bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 17
John 17
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 18 →
1
ଏହି ସବୁ କଥା କହିସାରିବା ପରେ, ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ; “ପିତା, ମୋର ସମୟ ଉପସ୍ଥିତ। ତୁମ ପୁତ୍ରଙ୍କୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କର। ତା’ହେଲେ ପୁତ୍ର ମଧ୍ୟ ତୁମକୁ ମହିମାନ୍ୱିତ କରିବେ।
2
ତୁମେ ତାଙ୍କୁ ସମସ୍ତ ମାନବ ଜାତି ଉପରେ ଅଧିକାର ଦେଇଛ। ପୁଣି ଯେଉଁମାନଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିଛ, ସେମାନଙ୍କୁ ଅନନ୍ତ ଜୀବନ ଦାନ କରିବା ପାଇଁ ତାଙ୍କୁ ଶକ୍ତି ଦେଇଛି।
3
ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।
4
ମୁଁ ପୃଥିବୀରେ ତୁମର ମହିମା ପ୍ରକାଶ କରିଛି। ତୁମେ ମୋତେ ଦେଇଥିବା କାର୍ଯ୍ୟ ମୁଁ ସମାପ୍ତ କରିଛି।
5
ପିତା, ଜଗତର ସୃଷ୍ଟି ପୂର୍ବରୁ ତୁମ ସହିତ ମୋର ଯେଉଁ ଗୌରବ ଥିଲା, ବର୍ତ୍ତମାନ ତୁମର ଉପସ୍ଥିତିରେ ସେହି ଗୌରବ ମୋତେ ପ୍ରଦାନ କର।
6
“ଏହି ଜଗତ ମଧ୍ୟରୁ ଯେଉଁମାନଙ୍କୁ ତୁମେ ମୋ’ ହାତରେ ସମର୍ପଣ କରିଥିଲ, ମୁଁ ସେମାନଙ୍କ ନିକଟରେ ତୁମକୁ ପ୍ରକାଶ କରିଛି। ସେମାନେ ତୁମର- ତୁମେ ସେମାନଙ୍କୁ ମୋ’ ହାତରେ ଦେଇଥିଲ। ସେମାନେ ତୁମର- ତୁମେ ସେମାନଙ୍କୁ ମୋ’ ହାତରେ ଦେଇଥିଲ। ସେମାନେ ତୁମର ଆଜ୍ଞା ପାଳନ କରିଛନ୍ତି,
7
ଏବଂ ବର୍ତ୍ତମାନ ବୁଝିଛନ୍ତି, ମୋର ସବୁ କିଛି ତୁମେ ମୋତେ ଦାନ କରିଛ- ସେସବୁ ତୁମଠାରୁ ଆସିଛି।
8
ତୁମେ ମୋତେ ଦେଇଥିବା ବାର୍ତ୍ତା ମୁଁ ସେମାନଙ୍କୁ ଦେଇଛି ଓ ସେମାନେ ତାକୁ ଗ୍ରହଣ କରିଛନ୍ତି। ମୁଁ ଯେ ତୁମଠାରୁ ଆସିଛି ଓ ତୁମେ ମୋତେ ପଠାଇଛ, ଏ କଥା ସେମାନେ ନିଶ୍ଚିତଭାବେ ଜାଣି, ଏଥିରେ ବିଶ୍ୱାସ କରୁଛନ୍ତି।
9
“ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି। ଜଗତ ପାଇଁ ମୁଁ ପ୍ରାର୍ଥନା କରୁ ନାହିଁ। କେବଳ ଯେଉଁମାନେ ତୁମର ଓ ଯେଉଁମାନଙ୍କୁ ମୋ’ ହାତରେ ଦେଇଛ, ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି।
10
ମୋର ଯାହା କିଛି ଅଛି, ସବୁ ତୁମର ଓ ତୁମର ଯାହା କିଛି ଅଛି, ସବୁ ମୋର ଏବଂ ଏମାନଙ୍କ ଦ୍ୱାରା ମୁଁ ଗୌରବାନ୍ୱିତ।
11
ବର୍ତ୍ତମାନ ମୁଁ ତୁମ ପାଖକୁ ଆସୁଛି; ମୁଁ ଆଉ ଏ ଜଗତରେ ରହୁ ନାହିଁ। କିନ୍ତୁ ଏମାନେ ରହୁଛନ୍ତି। ପବିତ୍ର ପିତା! ଯେଉଁମାନଙ୍କୁ ତୁମେ ମୋ’ ହାତରେ ସମର୍ପଣ କରିଛ, ତୁମ ନାମର ଶକ୍ତି ଦ୍ୱାରା ସେମାନଢ଼ଙ୍କୁ ରକ୍ଷା କର। ତୁମେ ଓ ମୁଁ ଯେପରି ଏକ, ସେମାନଙ୍କୁ ମଧ୍ୟ ସେହିପରି ଏକ ହେବାକୁ ସାହାଯ୍ୟ କର।
12
“ସେମାନଙ୍କ ସଙ୍ଗରେ ଥିବାବେଳେ ତୁମ ନାମର ଶକ୍ତିରେ ମୁଁ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କୁ ରକ୍ଷା କରିଥିଲି। ଶାସ୍ତ୍ର ବାକ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଯାହାର ପତନ ଘଟିବାର ଥିଲା, ତା’ ଛଡ଼ା ଆଉ କାହାକୁ ମୁଁ ହରାଇ ନାହିଁ।
13
ବର୍ତ୍ତମାନ ତୁମ ନିକଟକୁ ଆସୁଛି, କିନ୍ତୁ ଜଗତରେ ଥାଉଁ ଥାଉଁ ମୋର ଆନନ୍ଦରେ ସେମାନଙ୍କ ହୃଦୟ ପୂର୍ଣ୍ଣ କରିବା ପାଇଁ ମୁଁ ଆଜି ଏହି ସବୁ କଥା କହୁଛି।
14
ମୁଁ ସେମାନଙ୍କୁ ତୁମର ବାର୍ତ୍ତା ଶୁଣାଇଛି। ସେଥିଲାଗି ସେମାନଙ୍କୁ ଜଗତ ଘୃଣା କରିଛି, କାରଣ ମୁଁ ଯେପରି ଏହି ଜଗତର ନୁହେଁ, ସେମାନେ ମଧ୍ୟ ନୁହନ୍ତି।
15
ସେମାନଙ୍କୁ ଜଗତରୁ ବାହାର କରି ନେବା ପାଇଁ ମୁଁ କହୁ ନାହିଁ; କିନ୍ତୁ ନିବେଦନ କରୁଛି, ଶୟତାନ କବଳରୁ ସେମାନଙ୍କୁ ରକ୍ଷା କର।
16
ମୁଁ ଯେପରି ଏ ଜଗତର ନୁହେଁ, ସେମାନେ ମଧ୍ୟ ନୁହଁନ୍ତି। ତୁମର ବାକ୍ୟ ହିଁ ସତ୍ୟ।
17
ସେହି ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର।
18
ତୁମେ ମୋତେ ଯେପରି ଜଗତକୁ ପ୍ରେରଣ କରିଛ, ମୁଁ ମଧ୍ୟ ସେମାନଙ୍କୁ ଜଗତକୁ ପଠାଇଛି।
19
ସେମାନେ ଯେପରି ସେହି ସତ୍ୟ ଦ୍ୱାରା ପବିତ୍ର ହେବେ, ସେଥିପାଇଁ ମୁଁ ନିଜକୁ ଉତ୍ସର୍ଗ କରୁଛି।
20
“ମୁଁ କେବଳ ସେମାନଙ୍କ ପାଇଁ ଏହି ପ୍ରାର୍ଥନା କରୁ ନାହିଁ। ଯେଉଁମାନେ ସେମାନଙ୍କ ବାର୍ତ୍ତା ଶୁଣି ମୋ’ଠାରେ ବିଶ୍ୱାସ ସ୍ଥାପନ କରନ୍ତି,
21
ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।
22
ସେମାନଙ୍କୁ ଆମ ପରି ଏକ କରାଇବା ପାଇଁ ତୁମେ ମୋତେ ଯେଉଁ ଗୌରବ ଦେଇଛ, ତାହା ମୁଁ ସେମାନଙ୍କୁ ଦେଇଛି!
23
ତୁମେ ଯେପରି ମୋ’ଠାରେ, ମୁଁ ସେହିପରି ସେମାନଙ୍କଠାରେ ରହିବି। ତା’ହେଲେ ସେମାନେ ସମ୍ପୂର୍ଣ୍ଣ ଭାବରେ ଏକ ହେବେ ଏବଂ ଜଗତ ଜାଣିବ ଯେ ତୁମେ ମୋତେ ପଠାଇଛ ଓ ମୋତେ ଯେପରି ପ୍ରେମ କରୁଛ, ସେମାନଙ୍କୁ ମଧ୍ୟ ସେପରି ପ୍ରେମ କରୁଛ।
24
“ପିତା! ତୁମେ ସେମାନଙ୍କୁ ମୋ’ ହାତରେ ଦେଇଛ। ମୁଁ ଚାହେଁ; ଯେଉଁଠାରେ ମୁଁ ରହିବି, ସେମାନେ ସେଠାରେ ମୋ’ ସଙ୍ଗରେ ରହି ତୁମେ ମୋତେ ଦେଇଥିବା ଗୌରବ ଦେଖନ୍ତୁ, କାରଣ ଜଗତର ସୃଷ୍ଟି ପୂର୍ବରୁ ତୁମେ ମୋତେ ପ୍ରେମ କରିଥିଲ।
25
ପୁଣ୍ୟବାନ୍ ପିତା! ଜଗତ ତୁମକୁ ଜାଣେ ନାହିଁ। ମୁଁ ତୁମକୁ ଜାଣେ ଏବଂ ଏମାନେ ଜାଣନ୍ତି ଯେ, ତୁମେ ମୋତେ ପଠାଇଛ।
26
ମୁଁ ସେମାନଙ୍କୁ ତୁମର ପରିଚୟ ଦେଇଛି ଏବଂ ସବୁବେଳେ ଦେଉଥିବି; ତାହାଦ୍ୱାରା ମୋ’ ପାଇଁ ତୁମର ପ୍ରେମ ସେମାନେ ଅନୁଭବ କରିବେ ଏବଂ ମୋତେ ସେମାନଙ୍କ ଅନ୍ତରରେ ରଖିବେ।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21