bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 13
John 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 14 →
1
ନିସ୍ତାର ପର୍ବ ପୂର୍ବ ଦିନର ଘଟଣା। ଯୀଶୁ ଜାଣିଥିଲେ, ଏହି ଜଗତ ଛାଡ଼ି ପିତା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ତାଙ୍କର ସମୟ ଉପସ୍ଥିତ। ଜଗତରେ ଥିବା ତାଙ୍କର ଅନୁଗତ ପ୍ରିୟଜନମାନଙ୍କୁ ସେ ସବୁବେଳେ ପ୍ରେମ କରୁଥିଲେ। ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ସେ ପ୍ରକାଶ କରିଥିଲେ।
2
ସେ ଦିନ ଯୀଶୁ ଓ ତାଙ୍କ ଶିଷ୍ୟମାନେ ରାତ୍ରିଭୋଜନରେ ବସିଥିଲେ। ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବା ପାଇଁ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଶୟତାନ ପ୍ରବର୍ତ୍ତାଇ ଥିଲା।
3
ଯୀଶୁ ଜାଣିଥିଲେ, ପିତା ଈଶ୍ୱର ତାଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ନ୍ୟସ୍ତ କରିଛନ୍ତି ଏବଂ ସେ ଈଶ୍ୱରଙ୍କଠାରୁ ଆଗତ ଓ ଈଶ୍ୱରଙ୍କ ନିକଟକୁ ଫେରିଯିବେ।
4
ତେଣୁ ଯୀଶୁ ଆସନରୁ ଉଠିଯାଇ ତାଙ୍କ ଉତ୍ତରୀୟ ବାହାର କରିଦେଲେ ଓ ଅଣ୍ଟାରେ ଗୋଟିଏ ଗାମୁଛା ବାନ୍ଧିଲେ।
5
ତା’ପରେ ପାତ୍ରରେ କିଛି ଜଳ ଢାଳି ଶିଷ୍ୟମାନଙ୍କ ପାଦ ଧୋଇଦେଲେ ଏବଂ ଗାମୁଛାରେ ପୋଛିବାକୁ ଲାଗିଲେ।
6
ଯେତେବେଳ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ପିତର ପଚାରିଲେ, “ପ୍ରଭୁ, ଆପଣ କ’ଣ ମୋର ପାଦ ଧୋଇଦେବେ?”
7
ଯୀଶୁ କହିଲେ, “ମୁଁ କ’ଣ କରୁଛି, ବର୍ତ୍ତମାନ ତୁମେ ବୁଝିପାରିବ ନାହିଁ, ପରେ ବୁଝିବ।”
8
ପିତର ବାରଣ କରି କହିଲେ, “ନା, ମୋ’ ପାଦ ଆପଣ କଦାପି ଧୋଇବେ ନାହିଁ।” କିନ୍ତୁ ଯୀଶୁ କହିଲେ, “ଯଦି ମୁଁ ତୁମ ପାଦ ଧୋଇ ନ ଦିଏ, ତୁମେ ଆଉ ମୋର ଶିଷ୍ୟ ହୋଇ ରହିପାରିବ ନାହିଁ।”
9
ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ତା’ହେଲେ ମୋର ପାଦ କାହିଁକି, ମୋ’ ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅନ୍ତୁ।”
10
ଯୀଶୁ କହିଲେ, “ଯେଉଁମାନେ ସ୍ନାନ କରିସାରିଛନ୍ତି, ସେମାନଙ୍କ ପାଦ ଛଡ଼ା ଅନ୍ୟ କିଛି ଧୋଇବା ଆବଶ୍ୟକ ନାହିଁ। ସେମାନଙ୍କର ସର୍ବାଙ୍ଗ ପରିଷ୍କାର। ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି।” (
11
ଯୀଶୁ ଜାଣିଥିଲେ, କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ। ଏଣୁ ସେ କହିଥିଲେ, “ଜଣକ ବ୍ୟତୀତ ତୁମେ ସମସ୍ତେ ଶୁଚି।”)
12
ଶିଷ୍ୟମାନଙ୍କ ପାଦ ଧୋଇସାରି ଯୀଶୁ ଉତ୍ତରୀୟ ପିନ୍ଧି ନିଜ ଆସନକୁ ଫେରିଗଲେ। ସେ ପଚାରିଲେ, “ମୁଁ ତୁମ୍ଭମାନଙ୍କର କ’ଣ କରିଛି, ବୁଝି ପାରିଲ କି?
13
ତୁମେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଛ, ତାହା ଯଥାର୍ଥ, କାରଣ ବାସ୍ତବିକ ମୁଁ ତାହା।
14
ତୁମର ଗୁରୁ ଓ ପ୍ରଭୁ ହୋଇ ମୁଁ ଯଦି ତୁମର ପାଦ ଧୋଇଦେଲି, ତେବେ ତୁମ୍ଭେମାନେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ।
15
ତୁମ୍ଭେମାନେ ମୋତେ ଅନୁକରଣ କରିବା ପାଇଁ ମୁଁ ଏହି ଆଦର୍ଶ ଦେଖାଇଅଛି।
16
ମୁଁ ସତ୍ୟ କହୁଛି, କୌଣସି ଦାସ ତା’ର ମାଲିକଠାରୁ ବଡ଼ ନୁହେଁ, କିମ୍ବା କୌଣସି ବାର୍ତ୍ତାବହ ତା’ର ପ୍ରେରଣକର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।
17
ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ, ତୁମ୍ଭେମାନେ ଧନ୍ୟ ହେବ।
18
“ତୁମ ସମସ୍ତଙ୍କର ବିଷୟରେ ମୁଁ ଏ କଥା କହୁ ନାହିଁ। ମୁଁ ଯେଉଁମାନଙ୍କୁ ମନୋନୀତ କରିଛି, ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ - ‘ଯେ ମୋ’ ଅନ୍ନରେ ପ୍ରତିପାଳିତ, ସେ ମୋତେ ପଦାଘାତ କଲା।’
19
ଏହା ଘଟିବା ପୂର୍ବରୁ ମୁଁ ତୁମ୍ଭମାନଢ଼ଙ୍କୁ ଜଣାଇ ଦେଉଛି। ଯେତେବେଳେ ତାହା ଘଟିବ, ତୁମେ ବିଶ୍ୱାସ କରିବ ଯେ, ‘ମୁଁ ହେଉଛି ସେହି’।
20
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋ’ ଦ୍ୱାରା ପ୍ରେରିତ ଜଣେ ବ୍ୟକ୍ତିର ଯେ ଆତିଥ୍ୟ କରେ, ସେ ମୋର ଆତିଥ୍ୟ କରେ ଏବଂ ଯେ ମୋତେ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”
21
ଏହା ପରେ ଯୀଶୁ ଦୁଃଖରେ ବ୍ୟାକୁଳ ହୋଇ ପ୍ରକାଶ୍ୟରେ କହିଲେ, “ମୁଁ ସତ୍ୟ କହୁଛି, ତୁମ ମଧ୍ୟରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଛି।”
22
କାହାକୁ ଲକ୍ଷ୍ୟ କରି ଯୀଶୁ ଏ କଥା କହିଲେ, ବୁଝି ନ ପାରି ଶିଷ୍ୟମାନେ ପରସ୍ପରକୁ ଚାହିଁଲେ।
23
ସେମାନଙ୍କ ମଧ୍ୟରୁ ଯେଉଁ ଶିଷ୍ୟଙ୍କୁ ଯୀଶୁ ଅତି ଭଲ ପାଉଥିଲେ, ସେ ଯୀଶୁଙ୍କ ଆଡ଼କୁ ଆଉଜି ବସିଥିଲେ।
24
ଶିମୋନ ପିତର ତାଙ୍କୁ ଇଙ୍ଗିତ ଦେଇ କହିଲେ, “କାହା କଥା କହୁଛନ୍ତି, ତାଙ୍କୁ ପଚାର।”
25
ସେହି ଶିଷ୍ୟଟି ଯୀଶୁଙ୍କ ପାଖକୁ ଆହୁରି ଟିକିଏ ଲାଗି ଆସି ପଚାରିଲା, “ସେ କିଏ ପ୍ରଭୁ?”
26
ଯୀଶୁ ଉତ୍ତର ଦେଲେ, “ରୁଟି ଖଣ୍ଡେ ପାତ୍ରରେ ବୁଡ଼ାଇ ଯାହାକୁ ଦେବି, ସେ ସେହି।” ଏହା କହି ଯୀଶୁ ଖଣ୍ଡିଏ ରୁଟି ପାତ୍ରରେ ବୁଡ଼ାଇ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଦେଲେ।
27
ଯିହୁଦା ରୁଟି ଖଣ୍ଡକ ଗ୍ରହଣ କରିବା ସମୟରେ ତା’ ଅନ୍ତରରେ ଶୟତାନ ପ୍ରବେଶ କଲା ଏବଂ ଯୀଶୁ ତାକୁ କହିଲେ: “ଯାହା କରିବାକୁ ଯାଉଛ, ଶୀଘ୍ର କର।”
28
ଯୀଶୁ ତାକୁ ଏ କଥା କାହିଁକି କହିଲେ, ଭୋଜନରେ ବସିଥିବା ଅନ୍ୟ କେହି ବୁଝିପାରିଲେ ନାହିଁ।
29
ଯିହୁଦା ହାତରେ ଟଙ୍କା ଥଳୀ ଥିବାରୁ କେତେକ ଶିଷ୍ୟ ବିଚାରିଲେ, ଉତ୍ସବ ପାଇଁ କିଛି ଦରକାରୀ ଜିନିଷ କିଣିବାକୁ କିମ୍ବା ଗରିବମାନଙ୍କୁ କିଛି ଦାନ ଦେବା ପାଇଁ ଯୀଶୁ ତାକୁ ନିର୍ଦ୍ଦେଶ ଦେଇଛନ୍ତି।
30
ରୁଟି ଖଣ୍ଡିକ ଗ୍ରହଣ କରି ଯିହୁଦା ସେହିକ୍ଷଣି ବାହାରକୁ ଚାଲିଗଲା। ସେତେବେଳେ ରାତ୍ରି ସମୟ।
31
ଯିହୁଦା ବାହାରି ଯିବା ପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି। ପୁରି ତାଙ୍କ ଦ୍ୱାରା ଈଶ୍ୱର ମଧ୍ୟ ମହିମାନ୍ୱିତ ହେବେ।
32
ଅତଏବ ଯଦି ଈଶ୍ୱର ମନୁଷ୍ୟପୁତ୍ର ଦ୍ୱାରା ମହିମାନ୍ୱିତ ହେବେ, ଈଶ୍ୱର ନିଜ ମହିମାରେ ମନୁଷ୍ୟପୁତ୍ରଙ୍କୁ ମହିମାନ୍ୱିତ କରିବେ। ଶୀଘ୍ର ସେ ଏହା କରିବାକୁ ଯାଉଛନ୍ତି।
33
ପିଲାମାନେ! ମୁଁ ତୁମ ସଙ୍ଗରେ ଆଉ ବେଶୀ ସମୟ ରହିବି ନାହିଁ। ତୁମେ ମୋତେ ଖୋଜିବ, କିନ୍ତୁ ମୁଁ ଯେଉଁଠାକୁ ଯାଉଛି, ତୁମେ ସେଠାକୁ ଯାଇ ପାରିବ ନାହିଁ- ଏ ବିଷୟରେ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଯାହା କହିଥିଲି, ବର୍ତ୍ତମାନ ତୁମକୁ ଆଉ ଥରେ ତାହା କହୁଛି।
34
ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।
35
ଯଦି ପରସ୍ପର ପ୍ରତି ତୁମର ପ୍ରେମ ଥାଏ, ସମସ୍ତେ ଜାଣିବେ, ତୁମ୍ଭେମାନେ ମୋର ଶିଷ୍ୟ।”
36
ଶିମୋନ ପିତର ପଚାରିଲେ: “ଆପଣ କେଉଁଠାକୁ ଯିବେ ପ୍ରଭୁ?” ଯୀଶୁ ଉତ୍ତର ଦେଲେ: “ମୁଁ ଯେଉଁଠିକି ଯିବି, ସେଠାକୁ ତୁମେ ବର୍ତ୍ତମାନ ଯାଇପାରିବ ନାହିଁ, କିନ୍ତୁ ପରେ ମୋର ଅନୁଗମନ କରିବ।”
37
ପିତର କହିଲେ, “କାହିଁକି ବର୍ତ୍ତମାନ ଆପଣଙ୍କର ଅନୁଗମନ କରିପାରିବି ନାହିଁ ପ୍ରଭୁ? ଆପଣଙ୍କ ପାଇଁ ମୁଁ ମରିବାକୁ ପ୍ରସ୍ତୁତ।”
38
ଯୀଶୁ କହିଲେ, “ତୁମେ କ’ଣ ପ୍ରକୃତରେ ମୋ’ ପାଇଁ ମରିବାକୁ ପ୍ରସ୍ତୁତ ଅଛ? ମୁଁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ମୋତେ ତୁମେ ତିନିଥର ଅସ୍ୱୀକାର କରିବ।”
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21