bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 16
John 16
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 17 →
1
“ତୁମ୍ଭେମାନେ ଯେପରି ନିଜର ବିଶ୍ୱାସ ନ ହରାଅ, ସେଥବପାଇଁ ମୁଁ ଏହିସବୁ କଥା କହିଛି।
2
ତୁମ୍ଭେମାନେ ସମାଜ-ଚ୍ୟୁତ ହେବ ଏବଂ ଏପରି ଦିନ ଆସିବ, ଯେତେବେଳେ ଲୋକେ ଭାବିବେ, ତୁମ୍ଭମାନଙ୍କୁ ବଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି।
3
ଲୋକେ ତୁମ ପ୍ରତି ଏହି ସବୁ କରିବେ, କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ।
4
ତୁମ୍ଭମାନଙ୍କୁ ମୁଁ ଏହି ସବୁ କଥା କହି ରଖିବାର ଉଦ୍ଦେଶ୍ୟ ହେଉଛି, ଏସବୁ ଘଟିଲେ, ତୁମ୍ଭେମାନେ ସ୍ମରଣ କରିବ ଯେ, ମୁଁ ଆଗରୁ ଏ ବିଷୟରେ କହିଥିଲି। “ଆରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଏିହ ବିଷୟ କହି ନ ଥିଲି, କାରଣ ମୁଁ ତୁମ ସଙ୍ଗରେ ଥିଲି।
5
ଏବେ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରି ଯାଉଛି। ତଥାପି ମୁଁ କୁଆଡ଼େ ଯାଉଛି ବୋଲି ତୁମ ମଧ୍ୟରୁ କେହି ମୋତେ ପଚାରୁ ନାହିଁ।
6
ଏବେ ମୋର ଏସବୁ କଥା ଶୁଣି ତୁମେ ଦୁଃଖରେ ଅଧୀର ହୋଇ ପଡ଼ିଛ।
7
କିନ୍ତୁ ମୁଁ ସତ୍ୟ କହୁଛି, ମୋର ଚାଲିଯିବା ତୁମ ପକ୍ଷରେ ମଙ୍ଗଳଜନକ, କାରଣ ମୁଁ ନ ଗଲେ, ସେହି ‘ସହାୟକ’ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ। କିନ୍ତୁ ମୁଁ ଗଲେ, ତାଙ୍କୁ ତୁମ ନିକଟକୁ ପଠାଇ ଦେବି।
8
ସେ ଆସି ପାପ, ଧାର୍ମିକତା ଓ ଈଶ୍ୱରଙ୍କ ନ୍ୟାୟ ବିଚାର ସମ୍ପର୍କରେ ଏ ଜଗତର ଲୋକଙ୍କୁ ପ୍ରକୃତ ଧାରଣା ଦେବେ।
9
ସେ ଦର୍ଶାଇ ଦେବେ ଯେ, ମୋ’ଠାରେ ବିଶ୍ୱାସ ନ କରିବା ହିଁ ପାପ।
10
ମୁଁ ପିତାଙ୍କ ନିକଟକୁ ଯାଉଛି ଏବଂ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; ଏହା ମୋର ଧାର୍ମିକତା ପ୍ରତିପନ୍ନ କରୁଛି।
11
ଏ ଜଗତର ଅଧିପତି ଦୋଷୀ ସାବ୍ୟସ୍ତ ହୋଇଛି; ଏଥିରୁ ଈଶ୍ୱରଙ୍କ ନ୍ୟାୟ ବିଚାର ପ୍ରକାଶ ପାଏ।
12
“ତୁମ୍ଭମାନଙ୍କୁ ମୋର ଆହୁରି ଅନେକ କିଛି କହିବାର ଅଛି, କିନ୍ତୁ ବର୍ତ୍ତମାନ ତାହା ସବୁ ତୁମ୍ଭମାନଙ୍କ ପକ୍ଷେ ଅସହ୍ୟ ହେବ।
13
କିନ୍ତୁ ସତ୍ୟମୟ ଆତ୍ମା ଆସିଲେ, ସେ ସମସ୍ତ ସତ୍ୟ ବୁଝିବାକୁ ଶକ୍ତି ଦେବେ। ସେ ନିଜ ଅଧିକାର ବଳରେ କିଛି କହିବେ ନାହିଁ। ଈଶ୍ୱରଙ୍କଠାରୁ ସେ ଯାହା ଶୁଣିଛନ୍ତି, କେବଳ ସେତିକି ସେ ପ୍ରକାଶ କରିବେ। ଯାହା ସବୁ ଘଟିବାକୁ ଯାଉଛି, ସେ ତୁମ୍ଭମାନଙ୍କୁ ଜଣାଇବେ।
14
ମୋତେ ସେ ମହିମାନ୍ୱିତ କରିବେ, କାରଣ ମୋ’ଠାରୁ ସବୁ କଥା ଜାଣି ସେ ତାହା ତୁମ ନିକଟରେ ପ୍ରକାଶ କରିବେ।
15
ଯାହା ମୋ’ ପିତାଙ୍କର, ସେସବୁ ମୋର- ତେଣୁ ମୁଁ କହିଛି, ମୋ’ଠାରୁ ସମସ୍ତ ବିଷୟ ନେଇ ସେ ପ୍ରକାଶ କରିବେ।
16
“ଅଳ୍ପ ସମୟ ପରେ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ, କିନ୍ତୁ ଆଉ କିଛି କାଳ ପରେ ମୋତେ ଦେଖିବ।”
17
ଶିଷ୍ୟମାନଙ୍କ ମଧ୍ୟରୁ କେତେକ ପରସ୍ପରକୁ ପଚାରିଲେ, “ଏହାର ଅର୍ଥ କ’ଣ? ସେ କହୁଛନ୍ତି, ଅଳ୍ପ ସମୟ ପରେ ଆମେ ତାଙ୍କୁ ଦେଖିପାରିବା ନାହିଁ, ପୁଣି ଆଉ କିଛି କାଳ ପରେ ତାଙ୍କୁ ଦେଖିବା। ପୁଣି ସେ କହୁଛନ୍ତି, ସେ ତାଙ୍କ ପିତାଙ୍କ ନିକଟକୁ ଯିବେ।
18
‘ଅଳ୍ପ ସମୟ’, ଏହାର ଅର୍ଥ କଅଣ? ସେ କ’ଣ କହୁଛନ୍ତି, ବୁଝିହେଉ ନାହିଁ।”
19
ଶିଷ୍ୟମାନେ ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ବୋଲି ଜାଣିପାରି, ଯୀଶୁ କହିଲେ, “ମୁଁ କହିଲି, ‘ଅଳ୍ପ ସମୟ ପରେ ତୁମ୍ଭେମାନେ ମୋତେ ଦେଖିପାରିବ ନାହିଁ, କିନ୍ତୁ ତା’ର କିଛି କାଳ ପେର ମୋତେ ପୁଣି ଦେଖିବ’। ଏ ବିଷୟରେ ତୁମ୍ଭେମାନେ ଆଲୋଚନା କରୁଥିଲ, ନୁହେଁ?
20
ମୁଁ ସତ୍ୟ କହୁଛି, ତୁମ୍ଭେମାନେ କ୍ରନ୍ଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମେ ଶୋକାର୍ତ୍ତ ହେବ, କିନ୍ତୁ ତୁମର ଶୋକ ଆନନ୍ଦରେ ପରିଣତ ହେବ।
21
ଜଣେ ଆସନ୍ନପ୍ରସବା ସ୍ତ୍ରୀ ଲୋକ ତା’ର ପ୍ରସବ ବେଦନା ଆରମଭ ହେବ ଜାଣି ବ୍ୟଥିତ ହୁଏ; କିନ୍ତୁ ଶିଶୁଟିଏ ଜନ୍ମ ହେଲେ, ସେ ତା’ର ଯନ୍ତ୍ରଣା ଭୁଲିଯାଏ। ନବଜାତ ଶିଶୁ ସନ୍ତାନ ଯୋଗୁଁ ସେ ଉଲ୍ଲସିତ ହୁଏ।
22
ତୁମ୍ଭମାନଙ୍କର ସେହି ଅବସ୍ଥା ଘଟିବ। ଏବେ ତୁମେ ଶୋକାତୁର, କିନ୍ତୁ ଶୀଘ୍ର ମୁଁ ଆଉ ଥରେ ତୁମକୁ ଦେଖିବି ଓ ସେତେବେଳେ ତୁମର ହୃଦୟ ଆନନ୍ଦରେ ଭରିଯିବ। ସେହି ଆନନ୍ଦ ତୁମଠାରୁ କେହି କାଢ଼ି ନେଇ ପାରିବ ନାହିଁ।
23
“ସେଦିନ ଆସିଲେ, ମୋ’ଠାରୁ ତୁମ୍ଭମାନଙ୍କୁ ଆଉ କିଛି ମାଗିବାକୁ ପଡ଼ିବ ନାହିଁ। ସତ୍ୟ କହୁଛି, ମୋ’ ନାମରେ ପିତା ଈଶ୍ୱରଙ୍କୁ ଯାହା ମାଗିବ, ସେ ତାହା ଦେବେ।
24
ଏ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ନାମରେ କିଛି ମାଗି ନାହଁ। ବର୍ତ୍ତମାନଠାରୁ ମାଗ, ନିଶ୍ଚୟ ପାଳକ ଓ ତୁମ୍ଭେମାନେ ସମ୍ପୂର୍ଣ୍ଣଭାବେ ସୁଖୀ ହେବ।
25
“ମୁଁ ତୁମ୍ଭମାନଙ୍କୁ ଏହି ସବୁ କଥା ରୂପକ ଦେଇ କହୁଛି। କିନ୍ତୁ ଏପରି ସମୟ ଆସୁଛି, ଯେତେବେଳେ ଆଉ ରୂପକ ବ୍ୟବହାର ନ କରି ଈଶ୍ୱରଙ୍କ ସମ୍ପର୍କରେ ସବୁ ବିଷୟ ମୁଁ ସରଳ କଥାରେ ପ୍ରକାଶ କରିବି।
26
ସେଦିନ ଆସିଲେ, ତୁମେ ମୋ’ ନାମରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବ। ସେତେବେଳେ ତୁମ୍ଭମାନଙ୍କ ପକ୍ଷରୁ ମୋତେ ତାଙ୍କୁ କିଛି କହିବାକୁ ପଡ଼ିବ ନାହିଁ,
27
କାରଣ ଈଶ୍ୱର ନିଜେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, କାରଣ ତୁମ୍ଭେମାନେ ମୋତେ ପ୍ରେମ କରୁଛ ଏବଂ ମୁଁ ଈଶ୍ୱରଙ୍କ ନିକଟରୁ ଆଗତ ବୋଲି ବିଶ୍ୱାସ କରୁଛ।
28
ବାସ୍ତବିକ୍ ମୁଁ ଈଶ୍ୱରଙ୍କ ନିକଟରୁ ଜଗତକୁ ଆସିଛି ଏବଂ ଶୀଘ୍ର ଏ ଜଗତକୁ ତ୍ୟାଗ କରି ପିତା ଈଶ୍ୱରଙ୍କ ନିକଟକୁ ଫେରିଯିବି।”
29
ଏ କଥା ଶୁଣି ଶିଷ୍ୟମାନେ ତାଙ୍କୁ କହିଲେ, “ଆପଣ ତ ବର୍ତ୍ତମାନ ରୂପକ ବ୍ୟବହାର ନ କରି ସରଳ ଭାବରେ କହୁଛନ୍ତି।
30
ବର୍ତ୍ତମାନ ଆମେ ଜାଣୁଛ ଯେ ଆପଣ ସବୁ କଥା ଜାଣନ୍ତି। ଆପଣଙ୍କୁ କେହି କିଛି ପ୍ରଶ୍ନ ପଚାରିବା ଦରକାର ନାହିଁ। ଏଥିରୁ ଆମର ପୁରା ବିଶ୍ୱାସ ହେଉଛି, ଆପଣ ଈଶ୍ୱରଙ୍କ ପାଖରୁ ଆସିଛନ୍ତି।”
31
ଯୀଶୁ ପଚାରିଲେ, “ଏବେ ତୁମ୍ଭମାନଙ୍କର ବିଶ୍ୱାସ ହେଲା?
32
ସମୟ ଆସୁଛି- ବର୍ତ୍ତମାନ ସେ ସମୟ ଆସିଗଲାଣି, ଯେତେବେଳେ ତୁମେ ସମସ୍ତେ ଛିନ୍ନଭିନ୍ନ ହୋଇଯିବ, ପ୍ରତ୍ୟେକେ ନିଜ ନିଜ ଘରକୁ ପଳାଇଯିବ, ଆଉ ମୁଁ ଏକାକୀ ହୋଇ ରହିଯିବି। କିନ୍ତୁ ପ୍ରକୃତରେ ମୁଁ ଏକାକୀ ନୁହେଁ, କାରଣ ପିତା ଈଶ୍ୱର ମୋ’ ସଙ୍ଗରେ ଅଛନ୍ତି।
33
ଏ କଥା ତୁମ୍ଭମାନଙ୍କୁ କହୁଛି, ଯେପରି ମୋ’ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ; ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।”
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21