bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 4
John 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 5 →
1
ଫାରୁଶୀମାନେ ଶୁଣିଲେ ଯେ ଯୀଶୁ ଦୀକ୍ଷାଦାତା ଯୋହନଙ୍କ ଅପେକ୍ଷା ଅଧିକ ଲୋକଙ୍କୁ ଶିଷ୍ୟ କରି ସେମାନଙ୍କୁ ଜଳଦୀକ୍ଷା ଦେଉଛନ୍ତି।
2
(ପ୍ରକୃତ ପକ୍ଷେ, ଯୀଶୁ ନିଜେ କାହାକୁ ଜଳଦୀକ୍ଷା ଦେଉ ନ ଥିଲେ; ସେହି ଦୀକ୍ଷା ତାଙ୍କ ଶିଷ୍ୟମାନେ ଦେଉଥିଲେ।)
3
ତାଙ୍କ ବିଷୟରେ ଲୋକେ ଏ ପ୍ରକାର କଥାବାର୍ତ୍ତା ହେଉଥିବାର ଶୁଣି ଯୀଶୁ ଯିହୁଦା ପ୍ରଦେଶ ଛାଡ଼ି ଗାଲିଲୀକୁ ଫେରିଗଲେ।
4
ଗାଲିଲୀକୁ ଯିବା ବାଟରେ ତାଙ୍କୁ ଶମିରୋଣ ଅଞ୍ଚଳ ଦେଇ ଯିବାକୁ ପଡ଼ିଲା ଏବଂ ସୁଖାର୍ ନାମକ ଏକ ଶମିରୋଣୀୟ ସହରରେ ସେ ଆସି ପହଞ୍ôଚଲେ।
5
ଏହି ସହରର ନିକଟବର୍ତ୍ତୀ ଖଣ୍ଡିଏ ଜମିକୁ ଯାକୁବ ତାଙ୍କ ପୁତ୍ର ଯୋଷେଫଙ୍କୁ ଦାନ କରିଥିଲେ
6
ଏବଂ ସେଠାରେ “ଯାକୁବଙ୍କ ପୂପ” ନାମକ ଗୋଟିଏ କୂପ ପାଖରେ ଯୀଶୁ ପଥଶ୍ରାନ୍ତ ହୋଇ ବସି ପଡ଼ିଲେ। ସେତେବେଳେ ମଧ୍ୟାହ୍ନ ସମୟ।
7
ଯୀଶୁ ସେଠାରେ ବସିଥିବା ବେଳେ ଜଣେ ଶମିରୋଣୀୟ ସ୍ତ୍ରୀ ଲୋକ ପାଣି କାଢ଼ିବା ପାଇଁ ସେହି କୂପ ନିକଟକୁ ଆସିଲା। ଯୀଶୁ ତାକୁ କହିଲେ: “ମୋତେ ପଇବାକୁ ଟିକିଏ ପାଣି ଦିଅ।”
8
ସେହି ସମୟରେ ତାଙ୍କ ଶିଷ୍ୟମାନେ କିଛି ଖାଦ୍ୟ ପଦାର୍ଥ କିଣିବା ପାଇଁ ସହର ଭିତରକୁ ଯାଇଥିଲେ।
9
ସ୍ତ୍ରୀ ଲୋକଟି ଉତ୍ତର ଦେଲା, “ଆପଣ ଜଣେ ଇହୁଦୀ, ମୁଁ ଜଣେ ଶମିରୋଣୀୟ। ମୋ’ ହାତରୁ ଆପଣ କିପରି ପାଣି ପିଇବେ?” (ଇହୁଦୀମାନଙ୍କ ପକ୍ଷେ ଶମିରୋଣୀୟମାନେ ଅସ୍ପୃଶ୍ୟ ଥିଲେ।)
10
ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”
11
ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ଆପଣଙ୍କ ପାଖରେ ତ ପାଣି କାଢ଼ିବା ପାଇର୍ ପାତ୍ର ନାହିଁ, ପୁଣି ଏ କୂଅ ବଡ଼ ଗଭୀର। କେଉଁଠାରୁ ଆପଣ ସେହି ଜଳ ପାଇବେ?
12
ଆମ ପୂର୍ବପୁରୁଷ ଯାକୁବ ଏହି କୂଅ ଖୋଳାଇଥିଲେ। ସେ, ତାଙ୍କ ପୁଅମାନେ ଓ ତାଙ୍କ ପଶୁପଲ ଏଇ କୂଅରୁ ପାଣି ପିଉଥିଲେ। ଆପଣ କଅଣ ଯାକୁବଙ୍କଠାରୁ ମହାନ୍?”
13
ଯୀଶୁ ଉତ୍ତର ଦେଲେ; “ଏହି କୂପର ଜଳ ଯେ ପାନ କରେ, ସେ ପୁନର୍ବାର ତୃଷିତ ହୁଏ,
14
କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”
15
ସ୍ତ୍ରୀ ଲୋକଟି କହିଲା, “ସେହି ଜଳ ମୋତେ ଦିଅନ୍ତୁ ଆଜ୍ଞା! ତାହାହେଲେ ଆଉ କେବେ ମୋତେ ଶୋଷ ହେବ ନାହିଁ; ପାରି କାଢ଼ିବା ପାଇଁ ଏହି କୂଅକୁ ଆଉ ଆସିବାକୁ ପଡ଼ିବ ନାହିଁ।”
16
ଯୀଶୁ ତାକୁ କହିଲେ: “ଯାଅ, ତୁମ ସ୍ୱାମୀଙ୍କୁ ଡାକି ଆଣ।”
17
ତା’ର ସ୍ୱାମୀ ନାହିଁ ବୋଲି ସେ କହିବାରୁ ଯୀଶୁ କହିଲେ: “ତୁମର ସ୍ୱାମୀ ନାହାନ୍ତି ବୋଲି କହି ସତ କହିଛ।
18
ତୁମର ପାଞ୍ଚ ଜଣ ସ୍ୱାମୀ ଥିଲେ, କିନ୍ତୁ ବର୍ତ୍ତମାନ ଯାହା ସହିତ ରହୁଛ, ସେ ତୁମର ସ୍ୱାମୀ ନୁହନ୍ତି।”
19
ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ମୁଁ ଜାଣିପାରୁଛି, ଆପଣ ଜଣେ ଭାବବାଦୀ।
20
ଆମ ଶମିରୋଣୀୟ ପୂର୍ବପୁରୁଷମାନେ ଏହି ପର୍ବତ ଉପରେ ଉପାସନା କରି ଆସିଛନ୍ତି; କିନ୍ତୁ ଆପଣଙ୍କର ଇହୁଦୀମାନେ କହୁଛନ୍ତି, ଈଶ୍ୱରଙ୍କୁ ଉପାସନା କରିବାର ଉପଯୁକ୍ତ ସ୍ଥାନ ହେଉଛି ଯିରୂଶାଲମ।”
21
ଯୀଶୁ କହିଲେ: “ମୋତେ ବିଶ୍ୱାସ କର; ସମୟ ଆସୁଛି, ଯେତେବେଳେ ଲୋକେ ମୋ’ ପିତା ଈଶ୍ୱରଙ୍କୁ ଏହି ପର୍ବତ ଉପରେ ବା ଯିରୂଶାଲମରେ ଆଉ ଉପାସନା କରିବେ ନାହିଁ।
22
ତୁମେ ଶମିରୋଣୀୟମାନେ କାହାର ଉପାସନା କରୁଛ, ପ୍ରକୃତରେ ଜାଣ ନାହିଁ; କିନ୍ତୁ ଆମେ ଇହୁଦୀମାନେ ଜାଣୁ ଆମେ କାହାର ଉପାସନା କରୁଛୁ, କାରଣ ଇହୁଦୀମାନଙ୍କଠାରୁ ପରିତ୍ରାଣର ସନ୍ଧାନ ମିଳେ।
23
ସମୟ ଆସୁଛି ଓ ସେ ସମୟ ଆସିଗଲାଣି, ଯେତେବେଳେ ସ୍ୱୟଂ ପବିତ୍ରଆତ୍ମାଙ୍କ ଶକ୍ତିରେ ଲୋକେ ପିତା ଈଶ୍ୱରଙ୍କ ସ୍ପଷ୍ଟ ପରିଚୟ ପାଇବେ। ସେତେବେଳେ ସେମାନେ ତାଙ୍କୁ ଯଥାର୍ଥ ଭାବରେ ଅନ୍ତରାତ୍ମା ସହ ଆରାଧନା କରିବେ। ଏହିପରି ଉପାସନା ସେ ଚାହାଁନ୍ତି।
24
ଈଶ୍ୱର ହିଁ ପରମାତ୍ମା। ସତ୍ୟ ଓ ଆତ୍ମାରେ ପୂର୍ଣ୍ଣ ହୋଇ ଉପାସକମାନେ ତାଙ୍କର ଉପାସନା କରିବା ଉଚିତ।”
25
ସ୍ତ୍ରୀ ଲୋକଟି କହିଲା, “ମୁଁ ଜାଣେ, ମସୀହ ଆସିବେ। ସେତେବେଳେ ସେ ଆମକୁ ସବୁ ବିଷୟ ବୁଝାଇ ଦେବେ।”
26
ଯୀଶୁ ତାକୁ ଉତ୍ତର ଦେଇ କହିଲେ: “ମୁଁ ସେହି- ସେହି ବ୍ୟକ୍ତି ହିଁ ବର୍ତ୍ତମାନ ତୁମ ସହିତ କଥା କହୁଛନ୍ତି।”
27
ଏହି ସମୟରେ ଶିଷ୍ୟମାନେ ସେଠାକୁ ଫେରି ଆସି ଯୀଶୁ ଗୋଟିଏ ସ୍ତ୍ରୀ ଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ବିସ୍ମିତ ହେଲେ। କିନ୍ତୁ “ତୁମେ କଅଣ ଚାହଁ” ବୋଲି କେହି ତାକୁ ପଚାରିଲେ ନାହିଁ, କିମ୍ବା “ତା’ ସହିତ କାହିଁକି ଆଳାପ କରୁଥିଲେ” ବୋଲି ଯୀଶୁଙ୍କୁ ମଧ୍ୟ ପଚାରିବାକୁ ସାହାସ କଲେ ନାହିଁ।
28
ଏହାପରେ ସେହି ସ୍ତ୍ରୀ ଲୋକଟି ସେଠାରେ ତା’ର ଜଳପାତ୍ର ଛାଡ଼ି ଦେଇ ସହର ଭିତରକୁ ଯାଇ ଲୋକମାନଙ୍କୁ କହିଲା,
29
“ଜଣେ ଲୋକଙ୍କୁ ଦେଖିବ ଆସ। ମୁଁ ଜୀବନରେ ଯାହା କରିଛି, ସେ ମୋତେ ସବୁ କହି ଦେଇଛନ୍ତି। ଏ ମସୀହ ହୋଇଥିବେ ପରା!”
30
ଏକଥା ଶୁଣି ଲୋକମାନେ ସହର ବାହାରକୁ ଯାଇ ଯୀଶୁଙ୍କୁ ଭେଟିଲେ।
31
ଇତି ମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ କିଛି ଖାଇବା ପାଇଁ ଅନୁରୋଧ କଲେ।
32
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୋ’ ପାଖରେ ଯେଉଁ ଖାଦ୍ୟ ଅଛି, ତାହା ବିଷୟରେ ତୁମ୍ଭେମାନେ କିଛି ଜାଣ ନାହିଁ।”
33
ଶିଷ୍ୟମାନେ ପରସ୍ପରକୁ ପଚାରିଲେ, “କିଏ ତାଙ୍କୁ କିଛି ଖାଦ୍ୟ ଆଣି ଦେଇଛି କି?”
34
ଯୀଶୁ କହିଲେ, “ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛାର ବାଧ୍ୟ ହୋଇ ତାଙ୍କ ଦେଇଥିବା କାର୍ଯ୍ୟ ସାଧନ କରିବା ହିଁ ମୋର ଖାଦ୍ୟ।
35
ତୁମ୍ଭେମାନେ କହିଥାଅ, ‘ଆଉ ଚାରି ମାସ ପରେ ଫସଲ କାଟିବାର ସମୟ ଆସିବ’। କିନ୍ତୁ ମୁଁ କହୁଛି, କ୍ଷେତଗୁଡ଼ିକୁ ଭଲ କରି ଚାହିଁ ଦେଖ। ବର୍ତ୍ତମାନ ଶସ୍ୟ ସବୁ ପାଚି ଯାଇଛି ଓ ଅମଳ ପାଇଁ ଉପଯୁକ୍ତ ହୋଇ ସାରିଛି।
36
ଶସ୍ୟକଟାଳିକୁ ମଜୁରି ଦିଆଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତଦ୍ଦ୍ୱାରା ବୀଜବୁଣାଳି ଓ ଶସ୍ୟ କଟାଳି ଉଭୟେ ଆନନ୍ଦିତ ହେବେ। ‘ଜଣେ ବୀଜ ବୁଣେ, ଅନ୍ୟ ଜଣେ ଫସଲ କାଟେ’ -
37
ଏ କଥା ମଧ୍ୟ ଏଠାରେ ସଫଳ ହେବ।
38
ତୁମେ ଯେଉଁ କ୍ଷେତରେ କାର୍ଯ୍ୟ କରି ନାହଁ, ସେଠାରେ ଅମଳ କରିବା ପାଇଁ ତୁମକୁ ମୁଁ ପଠାଇଛି। ଅନ୍ୟମାନେ ସେଠି ପରିଶ୍ରମ କରିଛନ୍ତି, କିନ୍ତୁ ତୁମେ ଲାଭବାନ ହେବ।”
39
ସେହି ସହରର ଅନେକ ଶମିରୋଣୀୟ ଯୀଶୁଙ୍କୁ ବିଶ୍ୱାସ କଲେ, କାରଣ ସ୍ତ୍ରୀ ଲୋକଟି ସେମାନଙ୍କୁ କହିଥିଲା, “ଅତୀତରେ ମୁଁ ଯାହାସବୁ କରିଛି, ସେସବୁ କଥା ସେ ମୋତେ କହିଦେଲେ।”
40
ଶମିରୋଣୀୟମାନେ ଯୀଶୁଙ୍କ ନିକଟକୁ ଆସି ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ତାଙ୍କୁ ଅନୁରୋଧ କଲେ। ଯୀଶୁ ସେମାନଙ୍କ ସହିତ ଆଉ ଦୁଇ ଦିନ ରହିଲେ।
41
ଯୀଶୁଙ୍କ ବାର୍ତ୍ତା ଶୁଣି ଆହୁରି ଅନେକେ ତାଙ୍କୁ ବିଶ୍ୱାସ କଲେ।
42
ସେମାନେ ସେହି ସ୍ତ୍ରୀ ଲୋକକୁ କହିଲେ, “କେବଳ ତୁମେ କହିବାରୁ ଆମର ବିଶ୍ୱାସ ହୋଇ ନାହିଁ; ତାଙ୍କ କଥା ନିଜେ ଶୁଣି ସେ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହି ବିଶ୍ୱାସ ଆମର ହୋଇଛି।”
43
ସେଠାରେ ଦୁଇ ଦିନ ରହି ଯୀଶୁ ଗାଲିଲୀକୁ ପ୍ରସ୍ଥାନ କଲେ।
44
କାରଣ ସେ ଆଗରୁ କହିଥିଲେ, ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନିତ ହୁଅନ୍ତି ନାହିଁ।”
45
ଗାଲିଲୀର ଲୋକମାନେ ଯୀଶୁଙ୍କୁ ସ୍ୱାଗତ କଲେ, କାରଣ ନିସ୍ତାର ପର୍ବବେଳେ ଯିରୂଶାଲମରେ ଯୀଶୁ କରିଥିବା କାର୍ଯ୍ୟ ସବୁ ସେମାନେ ଦେଖିଥିଲେ।
46
ତା’ପରେ ଯୀଶୁ ଗାଲିଲୀର କାନ୍ନା ସହରକୁ ଫେରିଗଲେ। ସେଠାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ।
47
ସେଠାରେ ଥିବା ଜଣେ ରାଜକର୍ମଚାରୀଙ୍କ ପୁତ୍ର କପର୍ନାହୂମରେ ପୀଡ଼ିତ ଥିଲା। ଯୀଶୁ ଯିହୁଦାରୁ ଗାଲିଲୀକୁ ଆସିଛନ୍ତି ବୋଲି ଶୁଣି, ଉକ୍ତ କର୍ମଚାରୀ ଯୀଶୁଙ୍କ ନିକଟକୁ ଗଲେ। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ତାଙ୍କ ପୁତ୍ରକୁ ସୁସ୍ଥ କରିବା ପାଇଁ କପର୍ନାହୂମ ଯିବାକୁ ସେ ଯୀଶୁଙ୍କୁ ଅନୁରୋଧ କଲେ।
48
ଯୀଶୁ ତାଙ୍କୁ କହିଲେ: “ଅଦ୍ଭୁତ ଓ ଅଲୌକିକ କାର୍ଯ୍ୟମାନ ନ ଦେଖିଲେ, ତୁମ୍ଭେମାନେ କେବେହେଲେ ବିଶ୍ୱାସ କରିବ ନାହିଁ।”
49
ସେହି କର୍ମଚାରୀ କହିଲେ, “ଆଜ୍ଞା, ମୋ’ ପୁଅ ମରିବା ପୂର୍ବରୁ ମୋ’ ସଙ୍ଗରେ ଆସନ୍ତୁ।”
50
ଯୀଶୁ ତାଙ୍କ ଅଭୟ ଦେଇ କହିଲେ: “ଯାଅ, ତୁମ ପୁଅ ବଞ୍ଚିବ।” ରାଜକର୍ମଚାରୀ ଯୀଶୁଙ୍କ କଥାରେ ବିଶ୍ୱାସ କରି ସେଠାରୁ ଚାଲିଗଲେ
51
ଏବଂ ଘରକୁ ଫେରିଯିବା ବେଳେ, ଚାକରମାନେ ଆସି ଖବର ଦେଲେ ଯେ ତାଙ୍କ ପୁତ୍ର ସୁସ୍ଥ ହୋଇଯାଇଛି।
52
ଠିକ୍ କେତେବେଳେ ପିଲାଟି ସୁସ୍ଥ ହୋଇଥିଲା, ସେ ପଚାରିବାରୁ ଚାକରମାନେ ଉତ୍ତର ଦେଲେ, “ଗତକାଲି ଅପରାହ୍ନ ଗୋଟାଏ ବେଳେ ତା’ର ଜ୍ୱର ଛାଡ଼ିଗଲା।”
53
କର୍ମଚାରୀଙ୍କ ମନେ ପଡ଼ିଲା, ଠିକ୍ ସେତିକିବେଳେ ଯୀଶୁ କହିଥିଲେ “ତୁମର ପୁତ୍ର ବଞ୍ଚିବ।” ଏ ଘଟଣା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କଲେ।
54
ଯୀଶୁ ଗାଲିଲୀକୁ ଆସିବା ପରେ, ଏହା ହେଉଛି ତାଙ୍କର ଦ୍ୱିତୀୟ ଅଲୌକିକ କାର୍ଯ୍ୟ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21