bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 18
John 18
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
1
ଏହି ପ୍ରାର୍ଥନା ଶେଷ କରି ଯୀଶୁ ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଝର ଆରପଟେ ଥିବା ଏକ ଉଦ୍ୟାନରେ ପ୍ରବେଶ କଲେ।
2
ଏଠାରେ ଅନେକ ଥର ଯୀଶୁ ଶିଷ୍ୟମାନଙ୍କ ସହିତ ସାକ୍ଷାତ କରୁଥିବା କଥା ବିଶ୍ୱାସଘାତକ ଯିହୁଦା ଜାଣିଥିଲା।
3
ତେଣୁ ସେ ଦଳେ ରୋମୀୟ ସୈନିକ ଓ ମୁଖ୍ୟ ଯାଜକ ଓ ଫାରୁଶୀମାନେ ପଠଶଇଥିବା ମନ୍ଦିର ପ୍ରହରୀମାନଙ୍କୁନେଇ ସେଠାରେ ପହଞ୍ôଚଲା। ସେମାନେ ଅସ୍ତ୍ରଶସ୍ତ୍ର, ଦୀପ ଓ ମଶାଲ ଧରିଥିଲେ।
4
ତାଙ୍କ ପ୍ରତି କ’ଣ ଘଟିବ, ଯୀଶୁ ସବୁ ଜାଣିଥିଲେ। ତେଣୁ ସେ ଆଗକୁ ଆସି ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?”
5
ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ”। ଯୀଶୁ କହିଲେ, “ମୁଁ ସେହି”। ବିଶ୍ୱାସଘାତକ ଯିହୁଦା ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା।
6
“ମୁଁ ସେହି” ବୋଳି ଯୀଶୁ କହିବା ମାତ୍ରେ ସେମାନେ ପଛକୁ ହଟିଯାଇ ତଳେ ପଡ଼ିଗଲେ।
7
ଯୀଶୁ ପୁନର୍ବାର ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଛ?” “ନାଜରିତୀୟ ଯୀଶୁଙ୍କୁ”, ସେମାନେ ଉତ୍ତର ଦେଲେ।
8
ଯୀଶୁ କହିଲେ, “ମୁଁ କହିସାରିଛି, ମୁଁ ସେହି। ଯଦି ମୋ’ ପାଇଁ ଆସିଛ, ଏମାନଙ୍କୁ ଛାଡ଼ିଦିଅ। (
9
“ଯେଉଁମାନଙ୍କୁ ତୁମେ ମୋତେ ଦେଇଛ, ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ମୁଁ ହରାଇ ନାହିଁ” ତାଙ୍କର ଏହି ଉକ୍ତି ସଫଳ କରିବାକୁ ସେ ଏହା କହିଲେ।)
10
ଶିମୋନ ପିତରଙ୍କ ହାତରେ ଗୋଟିଏ ଖଣ୍ଡା ଥିଲା। ସେ ତାହା ବାହାର କରି ପ୍ରଧାନ ଯାଜକଙ୍କର ଦାସ ମାଲ୍କସର ଡାହାଣ କାନ କାଟି ପକାଇଲେ।
11
ଯୀଶୁ ପିତରଙ୍କୁ କହିଲେ, “ଖାପରେ ଖଣ୍ଡା ରଖି ଦିଅ। ତୁମେ କ’ଣ ଭାବିଛ, ପିତା ଈଶ୍ୱର ମୋତେ ଦେଇଥିବା ଏହି ଦୁଃଖ ଭୋଗର ପାତ୍ରରୁ ମୁଁ ପାନ କରିବି ନାହିଁ?”
12
ରୋମୀୟ ସୈନିକ, ସେନାପତି ଓ ଇହୁଦୀ ପ୍ରହରୀମାନେ ଯୀଶୁଙ୍କୁ ଧରି ବାନ୍ଧି ପକାଇଲେ
13
ଏବଂ ପ୍ରଥମେ ହାନାନ୍ଙ୍କ ନିକଟକୁ ନେଇଗଲେ। ହାନାନ୍ ସେହି ବର୍ଷର ପ୍ରଧାନ ଯାଜକ କୟାଫାଙ୍କ ଶ୍ୱଶୁର ଥିଲେ।
14
ଏହି କୟାଫା ଏଥିପୂର୍ବରୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ସମସ୍ତଙ୍କ ହିତ ଦୃଷ୍ଟିରୁ ଜଣେ ମରିବା ଶ୍ରେୟସ୍କର।
15
ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଅନ୍ୟ ଶିଷ୍ୟର ପ୍ରଧାନ ଯାଜକଙ୍କ ସହିତ ପରିଚୟ ଥିବାରୁ ସେ ଯୀଶୁଙ୍କୁ ଅନୁସରଣ କରି ମହାଯାଜକଙ୍କ ଗୃହର ପ୍ରାଙ୍ଗଣ ଭିତରେ ପ୍ରବେଶ କଲେ।
16
ପିତର ବାହାରେ ଫାଟକ ପାଖରେ ରହିଗଲେ। ଅନ୍ୟ ଶିଷ୍ୟଟି ଫେରିଆସି ଫାଟକ ପାଖରେ ଥିବା ଜଣେ ଦାସୀକୁ କହି ପିତରଙ୍କୁ ପ୍ରାଙ୍ଗଣ ଭିତରକୁ ନେଇ ଆସିଲେ।
17
ଫାଟକ ପାଖରେ ଥିବା ସେହି ଦାସୀ ପିତରଙ୍କୁ କହିଲା, “ତୁମେ କ’ଣ ସେହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ?” ପିତର ଅସ୍ୱୀକାର କରି କହିଲେ, “ନା, ମୁଁ ନୁହେଁ।”
18
ସେତେବେଳେ ଶୀତ ହେଉଥଲା, ତେଣୁ ଭୃତ୍ୟ ଓ ପ୍ରହରୀମାନେ ନିଆଁ ଜାଳି ତା’ ଚାରି ପାଖରେ ଠିଆ ହୋଇ ନିଜକୁ ଉଷୁମ କରୁଥିଲେ। ପିତର ମଧ୍ୟ ସେମାନଙ୍କ ପାଖରେ ଠିଆ ହୋଇଥିଲେ।
19
ମହାଯାଜକ ଯୀଶୁଙ୍କୁ ତାଙ୍କ ଶିକ୍ଷା ଓ ଶିଷ୍ୟମାନଙ୍କ ସମ୍ପର୍କରେ ପ୍ରଶ୍ନ କଲେ।
20
ଯୀଶୁ ଉତ୍ତର ଦେଇ କହିଲେ, “ମୁଁ ସବୁବେଳେ ସମସ୍ତଙ୍କ ନିକଟରେ ପ୍ରକାଶ୍ୟଭାବେ ଶିକ୍ଷା ଦେଇଛି। ମନ୍ଦିର ଓ ଉପାସନା ଗୃହମାନଙ୍କରେ, ଲୋକମାନେ ସମବେତ ହୋଇଥିବାବେଳେ ମୁଁ କଥା ମୁଁ ଗୋପନରେ କହି ନାହିଁ।
21
ମୋତେ କାହିଁକି ପଚାରୁଛ? ଯେଉଁମାନେ ମୋ’ ଶିକ୍ଷା ଶୁଣିଛନ୍ତି; ସେମାନଙ୍କୁ ପଚାର, ମୁଁ କ’ଣ କହିଛି, ସେମାନଙ୍କଠାରୁ ବୁଝିନିଅ, ସେମାନେ ଜାଣନ୍ତି।”
22
ଯୀଶୁ ଏ କଥା କହିବାବେଳେ ଜଣେ ପ୍ରହରୀ ତାଙ୍କୁ ଚାପୁଡ଼ା ମାରି କହିଲା: “ତୋର ଏଡ଼େ ସାହସ! ପ୍ରଧାନ ଯାଜକଙ୍କୁ ଏମିତି କହୁଛୁ?”
23
ଯୀଶୁ ତାକୁ କହିଲେ, “ମୁଁ ଯଦି କୌଣସି ଭୁଲ କଥା କହିଛି, ତାହା ସମସ୍ତଙ୍କ ଆଗରେ ପ୍ରକାଶ କର। ଯଦି ମୁଁ ସତ୍ୟ କହିଥାଏ, ତେବେ ମୋତେ ମାରୁଛ କାହିଁକି?”
24
ଏହା ପରେ ହାନାନ୍ ଯୀଶୁଙ୍କୁ ସେହିପରି ବନ୍ଧା ହୋଇଥିବା ଅବସ୍ଥାରେ ପ୍ରଧାନ ଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।
25
ପିତର ନିଆଁ ପାଖରେ ଛିଡ଼ା ହୋଇଥିବାବେଳେ ସେଠାରେ ଜମା ହୋଇଥିବା ଲୋକମାନେ ତାଙ୍କୁ ପଚାରିଲେ, “ତୁମେ କଅଣ ତାଙ୍କର ଜଣେ ଶିଷ୍ୟ ନୁହଁ?” ପିତର ଅସ୍ୱୀକାର କରି କହିଲେ, “ନା, କଦାପି ନୁହେଁ।”
26
ପିତର ମହାଯାଜକଙ୍କ ଯେଉଁ ଦାସର କାନ କାଟି ଦେଇଥିଲେ, ତା’ର ଜଣେ ଆତ୍ମୀୟ ଜୋର୍ କରି କହିଲା, “ସେହି ବଗିଚାରେ ମୁଁ ତୁମକୁ ତାଙ୍କ ସହିତ ଦେଖି ନାହିଁ ବୋଲି ଭାବିଛ?”
27
ପିତର ପୁଣି ଥରେ ଅସ୍ୱୀକାର କରି କହିଲେ, “ନା”। ସେହି ମୁହୂର୍ତ୍ତରେ କୁକୁଡ଼ା ଡାକିଲା।
28
ପରଦିନ ପ୍ରତ୍ୟୁଷରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଗୃହରୁ ନେଇ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦରେ ପହଞ୍ôଚଲେ। ଇହୁଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ, କାରଣ ତଦ୍ଦ୍ୱାରା ନିସ୍ତାର ପର୍ବର ଭୋଜି ପାଇଁ ସେମାନେ ନିଜକୁ ଅଶୁଚି କରିବାକୁ ଚାହୁଁ ନ ଥିଲେ।
29
ତେଣୁ ରାଜ୍ୟପାଳ ପିଲାତ ବାହାରକୁ ଆସି ସେମାନଙ୍କୁ ପଚାରିଲେ, “ଏହାଙ୍କ ବିରୁଦ୍ଧରେ ତୁମ୍ଭମାନଙ୍କ ଅଭିଯୋଗ କ’ଣ?”
30
ସେମାନେ ଉତ୍ତର ଦେଲେ, “ସେ ସେପରି ଅପରାଧ କରି ନ ଥିଲେ, ତାଙ୍କୁ ଆପଣଙ୍କ ପାଖକୁ ଆଣି ନ ଥାଆନ୍ତୁ।”
31
ପିଲାତ କହିଲେ, “ତା’ ହେଲେ ତାଙ୍କୁ ନେଇଯାଇ ତୁମ୍ଭମାନଙ୍କ ବ୍ୟବସ୍ଥା ଅନୁଯାୟୀ ବିଚାର କର।” ସେମାନେ ଉତ୍ତର ଦେଲେ, “କାହାକୁ ପ୍ରାଣ ଦଣ୍ଡାଜ୍ଞା ଦେବା ପାଇଁ ଆମର ଅଧିକାର ନାହିଁ।”
32
(ସେ କି ପ୍ରକାର ମୃତ୍ୟୁବରଣ କରିବେ, ଏ ବିଷୟରେ ଯୀଶୁ ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏହା ଘଟିଲା।)
33
ପିଲାତ ପ୍ରାସାଦ ଭିତରକୁ ଯାଇ ଯୀଶୁଙ୍କୁ ଡକାଇ ପଚାରିଲେ, “ତୁମେ କ’ଣ ଇହୁଦୀମାନଙ୍କର ରାଜା?”
34
ଯୀଶୁ ଉତ୍ତର ଦେଲେ, “ଏହି ପ୍ରଶ୍ନ ତୁମେ ନିଜ ମନରୁ ପଚାରୁଛ, ନା ଅନ୍ୟମାନେ ମୋ’ ସମ୍ପର୍କରେ ଏ ବିଷୟରେ ତୁମକୁ କିଛି କହିଛନ୍ତି?”
35
ପିଲାତ କହିଲେ, “ତୁମେ କଅଣ ଭାବିଛ, ମୁଁ ଜଣେ ଇହୁଦୀ? ତୁମ ନିଜ ଜାତିର ଲୋକେ ଓ ମୁଖ୍ୟ ଯାଜକମାନେ ତୁମକୁ ଆଣି ମୋ’ ହାତରେ ସମର୍ପଣ କରିଛନ୍ତି। କୁହ, ତୁମେ କ’ଣ କରିଛ?”
36
ଯୀଶୁ କହିଲେ, “ମୋ’ ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ। ଯଦି ମୋ’ ରାଜ୍ୟ ଜାଗତିକ ହୋଇଥାଆନ୍ତା, ମୋର ଅନୁଗାମୀମାନେ ମୋ’ ପକ୍ଷରେ ଯୁଦ୍ଧ କରିଥାଆନ୍ତେ। ସେମାନେ କେବେ ମୋତେ ଇହୁଦୀମାନଙ୍କ ହାତରେ ଛାଡ଼ିଦେଇ ନ ଥାଆନ୍ତେ। ନା, ମୋର ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ।”
37
ପିଲାତ ପୁଣି ପଚାରିଲେ,”ତୁମେ କ’ଣ ସତରେ ଜଣେ ରାଜା?” ଯୀଶୁ ଉତ୍ତର ଦେଲେ, “ତୁମେ କହୁଛ, ମୁଁ ଜଣେ ରାଜା। କେବଳ ସତ୍ୟ ପ୍ରକାଶ କରିବା ପାଇଁ ମୁଁ ଆସିଛି, କେବଳ ଏହି ଉଦ୍ଦେଶ୍ୟ ନେଇ ମୁଁ ଏ ଜଗତରେ ଜନ୍ମ ଗ୍ରହଣ କରିଛି। ଯେଉଁମାନେ ସତ୍ୟାନୁରାଗୀ, ସେହିମାନେ ହିଁ ମୋ’ କଥା ଶୁଣନ୍ତି।”
38
ପିଲାତ ପ୍ରଶ୍ନ କଲେ, “ସତ୍ୟ କ’ଣ”? ପିଲାତ ବାହାରକୁ ଯାଇ ଲୋକମାନଙ୍କୁ କହିଲେ, “ତାଙ୍କୁ ପ୍ରାଣ ଦଣ୍ଡ ଦେବା ପାଇଁ କୌଣସି କାରଣ ମୁଁ ଦେଖୁ ନାହିଁ।
39
କିନ୍ତୁ ତୁମ୍ଭମାନଙ୍କର ପ୍ରଥା ଅନୁଯାୟୀ ନିସ୍ତାର ପର୍ବବେଳେ ମୁଁ ଜଣେ ବନ୍ଦୀକୁ ମୁକ୍ତ କରି ଦେଇଥାଏ। ଏଥର ଇହୁଦୀମାନଙ୍କର ରାଜାଙ୍କୁ ତୁମ ପାଇଁ ଛାଡ଼ିଦିଏ, ଏହା କ’ଣ ତୁମ୍ଭେମାନେ ଚାହଁ।”
40
ଲୋକମାନେ ଚିକ୍ରାର କରି କହିଲେ, “ନା, ତାକୁ ନୁହେଁ- ବାରବ୍ବାକୁ ମୁକ୍ତ କରି ଦିଅ।” (ବାରବ୍ବା ଜଣେ ଡକାୟତ ଥିଲା)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21