bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 5
John 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 6 →
1
ଏହାପରେ ଇହୁଦୀମାନଙ୍କର ଗୋଟିଏ ପର୍ବରେ ଯୋଗ ଦେବା ପାଇଁ ଯୀଶୁ ଯିରୂଶାଲମକୁ ଗଲେ।
2
ସେଠାରେ “ମେଷଦ୍ୱାର” ନିକଟରେ ବେଥଜାଥା ନାମକ ଗୋଟିଏ ପୁଷ୍କରିଣୀ ଥିଲା। ପୁଷ୍କରିଣୀର ପାଞ୍ଚଟି ମଣ୍ଡପ ଥିଲା
3
ଏବଂ ଏହି ମଣ୍ଡପଗୁଡ଼ିକ ଉପରେ ଅନେକ ରୋଗୀ, ଅନ୍ଧ, ଛୋଟା ଓ ପକ୍ଷଘାତୀମାନେ ପଡ଼ି ରହିଥିଲେ।
5
ସେମାନଙ୍କ ମଧ୍ୟରେ ଅଠତିରିଶି ବର୍ଷଯାଏ ଅସୁସ୍ଥ ଥିବା ଜଣେ ରୋଗୀ ଥିଲା।
6
ଯୀଶୁ ସେଠାରେ ତାକୁ ପଡ଼ି ରହିଥିବା ଦେଖି ଜାଣିପାରିଲେ, ଲୋକଟି ବହୁ ବର୍ଷ ଧରି ପୀଡ଼ିତ ଥିଲା। ତେଣୁ ସେ ତାକୁ ପଚାରିଲେ: “ତୁମେ କ’ଣ ସୁସ୍ଥ ହେବାକୁ ଚାହଁ?”
7
ରୋଗୀଟି ଉତ୍ତର ଦେଲା, “ଆଜ୍ଞା, ପାଣି ଚହଲିଲା ବେଳେ ପୁଷ୍କରିଣୀ ପାଖକୁ ନେଇଯିବା ପାଇଁ ମୋର କେହି ନାହିଁ। ମୁଁ ଯିବାକୁ ଚେଷ୍ଟା କରିବାବେଳେ ଆଉ ଜଣେ ସେଠାରେ ଆଗେ ପହଞ୍ଚିଯାଏ।”
8
ଯୀଶୁ ତାକୁ କହିଲେ: “ଠିଆ ହୁଅ, ଆଉ ତୁମର ବିଛଣା ଉଠାଇ ଚାଲ।”
9
ତତ୍କ୍ଷଣାତ୍ ରୋଗୀଟି ସୁସ୍ଥ ହୋଇଗଲା ଏବଂ ତା’ର ବିଛଣା ଉଠାଇ ଚାଲିବାକୁ ଲାଗିଲା। ସେଦିନ ଥିଲା ବିଶ୍ରାମବାର।
10
ଏଣୁ ଇହୁଦୀ କର୍ତ୍ତୃପକ୍ଷମାନେ ସୁସ୍ଥ ହୋଇଥିବା ସେହି ଲୋକକୁ କହିଲେ: “ଆଜି ବିଶ୍ରାମବାର। ସୁତରାଂ ଆଜି ତୁମେ ବିଛଣା ବୋହି ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛ।”
11
ସେ ଉତ୍ତର ଦେଲା, “ଯେ ମୋତେ ସୁସ୍ଥ କଲେ, ବିଛଣା ଉଠାଇ ଚାଲିବାକୁ ସେ ମୋତେ କହିଛନ୍ତି।”
12
ସେମାନେ ତାକୁ ପଚାରିଲେ, “ଯେ ତୋତେ ଏହା କରିବାକୁ କହିଲେ, ସେ ଲୋକ କିଏ?”
13
ସୁସ୍ଥ ହୋଇଥିବା ରୋଗୀଟି ଯୀଶୁଙ୍କୁ ଚିହ୍ନି ନ ଥିଲା, କାରଣ ଲୋକ ଗହଳି ଭିତରେ ଯୀଶୁ ହଠାତ୍ ଅପସରି ଯାଇଥିଲେ।
14
ଏହାପରେ ଯୀଶୁ ତାକୁ ମନ୍ଦିର ଭିତରେ ଦେଖି କହିଲେ: “ଶୁଣ, ତୁମେ ଏବେ ସୁସ୍ଥ ହୋଇଛ, ଆଉ ପାପ କର ନାହିଁ, ନଚେତ୍ ତୁମର ଅଧିକ ଅନିଷ୍ଟ ହୋଇପାରେ।”
15
ଲୋକଟି ସଙ୍ଗେ ସଙ୍ଗେ ଯାଇ ଇହୁଦୀ କର୍ତ୍ତୃପକ୍ଷଙ୍କୁ ଖବର ଦେଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।
16
ଯୀଶୁ ବିଶ୍ରାମବାରରେ ଏଭଳି କାର୍ଯ୍ୟ କରୁଥିବାରୁ ଇହୁଦୀମାନେ ତାଙ୍କ ଉପରେ ନିର୍ଯ୍ୟାତନା କରିବାକୁ ଆରମ୍ଭ କଲେ।
17
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ: “ମୋ’ ପିତା ଈଶ୍ୱର ସବୁବେଳେ କାର୍ଯ୍ୟରତ; ମୋତେ ମଧ୍ୟ ସେହିପରି କାର୍ଯ୍ୟ କରିବାକୁ ହେବ।”
18
ଏ କଥା ଶୁଣି ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ବଧ କରିବା ପାଇଁ ବଦ୍ଧପରିକର ହେଲେ, କାରଣ ବିଶ୍ରାମବାର ନିୟମ ଲଙ୍ଘନ କରିବା ବ୍ୟତୀତ ଯୀଶୁ ଈଶ୍ୱରଙ୍କୁ ନିଜର ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ।
19
ଯୀଶୁ ସେମାନଙ୍କୁ କହିଲେ, “ମୁଁ ସତ୍ୟ କହୁଛି, ପୁତ୍ର ନିଜେ କିଛି କରିପାରନ୍ତି ନାହିଁ। ପିତାଙ୍କୁ ଯାହା କରୁଥିବାର ଦେଖିନ୍ତି, ପୁତ୍ର ତାହା ହିଁ କରନ୍ତି। ପିତା ଯାହା କରନ୍ତି, ପୁତ୍ର ମଧ୍ୟ ତାହା କରନ୍ତି।
20
କାରଣ ପୁତ୍ରବତ୍ସଳ ପିତା ନିଜର ସକଳ କାର୍ଯ୍ୟ ପୁତ୍ରଙ୍କୁ ଦେଖାନ୍ତି। ଏବେ ଯାହା ଘଟିଛି, ତା’ଠାରୁ ଆହୁରି ମହତ୍ତର କାର୍ଯ୍ୟ କରିବା ପାଇଁ ପିତା ପୁତ୍ରଙ୍କୁ ଶିଖାଇବେ- ତାହା ସବୁ ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ।
21
ଈଶ୍ୱର ଯେପରି ମୃତମାନଙ୍କୁ ସଞ୍ଜୀବିତ କରି ଉଠାନ୍ତି, ପୁତ୍ର ମଧ୍ୟ ସେହିପରି ଯାହାକୁ ଚାହିଁବେ, ତାକୁ ଜୀବନ ଦାନ କରିବେ।
22
ପିତା ନିଜେ ଆଉ କାହାର ବିଚାର କରିବେ ନାହିଁ। ବିଚାର କରିବାର ଭାର ସେ ସମ୍ପୂର୍ଣ୍ଣରୂପେ ତାଙ୍କ ପୁତ୍ର ଉପରେ ନ୍ୟସ୍ତ କରିଛନ୍ତି।
23
ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।
24
“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।
25
ମୁଁ ସତ୍ୟ କହୁଛି - ସମୟ ଆସୁଛି - ବାସ୍ତବିକ ସେହି ସମୟ ଆସିଗଲାଣି- ଯେତେବେଳେ ମୃତ ବ୍ୟକ୍ତିମାନେ ଈଶ୍ୱର-ପୁତ୍ରଙ୍କର ସ୍ୱର ଶୁଣି ସଞ୍ଜୀବିତ ହେବେ।
26
ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି।
27
ପୁଣି ସେହି ପୁତ୍ରଙ୍କୁ ମନୁଷ୍ୟପୁତ୍ର ରୂପେ ପ୍ରେରଣ କରି ତାଙ୍କୁ ବିଚାର କରିବାର ଅଧିକାର ଦେଇଛନ୍ତି।
28
ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ସମୟ ଆସୁଛି, ଯେତେବେଳେ ମୃତ ବ୍ୟକ୍ତିମାନେ ତାଙ୍କର ସ୍ୱର ଶୁଣି
29
ସମାଧିରୁ ଉଠି ଆସିବେ। ଯେଉଁମାନେ ସତ୍କର୍ମ କରିଛନ୍ତି, ସେମାନେ ପୁନରୁତ୍ଥିତ ହୋଇ ଜୀବନ୍ତ ହେବେ। ଦୁଷ୍କର୍ମକାରୀମାନେ ପୁନରୁତ୍ଥିତ ହେବେ ଏବଂ ଦଣ୍ଡ ଭୋଗ କରିବେ।
30
“ମୁଁ ମୋ’ ନିଜ କ୍ଷମତାରେ କିଛି କରିପାରେ ନାହିଁ। କେବଳ ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ବିଚାର କରେ। ମୋର ବିଚାର ଯଥାର୍ଥ, କାରଣ ମୋ’ ନିଜ ଇଚ୍ଛା ସାଧନ କରିବା ପାଇଁ ମୁଁ ଚେଷ୍ଟା କରେ ନାହିଁ; ମୁଁ କେବଳ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରେ।
31
“ମୋ’ ନିଜ ପାଇଁ ଯଦି ମୁଁ ସାକ୍ଷ୍ୟ ଦିଏ, ତାହା ଯଥାର୍ଥ ପ୍ରମାଣ ବୋଲି ସ୍ୱୀକୃତ ହେବ ନାହିଁ।
32
କିନ୍ତୁ ଆଉ ଜଣେ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି ଏବଂ ମୁଁ ଜାଣେ, ମୋ’ ସମ୍ପର୍କରେ ସେ ଯାହା କହୁଛନ୍ତି, ତାହା ସତ୍ୟ।
33
ତୁମ୍ଭେମାନେ ଯୋହନଙ୍କ ନିକଟକୁ ଦୂତ ପଠାଇଥିଲ ଏବଂ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଛନ୍ତି।
34
ଅବଶ୍ୟ ମୁଁ କୌଣସି ମନୁଷ୍ୟର ସାକ୍ଷ୍ୟ ଉପରେ ନିର୍ଭର କରେ ନାହିଁ। ତୁମ୍ଭେମାନେ ଯେପରି ପରିତ୍ରାଣ ପାଇବ, ସେଥିପାଇଁ ମୁଁ ଏସବୁ କହୁଛି।
35
ଯୋହନ ଥିଲେ ଜଣେ ଜ୍ୱଳନ୍ତ ଉଜ୍ଜ୍ୱଳ ପ୍ରଦୀପ। କିଛି ଦିନ ପାଇଁ ତାଙ୍କ ଆଲୋକରେ ଆଲୋକିତ ହେବା ପାଇଁ ତୁମ୍ଭେମାନେ ଇଚ୍ଛୁକ ଥିଲ।
36
କିନ୍ତୁ ମୋ’ ସପକ୍ଷରେ ଯୋହନଙ୍କଠାରୁ ଅଧିକ ଶକ୍ତିଶାଳୀ ଜଣେ ସାକ୍ଷୀ ଅଛନ୍ତି। ପିତା ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ ମୁଁ ଯେଉଁସବୁ କର୍ମ ସାଧନ କରୁଛି, ସେହିସବୁ ହିଁ ମୋ’ ପାଇଁ ଯଥାର୍ଥ ସାକ୍ଷ୍ୟ। ସେହିସବୁ ପ୍ରମାଣ କରୁଛି ଯେ, ମୋତେ ଈଶ୍ୱର ପ୍ରେରଣ କରିଛନ୍ତି।
37
ମୋର ପ୍ରେରଣକାରୀ ପିତା ଈଶ୍ୱକର ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି। ତୁମ୍ଭେମାନେ ତାଙ୍କ ସ୍ୱର ଶୁଣି ନାହଁ, କିମ୍ବା ତାଙ୍କୁ ଦେଖି ନାହଁ।
38
ପୁଣି ତାଙ୍କ ବାର୍ତ୍ତା ତୁମ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି, ତାଙ୍କୁ ତୁମେ ବିଶ୍ୱାସ କରୁ ନାହଁ।
39
ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେ କରି ସେ ସବୁ ତୁମେ ଅଧ୍ୟୟନ କରିଥାଅ। ସେହିସବୁ ଶାସ୍ତ୍ର ମୋ’ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି,
40
ତଥାପି ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସିବାକୁ ତୁମ୍ଭେମାନେ କୁଣ୍ଠିତ।
41
“ମୁଁ ମନୁଷ୍ୟମାନଙ୍କର ପ୍ରଶଂସା ଖୋଜୁ ନାହିଁ।
42
ମୁଁ ଜାଣେ, ତୁମ୍ଭେମାନେ କି ପ୍ରକାର ଲୋକ- ତୁମ ଅନ୍ତରରେ ଈଶ୍ୱରଙ୍କ ପ୍ରତି ପ୍ରେମ ନାହିଁ।
43
ପିତା ଈଶ୍ୱରଙ୍କଠାରୁ ଅଧିକାର ପ୍ରାପ୍ତ ହୋଇ ମୁଁ ଆସିଛି, କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରି ନାହଁ। ଅଥଚ ଜଣେ କେହି ତା’ ନିଜ ଇଚ୍ଛାରେ ଆସିଲେ, ତାକୁ ତୁମେ ସ୍ୱାଗତ କରୁଛ।
44
ତୁମ୍ଭେମାନେ ପରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଲାଳାୟିତ, କିନ୍ତୁ ସ୍ୱୟଂ ଈଶ୍ୱରଙ୍କ ଦ୍ୱାରା ଅନୁଗହୀତ ହେବ ପାଇଁ ଉଦ୍ୟମ କରୁ ନାହଁ। ତାହାହେଲେ ତୁମ୍ଭେମାନେ ମୋତେ କିପରି ବିଶ୍ୱାସ କରିପାରିବ?
45
ସେ ଯାହାହେଉ, ମନେକର ନାହିଁ ଯେ ତୁମ୍ଭମାନଙ୍କ ବିରୁଦ୍ଧରେ ମୁଁ ମୋ’ ପିତାଙ୍କ ନିକଟରେ ଅଭିଯୋଗ କରିବି। ବରଂ ଯେଉଁ ମୋଶାଙ୍କ ଉପରେ ତୁମ୍ଭେମାନେ ଭରସା ରଖିଛ, ସେହି କେବଳ ତୁମ ଉପରେ ଦୋଷାରୋପ କରିବେ।
46
ତୁମ୍ଭେମାନେ ଯଦି ପ୍ରକୃତରେ ମୋଶାଙ୍କୁ ବିଶ୍ୱାସ କରୁଥାଅ, ମୋତେ ମଧ୍ୟ ବିଶ୍ୱାସ କରିବ- କାରଣ ମୋଶା ମୋ’ ସମ୍ପର୍କରେ ଲେଖିଛନ୍ତି।
47
ସେ ଯାହା ଲେଖିଛନ୍ତି, ସେଥିରେ ଯେତେବେଳେ ତୁମ୍ଭମାନଙ୍କର ବିଶ୍ୱାସ ନାହିଁ, ମୁଁ ଯାହା କହୁଛି, ତାହା କିପରି ବିଶ୍ୱାସ କରିବ?”
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21