bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 7
John 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
1
ଏହାପରେ ଯୀଶୁ ଗାଲିଳୀରେ ଭ୍ରମଣ କଲେ। ସେ ଆଉ ଯିହୁଦା ଦେଶରେ ଭ୍ରମଣ କରିବାକୁ ଚାହିଁଲେ ନାହିଁ, କାରଣ ସେଠାକାର ଇହୁଦୀ କର୍ତ୍ତୃପକ୍ଷମାନେ ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ଚାହୁଁଥିଲେ।
2
ଇହୁଦୀମାନଙ୍କର “କୁଟୀର ବାସ” ପର୍ବ ପାଖେଇ ଆସିଥିଲା।
3
ତେଣୁ ତାଙ୍କ ଭାଇମାନେ ତାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ି ଯିହୁଦାକୁ ଫେରିଯାଅ। ତୁମେ କରୁଥିବା କାର୍ଯ୍ୟ ସବୁ ସେଠାରେ ତୁମକୁ ଅନୁସରଣ କରୁଥିବା ଲୋକମାନେ ଦେଖନ୍ତୁ।
4
ଯିଏ ସୁପରିଚିତ ହେବାକୁ ଇଚ୍ଛା କରେ, ସେ ନିଜର କାର୍ଯ୍ୟ ଗୋପନ ରଖେ ନାହିଁ। ତୁମେ ଯେତେବେଳେ ଏହି ସବୁ କାର୍ଯ୍ୟ କରିପାରୁଛ, ଜଗତର ସମସ୍ତେ ତୁମର ପରିଚୟ ପାଆନ୍ତୁ।” (
5
ତାଙ୍କ ଭାଇମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁ ନ ଥିଲେ।)
6
ଯୀଶୁ ସେମାନଙ୍କୁ କହିଲେ: “ମୋ’ ପାଇଁ ଉପଯୁକ୍ତ ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ। ଯେକୌଣସି ସମୟ ତୁମ ପାଇଁ ଉପଯୁକ୍ତ ହୋଇପାରେ,
7
କାରଣ ଜଗତ ତୁମକୁ ଘୃଣା କରେ ନାହିଁ। କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା’ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହି ଆସୁଛି।
8
ତୁମ୍ଭେମାନେ ଏହି ଉତ୍ସବକୁ ଯାଅ; ମୁଁ ଯାଇ ପାରିବି ନାହିଁ। କାରଣ ମୋ’ ପାଇଁ ଉପଯୁକ୍ତ ସମୟ ଆସି ନାହିଁ। କାରଣ ମୋ’ ପାଇଁ ଉପଯୁକ୍ତ ସମୟ ଆସି ନାହିଁ।”
9
ଏହା କହି ଯୀଶୁ ଗାଲିଲୀରେ ରହିଗଲେ।
10
ତାଙ୍କ ଭାଇମାନେ ସେହି ଉତ୍ସବକୁ ଚାଲିଯିବା ପରେ, ଯୀଶୁ ପ୍ରକାଶ୍ୟରେ ସେଠାକୁ ନ ଯାଇ ଗୋପନରେ ଗଲେ।
11
ଉତ୍ସବ ସମୟରେ ଇହୁଦୀ କର୍ତ୍ତୃପକ୍ଷମାନ ତାଙ୍କୁ ଖୋଜୁ ଖୋଜୁ ପଚାରିଲେ, “ସେ କାହାନ୍ତି?”
12
ଲୋକମାନେ ତାଙ୍କ ସମ୍ପର୍କରେ ତୁନି ତୁନିତ୍ଥକଥାବାର୍ତ୍ତା ହେଉଥିଲେ। କେତେକ କହିଲେ, “ସେ ଜଣେ ଉତ୍ତମ ଲୋକ।” ଅନ୍ୟମାନେ କହିଲେ, “ନା, ସେ ଲୋକଙ୍କୁ ଭୁଲ ବାଟରେ ନେଉଛନ୍ତି।”
13
କିନ୍ତୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ କେହି ତାଙ୍କ ବିଷୟରେ ପ୍ରକାଶ୍ୟରେ କଥାବାର୍ତ୍ତା ହୋଇ ପାରିଲେ ନାହିଁ।
14
ଉତ୍ସବ ପ୍ରାୟ ଅଧା ଶେଷ ହେବା ପରେ ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଆରମ୍ଭ କଲେ।
15
ଇହୁଦୀ କର୍ତ୍ତୃପକ୍ଷମାନେ ବିସ୍ମୟ ପ୍ରକାଶ କରି କହିଲେ, “କୌଣସି ବିଷୟରେ ତାଳିମ ନ ପାଇଁ ସେ ଏତେ କଥା ଜାଣିଛନ୍ତି କିପରି?”
16
ଯୀଶୁ କହିଲେ: “ମୁଁ ମୋ’ ନିଜର ଶିକ୍ଷା ନୁହେଁ, କିନ୍ତୁ ମୋର ପ୍ରେରଣକର୍ତ୍ତା ଈଶ୍ୱରଙ୍କଠାରୁ ଆଗତ ଶିକ୍ଷା ଦେଉଛି।
17
ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ଇଚ୍ଛୁକ, ସେ ଜାଣିପାରିବ, ମୁଁ ଦେଉଥିବା ଶିକ୍ଷା ଈଶ୍ୱରଙ୍କଠାରୁ ଆଗତ, ନା, ତାହା ମୋ’ ନିଜ କ୍ଷମତା ବଳରେ ମୁଁ କହୁଛି।
18
ଯେ ନିଜ କ୍ଷମତା ବଳରେ କଥା କହେ, ନିଜକୁ ଗୌରବାନ୍ୱିତ କରିବା ତା’ର ଉଦ୍ଦେଶ୍ୟ। କିନ୍ତୁ ଯେ ତା’ର ପ୍ରେରଣକର୍ତ୍ତାଙ୍କୁ ଗୌରବାନ୍ୱିତ କରିବାକୁ ଚାହେଁ, ସେ ସତ୍ୟବାଦୀମିଥ୍ୟାର ଆଶ୍ରୟ ସେ ନିଏ ନାହିଁ।
19
ମୋଶା ତୁମ୍ଭମାନଙ୍କ ପାଇଁ ବିଧି ବ୍ୟବସ୍ଥା ସବୁ ରଖିଦେଇଯାଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଜଣେ ହେଲେ ସେହି ବ୍ୟବସ୍ଥା ପାଳନ କରୁ ନାହିଁ। ତୁମ୍ଭେମାନେ ମୋତେ ମାରି ଦେବାକୁ କାହିଁକି ଚେଷ୍ଟା କରୁଛ?”
20
ଜନତା ଭିତରୁ ଚିକ୍ରାର ଶୁଣାଗଲା, “ତୁମକୁ ଭୂତ ଧରିଛି। ତୁମକୁ କିଏ ମାରି ଦେବାକୁ ଚେଷ୍ଟା କରୁଛି?”
21
ଯୀଶୁ କହିଲେ: “ମୁଁ ଗୋଟିଏ ମହାନ୍ କାର୍ଯ୍ୟ କରିବା ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେଲ।
22
ତୁମ ପୁତ୍ରମାନଙ୍କ ସୁନ୍ନତ କରାଇବା ଲାଗି ମୋଶା ଆଦେଶ ଦେଇଥିଲେ। (ଅବଶ୍ୟ ମୋଶା ଏହି ପ୍ରଥା ଆରମ୍ଭ କରି ନ ଥିଲେ; ତୁମ ପୂର୍ବପୁରୁଷମାନଙ୍କ ସମୟରୁ ଏହା ଚଳି ଆସୁଥିଲା।) ବିଶ୍ରାମବାରରେ ମଧ୍ୟ ତୁମେ ସେହି ସୁନ୍ନତ କାର୍ଯ୍ୟ କରାଉଛ, କିନ୍ତୁ ତଦ୍ଦ୍ୱାରା ଯେ ବିଶ୍ରାମବାର ନିୟମ ଲଙ୍ଘନ କରୁଛ, ଏହା ମନେ କରୁ ନାହିଁ।
23
ଯଦି ବିଶ୍ରାମବାରରେ ଗୋଟିଏ ପୁଅକୁ ସୁନ୍ନତ କରାଇବା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରାଯାଉ ନାହିଁ, ସେହିଦିନ ମୁଁ ଜଣେ ଲୋକର ଶରୀରକୁ ସମ୍ପୂଣର୍ଣ ଆରୋଗ୍ୟ କରିଦେଲେ, କାହିଁକି ଉତ୍ତ୍ୟକ୍ତ ହେଉଛ?
24
ବାହ୍ୟ ବିଷୟକୁ ମାନଦଣ୍ଡ କରି ବିଚାର କର ନାହିଁ; ପ୍ରକୃତ ମାନଦଣ୍ଡ ଦ୍ୱାରା ବିଚାର କର।”
25
ଯିରୂଶାଲମରେ କେତେକ ଲୋକ କହିଲେ, “ଯେଉଁ ବ୍ୟକ୍ତିଙ୍କୁ ମାରିବା ପାଇଁ କର୍ତ୍ତୃପକ୍ଷମାନେ ଚେଷ୍ଟା କରୁଛନ୍ତି, ସେ ଏହି ନୁହନ୍ତି କି?”
26
ଦେଖ, ସେ ସର୍ବସାଧାରଣରେ ଏତେ ସବୁ କହି ଯାଉଛନ୍ତି, କିନ୍ତୁ ତାଙ୍କୁ ପ୍ରତିବାଦ କରି ପଦେ ହେଲେ କେହି କହୁ ନାହାନ୍ତି। ଏ ମସୀହ ବୋଲି ସେମାନେ କଅଣ ପ୍ରକୃତରେ ଜାଣିଛନ୍ତି?
27
ଯେତେବେଳେ ମସୀହ ଆବିର୍ଭୁତ ହେବେ, ସେ କେଉଁଠାରୁ ଆସିଛନ୍ତି, କେହି ଜାଣି ପାରିବେ ନାହିଁ; କିନ୍ତୁ ଏ ବ୍ୟକ୍ତି କେଉଁଠୁ ଆସିଛନ୍ତି, ଆମେ ସମସ୍ତେ ଜାଣୁ।”
28
ଯୀଶୁ ମନ୍ଦିରରେ ଶିକ୍ଷା ଦେବାବେଳେ ଉଚ୍ଚ ସ୍ୱରରେ କହିଲେ: “ମୁଁ କିଏ ଓ କେଉଁଠାରୁ ଆସିଛି, ତୁମ୍ଭେମାନେ କଅଣ ପ୍ରକୃତରେ ଜାଣ? ମୁଁ ନିଜ ଅଧିକାର ବଳରେ ଆସିନାହିଁ। ମୋତେ ଯେ ପ୍ରେରଣ କରିଛନ୍ତି, ସେ ସତ୍। ତୁମେ ତାଙ୍କୁ ଜାଣ ନାହିଁ।
29
ମୁଁ ତାଙ୍କୁ ଜାଣେ, କାରଣ ସେ ମୋତେ ପ୍ରେରଣ କରିଛନ୍ତି, ମୁଁ ତାଙ୍କଠାରୁ ଆସିଛି।”
30
ଏହା ଶୁଣି ସେମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲେ। କିନ୍ତୁ ତାଙ୍କର ନିରୂପିତ ସମୟ ଆସି ନ ଥିବାରୁ କେହି ତାଙ୍କ ଉପରେ ନିରୂପିତ ସମୟ ଆସି ନ ଥିବାରୁ କେହି ତାଙ୍କ ଉପରେ ହାତ ଦେଇ ପାରିଲେ ନାହିଁ।
31
କିନ୍ତୁ ଜନତା ଭିତରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କରି କହିଲେ, “ମସୀହ ଆସିଲେ, ଏହାଙ୍କ ଅପେକ୍ଷା ସେ କ’ଣ ଆହୁରି ଅଧିକ ଅଲୌକିକ କାର୍ଯ୍ୟ କରିବେ?”
32
ଯୀଶୁଙ୍କ ସମ୍ପର୍କରେ ଲୋକମାନେ ଏହିପରି କଥାବାର୍ତ୍ତା ହେଉଥିବା ଫାରୁଶୀମାନେ ଶୁଣିଲେ। ତେଣୁ ସେମାନେ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଗିରଫ କରିବା ପାଇଁ ଦଳେ ପ୍ରହରୀଙ୍କୁ ପଠାଇଲେ।
33
ଯୀଶୁ କହିଲେ: “ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଳ୍ପ କିଛି ସମୟ ରହିବି, ତା’ପରେ ମୋର ପ୍ରେରଣକର୍ତ୍ତାଙ୍କ ନିକଟକୁ ଫେରିଯିବି।
34
ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ, କାରଣ, ମୁଁ ଯେଉଁଠି ରହିବି, ତୁମ୍ଭେମାନେ ସେଠାକୁ ଯାଇ ପାରିବ ନାହିଁ।”
35
ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, “ସେ ଏପରି କେଉଁ ସ୍ଥାନକୁ ଯିବେ ଯେ, ଆମେ ତାଙ୍କୁ ଖୋଜି ପାଇ ପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ’ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ?
36
ସେ କହୁଛନ୍ତି, ଆମେ ତାଙ୍କୁ ଖୋଜି ପାଇ ପାରିବୁ ନାହିଁ, ଯେଉଁଠାକୁ ସେ ଯିବେ, ସେଠାକୁ ଆମେ ଯାଇ ପାରିବୁ ନାହିଁ, ଏହାର ଅର୍ଥ କ’ଣ?”
37
ଉତ୍ସବର ଶେଷ ଦିବସରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ: “ଯେ ତୃଷାର୍ତ୍ତ, ସେ ମୋ’ ପାଖକୁ ଆସି ପାନ କରୁ।
38
ଶାସ୍ତ୍ରରେ ଲେଖାଅଛି, ‘ଯେ ମୋ’ଠାରେ ବିଶ୍ୱାସ କରେ, ତା’ର ହୃଦୟରୁ ଜୀବନଦାୟୀ ଜଳସ୍ରୋତ ଉଚ୍ଛୁଳି ବହିଯିବ’।”
39
ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ ଏ କଥା କହିଲେ- ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ, ସେମାନେ ପରେ ଏହି ପବିତ୍ରଆତ୍ମାଙ୍କୁ ପାଇଲେ। ସେ ପର୍ଯ୍ୟନ୍ତ ଯୀଶୁ ମହିମାନ୍ୱିତ ହୋଇ ନ ଥିବାରୁ ପବିତ୍ରଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।
40
ଯେତେବେଳେ ଲୋକେ ଏ କଥା ଶୁଣିଲେ, ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଏ ନିଶ୍ଚୟ ସେହି ଭାବବାଦୀ।”
41
କେହି କେହି କହିଲେ, “ସେ ମସୀହ।” କିନ୍ତୁ ଅନ୍ୟମାନେ କହିଲେ, “ମସୀହଙ୍କ ଆବିର୍ଭାବ ଗାଲିଲୀରୁ ହୋଇ ପାରିବ ନାହିଁ।
42
ଶାସ୍ତ୍ରରେ ଲେଖାଅଛି, ମସୀହ ଦାଉଦ ରାଜାଙ୍କ ବଂଶଧର ଏବଂ ସେ ଦାଉଦଙ୍କ ବାସସ୍ଥାନ ବେଥ୍ଲେହିମ୍ ସହରରେ ଜନ୍ମ ଗ୍ରହଣ କରିବେ।”
43
ତେଣୁ ଯୀଶୁଙ୍କ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ମତଭେଦ ଉପୁଜିଲା।
44
କେତେକ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ କେହି ତାଙ୍କ ଉପରେ ହାତ ଦେଇ ପାରିଲେ ନାହିଁ।
45
ପ୍ରହରୀମାନେ ଫେରି ଆସିବାରୁ ମୁଖ୍ୟ ଯାଜକ ଓ ଫାରୁଶୀମାନେ ସେମାନଙ୍କୁ ପଚାରିଲେ, “ତାଙ୍କୁ କାହିଁକି ଧରି ଆଣି ନାହଁ?”
46
ପ୍ରହରୀମାନେ ଉତ୍ତର ଦେଲେ, “ତାଙ୍କ ପରି ଏତେ ଚମକ୍ରାର ଭାବରେ କେହି କେବେ କଥା କହି ନାହାନ୍ତି।”
47
ଫାରୁଶୀମାନେ ସେମାନଙ୍କୁ କହିଲେ, “ସେ କ’ଣ ତୁମକୁ ମଧ୍ୟ ବୋକା ବନାଇ ଦେଇଛି?
48
ଫାରୁଶୀ ବା ଆମ ଅଧିକାରୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତା’ କଥାରେ ବିଶ୍ୱାସ କରୁଛନ୍ତି ବୋଲି କଅଣ ତୁମ୍ଭେମାନେ ଜାଣିଛ?
49
ଏହି ଜନତା ମୋଶାଙ୍କ ବିଧି ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ- ଏମାନେ ସମସ୍ତେ ଅଭିଶପ୍ତ।”
50
ସେତେବେଳେ ସେଠାରେ ନିକଦୀମ ନାମକ ଜଣେ ଫାରୁଶୀ ଉପସ୍ଥିତ ଥିଲେ। ସେ ଆଗରୁ ଥରେ ଯୀଶୁଙ୍କୁ ଦେଖିବାକୁ ଯାଇଥିଲେ।
51
ସେ କହିଲେ, “ଆମ ବ୍ୟବସ୍ଥା ଅନୁଯାୟୀ ଜଣେ କାହାକୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ତା’ କଥା ଶୁଣିବାକୁ ହେବ ଏବଂ ସେ କ’ଣ କରିଛି, ଅନୁସନ୍ଧାନ କରିବାକୁ ହେବ।”
52
ଅନ୍ୟମାନେ ତାଙ୍କୁ ଉତ୍ତର ଦେଇ କହିଲେ, “ତୁମେ ମଧ୍ୟ କ’ଣ ଗାଲିଲୀର ଲୋକ? ଭଲ କରି ଶାସ୍ତ୍ର ଅଧ୍ୟୟନ କର। ତାହାହେଲେ ଗାଲିଲୀରେ କୌଣସି ଭାବବାଦୀ ଜନ୍ମ ହୋଇ ପାରିବେ ନାହିଁ, ଏ କଥା ତୁମେ ଜାଣି ପାରିବା।”
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21