bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 19
John 19
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 20 →
1
ତା’ପରେ ପିଲାତ ଯୀଶୁଙ୍କୁ ନେଇ କୋରଡ଼ା ପ୍ରହାର କରାଇଲେ।
2
ସୈନିକମାନ କଣ୍ଟା ଡାଳର ଗୋଟିଏ ମୁକୁଟ ତିଆରି କରି ଯୀଶୁଙ୍କ ମସ୍ତକରେ ଦେଲେ, ତାଙ୍କୁ ଗୋଟିଏ ବାଇଗଣିଆ ରଙ୍ଗର ପୋଷାକ ପିନ୍ଧାଇଲେ
3
ଏବଂ “ଇହୁଦୀମାନଙ୍କର ରାଜା ଦୀର୍ଘଜୀବୀ ହେଉନ୍ତୁ” ବୋଲି କହି ତାଙ୍କୁ ଚାପୁଡ଼ା ମାରିଲେ।
4
ପିଲାତ ପୁନର୍ବାର ବାହାରକୁ ଯାଇ ସମବେତ ଜନତାକୁ କହିଲେ, “ଦେଖ, ତାଙ୍କୁ ତୁମ୍ଭମାନଙ୍କ ସାମ୍ନାକୁ ନେଇ ଆସୁଛି। ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉ ନାହିଁ। ଏହା ତୁମେ ନିଜେ ବୁଝିବ।”
5
ବାଇଗଣିଆ ପୋଷାକ ଓ କଣ୍ଟା ମୁକୁଟ ପିନ୍ଧି ଯୀଶୁ ବାହାରକୁ ଆସିଲେ ଏବଂ ପିଲାତ ଜନତାକୁ କହିଲେ, “ଦେଖ, ଏ ସେହି ବ୍ୟକ୍ତି।”
6
ତାଙ୍କୁ ଦେଖିବାମାତ୍ରେ ମୁଖ୍ୟ ଯାଜକ ଓ ମନ୍ଦିର ପ୍ରହରୀମାନେ ଚିକ୍ରାର କଲେ, “ତାକୁ କ୍ରୁଶରେ ଚଢ଼ାଅ- କ୍ରୁଶରେ ଚଢ଼ାଅ।” ପିଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ତାଙ୍କୁ ନେଇଯାଇ କ୍ରୁଶରେ ଚଢ଼ାଅ। ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖିପାରୁ ନାହିଁ।”
7
ଲୋକମାନେ ଉତ୍ତର ଦେଇ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ, ସେ ମରିବା ଉଚିତ୍, କାରଣ ସେ ନିଜକୁ ‘ଈଶ୍ୱରଙ୍କ ପୁତ୍ର’ ବୋଳି ଦାବୀ କରିଛି।”
8
ଏହା ଶୁଣି ପିଲାତ ଆତଙ୍କିତ ହୋଇ ପଡ଼ିଲେ।
9
ପ୍ରାସାଦ ଭିତରକୁ ଫେରି ଯାଇ ଯୀଶୁଙ୍କୁ ଡକାଇ ପଚାରିଲେ, “ତୁମେ କେଉଁଠାରୁ ଆସିଛ?” ଯୀଶୁ ନିରୁତ୍ତର ରହିଲେ।
10
କିଲାତ କହିଲେ, “ମୋ’ ସଙ୍ଗେ କଥା କହିବ ନାହିଁ? ମନେରଖ, ତୁମକୁ ମୁକ୍ତ କରିବାକୁ କିମ୍ବା କ୍ରୁଶରେ ଚଢ଼ାଇବାକୁ ମୋର ଅଧିକାର ଅଛି।”
11
ଯୀଶୁ ଉତ୍ତର ଦେଇ କହିଲେ, “ମୋ’ ଉପରେ ତୁମର ସେହି ଅଧିକାର ଅଛି, କାରଣ ତାହା ଈଶ୍ୱର ତୁମକୁ ଦେଇଛନ୍ତି। କିନ୍ତୁ ଯେ ମୋତେ ତୁମ ହାତରେ ସମର୍ପଣ କରିଛି, ତା’ର ପାପ ଅଧିକ ଜଘନ୍ୟ।”
12
ଏହା ଶୁଣି ପିଲାତ ଯୀଶୁଙ୍କୁ ମୁକ୍ତ କରି ଦେବା ପାଇଁ ଉପାୟ ଚିନ୍ତା କଲେ। କିନ୍ତୁ ଜନତା ଚିକ୍ରାର କଲେ, “ଯଦି ତୁମେ ତାକୁ ଛାଡ଼ିଦିଅ, ତାହାହେଲେ ତୁମେ ସମ୍ରାଟଙ୍କ ବନ୍ଧଉ ନୁହଁ, ଯେ ନିଜକୁ ରାଜା ବୋଲି ଦାବୀ କରେ, ସେ ସମ୍ରାଟଙ୍କ ଶତ୍ରୁ।”
13
ପିଲାତ ଏହା ଶୁଣି ଯୀଶୁଙ୍କୁ ବାହାରକୁ ନେଇ ଆସିଲେ ଏବଂ ‘ପ୍ରସ୍ତର ମଣ୍ଡପ’ (ହିବ୍ରୁ ଭାଷାରେ ଗବ୍ବାଥା) ନାମକ ସ୍ଥାନରେ ଥିବା ବିଚାରାସନରେ ବସିଲେ। ୧୪ ସେତେବେଳେ ମଧ୍ୟାହ୍ନ ସମୟ, ନିସ୍ତାର ପର୍ବର ପୂର୍ବ ଦିବସ। ପିଲାତ ଲୋକଙ୍କୁ କହିଲେ, “ଏହି ଦେଖ, ତୁମ୍ଭମାନଙ୍କର ରାଜା।”
15
କିନ୍ତୁ ସେମାନେ ଚିକ୍ରାର କଲେ, “ତାକୁ ମରି ଦିଅ- ମାରି ପକାଅ, ତାକୁ କ୍ରୁଶରେ ଚଢ଼ାଅ।” ପିଲାତ ପଚାରିଲେ, “ମୁଁ ତୁମ ରାଜାଙ୍କୁ କ୍ରୁଶରେ ଚଢ଼ାଏ, ଏହା କ’ଣ ତୁମେ ଚାହଁ?” ଯାଜକମାନେ ଉତ୍ତର ଦେଲେ, “କେବଳ ସମ୍ରାଟ ହିଁ ଆମର ଏକମାତ୍ର ରାଜା।”
16
ଶେଷରେ ପିଲାତ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ିଦେଲେ। ତା’ପରେ ଯୀଶୁଙ୍କୁ ସେମାନେ ନେଇଗଲେ।
17
ଯୀଶୁ ନିଜର କ୍ରୁଶ ବହନ କରି “ଗଲ୍ଗଥା” ବା “ଖପୁରି ଆକାର ପାହାଡ଼” ସ୍ଥାନରେ ଆସି ପହଞ୍ଚିଲେ।
18
ସେଠାରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ତାଙ୍କୁ ମଝିରେ ରଖି ତାଙ୍କ ଦୁଇ ପାଶ୍ୱର୍ରେ ଅନ୍ୟ ଦୁଇ ଜଣ ଲୋକଙ୍କୁ କ୍ରୁଶରେ ଚଢ଼ାଇଲେ।
19
ପିଲାତ ଗୋଟିଏ ବିଜ୍ଞପ୍ତି ପତ୍ର ଲେଖି ଯୀଶୁଙ୍କ କ୍ରୁଶ ଉପରେ ଟଙ୍ଗାଇଦେଲେ। ସେଥିରେ ଲେଖାଥିଲା, “ନାଜରିତୀୟ ଯୀଶୁ, ଇହୁଦୀମାନଙ୍କର ରାଜା।”
20
ଅନେକ ଲୋକ ଏହା ପଢ଼ିଲେ, କାରଣ ଯୀଶୁ ଯେଉଁଠାରେ କ୍ରୁଶବିଦ୍ଧ ହୋଇଥିଲେ, ତାହା ସହର ନିକଟରେ ଥିଲା। ବିଜ୍ଞପ୍ତି ପତ୍ରଟି ହିବ୍ରୁ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା।
21
ମୁଖ୍ୟ ଯାଜକମାନେ ଆପତ୍ତି କରି ପିଲାତଙ୍କୁ କହିଲେ, “ ‘ସେ ଇହୁଦୀମାନଙ୍କ ରାଜା’ ବୋଳି ନ ଲେଖି, ‘ସେ କହୁଥିଲା, ମୁଁ ଇହୁଦୀମାନଙ୍କ ରାଜା’ ଏ କଥା ଲେଖନ୍ତୁ!”
22
କିନ୍ତୁ ପିଲାତ ଉତ୍ତର ଦେଲେ, “ମୁଁ ଯାହା ଲେଖିଛି, ତା’ ସେହିପରି ଲେଖା ରହିବ।”
23
ଯୀଶୁଙ୍କୁ କ୍ରୁଶବିଦ୍ଧ କରି ସାରିବା ପରେ ଚାରି ଜଣ ସୈନିକ ତାଙ୍କର ବସ୍ତ୍ର ଚାରି ଭାଗ କରି ବାଣ୍ଟି ନେଇଗଲେ। କିନ୍ତୁ ଯୀଶୁଙ୍କ ଉତ୍ତରୀୟଟି କୌଣସି ସ୍ଥାନରେ ଯୋଡ଼ା ନ ହୋଇ ସମୁଦାୟ ବୁଣା ହୋଇଥିଲା।
24
ସୈନିକମାନେ ପରସ୍ପରକୁ କହିଲେ, “ଏହାକୁ ଚିରିବା ନାହିଁ। ଗୁଲିବାଣ୍ଟରେ ଯିଏ ପାଇବ, ସେ ତାକୁ ନେବ।” ଏହି ଘଟଣାରେ ଶାସ୍ତ୍ରଲିଖିତ ଗୋଟିଏ କଥା ସଫଳ ହେଲା: “ସେମାନେ ମୋର ବସ୍ତ୍ର ସବୁ ଭାଗବାଣ୍ଟ କରି ନେଲେ, ମୋର ଉତ୍ତରୀୟ ପାଇଁ ଗୁଲିବାଣ୍ଟ କଲେ।” ସୈନିକମାନେ ଠିକ୍ ଏହିପରି କଲେ।
25
ଯୀଶୁଙ୍କ କ୍ରୁଶ ନିକଟରେ ତାଙ୍କ ମାଁ, ତାଙ୍କ ମାଉସୀ କ୍ଳିଅପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲିନୀ ମରିୟମ ଛିଡ଼ା ହୋଇଥିଲେ।
26
ଯୀଶୁ ମାତାଙ୍କ ପାଖରେ ତାଙ୍କ ପ୍ରିୟ ଶିଷ୍ୟଙ୍କୁ ଠିଆ ହୋଇଥିବା ଦେଖି ମାଁଙ୍କୁ କହିଲେ; “ଦେଖ, ଏ ତୁମର ପୁଅ।”
27
ତା’ପରେ ଯୀଶୁ ସେହି ଶିଷ୍ୟକୁ କହିଲେ, “ଏ ତୁମର ମାଁ।” ସେହି ଦିନଠାରୁ ଉକ୍ତ ଶିଷ୍ୟ ଯୀଶୁଙ୍କ ମାଁଙ୍କୁ ନିଜ ଘରକୁ ନେଇଗଲେ।
28
ଯୀଶୁ ଜାଣିପାରିଲେ, ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ: “ମୋତେ ତୃଷା ହେଉଅଛି।”
29
ସେଠାରେ ଅମ୍ଳରସପୂର୍ଣ୍ଣ ଗୋଟିଏ ପାତ୍ର ଥିଲା ସେମାନେ ସେଥିରେ ଖଣ୍ଡେ ସ୍ପଞ୍ଜ ବୁଡ଼ାଇ ତାକୁ ବର୍ଚ୍ଛା ମୁନରେ ଲଗାଇଲେ ଏବଂ ଯୀଶୁଙ୍କ ମୁହଁ ପାଖକୁ ବଢ଼ାଇଦେଲେ।
30
ଯୀଶୁ ତାହା ଗ୍ରହଣ କରି କହିଲେ, “ସମାପ୍ତ ହେଲା”। ଏହା କହି ସେ ମସ୍ତକ ନତ କରି ପ୍ରାଣତ୍ୟାଗ କଲେ।
31
କ୍ରୁଶବିଦ୍ଧ ଲୋକମାନଙ୍କର ଗୋଡ଼ ଭାଙ୍ଗି ସେମାନଙ୍କ ମୃତ ଶରୀରଗୁଡ଼ିକୁ କ୍ରୁଶରୁ ଓହ୍ଲାଇ ଆଣିବା ପାଇଁ ଇହୁଦୀ କର୍ତ୍ତୃପକ୍ଷମାନେ ପିଲାତଙ୍କୁ ଅନୁମତି ମାଗିଲେ। କାରଣ, ସେ ଦିନ ଥିଲା ଶୁକ୍ରବାର ଏବଂ ତା’ ପରଦିନ ପବିତ୍ର ବିଶ୍ରାମବାରରେ ମୃତ ଦେହଗୁଡ଼ିକୁ କ୍ରୁଶ ଉପରେ ଛାଡ଼ି ଦେବାକୁ ସେମାନେ ଚାହୁଁ ନ ଥିଲେ। (କାରଣ ସେହି ବିଶ୍ରାମବାରଟି ଥିଲା ମହାପବିତ୍ର ଦିନ।)
32
ତେଣୁ ସୈନିକମାନେ ଯାଇ ଯୀଶୁଙ୍କ ସହିତ କ୍ରୁଶବିଦ୍ଧ ହୋଇଥିବା ଅନ୍ୟ ଦୁଇ ଜଣ ଲୋକର ଗୋଡ଼ ଭାଙ୍ଗି ଦେଲେ।
33
କିନ୍ତୁ ଯୀଶୁଙ୍କ ନିକଟକୁ ଯାଇ ସେମାନେ ଦେଖିଲେ, ସେ ମରି ଯାଇଛନ୍ତି। ସେଥିପାଇର୍ ସେମାନେ ତାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ।
34
ତଥାପି ଜଣେ ସୈନିକ ଯୀଶୁଙ୍କ ଶରୀରର ପାଶ୍ୱର୍ଦେଶରେ ବର୍ଚ୍ଛାବିଦ୍ଧ କଲା ଏବଂ ସେଥିରୁ ଜଳ ଓ ରକ୍ତ ନିର୍ଗତ ହେଲା।
35
(ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା କହିଛନ୍ତି, ସୁତରାଂ ଏହା ବିଶ୍ୱାସଯୋଗ୍ୟ। ସେ ଯାହା କହିଛନ୍ତି, ସବୁ ସତ୍ୟ। ସେ ନିଜେ ସତ୍ୟବାଦୀ ବୋଲି ଜାଣନ୍ତି।)
36
ଏହି ଘଟଣା ଦ୍ୱାରା ଶାସ୍ତ୍ରୋକ୍ତ ଭବିଷ୍ୟବାଣୀ ସଫଳ ହେଲା। “ତାଙ୍କର ଗୋଟିଏ ହେଲେ ଅସ୍ଥି ଭଗ୍ନ ହେବ ନାହିଁ।”
37
ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ଯାହାଙ୍କୁ ସେମାନେ ବିଦ୍ଧ କରିଛନ୍ତି, ତାଙ୍କ ଉପରେ ଲୋକମାନଙ୍କର ଦୃଷ୍ଟି ନିବଦ୍ଧ ହେବ।”
38
ଏହା ପରେ ହାରାମଥିଆର ଯୋସେଫ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀରକୁ ନେଇ ଯିବାକୁ ଅନୁମତି ମାଗିଲେ। (ଏହି ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ସେ ଏହା ଗୋପନ ରଖିଥିଲେ।) ପିଲାତ ତାଙ୍କୁ ଅନୁମତି ଦେଲେ ଏବଂ ଯୋସେଫ ଯୀଶୁଙ୍କ ଶରୀରକୁ ସମାଧି ଦେବା ପାଇଁ ନେଇଗଲେ।
39
ତାଙ୍କ ସହିତ ଥିଲେ ନିକଦୀମ। ଏହି ନିକଦୀମ ଦିନେ ରାତିରେ ଯୀଶୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ନିକଦୀମ ପ୍ରାୟ ତିରିଶ କିଲୋ ଗନ୍ଧରସ ମିଶା ଅଗୁରୁ ସାଙ୍ଗରେ ଆଣିଥିଲେ।
40
ଶବକୁ ସମାଧି ଦେବା ପୂର୍ବରୁ ପ୍ରସ୍ତୁତ କରିବା ପାଇଁ ଇହୁଦୀମାନଙ୍କ ପ୍ରଥାନୁଯାୟୀ ଯୋସେଫ ଓ ନିକଦୀମ ଯୀଶୁଙ୍କ ଶରୀର ଉପରେ ସୁଗନ୍ଧି ଦ୍ରବ୍ୟ ମାଖି ତାଙ୍କୁ ଚାଦରରେ ଗୁଡ଼ାଇ ଦେଲେ।
41
ଯୀଶୁ ଯେଉଁ ସ୍ଥାନରେ ମୃତ୍ୟୁଭୋଗ କରିଥିଲେ, ତା’ ନିକଟରେ ଗୋଟିଏ ଉଦ୍ୟାନ ଥିଲା। ତା’ ମଧ୍ୟରେ ଗୋଟିଏ ନୂତନ ସମାଧି ଥିଲା। ସେଥିରେ ପୂର୍ବରୁ କାହାକୁ ସମାଧି ଦିଆଯାଇ ନ ଥିଲା।
42
ସେ ଦିନ ବିଶ୍ରାମବାରର ପୂର୍ବ ଦିବସ ଥିବାରୁ, ବେଶୀ ଦୂରକୁ ନ ଯାଇ ସେମାନେ ଯୀଶୁଙ୍କ ଶରୀରକୁ ନେଇ ସେହି ସମାଧିରେ ସମାଧିସ୍ଥ କଲେ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21