bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 2
John 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 3 →
1
ଏହାର ଦୁଇ ଦିନ ପରେ ଗାଲିଲୀ ପ୍ରଦେଶର କାନ୍ନା ସହରରେ ଗୋଟିଏ ବିବାହ ଉତ୍ସବ ହେଉଥିଲା। ଯୀଶୁଙ୍କର ମା’ ସେଠାରେ ଉପସ୍ଥିତ ଥିଲେ।
2
ଯୀଶୁ ଓ ତାଙ୍କର ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହେଇ ସେଠାକୁ ଯାଇଥିଲେ।
3
ଭୋଜି ଶେଷ ନ ହେବା ପୂର୍ବରୁ ଦ୍ରାକ୍ଷାରସ ସରିଯିବାରୁ ତାଙ୍କ ମା’ ଯୀଶୁଙ୍କୁ କହିଲେ, “ସେମାନଙ୍କ ପାଖରେ ଆଉ ଟିକିଏ ହେଲେ ଦ୍ରାକ୍ଷାରସ ନାହିଁ।”
4
ଯୀଶୁ ଉତ୍ତର ଦେଲେ: “ମୋତେ କ’ଣ କରିବାକୁ ହେବ, ତୁମେ କହିବା ଦରକାର ନାହିଁ। ମୋର ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ।”
5
ଯୀଶୁଙ୍କ ମା’ ପରିଚାରକମାନଙ୍କୁ କହିଲେ, “ସେ ଯାହା କହିବେ, ତାହା କର।”
6
ଇହୁଦୀମାନଙ୍କର ଶାସ୍ତ୍ରୀୟ ରୀତି ଅନୁଯାୟୀ ଅଙ୍ଗ ପ୍ରକ୍ଷାଳନ କରି ଶୁଚି ହେବା ପାଇଁ ସେଠାରେ ପ୍ରସ୍ତର ନିର୍ମିତ ଛଅଟି ବଡ଼ ବଡ଼ ପାଣିକୁଣ୍ଡ ଥିଲା। ପ୍ରତ୍ୟେକଟି କୁଣ୍ଡରେ ପ୍ରାୟ ଏକ ଶହ ଲିଟର ପାଣି ଧରି ପାରିବ।
7
ଯୀଶୁ ପରିଚାରକମାନଙ୍କୁ କହିଲେ, “ଏହି କୁଣ୍ଡଗୁଡ଼ିକରେ ପାଣି ଭର୍ତ୍ତି କର।” କୁଣ୍ଡସବୁ ପୂର୍ଣ୍ଣ ହେବ ପରେ
8
ଯୀଶୁ ସେମାନଙ୍କୁ କହିଲେ: “ଏଥିରୁ କିଛି ନେଇ ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦିଅ।” ସେମାନେ ତାହା କଲେ।
9
ସେତେବେଳେ ସେହି ଜଳସବୁ ଦ୍ରାକ୍ଷାରସରେ ପରିଣତ ହୋଇଥିଲା। ପରିଚାରକମାନେ ଜାଣିଥିଲେ, ଏହି ଦ୍ରାକ୍ଷାରସ କେଉଁଠୁ ଆସିଛି। ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତି ତାହା ଚାଖିଲେ ଓ ତାହା କେଉଁଠୁ ଆସିଛି ଜାଣି ନ ଥିବାରୁ ବରକୁ ପଚାରିଲେ,
10
“ସମସ୍ତେ ସବୁଠୁ ଉକ୍ରୃଷ୍ଟ ଦ୍ରାକ୍ଷାରସ ପ୍ରଥମେ ପରିବେଷଣ କରନ୍ତି ଏବଂ ଅତିଥିମାନେ ତାହା ପାନ କରି ପରିତୃପ୍ତ ହେବା ପରେ ସାଧାରଣ ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମେ ସବୁଠାରୁ ଭଲ ଦ୍ରାକ୍ଷାରସ ଶେଷ ପର୍ଯ୍ୟନ୍ତ ରଖିଛ!”
11
ଯୀଶୁ ତାଙ୍କର ଏହି ପ୍ରଥମ ଅଲୌକିକ କାର୍ଯ୍ୟ ଗାଲିଲୀର କାନ୍ନା ସହରରେ କରିଥିଲେ। ସେଠାରେ ସେ ତାଙ୍କର ମହିମା ପ୍ରକାଶ କଲେ ଏବଂ ଶିଷ୍ୟମାନେ ତାଙ୍କଠାରେ ବିଶ୍ୱାସ କଲେ।
12
ଏହାପରେ ଯୀଶୁ, ତାଙ୍କ ମା’, ଭାଇମାନେ ଓ ଶିଷ୍ୟମାନେ କପର୍ନାହୂମକୁ ଯାଇ ସେଠାରେ କିଛିଦିନ ରହିଲେ।
13
ଇହୁଦୀମାନଙ୍କର ନିସ୍ତାର ପର୍ବ ଅତି ନିକଟ ହୋଇ ଆସିଲା। ତେଣୁ ଯୀଶୁ ଯିରୂଶଶଲମକୁ ଗଲେ।
14
ସେଠାରେ ସେ ଦେଖିଲେ, ମନ୍ଦିର ଭିତରେ ଲୋକେ ଗୋରୁଗାଈ, ମେଣ୍ଢା ଓ ପାରା ବ୍ୟବସାୟ କରୁଛନ୍ତି ଓ ମୁଦ୍ରା ବିନିମୟକାରୀମାନେ ମେଜ ଉପରେ ସେମାନଙ୍କ ମୁଦ୍ରାସବୁ ସଜାଇ ବସିଛନ୍ତି।
15
ଯୀଶୁ ଦଉଡ଼ି ବଳି ଗୋଟିଏ ଚାବୁକ ତିଆରି କଲେ ଏବଂ ଗୋରୁ, ମେଣ୍ଢାମାନଙ୍କୁ ମନ୍ଦିରରୁ ବାହାର କରିଦେଲେ। ମୁଦ୍ରା ବିନିମୟକାରୀମାନଙ୍କର ମେଜସବୁ ଓଲଟାଇ ଦେଇ ମୁଦ୍ରାଗୁଡ଼ିକୁ ତଳେ ବିଞ୍ଚି ଦେଲେ।
16
ପାରା ବିକ୍ରେତାମାନଙ୍କୁ ଆଦେଶ ଦେଲେ, “ଏସବୁ ଏଠାରୁ ବାହାର କର। ମୋ’ ପିତାଙ୍କ ଗୃହକୁ ହାଟ ବଜାରରେ ପରିଣତ କର ନାହିଁ।”
17
ଏହା ଦେଖି ଶାସ୍ତ୍ରରେ ଲିଖିତ ଏକ ଉକ୍ତି ଶିଷ୍ୟମାନଙ୍କର ମନେ ପଡ଼ିଲା, “ତୁମ ଗୃହ ପ୍ରତି ମୋର ଭକ୍ତି ମୋ’ ଭିତରେ ଅଗ୍ନି ପରି ପ୍ରଜ୍ଜ୍ୱଳିତ ହେଉଛି।”
18
ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ପ୍ରଶ୍ନ କଲେ, “ଏଭଳି କାର୍ଯ୍ୟ କରିବା ପାଇଁ ତୁମର ଅଧିକାର ଅଛି ବୋଲି ତୁମେ କି ଅଲୌକିକ କାର୍ଯ୍ୟ ଦ୍ୱାରା ପ୍ରମାଣ ଦେଇ ପାରିବ?”
19
ଯୀଶୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ଭାଙ୍ଗି ଦେଲେ, ତିନି ଦିନରେ ମୁଁ ତାକୁ ପୁଣି ତୋଳି ଦେବି।”
20
ସେମାନେ କହିଲେ, “କ’ଣ ତିନି ଦିନ ଭିତରେ ତୁମେ ତାକୁ ତିଆରି କରିଦେଇ ପାରିବ? ଏହାକୁ ତିଆରି କରିବା ପାଇଁ ଯେ ଛୟାଳିଶ ବର୍ଷ ଲାଗିଥିଲା।”
21
କିନ୍ତୁ ଯୀଶୁ ତାଙ୍କ ନିଜର ଶରୀରରୂପ ମନ୍ଦିରକୁ ଲକ୍ଷ୍ୟ କରି ଏକଥା କହିଥିଲେ।
22
ତାଙ୍କ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କର ମନେ ପଡ଼ିଲା ଯେ ସେ ଏହା କହିଥିଲେ। ତେଣୁ ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥାରେ ବିଶ୍ୱାସ କଲେ।
23
ନିସ୍ତାର ପର୍ବ ସମୟରେ ଯିରୁଶାଲମରେ ଯୀଶୁ ଥିବା ବେଳେ ଅନେକେ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠରେ ବିଶ୍ୱାସ କଲେ।
24
କିନ୍ତୁ ଯୀଶୁ ସେମାନଙ୍କ ଉପରେ ଆସ୍ଥା ରଖିପାରିଲେ ନାହିଁ, କାରଣ ସେ ସେମାନଙ୍କୁ ଭଲଭାବେ ଜାଣିଥିଲେ।
25
ସେମାନଙ୍କ ବିଷୟରେ ତାଙ୍କୁ କେହି କିଛି କହିବା ଆବଶ୍ୟକ ନ ଥିଲା, କାରଣ ଯୀଶୁ ସେମାନଙ୍କ ଅନ୍ତରର କଥା ଜାଣିପାରୁଥିଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21