bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 6
John 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 7 →
1
ଏହାପରେ ଯୀଶୁ ଗାଲିଲୀ ବା ତିବିରିଆର ହ୍ରଦର ଆରପାରିକୁ ଗଲେ।
2
ଅନେକ ଲୋକ ତାଙ୍କର ପଛେ ପଛେ ଯାଉଥିଲେ, କାରଣ ଯୀଶୁ ତାଙ୍କ ଅଲୌକିକ ଶକ୍ତି ବଳରେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କରୁଥିବା ସେମାନେ ଦେଖିଥିଲେ।
3
ଯୀଶୁ ଗୋଟିଏ ପାହାଡ଼ ଉପରକୁ ଯାଇ ଶିଷ୍ୟମାନଙ୍କ ସହ ବସିଲେ।
4
ସେତେବେଳେ ନିସ୍ତାର ପର୍ବ ପାଖେଇ ଆସିଥିଲା।
5
ତାଙ୍କ ନିକଟକୁ ଅନେକ ଲୋକ ଆସୁଥିବା ଦେଖି, ଯୀଶୁ ଫିଲିପ୍ଙ୍କୁ ପଚାରିଲେ: “ଏତେ ଲୋକଙ୍କ ପାଇଁ କେଉଁଠୁ ଯଥେଷ୍ଟ ଖାଦ୍ୟ କିଣିବା?”
6
(ଫିଲିପ୍ଙ୍କୁ ପରୀକ୍ଷା କରିବା ପାଇଁ ସେ ଏକଥା କହିଥିଲେ- କାରଣ ସେ ନିଜେ କ’ଣ କରିବେ, ଜାଣିଥିଲେ।)
7
ଫିଲିପ୍ ଉତ୍ତର ଦେଲେ, “ସମସ୍ତଙ୍କୁ ଅଳ୍ପ କିଛି ଖୁଆଇବା ପାଇଁ ଦୁଇ ଶହରୁ ଅଧିକ ରୌପ୍ୟ ମୁଦ୍ରା ମୂଲ୍ୟର ରୋଟୀ କିଣିବାକୁ ହେବ।”
8
ଯୀଶୁଙ୍କ ଅନ୍ୟ ଜଣେ ଶିଷ୍ୟ, ପିତରଙ୍କ ଭାଇ ଆନ୍ଦ୍ରିୟ କହିଲେ, “ଏଠାରେ ଗୋଟିଏ ବାଳକ ପାଖରେ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ଅଛି,
9
କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ନୁହେଁ।”
10
ଯୀଶୁ ଶିଷ୍ୟମାନଙ୍କୁ କହିଲେ: “ଲୋକମାନଙ୍କୁ ବସାଇ ଦିଅ।” (ସେହି ସ୍ଥାନ ଘାସପୂର୍ଣ୍ଣ ଥିଲା) ସେଠାରେ ପାଞ୍ଚ ହଜାର ଲୋକ ଥିଲେ। ସେହି ଘାସ ଉପରେ ସମସ୍ତେ ବସି ପଡ଼ିଲେ।
11
ଯୀଶୁ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେଠାରେ ବସିଥିବା ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଦୁଇଟି ମାଛ ମଧ୍ୟ ସେହିପରି ସେ ବାଣ୍ଟିଲେ। ସେମାନେ ଯଥେଷ୍ଟ ଖାଇବାକୁ ପାଇଲେ।
12
ସେମାନେ ସମସ୍ତେ ପରିତୃପ୍ତ ହେବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ: “ଯାହା ସବୁ ବଳି ପଡ଼ିଛି, ସେହିସବୁ ସଂଗ୍ରହ କରି ରଖ ଯେପରି କିଛି ନଷ୍ଟ ନ ହୁଏ।”
13
ଲୋକେ ପାଞ୍ଚ ଖଣ୍ଡ ରୋଟୀ ଖାଇ ଯାହା ବଳି ପଡ଼ିଥିଲା, ଶିଷ୍ୟମାନେ ତାହା ସବୁ ସଂଗ୍ରହ କରି ବାରଟି ଡାଲା ପୂର୍ଣ୍ଣ କଲେ।
14
ଯୀଶୁଙ୍କ ଏହି ଅଲୌକିକ କାର୍ଯ୍ୟ ଦେଖି ଲୋକେ କହିଲେ, “ଯେଉଁ ଭାବବାଦୀ ଜଗତକୁ ଆସବାର ଥିଲା, ଏ ନିଶ୍ଚୟ ସେହି।”
15
ଲୋକମାନେ ତାଙ୍କୁ ବଳପୂର୍ବକ ରାଜା କରିବା ପାଇଁ ଧରିବାକୁ ଯାଉଛନ୍ତି ବୋଲି ଜାଣିପାରି, ଯୀଶୁ ଏକାକୀ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳକୁ ଚାଲିଗଲେ।
16
ସେଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ହ୍ରଦ କୂଳକୁ ଯାଇ ନୌକା ଚଢ଼ି ଆରପାରିରେ ଥିବା କପର୍ନାହୂମ ଅଭିମୁଖେ ଯାତ୍ରଆ କଲେ।
17
ରାତ୍ରି ଘନେଇ ଆସିଲା। ସେ ପର୍ଯ୍ୟନ୍ତ ଯୀଶୁ ସେମାନଙ୍କ ନିକଟକୁ ଫେରି ଆସି ନ ଥିଲେ।
18
ସେତେବେଳେ ପ୍ରବଳ ବେଗରେ ପବନ ବହି ହ୍ରଦ ଭିତରେ ପାଞ୍ଚ ବା ଛଅ କିଲୋମିଟର ନୌକା ବାହି ଗଲାପରେ ଦେଖିଲେ, ଯୀଶୁ ପାଣି ଉପରେ ଚାଳି ଚାଳି ନୌକା ପାଖକୁ ଆସୁଛନ୍ତି। ଏଥିରେ ସେମାନେ ଭୀତତ୍ରସ୍ତ ହୋଇ ପଡ଼ିଲେ।
20
ଯୀଶୁ କହିଲେ: “ଭୟ କର ନାହିଁ। - ଏ ତ ମୁଁ।”
21
ସେମାନେ ଆଗ୍ରହରେ ତାଙ୍କୁ ଡଙ୍ଗା ଭିତରକୁ ନେଇଗଲେ ଏବଂ ସଙ୍ଗେ ସଙ୍ଗେ ସେମାନେ ହ୍ରଦ କୂଳରେ ନିଜର ଲକ୍ଷ୍ୟ ସ୍ଥଳରେ ଯାଇ ପହଞ୍ଚିଲେ।
22
ପରିଦିନ ହ୍ରଦର ଅନ୍ୟ ପାଖରେ ରହିଯାଇ ଥିବା ଲୋକମାନେ ଜାଣିପାରିଲେ ଯେ, ସେଠାରେ କେବଳ ଗୋଟାଏ ନୌକା ଥିଲା ଥିଲା ଏବଂ ଶିଷ୍ୟମାନେ ଯୀଶୁଙ୍କୁ ସଙ୍ଗରେ ନ ନେଇ ସେହି ନୌକାରେ ହ୍ରଦ ଭିତରକୁ ଚାଲି ଯାଇଛନ୍ତି।
23
ଯେଉଁଠାରେ ଯୀଶୁ ପ୍ରାର୍ଥନା କରି ଲୋକମାନଙ୍କୁ ରୋଟୀ ଖାଇବାକୁ ଦେଇଥିଲେ, ତିବିରିଆରୁ ଆଉ କେତୋଟି ନୌକା ସେହି ସ୍ଥାନ ନିକଟରେ ପହଞ୍ôଚଲା।
24
ଯୀଶୁ କିମ୍ବା ତାଙ୍କ ଶିଷ୍ୟମାନଙ୍କୁ ସେଠାରେ ନ ପାଇ ଲୋକମାନେ ଯୀଶୁଙ୍କୁ ଖୋଜିବାକୁ ନୌକାରେ ଚଢ଼ି କପର୍ନାହୂମ ଅଭିମୁଖେ ବାହାରିଲେ।
25
ଯୀଶୁଙ୍କୁ ହ୍ରଦ ଆରପାରିରେ ଦେଖି ଲୋକମାନେ ପଚାରିଲେ, “ଗୁରୁ, ଆପଣ କେତେବେଳେ ଆସି ଏଠାରେ ପହଞ୍ôଚଲେ?”
26
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋର ଅଲୌକିକ କାର୍ଯ୍ୟର ତାତ୍ପର୍ଯ୍ୟ ବୁଝି ମୋତେ ଖୋଜିବାକୁ ଆସି ନାହଁ। କିନ୍ତୁ ରୋଟୀ ଖାଇ ପରିତୃପ୍ତ ହୋଇଥିଲ ବୋଲି ଆସିଛ।
27
ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”
28
ସେମାନେ ତାଙ୍କୁ ପଚାରିଲେ, “ଈଶ୍ୱରଙ୍କ ଇଚ୍ଛାନୁରୂପ କାର୍ଯ୍ୟ କରିବା ପାଇଁ ଆମେ କ’ଣ କରିପାରିବା?”
29
ଯୀଶୁ ଉତ୍ତର ଦେଲେ: “ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମ୍ଭେମାନେ ତାହା କରିପାରିବ।”
30
ସେମାନେ ପଚାରିଲେ, “ତୁମଠାରେ ଆମେ ଯେପରି ବିଶ୍ୱାସ କରିବୁ, ସେଥିପାଇଁ ଆମକୁ କି କର୍ମ ଦେଖାଇ ପାରିବ? କୁହ, କ’ଣ କରିପାରିବ?
31
ଆମ ପୂର୍ବପୁରୁଷମାନେ ମରୁଭୂମିରେ ‘ମାନ୍ନା’ ଖାଇଥିଲେ। ଆମ ଧର୍ମଶାସ୍ତ୍ର ଅନୁସାରେ ସେ ଏହି ଖାଦ୍ୟ ସ୍ୱର୍ଗରୁ ଆଣି ଯୋଗାଇ ଥିଲେ।”
32
ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯାହା ମୋଶା ତୁମ୍ଭମାନଙ୍କୁ ଦେଇଥିଲେ, ତାହା ସ୍ୱର୍ଗରୁ ଆଗତ ଖାଦ୍ୟ ନୁହେଁ।
33
ମୋ’ ପିତା ଈଶ୍ୱର ତୁମ୍ଭମାନଙ୍କୁ ପ୍ରକୃତ ସ୍ୱର୍ଗୀୟ ଖାଦ୍ୟ ଦିଅନ୍ତି। ଯେ ସ୍ୱର୍ଗରୁ ଓହ୍ଲାଇ ଆସି ଜଗତକୁ ଜୀବନ ପ୍ରଦାନ କରନ୍ତି, ସେ ହେଉଛନ୍ତି ସେହି ଈଶ୍ୱରଦତ୍ତ ଖାଦ୍ୟ।”
34
ସେମାନେ କହିଲେ, “ଆଜ୍ଞା, ଆମକୁ ସବୁବେଳେ ଏହି ଖାଦ୍ୟ ଦିଅନ୍ତୁ।”
35
ଯୀଶୁ କହିଲେ: “ମୁଁ ସେହି ଜୀବନଦାୟୀ ଆହାର। ଯେ ମୋ’ ନିକଟକୁ ଆସେ, ସେ ଆଉ କ୍ଷୁଧିତ ହେବ ନାହିଁ। ଯେ ମୋତେ ବିଶ୍ୱାସ କରେ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ।
36
ମୁଁ ତୁମ୍ଭମାନଙ୍କୁ କହୁଛି, ମୋତେ ଦେଖି ମଧ୍ୟ ତୁମେ ବିଶ୍ୱାସ କରୁ ନାହଁ।
37
ଯେଉଁମାନଙ୍କୁ ମୋ’ ପିତା ମୋତେ ଦେଇଛନ୍ତି, ସେମାନେ ମୋ’ ନିକଟକୁ ଆସିବେ। ଯେ କେହି ମୋ’ ପାଖକୁ ଆସିବ, ମୁଁ କେବେ ତାକୁ ଫେରାଇ ଦେବି ନାହିଁ।
38
କାରଣ ମୋ’ ନିଜ ଇଚ୍ଛା ପୂରଣ କରିବାକୁ ନୁହେଁ, କିନ୍ତୁ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ପୂରଣ କରିବାକୁ ମୁଁ ସ୍ୱର୍ଗରୁ ଆସିଛି ଏବଂ
39
ଯେଉଁମାନଙ୍କୁ ସେ ମୋ’ ନିକଟକୁ ପଠାଇଛନ୍ତି, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ହେଲେ ନ ହରାଇ ଶେଷ ଦିନରେ ସେହି ସମସ୍ତଙ୍କୁ ପୁନର୍ଜୀବିତ କରିବି, ଏହା ତାଙ୍କର ଇଚ୍ଛା।
40
କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”
41
ଯୀଶୁ ନିଜକୁ ସ୍ୱର୍ଗକୁ ସ୍ୱର୍ଗରୁ ଆଗତ ଆହାର ବୋଲି କହିବାରୁ ଇହୁଦୀମାନେ ଏ କଥାରେ ଅସନ୍ତୋଷ ଭାବ ପ୍ରକାଶ କଲେ।
42
ସେମାନେ କହିଲେ, “ଏହି ବ୍ୟକ୍ତି ଯୋସେଫଙ୍କ ପୁଅ ଯୀଶୁ ନୁହଁନ୍ତି କି? ତାଙ୍କ ପିତାମାତାଙ୍କୁ ଆମେ ଜାଣୁ। ତେବେ ସେ ସ୍ୱର୍ଗରୁ ଆଗତ ବୋଲି କିପରି କହୁଛନ୍ତି?”
43
ଯୀଶୁ କହିଲେ: “ଏସବୁ ସମାଲୋଚନା ବନ୍ଦ କର।
44
ଯେଉଁ ପିତା ମୋତେ ପଠାଇଛନ୍ତି, ସେ ମୋ’ ପାଖକୁ ଆକର୍ଷଣ କରି ନ ଆଣିଲେ, କେହି ମୋ’ ନିକଟକୁ ଆସିପାରିବେ ନାହିଁ। ଯେଉଁମାନେ ଆସିବେ, ସେମାନଙ୍କୁ ମୁଁ ଶେଷ ଦିନରେ ପୁନର୍ଜୀବିତ କରିବି।
45
ଭାବବାଦୀମାନେ ଲେଖିଛନ୍ତି: “କେବଳ ଈଶ୍ୱରଙ୍କଠାରୁ ସମସ୍ତେ ଶିକ୍ଷା ଲାଭ କରିବେ।’ ଯେ କେହି ପିତା ଈଶ୍ୱରଙ୍କ କଥା ଶୁଣି ତାଙ୍କଠାରୁ ଶିକ୍ଷା ଗ୍ରହଣ କରେ, ସେ ମୋ’ ପାଖକୁ ଆସିବ।
46
ଏହାର ଅର୍ଥ ନୁହେଁ ଯେ ଅନ୍ୟ କେହି ତାଙ୍କୁ ଦେଖିଛି। ଯେ ଈଶ୍ୱରଙ୍କଠାରୁ ଆସିଛନ୍ତି, ସେ କେବଳ ତାଙ୍କୁ ଦେଖିଛନ୍ତି।
47
ମୁଁ ସତ୍ୟ କହୁଛି, ଯେ କେହି ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପାଇବ।
48
ମୁଁ ଜୀବନଦାୟୀ ଆହାର।
49
ତୁମ ପୂର୍ବପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ, ତଥାପି ସେମାନେ ମଲେ।
50
କିନ୍ତୁ ଯେଉଁ ଆହାର ସ୍ୱର୍ଗରୁ ଆସେ, ତାକୁ ଯେ ଖାଏ, ସେ ମରିବ ନାହିଁ।
51
ମୁଁ ସ୍ୱର୍ଗରୁ ଆଗତ ସେହି ଜୀବନଦାୟୀ ଆହାର। ଏହି ଆହାର ଯେ ଖାଏ, ସେ ଚିରଞ୍ଜୀବୀ ହେବ। ମୁଁ ଯେଉଁ ଖାଦ୍ୟ ଦେବି, ତାହା ମୋର ମାଂସ। ଜଗତକୁ ବଞ୍ଚାଇବା ପାଇଁ ମୁଁ ତାହା ଦାନ କରିବି।”
52
ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ ନ କଲେ ଓ ତାଙ୍କ ରକ୍ତ ପାନ ନ କଲେ, ତୁମ୍ଭେମାନେ ଜୀବନ ପାଇପାରିବ ନାହିଁ।
53
ଯେ କେହି ମୋର ମାଂସ ଭୋଜନ କରିବ ଓ ମୋର ରକ୍ତ ପାନ କରିବ, ସେ ଅନନ୍ତ ଜୀବନ ଲାଭ କରିବ ଏବଂ ମୁଁ ତାକୁ ଶେଷ ଦିନରେ ପୁନରୁତ୍ଥିତ କରିବି।
54
କାରଣ ମୋର ମାଂସ ହେଉଛି ପ୍ରକୃତ ଖାଦ୍ୟ ଓ ମୋର ରକ୍ତ ପ୍ରକୃତ ପାନୀୟ।
55
ଯେ କେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପ୍ରକୃତ ପାନୀୟ।
56
ଯେ କେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ, ସେ ମୋ’ଠାରେ ରହିବ ଏବଂ ମୁଁ ମଧ୍ୟ ତା’ଠାରେ ସଦା ବିଦ୍ୟମାନ ରହିବି।
57
ଜୀବନ୍ତ ପିତା ଈଶ୍ୱର ମୋତେ ପ୍ରେରଣ କରିଛନ୍ତି; ତାଙ୍କ ଯୋଗୁଁ ମୁଁ ମଧ୍ୟ ଜୀବିତ। ସେହିପରି ଯେ ମୋତେ ଭୋଜନ କରେ, ମୋ’ ଯୋଗୁଁ ସେ ମଧ୍ୟ ଜୀବିତ ରହିବ।
58
ଏହା ହିଁ ସ୍ୱର୍ଗରୁ ଆଗତ ଆହାର। ଯେଉଁ ଖାଦ୍ୟ ଖାଇ ତୁମ ପୂର୍ବପୁରୁଷମାନେ ମୃତ୍ୟୁ ନିବାରଣ କରିପାରିଲେ ନାହିଁ, ଏ ଖାଦ୍ୟ ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏ ଖାଦ୍ୟ ଯେ ଖାଇବ, ସେ ଚିରଞ୍ଜୀବୀ ହେବ।”
59
ଯୀଶୁ କପର୍ନାହୂମର ଉପାସନା ଗୃହରେ ଉପଦେଶ ଦେବାବେଳେ ଏହିସବୁ କଥା କହିଥିଲେ।
60
ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ତାଙ୍କର ଏସବୁ କଥା ଶୁଣି କହିଲେ, “ଏ ଶିକ୍ଷା ବୁଝିବା ବଡ଼ କଷ୍ଟ, କିଏ ଏସବୁ ଶୁଣିବ?”
61
ଏ ବିଷୟରେ ଯୀଶୁଙ୍କୁ କେହି କିଛି କହି ନ ଥିଲେ ହେଁ ଶିଷ୍ୟମାନେ ବଚସା କରୁଛନ୍ତି ବୋଲି ଜାଣିପାରି ଯୀଶୁ ସେମାନଙ୍କୁ କହିଲେ: “ଏଇ କଥାରେ ଭାଙ୍ଗି ପଡ଼ୁଛ?
62
ମନୁଷ୍ୟପୁତ୍ର ଯେଉଁଠାରୁ ଆସିଛନ୍ତି, ସେଠାକୁ ତାଙ୍କୁ ଫେରିଯିବା ଦେଖିଲେ, କଅଣ କରିବ?
63
କେବଳ ଈଶ୍ୱରଙ୍କ ଆତ୍ମା ଜୀବନ ଦେଇପାରନ୍ତି। ମନୁଷ୍ୟର ଶକ୍ତି କିଛି କରିପାରେ ନାହିଁ। ଈଶ୍ୱରଙ୍କ ସେହି ଜୀବନଦାୟୀ ଆତ୍ମାଙ୍କୁ ତୁମ୍ଭେମାନେ ଯେପରି ଅନୁଭବ କରିବ, ସେଥିପାଇଁ ମୁଁ ଏହି ସବୁ କଥା କହିଛି।
64
ତଥାପି ତୁମ ମଧ୍ୟରୁ ଅନେକେ ବିଶ୍ୱାସ କରୁ ନାହଁ।” (ଯୀଶୁ ଆରମ୍ଭରୁ ଜାଣିଥିଲେ, କେଉଁମାନେ ତାଙ୍କଠାରେ ବିଶ୍ୱାସ କରିବେ ନାହିଁ ଏବଂ କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ।)
65
ଯୀଶୁ ପୁଣି କହିଲେ: “ଏଥିପାଇଁ ମୁଁ କହୁଛି, ପିତା ଈଶ୍ୱରଙ୍କଠାରୁ ପ୍ରେରଣା ନ ପାଇଲେ କେହି ମୋ’ ପାଖକୁ ଆସିପାରିବ ନାହିଁ।”
66
ଏକଥା ଶୁଣି ଯୀଶୁଙ୍କ ଅନୁସରଣକାରୀମାନଙ୍କ ମଧ୍ୟରୁ ଅନେକେ ତାଙ୍କ ସହିତ ଯିବାକୁ ଇଚ୍ଛା ନ କରି ଫେରିଗଲେ।
67
ଏହା ଦେଖି ଯୀଶୁ ତାଙ୍କର ବାର ଜଣ ଶିଷ୍ୟଙ୍କୁ ପଚାରିଲେ: “ତୁମ୍ଭେମାନେ ମଧ୍ୟ କ’ଣ ମୋତେ ଛାଡ଼ି ଚାଲିଯିବ?”
68
ଶିମୋନ ପିତର ଉତ୍ତର ଦଲେ: “ପ୍ରଭୁ, ଆଉ କାହା ପାଖକୁ ଯିବୁ? ଅନନ୍ତ ଜୀବନର ବାକ୍ୟ ଆପଣଙ୍କଠାରେ ଅଛି।
69
ଆପଣ ଯେ ଈଶ୍ୱରଙ୍କଠାରୁ ଆସିଥିବା ସେହି ପବିତ୍ର ବ୍ୟକ୍ତି, ଏ କଥା ଆମେ ଏବେ ବିଶ୍ୱାସ କରି ଜାଣି ପାରୁଛୁ।”
70
ଯୀଶୁ କହିଲେ, “ମୁଁ ତୁମ ବାର ଜଣଙ୍କୁ ମନୋନୀତ କରି ନାହିଁ କି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।”
71
ଶିମୋନ ଇଷ୍କାରିୟତର ପୁତ୍ର ଯିହୁଦାକୁ ଲକ୍ଷ୍ୟ କରି ସେ ଏକଥା କହିଥିଲେ। କାରଣ ବାର ଜଣ ଶିଷ୍ୟ ମଧ୍ୟରୁ ଜଣେ ହୋଇ ସୁଦ୍ଧା, ଯିହୁଦା ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21