bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
John 11
John 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 12 →
1
ବେଥନିଆ ନିବାସୀ ଲାଜାର ଅସୁସ୍ଥ ଥିଲେ। ତାଙ୍କର ଦୁଇ ଭଉଣୀ ମରିୟମ ଓ ମାର୍ଥା ସେହି ଗ୍ରାମରେ ରହୁଥିଲେ।
2
ଏହି ମରିୟମ ଥରେ ପ୍ରଭୁଙ୍କ ଉପରେ ସୁଗନ୍ଧି ତୈଳ ଢାଳି ନିଜ କେଶରେ ତାଙ୍କ ପାଦ ପୋଛି ଦେଇଥିଲା।
3
ଏମାନଙ୍କର ଭାଇ ଲାଜାର ଅସୁସ୍ଥ ହୋଇ ପଡ଼ିବାରୁ ସେମାନେ ଯୀଶୁଙ୍କ ନିକଟକୁ ଖବର ପଠାଇଲେ: “ପ୍ରଭୁ, ଆପଣଙ୍କ ପ୍ରିୟ ବନ୍ଧୁ ପୀଡ଼ିତ ଅଛି।”
4
ଏ ଖବର ଶୁଣି ଯୀଶୁ କହିଲେ, “ଏ ରୋଗରେ ଲାଜାର ମରିବ ନାହିଁ। କିନ୍ତୁ ଏହା ଦ୍ୱାରା ଈଶ୍ୱର ମହିମାନ୍ୱିତ ହେବେ ଓ ସେଥି ସଙ୍ଗେ ଈଶ୍ୱରଙ୍କ ପୁତ୍ର ମଧ୍ୟ ଗୌରବ ପାଇବେ।”
5
ଯୀଶୁ ମାର୍ଥା, ମରିୟମ ଓ ଲାଜାରଙ୍କୁ ସ୍ନେହ କରୁଥିଲେ।
6
କିନ୍ତୁ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସୁଦ୍ଧା ଯୀଶୁ ଯେଉଁଠାରେ ଥିଲେ, ସେଠାରେ ଆଉ ଦୁଇ ଦିନ ରହିଗଲେ।
7
ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ: “ଚାଲ, ଆମେ ଯିହୁଦା ପ୍ରଦେଶକୁ ଫେରିଯିବା।”
8
ଶିଷ୍ୟମାନେ କହିଲେ: “ଗୁରୁ! ଅଳ୍ପ କେତେଦିନ ଆଗରୁ ସେଠାରେ ଲୋକମାନେ ଆପଣଙ୍କୁ ପଥର ପକାଇ ମାରି ଦେବାକୁ ବସିଥିଲେ; ସେଠାକୁ ପୁଣି ଫେରି ଯିବାକୁ ଚାହୁଁଛନ୍ତି?”
9
ଯୀଶୁ କହିଲେ: “ଦିନର ଆଲୁଅ ବାର ଘଣ୍ଟା ନ ଥାଏ କି? ଯେ ଦିନର ଆଲୁଅରେ ଚାଲେ, ସେ ଝୁଣ୍ଟିପଡ଼ ନାହିଁ, କାରଣ ଜଗତ ସେତେବେଳେ ଆଲୋକିତ।
10
କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟି ପଡ଼ିବ। କାରଣ ତା’ ଅନ୍ତରରେ ଜ୍ୟୋତି ନ ଥାଏ।”
11
ଏ କଥା ଶେଷ କରି ଯୀଶୁ କହିଲେ, “ଆମ୍ଭମାନଙ୍କର ବନ୍ଧୁ ଲାଜାର ଏବେ ନିଦ୍ରିତ। ମୁଁ ଯାଇ ତାଙ୍କୁ ଉଠାଇବି।”
12
ଶିଷ୍ୟମାନେ କହିଲେ: “ପ୍ରଭୁ! ସେ ଯଦି ଶୋଇଛନ୍ତି, ତେବେ ନିଶ୍ଚୟ ସୁସ୍ଥ ହୋଇ ଉଠିବେ।”
13
ଲାଜାର ମରିଯାଇଛି ବୋଲି ଯୀଶୁ ସୂଚନା ଦେଇଥିଲେ, କିନ୍ତୁ ସେ ସ୍ୱାଭାବିକଭାବେ ଶୋଇଛି ବୋଲି ସେମାନେ ଯୀଶୁଙ୍କ କଥାର ଅର୍ଥ କରିଥିଲେ।
14
ତେଣୁ ଯୀଶୁ ସ୍ପଷ୍ଟ କହିଦେଲେ, “ଲାଜାର ମରିଯାଇଛି,
15
କିନ୍ତୁ ମୁଁ ଆନନ୍ଦିତ ଯେ, ମୁଁ ସେଠାରେ ତା’ ସହିତ ସେତେବେଳେ ନ ଥିଲି। ଏହା ତୁମ ପକ୍ଷେ ମଙ୍ଗଳଜନକ ହୋଇଛି। କାରଣ ତଦ୍ଦ୍ୱାରା ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମିବ। ଚାଲ, ତା’ ପାଖକୁ ଯିବା।”
16
ଥୋମା (ଯାହାକୁ ଲୋକେ ଯମଜ ବୋଲି କହନ୍ତି) ଅନ୍ୟ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଗୁରୁଙ୍କ ସାଙ୍ଗରେ ଯାଇ ସମସ୍ତେ ତାଙ୍କ ସହିତ ମରିବା।”
17
ଯୀଶୁ ବେଥନିଆରେ ପହଞ୍ôଚ ଶୁଣିଲେ, ଚାରି ଦିନ ପୂର୍ବରୁ ଲାଜାରକୁ କବର ଦିଆଯାଇଛି।
18
ଥେନିଆରୁ ଯିରୂଶାଲମର ଦୂରତା ତିନି କିଲୋମିଟରରୁ କମ୍
19
ଏବଂ ଯିହୁଦା ପ୍ରଦେଶର ଅନେକ ଲୋକ ମାର୍ଥା ଓ ମରିୟମଙ୍କୁ ସେମାନଙ୍କ ଭାଇର ମୃତ୍ୟୁରେ ସାନ୍ତ୍ୱନା ଦେବାକୁ ଆସିଥିଲେ।
20
ଯୀଶୁ ଆସୁଛନ୍ତି ବୋଲି ଶୁଣିବା କ୍ଷଣି ମାର୍ଥା ତାଙ୍କୁ ଭେଟିବାକୁ ଗଲେ। କିନ୍ତୁ ମରିୟମ ଘରେ ରହିଲେ।
21
ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଆପଣ ଏଠାରେ ଥିଲେ, ମୋ’ ଭାଇ ମରି ନ ଥାନ୍ତା,
22
କିନ୍ତୁ ମୁଁ ଜାଣେ, ଏବେ ମଧ୍ୟ ଆପଣ ଈଶ୍ୱରଙ୍କୁ ଯାହା ମାଗିବେ, ସେ ତାହା ଦେବେ।”
23
“ତୁମ ଭାଇ ଜୀବନ ପାଇ ଉଠିବ” ବୋଲି ଯୀଶୁ କହିଲେ।
24
ମାର୍ଥା ଉତ୍ତର ଦେଲେ, “ତାହା ତ ମୁଁ ଜାଣେ, ଅନ୍ତିମ ଦିବସର ପୁନରୁତ୍ଥାନବେଳେ ସେ ଉଠିବ।”
25
ଯୀଶୁ କହିଲେ; “ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋ’ଠାରେ ବିଶ୍ୱାସ କରେ, ସେ ମଲେ ମଧ୍ୟ ବଞ୍ଚିବ।
26
ଯେ ମୋତେ ଜୀବିତାବସ୍ଥାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ, ଏ କଥାରେ କ’ଣ ବିଶ୍ୱାସ କରୁଛ?”
27
ମାର୍ଥା ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ବିଶ୍ୱାସ କରେ, ଆପଣ ଈଶ୍ୱରଙ୍କ ପୁତ୍ର। ଯେଉଁ ମସୀହ ଆସିବାର ଥିଲା, ଆପଣ ସେହି।”
28
ଏହା କହି ମାର୍ଥା ଫେରିଯାଇ ଏକାନ୍ତରେ ମରିୟମଙ୍କୁ ଡାକି କହିଲେ, “ଗୁରୁ ଆସିଛନ୍ତି- ତୋତେ ଡାକୁଛନ୍ତି।”
29
ଏହା ଶୁଣି ମରିୟମ ତରବର ହୋଇ ତାଙ୍କୁ ଭେଟିବାକୁ ଗଲେ।
30
ସେ ପର୍ଯ୍ୟନ୍ତ ଯୀଶୁ ଗ୍ରାମ ଭିତରେ ପ୍ରବେଶ କରି ନ ଥିଲେ। ମାର୍ଥା ତାଙ୍କୁ ଭେଟିଥିବା ସ୍ଥାନରେ ହିଁ ଥିଲେ।
31
ମରିୟମଙ୍କୁ ସାନ୍ତ୍ୱନା ଦେବା ପାଇଁ ଆସିଥିବା ଲୋକମାନେ ଯେତେବେଳେ ଦେଖିଲେ ଯେ ସେ ଉଠି ତରବରରେ ବାହାରକୁ ଯାଉଛନ୍ତି, ସେମାନେ ମଧ୍ୟ ତାଙ୍କ ପଛେ ପଛେ ଗଲେ। ସେମାନେ ଭାବିଲେ, ସେ କବର ପାଖକୁ କାନ୍ଦିବା ପାଇଁ ଯାଉଛନ୍ତି।
32
ଯୀଶୁଙ୍କ ନିକଟରେ ପହଞ୍ଚିବା କ୍ଷରି ମରିୟମ ତାଙ୍କ ଗୋଡ଼ ତଳେ ପଡ଼ି କହିଲେ, “ପ୍ରଭୁ, ଆପଣ ଏଠାରେ ଥିଲେ, ମୋ’ ଭାଇ ମରି ନ ଥାନ୍ତା।”
33
ମରିୟମ ଓ ତା’ ସାଙ୍ଗରେ ଥିବା ଲୋକମାନଙ୍କୁ କାନ୍ଦୁଥିବାର ଦେଖି ଯୀଶୁ ବ୍ୟଥିତ ଓ ବ୍ୟାକୁଳ ହେଲେ।
34
ସେ ପଚାରିଲେ: “କେଉଁଠି ତାକୁ କବର ଦେଇଛ?” ସେମାନେ ଉତ୍ତର ଦେଲେ, “ଆସନ୍ତୁ ପ୍ରଭୁ, ଦେଖିବେ।”
35
ଯୀଶୁ କାନ୍ଦିଲେ।
36
ଲୋକେ କୁହାକୁହି ହେଲେ, “ଆହା, ସେ ତାକୁ କେତେ ଭଲ ପାଉଥିଲେ।”
37
କିନ୍ତୁ ଆଉ କେତେ ଜଣ କହିଲେ, “ସେ ଅନ୍ଧକୁ ଦୃଷ୍ଟି ଶକ୍ତି ଦେଇଥିଲେ। ଇଚ୍ଛା କରିଥିଲେ, ସେ କଅଣ ଲାଜାରକୁ ମୃତ୍ୟୁରୁ ରକ୍ଷା କରିପାରି ନ ଥାନ୍ତେ?”
38
ଶୋକାଭିଭୂତ ହୋଇ ଯୀଶୁ ସମାଧି ପାଖକୁ ଗଲେ। ଏହା ଗୋଟିଏ ଗୁମ୍ଫା। ତା’ ମୁହଁରେ ଗୋଟିଏ ବଡ଼ ପଥର ରଖାଯାଇଥିଲା।
39
ଯୀଶୁ କହିଲେ: “ପଥରଟିକୁ ଘୁଞ୍ଚାଇ ଦିଅ।” ମାର୍ଥା କହିଲେ, “ପ୍ରଭୁ, ସେଥିରୁ ଦୁର୍ଗନ୍ଧ ବାହାରିବ। ତାକୁ କବର ଦିଆହେବାର ଚାରି ଦିନ ହେଲାଣି।”
40
ଯୀଶୁ ତାଙ୍କୁ କହିଲେ, “ତୁମେ ବିଶ୍ୱାସ କଲେ, ଈଶ୍ୱରଙ୍କ ମହିମା ଦେଖିବ ବୋଲି ମୁଁ କ’ଣ କହି ନ ଥିଲି?”
41
ସେମାନେ ପଥରଯିକୁ ଘୁଞ୍ଚାଇ ଦେବା ପରେ ଯୀଶୁ ଊଦ୍ଧ୍ୱର୍ମୁଖ ହୋଇ ପ୍ରାର୍ଥନା କଲେ, “ପିତା- ତୁମେ ମୋ’ କଥା ଶୁଣୁଛ, ଏଥିପାଇଁ ଧନ୍ୟବାଦ ଦେଉଛି।
42
ମୁଁ ଜାଣେ, ତୁମେ ସବୁବେଳେ ମୋ’ କଥା ଶୁଣିଥାଅ। କିନ୍ତୁ ତୁମେ ଯେ ମୋତେ ପଠାଇଛ, ଏଥିରେ ସେମାନଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ମୁଁ ଏହା କହୁଛି।”
43
ଏତିକି କହି ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ: “ଲାଜାର, ବାହାରି ଆସ”!
44
ସଙ୍ଗେ ସଙ୍ଗେ ଲାଜାର ଉଠି ଆସିଲା। ତା’ର ଗୋଡ଼ ହାତ କବର ଲୁଗାରେ ଗୁଡ଼ା ହୋଇଥିଲା ଓ ମୁହଁ ମଧ୍ୟ ଲୁଗାରେ ଘୋଡ଼ାଇ ଦିଆଯାଇଥିଲା। ଯୀଶୁ କହିଲେ, “ତାକୁ ଖୋଲି ଦେଇ ଯିବାକୁ ଦିଅ।”
45
ମରିୟମଙ୍କୁ ଦେଖିବା ପାଇଁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କର ଏ କାର୍ଯ୍ୟ ଦେଖି ତାଙ୍କଠାରେ ବିଶ୍ୱାସ କଲେ।
46
କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଫାରୁଶୀମାନଙ୍କ ନିକଟକୁ ଯାଇ ଯୀଶୁ କରିଥିବା ଏହି କାର୍ଯ୍ୟର ବିବରଣୀ ଦେଲେ।
47
ଏହା ଶୁଣି ଫାରୁଶୀ ଓ ମୁଖ୍ୟ ଯାଜକମାନେ ମହାସଭାର ସଦସ୍ୟମାନଙ୍କୁ ଭେଟି କହିଲେ, “ଆମେ କ’ଣ କିରବା? ଦେଖ, ଏ ଲୋକଟା କେତେ କେତେ ଆଶ୍ଚର୍ଯ୍ୟ କର୍ମ କରି ଯାଉଛି।
48
ଏହିପରି କାମ ସବୁ କରିବା ପାଇଁ ତାକୁ ଯଦି ଛାଡ଼ିଦେବା, ସମସ୍ତେ ତା’ଠାରେ ବିଶ୍ୱାସ କରିବେ। ତା’ ହେଲେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ ଜାତିକୁ ଧ୍ୱଂସ କରି ଦେବେ।”
49
ସେମାନଙ୍କ ମଧ୍ୟରୁ ସେହି ବର୍ଷ ପାଇଁ ମନୋନୀତ ହୋଇଥିବା ପ୍ରଧାନ ଯାଜକ କୟାଫା କହିଲେ, “ତୁମେମାନେ କେଡ଼େ ନିର୍ବୋଧ!
50
ତୁମେ କ’ଣ ବୁଝିପାରୁ ନାହଁ, ସମଗ୍ର ଜାତି ବିନଷ୍ଟ ହେବା ଅପେକ୍ଷା ଜଣେ ଲୋକ ବରଂ ମରିବା ଉଚିତ।”
51
ବାସ୍ତବିକ କୟାଫା ନିଜ ମନରୁ ଏହା କହି ନ ଥିଲେ। କିନ୍ତୁ ସେ ସେହି ବର୍ଷର ପ୍ରଧାନ ଯାଜକ ହୋଇଥିବାରୁ, ଏହି ଭବିଷ୍ୟତ୍ ବାଣୀ ତାଙ୍କ ମୁଖରୁ ନିସୃତ ହୋଇଥିଲା। ସେ ସୂଚାଇ ଦେଇଥିଲେ ଯେ ସମଗ୍ର ଇହୁଦୀ ଜାତିକୁ ତଥା
52
ଛିନ୍ନଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ।
53
ସେହି ଦିନଠାରୁ ଇହୁଦୀ କର୍ତ୍ତୃପକ୍ଷମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ କଲେ।
54
ସେଥିପାଇଁ ଯୀଶୁ ଇହୁଦୀମାନଙ୍କ ମଧ୍ୟରେ ଆଉ ପ୍ରକାଶ୍ୟେର ଯାତାୟାତ କଲେ ନାହିଁ ଏବଂ ମରୁଭୂମି ନିକଟରେ ଥିବା ଇଫ୍ରୟିମ ନାମକ ଗୋଟିଏ ସହରକୁ ଯାଇ ସେଠାରେ ଶିଷ୍ୟମାନଙ୍କ ସହିତ ଅବସ୍ଥାନ କଲେ।
55
ସେତେବେଳେ ଇହୁଦୀମାନଙ୍କର “ନିସ୍ତାର” ପର୍ବ ନିକଟ ହୋଇ ଆସିଥିଲା ଏବଂ ସେହି ପର୍ବ ଆଗରୁ ନିଜ ନିଜକୁ ଶୁଚି କରିବା ପାଇଁ ଗ୍ରାମାଞ୍ଚଳରୁ ଅନେକ ଲୋକ ଯିରୂଶାଲମରେ ଏକତ୍ର ହେଲେ।
56
ସେମାନେ ଯୀଶୁଙ୍କୁ ଖୋଜିବାକୁ ଲାଗିଲେ ଏବଂ କୁହାକୁହି ହେଲେ, “ସେ ବୋଧହୁଏ ଏହି ପର୍ବକୁ ଆସିବେ ନାହିଁ। କ’ଣ କହୁଛ?”
57
ପ୍ରଧାନ ଯାଜକ ଓ ଫାରୁଶୀମାନେ ଆଦେଶ ଜାରି କରିଥିଲେ ଯେ ଯଦି କେହି ଯୀଶୁ କେଉଁଠାରେ ଅଛନ୍ତି ଜାଣିଥାଏ, ତେବେ ଏ ଖବର ଶୀଘ୍ର କର୍ତ୍ତୃପକ୍ଷମାନଙ୍କୁ ଜଣାଇ ଦେବେ। ତା’ହେଲେ ସେମାନେ ଯୀଶୁଙ୍କୁ ଗିରଫ କରିବେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21