bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 15
John 15
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 16 →
1
“ମୁଁ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପିତା କୃଷକ।
2
ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି।
3
ମୋ’ଠାରୁ ପାଇଥିବା ଶିକ୍ଷା ଦ୍ୱାରା ତୁମ୍ଭେମାନେ ପରିଷ୍କୃତ ହୋଇସାରିଛ।
4
ମୋ’ ସହିତ ସଂଯୁକ୍ତ ହୋଇ ରୁହ। ତା’ହେଲେ ମୁଁ ମଧ୍ୟ ତୁମ ସହିତ ରହିବି। ଶାଖା, ଲତା ସହିତ ସଂଯୁକ୍ତ ହୋଇ ନ ରହିଲେ, ନିଜେ ଫଳ ଧରି ପାରିବ ନାହିଁ, ସେହିପରି ତୁମେ ମୋ’ଠାରେ ନ ରହିଲେ, ଫଳପ୍ରଦ ହୋଇପାରିବ ନାହିଁ।
5
“ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋ’ଠାରେ ରହେ ଓ ମୁଁ ଯାହାଠାରେ ଥାଏ, ସେ ପ୍ରଚୁର ଫଳ ଧଶରଣ କରେ, କାରଣ ମୋ’ ବିନା ତୁମେ କିଛି କରିପାରିବ ନାହିଁ।
6
ଯେ ମୋ’ଠାରେ ନ ରହେ, ତାକୁ ଗୋଟିଏ କଟାଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ।
7
ତୁମେ ଯଦି ମୋ’ ସହିତ ସଂଯୁକ୍ତ ହୋଇ ରୁହ ଓ ମୋର ବାକ୍ୟ ତୁମ ହୃଦୟରେ ରହିଥାଏ, ତେବେ ତୁମେ ଯାହା ଇଚ୍ଛା କରି ମାଗିବ, ତାହା ପାଇବ।
8
ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ, ମୋ’ ପିତାଙ୍କ ମହିମା ପ୍ରକାଶ ପାଇବ ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ।
9
ମୋତେ ପିତା ଯେପରି ପ୍ରେମ କରନ୍ତି, ତୁମ୍ଭମାନଙ୍କୁ ମୁଁ ଠିକ୍ ସେହିପରି ପ୍ରେମ କରେ। ମୋ’ ପ୍ରେମରେ ତୁମେ ଅବିଚଳିତ ହୋଇ ରହିଥାଅ।
10
ମୁଁ ଯେପରି ମୋ’ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ, ମୋ’ ପ୍ରେମରେ ସ୍ଥିର ହୋଇ ରହିବ।
11
“ମୁଁ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦେଉଛି, ତୁମେ ଯେପରି ମୋର ଆନନ୍ଦ ଲାଭ କରି ଆନନ୍ଦର ପରିପୂର୍ଣ୍ଣତା ଅନୁଭବ କରିବ।
12
ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର: ତୁମ ପ୍ରତି ମୋର ଏହି ଆଜ୍ଞା।
13
ବନ୍ଧୁମାନଙ୍କ ପାଇଁ ନିଜର ପ୍ରାଣ ବିସର୍ଜନ ହିଁ ପ୍ରେମର ଚରମ ନିଦର୍ଶନ।
14
ଯଦି ମୋର ଆଜ୍ଞା ପାଳନ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ।
15
ମୁଁ ତୁମକୁ ଆଉ ଦାସ ବୋଲି କହୁନାହିଁ; କାରଣ ମାଲିକ କଅଣ କରୁଛନ୍ତି, ଦାସ ଜାଣେ ନାହିଁ। ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୋ’ ପିତାଙ୍କଠାରୁ ଯାହା ଯାହା ଶୁଣିଛି, ତାହା ସବୁ ତୁମକୁ ଜଣାଇ ଦେଇଛି।
16
ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ।
17
ତେଣୁ ତୁମ୍ଭମାନଙ୍କ ପ୍ରତି ମୋର ବିଶେଷ ଆଦେଶ- ପରସ୍ପରକୁ ପ୍ରେମ କର।
18
“ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ମନେରଖ; ସେ ମୋତେ ପ୍ରଥମେ ଘୃଣା କରିଛି।
19
ତୁମେ ଯଦି ଜାଗତିକମନା ହୋଇଥା’ନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ନିଜର ଭାବି ପେୟମ କରିଥା’ନ୍ତା; କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରି ଜଗତଠାରୁ ଅଲଗା କରିଦେଇଛି। ସେଥିପାଇଁ ଜଗତ ତୁମକୁ ଘୃଣା କରେ।
20
ମୁଁ ଯାହା କହିଥିଲି; ସ୍ମରଣ କର; “ଦାସ ମାଲିକଠାରୁ ବଡ଼ ନୁହେଁ।” ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମ୍ଭମାନଙ୍କୁ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ।
21
କିନ୍ତୁ ମୋ’ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି, ଏ କଥା ସେମାନେ ଜାଣନ୍ତି ନାହିଁ।
22
ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନ ଥାଆନ୍ତି, ତେବେ ସେମାନେ ଦେଷୀ ହୋଇ ନ ଥା’ନ୍ତେ; କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ।
23
ଯେ ମୋତେ ଘୃଣା କରେ, ସେ ପିତାଙ୍କୁ ମଧ୍ୟ ଘୃଣା କରେ।
24
ମୁଁ ସେମାନଙ୍କ ମଧ୍ୟରେ କୌଣସି ଅଦ୍ଭୁତପୂର୍ବ କାର୍ଯ୍ୟ କରି ନ ଥିଲେ, ସେମାନେ ପାପୀ ବୋଲି ବିବେଚିତ ହୋଇ ନ ଥାଆନ୍ତେ। କିନ୍ତୁ ମୋର ସେ ସବୁ କାର୍ଯ୍ୟ ଦେଖି ମଧ୍ୟ ସେମାନେ ମୋତେ ଓ ମୋ’ ପିତାଙ୍କୁ ଘୃଣା କରୁଛନ୍ତି।
25
କିନ୍ତୁ ଏସବୁ ଘଟିବାର ଥିଲା, କାରଣ ତଦ୍ଦ୍ୱାରା ଶାସ୍ତ୍ରରେ ଯାହା ଉଲ୍ଲିଖିତ ଅଛି, ତାହା ସଫଳ ହେଲା: ‘ଅକାରଣରେ ସେମାନେ ମୋତେ ଘୃଣା କଲେ’।
26
“ସହାୟକ ପବିତ୍ରଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି, ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମ୍ଭମାନଙ୍କ ପାଖକୁ ପଠଇଦେବି। ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।
27
ତୁମେ ମଧ୍ୟ ମୋ’ ବିଷୟରେ ସାକ୍ଷ୍ୟ ଦେବ, କାରଣ ଆରମ୍ଭରୁ ତୁମେ ସବୁ ମୋ’ ସହିତ ରହିଛ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21