁଆ ଉପରେ ଆରୋହଣ କରି ଆସୁଛନ୍ତି।”
16
ସେତେବେଳେ ଶିଷ୍ୟମାନେ ଏହାର ତାତ୍ପର୍ଯ୍ୟ ବୁଝି ନ ଥିଲେ। କିନ୍ତୁ ଯୀଶୁଙ୍କର ଗୌରବମୟ ପୁନରୁତ୍ଥାନ ପରେ ସେମାନଙ୍କର ମନେ ପଡ଼ିଲା ଯେ, ତାଙ୍କ ସମ୍ପର୍କରେ ଏସବୁ କଥା ଶାସ୍ତ୍ରରେ ଲେଖାଯାଇଥିଲା ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରିଥିଲେ।
17
ଯୀଶୁ ମୃତ ଲାଜାରକୁ କବର ଭିତରୁ ଡାକି ପୁନର୍ଜୀବିତ କରିବା ସମୟରେ ଯେଉଁମାନେ ତାଙ୍କ ସଙ୍ଗରେ ଥିଲେ, ସେମାନେ ଏହିସବୁ କଥା ଚାରିଆଡ଼େ ପ୍ରଚାର କରିଥିଲେ।
18
ସେଥିପାଇଁ ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟର ଖବର ଶୁଣି ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ଯାଇଥିଲେ।
19
ଏହା ଦେଖି ଫାରୁଶୀମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଦେଖୁଛ, ଆମେ କିଛି କରିପାରୁ ନାହୁଁ। ଜଗତ ସାରା ତାଙ୍କ ପଛରେ ଗଲେଣି।”
20
ପର୍ବ ସମୟରେ ଉପାସନା କରିବା ପାଇଁ ଯିରୂଶାଲମକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେ ଜଣ ଗ୍ରୀକ୍ ଲୋକ ଥିଲେ।
21
ସେମାନେ ଗାଲିଲୀର ବେଥ୍ସାଇଦା ନିବାସୀ। ସେମାନେ ଫିଲିପ୍ଙ୍କ ନିକଟକୁ ଯାଇ କହିଲେ, “ମହାଶୟ, ଆମେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।”
22
ଫିଲିପ୍ ଯାଇ ଆନ୍ଦ୍ରିୟଙ୍କୁ ଏ ଖବର ଦେଲେ ଏବଂ ଦୁଇ ଜଣ ଯାଇ ଯୀଶୁଙ୍କୁ ଜଣାଇଲେ।
23
ଯୀଶୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି।
24
ମୁଁ ତୁମକୁ ସତ୍ୟ କହୁଛି, ଗହମ ବୀଜଟିଏ ଭୂମିରେ ପଡ଼ି ମରିବା ପର୍ଯ୍ୟନ୍ତ ତାହା ଗୋଟିଏ ଦାନା ହୋଇ ରହେ, କିନ୍ତୁ ସେ ମଲେ ସେଥିରୁ ଅନେକ ବୀଜ ଉତ୍ପନ୍ନ ହୁଏ।
25
ଯେ ନିଜ ଜୀବନ ପ୍ରତି ଆସକ୍ତ ଥାଏ, ସେ ତାହା ହରାଇବ; ଯେ ଏହି ଜଗତରେ ନିଜ ଜୀବନକୁ ଗୌଣ ମନେ କରେ, ସେ ତାକୁ ଅନନ୍ତକାଳ ପାଇଁ ସୁରକ୍ଷା କରିବ।
26
ଯେ ମୋର ସେବକ ହେବାକୁ ଚାହେଁ, ସେ ମୋର ଅନୁଗମନ କରୁ, ତାହାହେଲେ ମୁଁ ଯେଉଁଠାରେ ଥାଏ, ମୋର ସେବକ ମଧ୍ୟ ସେହିଠାରେ ରହିବ ଏବଂ ସେ ମୋ’ ପିତାଙ୍କ ନିକଟରେ ସମ୍ମାନିତ ହେବ।
27
“ଏବେ ମୁଁ ବଡ଼ ବ୍ୟଥିତ- କ’ଣ କହିବି? ‘ପିତା, ଏହି ଦୁଃସମୟରୁ ମୋତେ ଉଦ୍ଧାର କର’ ବୋଲି କ’ଣ ମୁଁ ନିବେଦନ କରିବି? ସେଥିପାଇଁ ତ ମୁଁ ଆସିଛି। ଦୁଃଖଭୋଗର ମୁହୂର୍ତ୍ତଗୁଡ଼ିକୁ ସହ୍ୟ କରିବା ପାଇଁ ମୁଁ ପ୍ରେରିତ।
28
ପିତା, ତୁମ ନାମ ମହିମାନ୍ୱିତ ହେଉ।” ଏହି ସମୟରେ ଊଦ୍ଧ୍ୱର୍ରୁ ଏକ ବାଣୀ ଶୁଣାଗଲା, “ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ।”
29
ସେଠାରେ ଛିଡ଼ା ହୋଇଥିବା ଜନତା ସେହି ସ୍ୱର ଶୁଣିଲେ ଏବଂ କେତେକ କହିଲେ, “ଏହା ମେଘ ଗର୍ଜନ।” ପୁଣି ଅନ୍ୟମାନେ କହିଲେ, “ସ୍ୱର୍ଗଦୂତ ତାଙ୍କ ସହିତ କଥା କହୁଛନ୍ତି।”
30
କିନ୍ତୁ ଯୀଶୁ କହିଲେ: “ମୋ’ ପାଇଁ ଏହି ବାଣୀ ଉଚ୍ଚାରିତ ହୋଇ ନାହିଁ, ଏହା ତୁମ ପାଇଁ ହୋଇଛି।
31
ଜଗତର ବିଚାର ଦିନ ବର୍ତ୍ତମାନ ଉପସ୍ଥିତ। ଏହି ଜଗତର ଅଧିପତି ଗାଦିଚ୍ୟୁତ ହେବ।
32
ମୁଁ ଯେତେବେଳେ ଊଦ୍ଧ୍ୱର୍କୁ ଉତ୍ତୋଳିତ ହେବି, ସେତେବେଳେ ସମସ୍ତଙ୍କୁ ଆକର୍ଷଣ କରିବି।” (
33
ସେ କି ପ୍ରକାର ମୃତ୍ୟୁ ଭୋଗ କରିବେଏ ଏହି କଥା ଦ୍ୱାରା ସେ ସୂଚାଇ ଦେଇଥିଲେ)
34
ଲୋକମାନେ କହିଲେ, “ମସୀହ ଚିରଞ୍ଜୀବୀ ହେବେ ବୋଲି ଆମ ଶାସ୍ତ୍ର କହେ। ଆପଣ କିପରି କହୁଛନ୍ତି, ମନୁଷ୍ୟପୁତ୍ର ଊଦ୍ଧ୍ୱର୍କୁ ଉତ୍ତୋଳିତ ହେବେ? ଏହି ମନୁଷ୍ୟପୁତ୍ର କିଏ?”
35
ଯୀଶୁ ଉତ୍ତର ଦେଲେ: “ଯେଉଁ ଆଲୋକ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉଦ୍ଭାସିତ, ତାହା ଆଉ ଅଳ୍ପ ସମୟ ରହିବ। ଆଲୋକ ଥିବାଯାଏ ଗନ୍ତବ୍ୟ ପଥରେ ଚାଲ। ତାହାହେଲେ ତୁମକୁ ଅନ୍ଧକାର ଆଚ୍ଛନ୍ନ କରିବ ନାହିଁ। ଅନ୍ଧକାରରେ ଯାଉଥିବା ଲୋକ କେଉଁଆଡ଼େ ଯାଉଛି, ଜାଣିପାରେ ନାହିଁ।
36
ତୁମ ମଧ୍ୟରେ ଆଲୋକ ଥିବାଯାଏ ତା’ ଉପରେ ନିର୍ଭର କର, ତା’ହେଲେ ତୁମ୍ଭେମାନେ ହେବ ‘ଆଲୋକର ସନ୍ତାନ’।” ଏହା କହି ଯୀଶୁ ସେମାନଙ୍କ ନିକଟରୁ ଚାଲିଯାଇ ଅଜ୍ଞାତ ଭାବରେ ରହିବେ।
37
ସେମାନଙ୍କ ସାକ୍ଷାତରେ ତାଙ୍କର ଅଲୌକିକ କାର୍ଯ୍ୟସମୂହ କରିଥିବା ସତ୍ତେ୍ୱ ସେମାନେ ତାଙ୍କଠାରେ ବିଶ୍ୱାସ କଲେ ନାହିଁ।
38
ଏଥିଦ୍ୱାରା ଭାବବାଦୀ ଯିଶାଇୟଙ୍କ ଭବିଷ୍ୟଦ୍ବାଣୀ ସଫଳ ହେଲା: “ପ୍ରଭୁ, କିଏ ଆମ ବାର୍ତ୍ତାକୁ ବିଶ୍ୱାସ କଲା? କାହା ନିକଟରେ ପ୍ରଭୁ ତାଙ୍କ ଶକ୍ତି ପ୍ରକାଶ କଲେ?”
39
ସେମାନଙ୍କ ଅବିଶ୍ୱାସ ସମ୍ପର୍କରେ ଯିଶାଇୟ ଯାହା ଦେଖିଥିଲେ, ତାହା ହିଁ ଘଟିଲା:
40
“ସତେ ଯେପରି ଈଶ୍ୱର ସେମାନଙ୍କୁ ଅନ୍ଧ କରି କରି ଦେଇଛନ୍ତି। ସେଥିପାଇଁ ସେମାନେ କିଛି ଦେଖିପାରନ୍ତି ନାହିଁ, ଅବା କିଛି ବୁଝିପାରନ୍ତି ନାହିଁ। ଈଶ୍ୱର କହୁଛନ୍ତି, ‘ଆରୋଗ୍ୟ ଲାଭ କରିବା ପାଇଁ ସେମାନେ ମୋ’ ନିକଟକୁ ଫେରି ଆସୁ ନାହାନ୍ତି’।”
41
ଯିଶାଇୟ ତାଙ୍କ ଦିବ୍ୟଦୃଷ୍ଟିରେ ଯୀଶୁଙ୍କ ମହିମା ବିଷୟରେ ପୂର୍ବରୁ ଅବଗତ ହୋଇ ଏହିପରି ଲେଖିଥିଲେ।
42
ତଥାପି ଇହୁଦୀ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ, କିନ୍ତୁ ଫାରୁଶୀମାନଙ୍କ ଦ୍ୱାରା ସମାଜଚ୍ୟୁତ ହେବା ଭୟରେ ପ୍ରକ୍ୟାରେ ସେହି ବିଷୟରେ କଥାବାର୍ତ୍ତା ହେଉ ନ ଥିଲେ।
43
ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ମନୁଷ୍ୟର ଅନୁମୋଦନକୁ ଅଧିକ ଭଲ ପାଉଥିଲେ।
44
ଯୀଶୁ ଉଚ୍ଚ ସ୍ୱରରେ କହିଲେ, “ଯେ ମୋ’ଠାରେ ବିଶ୍ୱାସ କରେ, ସେ କେବଳ ମୋତେ ନୁହେଁ; ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ବିଶ୍ୱାସ କରେ।
45
ଯେ ମୋତେ ଦେଖିଛି, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଦେଖିଛି।
46
ମୁଁ ଜଗତର ଆଲୋକ ସ୍ୱରୂପ ଆସିଛି। ଯେ ମୋ’ଠାରେ ବିଶ୍ୱାସ କରେ, ସେ ଆଉ ଅନ୍ଦକାରରେ ରହିବ ନାହିଁ।
47
ଯେ ମୋର ବାର୍ତ୍ତା ଶୁଣି ପାଳନ କରେ ନାହିଁ, ମୁଁ ତା’ର ବିଚାର କରିବି ନାହିଁ। ମୁଁ ଜଗତକୁ ବିଚାର କରିବା ପାଇଁ ଆସି ନାହିଁ, ଆସିଛି ତାକୁ ରକ୍ଷା କରିବାକୁ।
48
ଯେ ମୋତେ ପ୍ରତ୍ୟାଖ୍ୟାନ କରି ମୋର ବାର୍ତ୍ତା ଗ୍ରହଣ କରେ ନାହିଁ, ମୋ’ ମୁଖର ବାକ୍ୟ ତା’ର ବିଚାରକ ହେବ। ସେହି ବାକ୍ୟ ଅନ୍ତିମ ଦିବସରେ ତା’ର ବିଚାର କରିବ।
49
ଏ କଥଶ ସତ୍ୟ, କାରଣ ମୁଁ ନିଜ ମନରୁ କିଛି କହୁ ନାହିଁ, ଯାହା ମୁଁ କହୁଛି, ତା’ କହିବା ଓ ପ୍ରକାଶ କରିବା ପାଇଁ ମୋ’ ପ୍ରେରଣକର୍ତ୍ତା ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି।
50
ଏବଂ ମୁଁ ଜାଣେ, ତାଙ୍କ ଆଜ୍ଞା ଅନନ୍ତ ଜୀବନ ପ୍ରଦାନ କରେ। ମୋ’ ପିତା ମୋତେ ଯାହା କହିବାକୁ ଆଦେଶ ଦେଇଛନ୍ତି, କେବଳ ସେତିକି ମୁଁ କହୁଛି।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21