bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 8
John 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 9 →
1
(ସମସ୍ତେ ଘରକୁ ଚାଲିଗଲା ପରେ ଯୀଶୁ ଜୀତ ପର୍ବତକୁ ଗଲେ।
2
ତା’ ପରଦିନ ପ୍ରତ୍ୟୁଷରେ ସେ ମନ୍ଦିରକୁ ଫେରି ଆସିଲେ ଏବଂ ସେଠାରେ ସମବେତ ହୋଇଥିବା ଲୋକମାନଙ୍କ ମଧ୍ୟରେ ବସି ଶିକ୍ଷା ଦେବାକୁ ଆରମ୍ଭ କଲେ।
3
ଦଳେ ଧର୍ମଗୁରୁ ଓ ଫାରୁଶୀ ବ୍ୟଭିଚାର ଅପରାଧରେ ଧରା ପଡ଼ିଥିବା ଗୋଟିଏ ସ୍ତ୍ରୀ ଲୋକକୁ ଟାଣି ଆଣିଲେ। ସମସ୍ତଙ୍କ ଆଗରେ ଠିଆ କରାଇ ଯୀଶୁଙକୁ ପଚାରିଲେ,
4
“ଗୁରୁ, ଏହି ସ୍ତ୍ରୀ ଲୋକଟି ବ୍ୟଭିଚାର କରୁଥିବାବେଳେ ଧରା ପଡ଼ିଛି।
5
ଏଭଳି ସ୍ତ୍ରୀ ଲୋକକୁ ପଥର ପକାଇ ମାରି ଦେବା ପାଇଁ ମେଶା ଆମ ବ୍ୟବସ୍ଥାରେ ନିର୍ଦ୍ଦେଶ ଦେଇଛନ୍ତି। ଏ ବିଷୟରେ ଆପଣ କ’ଣ କହୁଛନ୍ତି?”
6
ସେମାନେ ଯୀଶୁଙ୍କୁ ଫାନ୍ଦରେ ପକାଇ ତାଙ୍କ ଉପରେ ଦୋଷାରୋପ କରିବା ପାଇଁ ଏ କଥା ପଚାରିଥିଲେ, କିନ୍ତୁ ଯୀଶୁ ନଇଁପଡ଼ି ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ।
7
ସେମାନେ ସେଠାରେ ଠିଆହୋଇ ଆହୁରି ପ୍ରଶ୍ନ କରିବାରୁ, ଯୀଶୁ ମୁଣ୍ଡ ଟେକି ସେମାନଙ୍କୁ କହିଲେ, “ତୁମ ମଧ୍ୟରୁ ଯେ କେବେ କୌଣସି ପାପ କରି ନାହିଁ, ସେ ପ୍ରଥମେ ଆସି ପଥର ଫୋପାଡ଼ୁ।”
8
ଏହା କହି ଯୀଶୁ ପୁଣି ତରେ ନଇଁ ପଡ଼ି ଭୂମିରେ ଲେଖିଲେ।
9
ଯୀଶୁଙ୍କ କଥା ଶୁଣି ସେମାନଙ୍କ ମଧ୍ୟରୁ ସମସ୍ତେ ଜଣକ ପରେ ଜଣେ ଚାଲିଗଲେ। ବୟୋଜ୍ୟେଷ୍ଠମାନେ ପ୍ରଥମେ ପଳାଇଗଲେ। ଶେଷରେ ସେଠାରେ ରହିଗଲେ କେବଳ ଯୀଶୁ ଓ ତାଙ୍କ ସମ୍ମୁଖରେ ଠିଆହୋଇ ରହିଥିଲା ସେହି ସ୍ତ୍ରୀ ଲୋକଟି।
10
ଯୀଶୁ ମୁଣ୍ଡ ଟେକି ତାକୁ ପଚାରିଲେ, “ସେମାନେ କାହାନ୍ତି? ତୁମକୁ ଦଣ୍ଡ ଦେବାକୁ ଜଣେ ହେଲେ ରହିଲେ ନାହିଁ?”
11
“ନା, ପ୍ରଭୁ, କେହି ନାହାନ୍ତି”, ସେ ଉତ୍ତର ଦେଲା। ଯୀଶୁ ତାକୁ ଅଭୟ ଦେଇ କହିଲେ: “ମୁଁ ମଧ୍ୟ ତୁମକୁ ଦଣ୍ଡ ଦେବି ନାହିଁ। ଯାଅ, କିନ୍ତୁ ଆଉ ଥରେ ପାପ କର ନାହିଁ।”)
12
ଯୀଶୁ ପୁନର୍ବାର ଫାରୁଶୀମାନଙ୍କୁ କହିଲେ: “ମୁଁ ଜଗତର ଜ୍ୟୋତି, ଯେକେହି ମୋତେ ଅନୁସରଣ କରିବ, ସେ ଜୀବନର ଆଲୋକ ପାଇବ ଏବଂ କଦାପି ଅନ୍ଧକାରରେ ଗମନ କରିବ ନାହିଁ।”
13
ଫାରୂଶୀମାନେ ତାଙ୍କୁ କହିଲେ, "ବର୍ତ୍ତମାନ ତୁମେ ନିଜ ପାଇଁ ସାକ୍ଷ୍ୟ ଦେଉଛି। ତେଣୁ ତୁମେ ଯାହା କହୁଛ, ତାହା ପ୍ରକୃତ ପ୍ରମାଣ ନୁହେଁ।”
14
ଯୀଶୁ ଉତ୍ତର ଦେଲେ, “ନା- ମୁଁ ନିଜ ପାଇଁ ସାକ୍ଷ୍ୟ ଦେଲେ ସୁଦ୍ଧା, ମୁଁ ଯାହା କହୁଛି ତାହା ସତ୍ୟ, କାରଣ ମୁଁ ଜାଣେ, ମୁଁ କେଉଁଠାରୁ ମୋର ଆଗମନ ଓ କେଉଁଠାକୁ ମୋର ପ୍ରସ୍ଥାନ, ତୁମେ ତାହା ଜାଣ ନାହିଁ।
15
ତୁମେ କେବଳ ମାନବିକ ମାନଦଣ୍ଡ ଅନୁଯାୟୀ ବିଚାର କରୁଛ। ମୁଁ କାହାର ବିଚାର କରେ ନାହିଁ।
16
କିନ୍ତୁ ମୁଁ ଯଦି ତା’ କରନ୍ତି, ମୋର ବିଚାର ଯଥାର୍ଥ ହୁଅନ୍ତା, କାରଣ ମୁଁ ଏକାକୀ ଏ କାର୍ଯ୍ୟ କରେ ନାହିଁ, ମୋର ପ୍ରେରଣକାରୀ ପିତା ମୋ’ ସଙ୍ଗରେ ଅଛନ୍ତି।
17
ତୁମ ଧର୍ମ ବ୍ୟବସ୍ଥାରେ ଲେଖାଯାଇଛି, ଦୁଇ ଜଣ ସାକ୍ଷୀଙ୍କ କଥା ସମାନ ହେଲେ, ସେମାନେ ଯାହା କହୁଛନ୍ତି ତାହା ସତ୍ୟ।
18
ମୋ’ ନିଜ ପାଇଁ ମୁଁ ସାକ୍ଷ୍ୟ ଦେଉଛି ଏବଂ ମୋର ପ୍ରେରଣକାରୀ ପିତା ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି।”
19
ସେମାନେ ପ୍ରଶ୍ନ କଲେ, “ତୁମ ପିତା କେଉଁଠାରେ?” ଯୀଶୁ କହିଲେ: “ମୋତେ କିମ୍ବା ମୋ’ ପିତାଙ୍କୁ ତୁମ୍ଭେମାନେ ଜାଣ ନାହିଁ। ମୋତେ ଜାଣିଥିଲେ, ମୋ’ ପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।”
20
ମନ୍ଦିରର ଦାନ ସଂଗ୍ରହ ବାକ୍ସଗୁଡ଼ିକ ରଖାଯାଇଥିବା କୋଠରୀରେ ଯୀଶୁ ଏସବୁ ବିଷୟ ଶିକ୍ଷା ଦେଉଥିଲେ, କିନ୍ତୁ ତାଙ୍କ ସମୟ ଆସି ନ ଥିବାରୁ କେହି ତାଙ୍କୁ ଗିରଫ କରିପାରିଲେ ନାହିଁ।
21
ଯୀଶୁ ପୁଣି ସେମାନଙ୍କୁ କହିଲେ, “ମୁଁ ଚାଲି ଯାଉଛି, ତୁମ୍ଭେମାନେ ମୋତେ ଖୋଜିବ; କିନ୍ତୁ ନିଜ ନିଜ ପାପରେ ମରିବ। ମୁଁ ଯେଉଁଠାକୁ ଯାଉଛି, ସେଠାକୁ ତୁମ୍ଭେମାନେ ଯାଇପାରିବ ନାହିଁ।”
22
ଇହୁଦୀ କର୍ତ୍ତୃପକ୍ଷମାନେ କୁହାକୁହି ହେଲେ, “ସେ କହୁଛନ୍ତି; ସେ ଯେଉଁଠାରକୁ ଯିବେ, ଆମେ ସେଠାକୁ ଯାଇ ପାରିବା ନାହିଁ। ସେ ଆତ୍ମହତ୍ୟା କରିବାକୁ ଭାବୁଛନ୍ତି କି?
23
ଯୀଶୁ ଏ କଥାର ଉତ୍ତର ଦେଇ କହିଲେ: “ତୁମ୍ଭେମାନେ ଏହି ଅଧଃଲୋକରୁ ଉତ୍ପନ୍ନ; ମୁଁ ଊଦ୍ଧ୍ୱର୍ଲୋକରୁ ଆସିଛି। ତୁମ୍ଭେମାନେ ଏହି ଜଗତର, ମୁଁ ନୁହେଁ।
24
ସେଥିପାଇଁ ମୁଁ କହିଛି, ତୁମେ ତୁମ ପାପରେ ମରିବ। ‘ମୁଁ ସ୍ୱୟଂ’ ସେହି - ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ, ନିଜ ପାପରେ ମରିବ।”
25
ସେମାନେ ପଚାରିଲେ, “ତୁମେ କିଏ?” ଯୀଶୁ ଉତ୍ତର ଦେଲେ, “ସେ କଥା ମୁଁ ଆରମ୍ଭରୁ କହି ଆସିଛି।
26
ତୁମ୍ଭମାନଙ୍କ ବିଷୟରେ କହିବା ପାଇଁ ଏବଂ ତୁମ୍ଭମାନଙ୍କୁ ଦୋଷୀ କରିବା ପାଇଁ ମୋର ଅନେକ କଥା ଅଛି। କିନ୍ତୁ ଯେ ମୋତେ ପ୍ରେରଣ କରିଛନ୍ତି, ସେ ସତ୍ୟ। ତାଙ୍କଠାରୁ ମୁଁ ଯାହା ଶୁଣିଛି; କେବଳ ତାହା ହିଁ ଜଣାଉଛି।”
27
ପିତା ଈଶ୍ୱରଙ୍କୁ ଲକ୍ଷ୍ୟ କରି ଯୀଶୁ ଏକଥା କହୁଥିଲେ ବୋଲି ସେମାନେ ବୁଝିପାରିଲେ ନାହିଁ।
28
ତେଣୁ ସେ ସେମାନଙ୍କୁ କହିଲେ: “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊଦ୍ଧ୍ୱର୍ରେ ସ୍ଥାପନ କରିବ, ସେତେବେଳେ ବୁଝିପାରିବ, ପ୍ରକୃତରେ ‘ମୁଁ ସ୍ୱୟଂ ସେହି।’ ସେତେବେଳେ ତୁମ୍ଭେମାନେ ଜାଣିବ, ମୁଁ ନିଜ ଅଧିକାରରେ କିଛି କରେ ନାହିଁ। ପିତାଙ୍କଠାରୁ ଯାହା ଶିକ୍ଷା କରିଛି, ତାହା କହେ।
29
ଯେ ମୋତେ ପ୍ରେରଣ କରିଛନ୍ତି, ସେ ମୋ’ ସଙ୍ଗରେ ଅଛନ୍ତି। ସେ ମୋତେ ଏକାକୀ ଛାଡ଼ି ଦେଇ ନାହାନ୍ତି, କାରଣ ଯାହା ତାଙ୍କର ସନ୍ତୋଷଜନକ, କେବଳ ତାହା ମୁଁ ସବୁବେଳେ କରିଥାଏ।”
30
ଯୀଶୁଙ୍କର ଏହି ସବୁ କଥା ଶୁଣି ଅନେକେ ତାଙ୍କଠାରେ ବିଶ୍ୱାସ କଲେ।
31
ତା’ପରେ ଯୀଶୁ ତାଙ୍କଠାରେ ବିଶ୍ୱାସ କରୁଥିବା ଇହୁଦୀମାନଙ୍କୁ କହିଲେ: “ମୋର ଆଜ୍ଞାବହ ହେଲେ, ତୁମେ ପ୍ରକୃତରେ ମୋର ଶିଷ୍ୟ ହେବ।
32
ତୁମ୍ଭେମାନେ ସତ୍ୟ ଜାଣିବ ଓ ସତ୍ୟ ତୁମକୁ ମୁକ୍ତ କରିବ।”
33
ଇହୁଦୀମାନେ ଉତ୍ତର ଦେଇ କହିଲେ: “ଆମେ ଅବ୍ରହାମଙ୍କ ବଂଶଧର: ଆମେ କେବେ କାହାର ଦାସ ହୋଇ ରହି ନାହୁଁ। ତୁମେ କାହିଁକି କହୁଛ- ଆମେ ମୁକ୍ତ ହେବୁ- ଏ କଥାର ଅର୍ଥ କ’ଣ?”
34
ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁମାନେ ପାପ କରନ୍ତି, ସେମାନେ ସମସ୍ତେ ପାପର ଦାସ।
35
ଦାସ ସବୁ ସମୟ ପାଇଁ ପରିବାରର ଜଣେ ହୋଇ ରହେ ନାହିଁ। କିନ୍ତୁ ପରିବାରରେ ପୁତ୍ରର ସ୍ଥାନ ଚିରସ୍ଥାୟୀ।
36
ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତି ଦିଅନ୍ତି, ତୁମେ ପ୍ରକୃତରେ ମୁକ୍ତ ହେବ।
37
ମୁଁ ଜାଣେ, ତୁମ୍ଭେମାନେ ମୋତେ ମାରିବାକୁ ଚେଷ୍ଟା କରୁଛ, କାରଣ ତୁମେ ମୋର ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ।
38
ମୋର ପିତାଙ୍କଠାରେ ମୁଁ ଯାହା ଦେଖିଛି, ତାହା ମୁଁ ପ୍ରକାଶ କରେ। କିନ୍ତୁ ତୁମ୍ଭମାନଙ୍କ ପିତା କହିବା ଅନୁଯାୟୀ ତୁମେ କାର୍ଯ୍ୟ କରୁଛ।”
39
ସେମାନେ କହିଲେ, “ଆମ୍ଭମାନଙ୍କ ପିତା ଯେ ଅବ୍ରହାମ।” ଯୀଶୁ କହିଲେ: “ତୁମ୍ଭେମାନେ ଯଦି ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ସେ ଯାହା କରିଥିଲେ, ତୁମ୍ଭେମାନେ ତାହା କରିଥାଆନ୍ତ।
40
ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟକୁ ପ୍ରକାଶ କରିବା ଛଡ଼ା ମୁଁ ଆଉ କିଛି କରେ ନାହିଁ; ଅଥଚ ତୁମ୍ଭେମାନେ ମୋତେ ପ୍ରାଣରେ ମାରି ଦେବାକୁ ଚେଷ୍ଟା କରୁଛ। ଅବ୍ରହାମ ଏଭଳି କାର୍ଯ୍ୟ କରି ନ ଥିଲେ।
41
ତୁମ୍ଭମାନଙ୍କ ପିତା ଯାହା କରିଥିଲେ, ତୁମେ ତାହା କରୁଛ।” ସେମାନେ ଉତ୍ତର ଦେଇ କହିଲେ: “କେବଳ ଈଶ୍ୱର ଆମ୍ଭମାନଙ୍କର ପିତା- ଆମେ ତାଙ୍କର ପ୍ରକୃତ ସନ୍ତାନ।”
42
ଯୀଶୁ ସେମାନଙ୍କୁ କହିଲେ: “ଈଶ୍ୱର ଯଦି ପ୍ରକୃତରେ ତୁମ୍ଭମାନଙ୍କର ପିତା, ତାହାହେଲେ ତୁମ୍ଭେମାନେ ମୋତେ ସ୍ନେହ କରିଥାଆନ୍ତ, କାରଣ ମୁଁ ଈଶ୍ୱରଙ୍କ ନିକଟରୁ ଆସି ବର୍ତ୍ତମାନ ଏଠାରେ ଅଛି। ମୁଁ ନିଜ ଅଧିକାରରେ ଆସି ନାହିଁ। ଈଶ୍ୱର ମୋତେ ପ୍ରେରଣ କରିଛନ୍ତି।
43
ମୁଁ ଯାହା କହୁଛି, ତୁମେ ବୁଝିପାରୁ ନାହଁ କାହିଁକି? ଏହାର କାରଣ ହେଉଛି, ତୁମେ ମୋର ଶିକ୍ଷା ଶୁଣି ସହ୍ୟ କରିପାରୁ ନାହଁ।
44
ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନର ସନ୍ତାନ; ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା। ସେ କେବେ ସତ୍ୟର ପକ୍ଷପାତୀ ନ ଥିଲା କାରଣ ତା’ଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା’ ପକ୍ଷରେ ସ୍ୱାଭାବିକ। କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ।
45
କିନ୍ତୁ ମୁଁ ସତ୍ୟ କହେ, ଏଥିପାଇଁ ତୁମେ ମୋତେ ବିଶ୍ୱାସ କରୁ ନାହଁ।
46
ମୁଁ ପାପୀ ବୋଲି ତୁମ ମଧ୍ୟରୁ କିଏ ପ୍ରମାଣ କରିପାରିବ? ମୁଁ ଯଦି ସତ୍ୟ କହେ, ମୋତେ ତୁମ୍ଭେମାନେ କାହିଁକି ବିଶ୍ୱାସ କରୁନାହଁ?
47
ଯେ ଈଶ୍ୱରଙ୍କଠାରୁ ଜାତ, ସେ ଈଶ୍ୱରଙ୍କ କଥାରେ ମନୋଯୋଗୀ ହୁଏ। ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଜାତ ନୁହଁ; ତେଣୁ ମୋ’ କଥାରେ ମନୋଯୋଗ କରୁ ନାହଁ।”
48
ସେମାନେ ଯୀଶୁଙ୍କୁ ପଚାରିଲେ: “ତୁମେ ଜଣେ ଶମିରୋଣୀୟ ଓ ଭୂତଗ୍ରସ୍ତ, ଏକତା କହିବା ଆମ ପକ୍ଷେ ଠିକ୍ ହୋଇ ନାହିଁ କି?”
49
ଯୀଶୁ ଉତ୍ତର ଦେଲେ: “ନା, ମୁଁ ଭୂତଗ୍ରସ୍ତ ନୁହେଁ। ମୁଁ ମୋ’ ପିତା ଈଶ୍ୱରଙ୍କୁ ସମ୍ମାନ ଦିଏ, କିନ୍ତୁ ତୁମ୍ଭେମାନେ ମୋତେ ଅପମାନ ଦେଉଛ।
50
ମୁଁ ନିଜକୁ ଗୌରବାନ୍ୱିତ କରିବାକୁ ଇଚ୍ଛା କରୁ ନାହିଁ। ଏକଥା ମୋ’ ପାଇଁ ଆଉ ଜଣେ ଚାହୁଁଛନ୍ତି; ସେ ମୋ’ ସପକ୍ଷରେ ବିଚାର କରିବେ।
51
ମୁଁ ସତ୍ୟ କହୁଛି, ଯେ ମୋର ଉପଦେଶ ପାଳନ କରେ, ସେ କେବେ ମରିବ ନାହିଁ।”
52
ସେମାନେ ତାଙ୍କୁ କହିଲେ, “ବର୍ତ୍ତମାନ ଆମ ଠିକ୍ ଜାଣୁଛୁ ଯେ, ତୁମକୁ ଭୂତ ଧରିଛି। ଅବ୍ରାହାମ ଓ ଭାବବାଦୀମାନେ ସମସ୍ତେ ମରିଛନ୍ତି; ଆଉ ତୁମେ କହୁଛ, ଯିଏ ତୁମ ଉପଦେଶ ପାଳନ କରିବ, ସେ କେବେ ମରିବ ନାହିଁ।
53
ଆମ ପିତୃପୁରୁଷ ଅବ୍ରାହାମ ମରିଛନ୍ତି। ତୁମେ କ’ଣ ଅବ୍ରାହାମଙ୍କଠାରୁ ମହାନ୍ ବୋଲି ମନେ କରୁଛ? ଭାବବାଦୀମାନେ ମଧ୍ୟ ମରିଛନ୍ତି। ନିଜକୁ ତୁମେ କ’ଣ ବୋଲି ମନେ କରୁଛ?”
54
ଯୀଶୁ ଉତ୍ତର ଦେଲେ: “ମୁଁ ଯଦି ନିଜକୁ ଗୌରବାନ୍ୱିତ କରିବାକୁ ଚେଷ୍ଟା କରୁଥାଆନ୍ତି, ଏହାର କିଛି ମୂଲ୍ୟ ରହନ୍ତା ନାହିଁ। ଯେ ମୋତେ ଗୌରବାନ୍ୱିତ କରନ୍ତି, ସେ ମୋର ପିତା- ଯାହାଙ୍କୁ ତୁମ୍ଭମାନଙ୍କର ଈଶ୍ୱର ବୋଲି କହୁଛ।
55
ତୁମ୍ଭେମାନେ ତାଙ୍କୁ କେବେ ଜାଣି ନାହଁ, ମୁଁ ତାଙ୍କୁ ଜାଣେ। ତାଙ୍କୁ ଜାଣି ନାହିଁ ବୋଲି ମୁଁ ଯଦି କହେ, ତୁମ ପରି ମୁଁ ମଧ୍ୟ ଜଣେ ମିଥ୍ୟାବାଦୀ ହେବି। କିନ୍ତୁ ପ୍ରକୃତରେ ମୁଁ ତାଙ୍କୁ ଜାଣେ ଓ ତାଙ୍କ କଥା ମାନେ।
56
ମୋର ଆଗମନ ଦେଖି ପାରିବେ ବୋଲି ଆଶା କରି ଅବ୍ରାହାମ ଉଲ୍ଲସିତ ହୋଇଥିଲେ; ବାସ୍ତବିକ୍ ମୋତେ ଦେଖି ତାଙ୍କର ଅଶେଷ ଆନନ୍ଦ ହୋଇଥିଲା।”
57
ସେମାନେ ପଚାରିଲେ, “କ’ଣ, ତୁମକୁ ପଚାଶ ବର୍ଷ ମଧ୍ୟ ହୋଇ ନାହିଁ; ତୁମେ ଅବ୍ରାହାମଙ୍କୁ ଦେଖିଛ?”
58
ଯୀଶୁ ଉତ୍ତର ଦେଲେ: “ମୁଁ ସତ୍ୟ କହୁଛି, ଅବ୍ରାହାମଙ୍କ ପୂର୍ବରୁ ମୋର ସ୍ଥିତି ରହିଛି।”
59
ଏହା ଶୁଣି ସେମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ। କିନ୍ତୁ ଯୀଶୁ ସମସ୍ତଙ୍କ ଅଗୋଚରରେ ମନ୍ଦିର ଛାଡ଼ି ଚାଲିଗଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21