bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 21
John 21
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
1
ଏହା ପରେ ତିବିରିଆ ହ୍ରଦ କୂଳରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଆଉ ଥରେ ଦର୍ଶନ ଦେଲେ।
2
ସେତେବେଳେ ସେଠାରେ ଶିମୋନ ପିତର, ଥୋମା (ଯାହାଙ୍କର ଅନ୍ୟ ନାମ ଯମଜ), ଗାଲିଲୀର କାନ୍ନା ସହର ନିବାସୀ ନିଥେନିୟଲ, ଜେବଦୀଙ୍କ ଦୁଇ ପୁତ୍ର, ପୁଣି ଅନ୍ୟ ଦୁଇ ଜଣ ଶିଷ୍ୟ ଉପସ୍ଥିତ ଥିଲେ।
3
ଶିମୋନ ପିତର ସେମାନଙ୍କୁ କହିଲେ, “ମୁଁ ମାଛ ଧରିବାକୁ ବାହାରିଲି।” ଅନ୍ୟ ଶିଷ୍ୟମାନେ କହିଲେ, “ଆମେ ତୁମ ସାଙ୍ଗରେ ଯିବୁ।” ସମସ୍ତେ ଡଙ୍ଗାରେ ଚଢ଼ି ସେହି ରାତି ସାରା ହ୍ରଦରେ ଜଲ ପକାଇଲେ, କିନ୍ତୁ କିଛି ହେଲେ ଧରି ପାରିଲେ ନାହିଁ।
4
ପରଦିନ ସକାଳେ ସୂର୍ଯ୍ୟୋଦୟ ହେବାବେଳେ ଯୀଶୁ ଜଳ ଧାରରେ ଆସି ଠିଆ ହେଲେ, କିନ୍ତୁ ଶିଷ୍ୟମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ।
5
ଯୀଶୁ ସେମାନଙ୍କୁ ପଚାରିଲେ, “ପିଲାମାନେ, କଅଣ କିଛି ଧରିପାରି ନାହଁ?” “ନା”, ସେମାନେ ଉତ୍ତର ଦେଲେ।
6
ଯୀଶୁ ସେମାନଙ୍କୁ କହିଲେ, “ଡଙ୍ଗାର ଡାହାଣ ପାଖରେ ଜାଲ ପକାଅ, ନିଶ୍ଚୟ କିଛି ଧରିବ।” ସେମାନେ ସେହି ପଟେ ଜାଲ ପକାଇଲେ ଏବଂ ଏଥର ଏତେ ମାଛ ପଡ଼ିଲା ଯେ ସେମାନେ ସହଜରେ ଜାଲଟିକୁ ଟାଣି ପାରିଲେ ନାହିଁ।
7
ଯୀଶୁଙ୍କ ପ୍ରିୟ ଶିଷ୍ୟ, ପିତରଙ୍କୁ କହିଲେ, “ଏ ନିଶ୍ଚୟ ପ୍ରଭୁ।” ପିତର ଏହା ଶୁଣି ତରବରରେ ଖଣ୍ଡେ ଲୁଗା ଗୁଡ଼େଇ ହୋଇ ପାଣିକୁ ଡେଇଁ ପଡ଼ିଲେ (କାରଣ ସେ ଦେହରୁ ଲୁଗା କାଢ଼ି ମାଛ ଧରୁଥିଲେ)।
8
ଅନ୍ୟ ଶିଷ୍ୟମାନେ ମାଛରେ ପୂର୍ଣ୍ଣ ହୋଇଥିବା ଜାଲ ଟାଣି ଟାଣି ଡଙ୍ଗାକୁ କୂଳରେ ଲଗାଇଲେ। କୂଳରୁ ସେମାନେ ବେଶୀ ଦୂରରେ ନ ଥିଲେ। କେବଳ ଦୁଇ ଶହ ହାତ ଭିତରକୁ ଯାଇଥିଲେ।
9
କୂଳରେ ପହଞ୍ଚି ସେମାନେ ଦେଖିଲେ, ଜଳନ୍ତା ଅଙ୍ଗାର ଉପରେ କିଛି ମାଛ ଓ ପାଖରେ କେତେ ଖଣ୍ଡ ରୁଟି ରହିଛି।
10
ଯୀଶୁ କହିଲେ, “ତୁମେ ଯେଉଁ ମାଛ ଧରିଛ, ସେଥିରୁ କିଛି ଆଣ।”
11
ପିତର ଫେରିଯାଇ ମାଛରେ ପୂର୍ଣ୍ଣ ଜାଲଟିକୁ ଟାଣି ଆଣିଲେ। ସେଥିରେ ଥିଲା, ଶହେ ତେପନଟି ବଡ଼ ମାଛ। ଏତେ ମାଛର ଓଜନ ସତ୍ତେ୍ୱ ଜାଲ ଛିଣ୍ଡିଯାଇ ନ ଥିଲା।
12
ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ଆସ, ଖାଇବ।” “ତୁମେ କିଏ” ବୋଲି ତାଙ୍କୁ ପଚାରିବାକୁ କେହି ସାହସ କଲେ ନାହିଁ। ସେ ପ୍ରଭୁ ବୋଲି ସେମାନେ ଜାଣିଥିଲେ।
13
ଯୀଶୁ ସେମାନଙ୍କ ନିକଟକୁ ଆସି ରୁଟି ଓ ମାଛ ପରିବେଷଣ କଲେ।
14
ପୁନରୁତ୍ଥାନ ପରେ ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାର ଏହା ତୃତୀୟ ଥର।
15
ସମସ୍ତେ ଖାଇ ସାରିବା ପରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ଏମାନଙ୍କଠାରୁ ମୋତେ ଅଧିକ ପ୍ରେମ କରୁଛ?” ଶିମୋନ କହିଲେ, “ହଁ ପ୍ରଭୁ ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।” ଯୀଶୁ ତାହାଙ୍କୁ କହିଲେ, “ତା’ହେଲେ ମୋର ମେଷଶାବକଙ୍କୁ ଖୁଆଅ।”
16
ଯୀଶୁ ଦ୍ୱିତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ କ’ଣ ମୋତେ ପ୍ରେମ କର?” ଶିମୋନ ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ଭଲ ପାଏ।” ଯୀଶୁ ତାଙ୍କୁ କହିଲେ, “ମୋ’ ମେଷମାନଙ୍କର ତତ୍ତ୍ୱ ନିଅ।”
17
ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?” ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।” ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ।
18
ମୁଁ ସତ୍ୟ କହୁଛି, ତୁମେ ଯୁବକ ଥିବା ସମୟରେ ତୁମ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଅଣ୍ଟା ଭିଡ଼ି ଚାଲି ଯାଉଥିଲ। କିନ୍ତୁ ତୁମେ ବୃଦ୍ଧ ହେଲେ, କେବଳ ହାତ ଟେକିବ ଓ ଅନ୍ୟ ଜଣେ ତୁମର କଟି ବନ୍ଧନ କରି ତୁମ ଇଚ୍ଛା ବିରୁଦ୍ଧରେ କୌଣସି ସ୍ଥାନକୁ ନେଇଯିବ।
19
(ଯୀଶୁ ଏଥିଦ୍ୱାରା ସୂଚନା ଦେଲେ, ପିତର କିପରି ଭାବରେ ମୃତ୍ୟୁଭୋଗ କରି ଈଶ୍ୱରଙ୍କୁ ମହିମାନ୍ୱିତ କରିବେ।) ତା’ପରେ ଯୀଶୁ ପିତରଙ୍କୁ କହିଲେ, “ମୋ’ ପଛେ ପଛେ ଆସ।”
20
ପିତର ବୁଲିପଡ଼ି ପଛରେ ଯୀଶୁଙ୍କ ପ୍ରିୟ ଶିଷ୍ୟଙ୍କୁ ଦେଖିଲେ। (ଏହି ଶିଷ୍ୟଟି ଦିନେ ଯୀଶୁଙ୍କ ଉପରକୁ ଆଉଜି ପଡ଼ି ପଚାରିଥିଲା, “ପ୍ରଭୁ, ଆପଣଙ୍କ ପ୍ରତି କିଏ ବିଶ୍ୱାସଘାତକତା କରିବ?”)
21
ପିତର ସେହି ଶିଷ୍ୟକୁ ଦେଖି ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଏହା ବିଷୟରେ ଆପଣ କ’ଣ କହୁଛନ୍ତି?”
22
ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ଇଚ୍ଛା କରେ; ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ, ସେଥିରେ ତୁମର କ’ଣ ଅଛି? ତୁମେ ମୋର ଅନୁଗମନ କର।”
23
ଏଣୁ ଯୀଶୁଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଗୋଟିଏ ଧାରଣା ଜନ୍ମିଲା ଯେ ସେହି ଶିଷ୍ୟ କେବେ ମରିବ ନାହିଁ। କିନ୍ତୁ ସେ ମରିବ ନାହିଁ ବୋଲି ଯୀଶୁ କହି ନ ଥିଲେ। ସେ କେବଳ କହିଥିଲେ, “ମୋର ପୁନରାଗମନ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ସେଥିରେ ତୁମର କ’ଣ ଅଛି।”
24
ଏହି ସମସ୍ତ ବିଷୟ ସେହି ଶିଷ୍ୟ କହି ଯାଇଛନ୍ତି। ଏ ସବୁକୁ ମଧ୍ୟ ସେ ଲିପିବଦ୍ଧ କରିଛନ୍ତି ଏବଂ ଆମେ ଜାଣୁ, ସେ ଯାହା କହିଛନ୍ତି, ତା’ ସବୁ ସତ୍ୟ।
25
ଯୀଶୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆହୁରି ଅନେକ ବିଷୟ ଅଛି। କିନ୍ତୁ ମୋ’ ବିଚାରରେ, ସେସବୁ ଜଣେ ଲେଖି ବସିଲେ, ଯେତେ ପୁସ୍ତକ ଲେଖାଯିବ, ସେସେବୁ ରଖିବା ପାଇଁ ଜଗତରେ ସ୍ଥାନ ହେବ ନାହିଁ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21