bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 14
John 14
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 15 →
1
ଯୀଶୁ କହିଲେ, “ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ।” ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ। ମୋ’ଠାରେ ମଧ୍ୟ ବିଶ୍ୱାସ କର।
2
ମୋ’ ପିତାଙ୍କ ଗୃହରେ ଅନେକ କୋଠରୀ ଅଛି। ସେଠାରେ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବାକୁ ମୁଁ ଯାଉଛି। ସତ୍ୟ ହୋଇ ନ ଥିଲେ, ମୁଁ ତୁମକୁ ଏ କଥା କହି ନ ଥାନ୍ତି।
3
ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପରେ, ଫେରିଆସି ତୁମ୍ଭମାନଙ୍କୁ ମୋ’ ନିକଟକୁ ନେଇଯିବି। ତା’ହେଲେ ମୋର ରହିବା ସ୍ଥାନରେ ତୁମ୍ଭେମାନେ ମଧ୍ୟ ରହିବ।
4
ମୁଁ ଯେଉଁଠାକୁ ଯାଉଛି, ସେଠାକୁ ଯିବାର ପଥର ତୁମେ ଜାଣିଛ।”
5
ଥୋମା କହିଲେ, “ପ୍ରଭୁ, ଆପଣ କେଉଁଠାକୁ ଯାଉଛନ୍ତି, ଆମେ ଜାଣି ନାହୁଁ; ସେଠାକୁ ଯିବାର ବାଟ କିପରି ଜାଣିବୁ?”
6
ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।
7
ମୋତେ ଜାଣିଲେ, ମୋ’ ପିତାଙ୍କୁ ମଧ୍ୟ ଜାଣିବ। ଏହି ସମୟରୁ ତୁମ୍ଭେମାନେ ତାଙ୍କୁ ଜାଣିପାରିଛ ଓ ଦେଖିପାରିଛ।”
8
ଫିଲିପ୍ କହିଲେ, “ପ୍ରଭୁ, ପିତାଙ୍କୁ ଦେଖାଇ ଦିଅନ୍ତୁ। ସେତିକି ଆମ ପାଇଁ ଯଥେଷ୍ଟ।”
9
ଯୀଶୁ କହିଲେ, “ଫିଲିପ୍, ଏତେ ଦିନ ଧରି ମୁଁ ତୁମ୍ଭମାନଙ୍କ ପାଖରେ ରହିଲିଣି, ଆଜି ପର୍ଯ୍ୟନ୍ତ ତୁମେ ମୋତେ ଚିହ୍ନି ପାରିଲ ନାହିଁ। ଯେ ମୋତେ ଦେଖିଛି, ସେ ମୋ’ ପିତାଙ୍କୁ ଦେଖିଛି। ତେବେ ପିତାଙ୍କୁ ଦେଖାଇବା ପାଇଁ କାହିଁକି କହୁଛ?
10
ମୁଁ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ଏ କଥା ତୁମେ ବିଶ୍ୱାସ କରିପାରୁନାହଁ, ଫିଲିପ୍? ଯେଉଁ କଥାସବୁ ମୁଁ କହୁଛି, ତାହା ମୋ’ ନିଜର ନୁହେଁ। ମୋ’ଠାରେ ବିଦ୍ୟମାନ ପିତା ଈଶ୍ୱର ହିଁ ତାଙ୍କର କାର୍ଯ୍ୟ ସାଧନ କରିଯାଉଛନ୍ତି।
11
ମୁଁ ଯେ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ମୋର ଏ କଥାରେ ବିଶ୍ୱାସ କର। ମୋର ଏ କଥାରେ ଯଦି ବିଶ୍ୱାସ କରିବ ନାହିଁ, ମୋର କାର୍ଯ୍ୟ ଦେଖି ବିଶ୍ୱାସ କର।
12
ସତ୍ୟ କହୁଛି, ମୋ’ଠାରେ ଯେ ବିଶ୍ୱାସ କରେ, ମୁଁ କରୁଥିବା କାର୍ଯ୍ୟସବୁ ସେ କରିପାରିବ। ଏହାଠାରୁ ଆହୁରି ଅଧିକ ମହତ୍ କାର୍ଯ୍ୟ ମଧ୍ୟ ସେ କରିପାରିବ, କାରଣ ମୁଁ ମୋ’ ପିତାଙ୍କ ନିକଟକୁ ଯାଉଛି
13
ଏବଂ ମୋ’ ନାମରେ ତୁମେ ଯାହା କିଛି ମାଗିବ, ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ।
14
ମୋ’ ନାମ ନେଇ ମୋତେ ଯାହା କିଛି ମାଗିବ, ମୁଁ ତୁମ୍ଭମାନଙ୍କୁ ତାହା ଦେବି।
15
“ମୋତେ ଯଦି ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ।
16
ମୁଁ ମୋ’ ପିତାଙ୍କୁ ପ୍ରାର୍ଥନା କରିବି ଓ ତୁମ୍ଭମାନଙ୍କ ସହିତ ଚିରକାଳ ରହିବା ପାଇଁ ସେ ଆଉ ଜଣେ ସହାୟକଙ୍କୁ ପ୍ରେରଣ କରିବେ।
17
ସେ ହେଉଛନ୍ତି, ‘ସତ୍ୟମୟ ଆତ୍ମା’। ଏହି ଜଗତ ତାଙ୍କୁ ଗ୍ରହଣ କରିପାରିବ ନାହିଁ, କାରଣ ଜଗତ ତାଙ୍କୁ ଦେଖିପାରିବ ନାହିଁ, କି ଚିହ୍ନି ପାରିବ ନାହିଁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ଜାଣିବ। କାରଣ ତୁମ୍ଭମାନଙ୍କ ସହିତ ସେ ବାସ କରିବେ। ତୁମ ଅନ୍ତରରେ ସେ ରହିବେ।
18
“ମୁଁ ଚାଲିଗଲା ପରେ ତୁମେ ନିଃସହାୟ ହୋଇ ରହିବ ନାହିଁ। ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।
19
ଅଳ୍ପ ସମୟ ପରେ ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତୁମ୍ଭେମାନେ ଦେଖିବ ଏବଂ ଯେହେତୁ ମୁଁ ଚିରଞ୍ଜୀବୀ, ତୁମେ ମଧ୍ୟ ମୋ’ ସହିତ ଜୀବିତ ରହିବ।
20
ସେହିଦିନ ଆସିଲେ, ତୁମ୍ଭେମାନେ ଜାଣିବ; ମୁଁ ପିତାଙ୍କଠାରେ, ତୁମ୍ଭେମାନେ ମୋ’ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ବିଦ୍ୟମାନ।
21
“ଯେ ମୋର ଆଜ୍ଞା ଗ୍ରହଣ କରି ପାଳନ କରେ, ସେ ହିଁ ମୋତେ ପ୍ରେମ କରେ। ଯେ କେହି ମୋତେ ପ୍ରେମ କରେ, ମୋ’ ପିତା ତାକୁ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରି ତା’ଠାରେ ନିଜକୁ ପ୍ରକାଶ କରିବି।”
22
ଯିହୁଦା (ଇଷ୍କରିୟୋଥ ଯିହୁଦା ନୁହେଁ) ପଚାରିଲା- “ଏହା କିପରି ହେବ? ନିଜକୁ ଜଗତ ନିକଟରେ ପ୍ରକାଶ ନ କରି ଆମ ନିକଟରେ କିପରି ପ୍ରକାଶ କରିବେ?”
23
ଯୀଶୁ କହିଲେ, “ଯେ ମୋତେ ପ୍ରେମ କରେ, ସେ ମୋ’ ବାକ୍ୟ ପାଳନ କରିବ। ତା’ହେଲେ ମୋ’ ପିତା ତାକୁ ପ୍ରେମ କରିବେ ଏବଂ ମୋ’ ପିତା ଓ ମୁଁ ଆସି ତା’ ଅନ୍ତରରେ ବାସ କରିବୁ।
24
ଯେ ମୋତେ ପ୍ରେମ କରେ ନାହିଁ, ସେ ମୋ’ ବାକ୍ୟ ପାଳନ କରେ ନାହିଁ। ମୁଁ ଦେଇଥିବା ଶିକ୍ଷା ମୋର ନୁହେଁ, ତାହା ମୋର ପ୍ରେରଣକର୍ତ୍ତା ପିତା ଈଶ୍ୱରଙ୍କର।
25
“ମୁଁ ତୁମ୍ଭମାନଙ୍କ ପାଖରେ ଥାଉଁ ଥାଉଁ ଏହି ସବୁ କଥା ଜଣାଇଦେଲି।
26
ଯେଉଁ ସହାୟକ ପବିତ୍ରଆତ୍ମାଙ୍କୁ ଈଶ୍ୱର ମୋ’ ସ୍ଥାନରେ ପଠାଇବେ, ସେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ମୁଁ କହିଥିବା ସମସ୍ତ ବିଷୟକୁ ସ୍ମରଣ କରାଇଦେବେ।
27
“ତୁମ୍ଭମାନଙ୍କ ନିକଟରେ ମୁଁ ଗୋଟିଏ ବିଷୟ ଛାଡ଼ି ଯାଉଛି। - ତାହା ହେଉଛି, ଶାନ୍ତି। ମୋ’ ନିଜର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନ କରି ଯାଉଛି। ଜଗତ ଦାନ କରୁଥିବା ଶାନ୍ତି ପରି ଏହା ନୁହେଁ। ଚିନ୍ତିତ ବା ବିଚଳିତ ହୁଅ ନାହିଁ। ଭୟବିହ୍ୱଳ ହୁଅ ନାହିଁ।
28
“ମୁଁ ଯାହା କହିଥିଲି, ଶୁଣିଛ, ‘ମୁଁ ଯାଉଛି, କିନ୍ତୁ ପୁଣି ଫେରି ଆସିବି’। ମୋତେ ଯଦି ପ୍ରେମ କରୁଥାଅ, ମୁଁ ପିତାଙ୍କ ନିକଟକୁ ଯାଉଛି ଶୁଣି ଖୁସି ହେବ; କାରଣ ମୋ’ ପିତା ମୋ’ଠାରୁ ମହାନ।
29
ଯାହା ସବୁ ଘଟିବାର ଅଛି, ତାହା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଜଣାଇଦେଲି। ସେସବୁ ଘଟିଲେ, ତୁମ୍ଭେମାନେ ମୋତେ ବିଶ୍ୱାସ କରିବ।
30
ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ ସମୟ କଥାବାର୍ତ୍ତା କରିପାରିବି ନାହିଁ, କାରଣ ଏହି ଜଗତର ଅଧିପତି ଆସୁଛି। ଅବଶ୍ୟ ମୋ’ ଉପରେ ତା’ର କୌଣସି କର୍ତ୍ତୃତ୍ୱ ନାହିଁ।
31
କିନ୍ତୁ ପିତା ମୋତେ ଯେପରି ଆଜ୍ଞା ଦେଇଛନ୍ତି, ସେହି ଅନୁସାରେ ମୁଁ କାର୍ଯ୍ୟ କରିବି। ତାହାହେଲେ, ମୁଁ ମୋ’ ପିତାଙ୍କୁ ପ୍ରେମ କରେ ବୋଲି ଜଗତ ଜାଣିବ। ଆସ, ଆମେ ଏଠାରୁ ଯିବା।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21