bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 1
Judges 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 2 →
1
ଯିହୁଦା କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଯିହୋଶୂୟଙ୍କର ମୃତ୍ୟୁପରେ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ସେମାନେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ?”
2
ସଦାପ୍ରଭୁ ଇସ୍ରାଏଲୀୟଙ୍କୁ କହିଲେ, “ସର୍ବପ୍ରଥମେ ଯିହୁଦାର ପରିବାରବର୍ଗ ଯିବେ। ମୁଁ ସେମାନଙ୍କୁ ସେହି ଭୂମି ଦେବାକୁ ଅନୁମତି ଦେବି।”
3
ଯିହୁଦାର ପରିବାରବର୍ଗ ସେମାନଙ୍କର ଭାଇମାନେ ଶିମିୟୋନର ପରିବାରବର୍ଗକୁ ସାହାଯ୍ୟ ମାଗିଲେ। ଯିହୁଦା ଲୋକମାନେ କହିଲେ, “ଭାଇମାନେ, ସଦାପ୍ରଭୁ ଆମ୍ଭକୁ କିଛି ଭୂମି ଦେବାକୁ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାଯ୍ୟ କରିବୁ।”ଶିମିୟୋନର ଲୋକମାନେ ସେମାନଙ୍କର ଭୂମି ପାଇଁ ସେମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ରାଜି ହେଲେ।
4
ତା’ପରେ ଯିହୁଦାର ଲୋକମାନେ ଆକ୍ରମଣ କରିବାକୁ ଗଲେ। କିଣାନୀୟ ଓ ପିରିଷୀୟମାନଙ୍କୁ ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ଯିହୁଦାର ଲୋକମାନେ 10,000 ଲୋକଙ୍କୁ ବେଷକରେ ହତ୍ୟା କଲେ।
5
ଯିହୁଦାର ଲୋକମାନେ ବେଷକର ଶାସକଙ୍କୁ ବେଷକ ସହରରେ ପାଇଲେ ଏବଂ ତାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସେମାନେ କିଣାନୀୟ ଏବଂ ପିରିଷୀୟଙ୍କୁ ପରାସ୍ତ କଲେ।
6
ବେଷକର ଶାସକ ଖସି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯିହୁଦାର ଲୋକମାନେ ତାଙ୍କୁ ଗୋଡ଼େଇଲେ ଏବଂ ତାଙ୍କୁ ଧରି ଥିଲେ। ଯେତେବେଳେ ସେମାନେ ତାଙ୍କୁ ଧରିଲେ, ସେମାନେ ତାଙ୍କର ବୁଢ଼ା ଅଙ୍ଗୁଳିକୁ ଏବଂ ପାଦର ବୁଢ଼ା ଅଙ୍ଗୁଳିକୁ କାଟି ନେଇଥିଲେ।
7
ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷକ୍କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା।
8
ଯିହୁଦାର ଲୋକମାନେ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ଯିହୁଦାର ଲୋକମାନେ ସେମାନଙ୍କୁ ଖଣ୍ତା ଦ୍ୱାରା ହତ୍ୟା କଲେ ଓ ସହରକୁ ପୋଡ଼ି ଦେଲେ ।
9
ଏହା ପରେ ଯିହୁଦାର ଲୋକମାନେ କିଣାନୀୟ ବିରୁଦ୍ଧରେ ଯୁଦ୍ଧ କଲେ, ଯେଉଁମାନେ ପର୍ବତମୟ ଦେଶରେ ନେଗେଭରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।
10
ଏହା ପରେ ଯିହୁଦାର ଲୋକମାନେ କିଣାନୀୟମାନଙ୍କ ସହିତ ଯୁଦ୍ଧ କଲେ, ଯେଉଁମାନେ ହିବ୍ରୋଣ ସହରରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିୟଥ ଅର୍ବ ଯିହୁଦାର ଲୋକମାନେ ଶେଶୟ, ଅହୀମାନ ଓ ତନ୍ମୟକୁ ପରାସ୍ତ କଲେ।
11
କାଲେବ୍ ଓ ତାଙ୍କର କନ୍ୟା ଯିହୁଦାର ଲୋକମାନେ ସେ ସ୍ଥାନକୁ ପରିତ୍ୟାଗ କଲେ। ସେମାନେ ଦବୀର ସହର ଅଭିମୁଖେ ସେମାନଙ୍କର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଅତୀତ କାଳରେ ଦବୀର ନାମ ଥିଲା କିରିୟଥ ସେଫର।
12
ଯିହୁଦାର ଲୋକମାନେ ଯୁଦ୍ଧ ଆରମ୍ଭ କଲା ପୂର୍ବରୁ, କାଲେବ୍ ସେମାନଙ୍କୁ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲେବ କହିଲା, “ମୁଁ କିରିୟଥ ସେଫର ବିରୁଦ୍ଧରେ ଯୁଦ୍ଧ କରିବାକୁ ଗ୍ଭହେଁ। ଯେଉଁ ଲୋକ ସେ ସହରକୁ ପରାସ୍ତ କରିବ, ମୁଁ ତା’ ସହିତ ମୋର କନ୍ୟା ଅକ୍ଷାରକୁ ବିବାହ ଦେବି।”
13
କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନ୍ସର। କନ୍ସରର ପୁତ୍ର ଅତ୍ନୀୟେଲ। ଅତ୍ନୀୟେଲ କରିୟଥ-ସେଫରର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକୁ ବିବାହ ଦେଲେ।
14
ତାଙ୍କର ସ୍ୱାମୀ ଅତ୍ନୀୟେଲଙ୍କୁ ସଙ୍ଗରେ ଯିବା ସମୟରେ, ଅକ୍ଷାର ତାଙ୍କ ପିତାକୁ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକୁ, ତାଙ୍କୁ ଉପଦେଶ ଦେଲେ। ଯେତେବେଳେ ସେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ, କାଲେବ୍ ତାଙ୍କୁ ପଗ୍ଭରିଲେ, “ଭୁଲ୍ କ’ଣ?”
15
ଅକ୍ଷାର କାଲେବଙ୍କୁ କହିଲେ, “ମୋତେ ଆଶୀର୍ବାଦ କର। ଆପଣ ମୋତେ ଦକ୍ଷିଣରେ ଭୂମି ଦେଇଛନ୍ତି, ଯାହାକି ଶୁଷ୍କ, ମୋତେ କିଛି ଜଳ ନିର୍ଝର ଭୂମି ଦିଅନ୍ତୁ।” ଏହା ପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସେହି ଭୂମି ତାଙ୍କୁ ଦେଲେ।
16
କିଣାନୀୟମାନେ ଖଜୁରୀପୁରସ୍ଥର ସହର ଯିରୀହୋକୁ ପରିତ୍ୟାଗ କଲେ ଏବଂ ଯିହୁଦାର ଲୋକମାନଙ୍କ ସହିତ ଯିହୁଦାର ମରୁଅଞ୍ଚଳରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କେନୀୟ ଲୋକମାନେ ମୋଶାଙ୍କର ଶ୍ୱଶୁର ଘର ପରିବାରରୁ ଥିଲେ।
17
ଯିହୁଦା ଓ ତାଙ୍କର ଭାଇମାନେ ମିଶି ଶିମିୟୋନ ପରିବାରବର୍ଗ ସହିତ ଗଲେ, ସେମାନେ ସଫାତ୍ ବାସୀ କିଣାନୀୟମାନଙ୍କୁ ଆଘାତ କରି ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଏବଂ ସେହି ନଗରର ନାମ ହେଲା ହର୍ମା।
18
ଯିହୁଦାର ଲୋକମାନେ ଘସା ସହର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ସହର ଅଧିକାର କଲେ। ସେମାନେ ଅସ୍କିଲୋନ୍ ସହରଗୁଡ଼ିକ ଓ ଇକ୍ରୋଣ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଅଧିକାର କଲେ।
19
ଯିହୁଦାର ଲୋକମାନେ ଯେତେବେଳେ ଯୁଦ୍ଧ କରୁଥିଲେ, ସେତେବେଳେ ସଦାପ୍ରଭୁ ସେମାନଙ୍କର ପକ୍ଷରେ ଥିଲେ। ସଦାପ୍ରଭୁ ପର୍ବତମୟ ଦେଶକୁ ସେମାନଙ୍କର ଅଧିକାରକୁ ଆଣିଲେ। କିନ୍ତୁ ଯିହୁଦାର ଲୋକମାନେ ତଳଭୂମିଗୁଡ଼ିକୁ ସେମାନଙ୍କର ଅଧୀନକୁ ଆଣିପାରି ନ ଥିଲେ। କାରଣ ସେଠାରେ ଯେଉଁ ଲୋକମାନେ ବାସ କରୁଥିଲେ, ସେମାନେ ଲୌହ ନିର୍ମିତ ରଥ ବ୍ୟବହାର କରୁଥିଲେ।
20
କାଲେବ୍କୁ ହିବ୍ରୋଣକୁ ନେବା ପାଇଁ ମୋଶା ପ୍ରତିଜ୍ଞା କରିଥିଲେ, ତେଣୁ ସେହି ଭୂମି କାଲେବ୍କୁ ଦିଆଗଲା। କାଲେବ୍ର ଲୋକମାନେ ବଳାତ୍କାର କରି ଅନାକର ତିନି ପୁତ୍ରକୁ ସେଠାରୁ ତଡ଼ି ଦେଲେ।
21
ବିନ୍ୟାମୀନର ପରିବାରବର୍ଗମାନେ ଯିରୁଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଆଜିଯାଏ ମଧ୍ୟ ବିନ୍ୟାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।
22
ଯୋଷେଫଙ୍କ ଲୋକମାନେ ବୈଥେଲ୍ ଅଧିକାର କଲେ ଯୋଷେଫଙ୍କର ପରିବାରବର୍ଗ ବୈଥେଲ୍ର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅତୀତରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷେଫଙ୍କର ପରିବାରବର୍ଗଙ୍କ ପଟରେ ଥିଲେ। ଯୋଷେଫଙ୍କର ପରିବାରବର୍ଗ କିଛି ଅନୁଚରଗଣଙ୍କୁ ବୈଥେଲ୍କୁ ପଠାଇଲେ।
24
ଯେତେବେଳେ ଅନୁଚରମାନେ ଦେଖିଲେ କେହି ଜଣେ ନଗରରୁ ବାହାରକୁ ଆସୁଛି ସେହି ଅନୁଚରମାନେ ସେହି ଲୋକକୁ କହିଲେ, “ଆମ୍ଭମାନଙ୍କୁ ଗୁପ୍ତ ପଥ ଦେଖାନ୍ତୁ ଯେଉଁ ବାଟ ଦେଇ ଆମ୍ଭେ ସହରକୁ ଆକ୍ରମଣ କରିବୁ। ଯଦି ତୁମ୍ଭେ ଆମ୍ଭକୁ ସାହାଯ୍ୟ କର, ତେବେ ଆମ୍ଭେମାନେ ତୁମ୍ଭକୁ ମାରିବୁ ନାହିଁ।”
25
ସେହି ବ୍ୟକ୍ତିଜଣକ ଅନୁଚରମାନଙ୍କୁ ସହରର ଗୁପ୍ତପଥ ଦେଖାଇ ଥିଲେ। ଯୋଷେଫଙ୍କର ପରିବାରବର୍ଗ ଖଣ୍ଡାରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେହି ଲୋକଙ୍କୁ ମାରି ନ ଥିଲେ ଯିଏ ସେମାନଙ୍କୁ ଗୁପ୍ତପଥ ଦେଖାଇଥିଲେ। ସେମାନେ ତାଙ୍କୁ ଓ ତାହାର ପରିବାରବର୍ଗକୁ ସ୍ୱାଧୀନ ଭାବରେ ଯିବାକୁ ଅନୁମତି ଦେଲେ।
26
ସେହି ଲୋକ, ହିତ୍ତୀୟମାନେ ବାସ କରୁଥିବା ସ୍ଥାନକୁ ଗଲେ ଏବଂ ଏମିତିକି ଆଜି ସେହି ସହର ଲୂସ୍ ନାମରେ ପରିଚିତ।
27
ଅନ୍ୟ ପରିବାରବର୍ଗମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ କିଣାନୀୟ ବୈଥ୍ସାନ୍ର ସହରଗୁଡ଼ିକରେ, ତାନକ, ଦୋରା, ଯିବ୍ଲିୟିମ, ମଗିଦ୍ଦୋ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱରେ ଅଧିକ ଛୋଟ ସହରମାନଙ୍କରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସେହି ସହରରୁ ସେହି ଲୋକମାନଙ୍କୁ ତଡ଼ିବାକୁ ସକ୍ଷମ ହେଲେ ନାହିଁ। ତେଣୁ ସେଠାରେ କିଣାନୀୟମାନେ ବାସ କଲେ।
28
ଏହା ପରେ ଇସ୍ରାଏଲର ଲୋକମାନେ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ସେମାନଙ୍କର କ୍ରୀତଦାସ କରିବା ପାଇଁ ସେମାନେ କିଣାନୀୟମାନଙ୍କୁ ବାଧ୍ୟ କଲେ। କିନ୍ତୁ କିଣାନୀୟମାନଙ୍କୁ ତଡ଼ିଦେବାକୁ ସେମାନେ ସକ୍ଷମ ହୋଇ ନ ଥିଲେ।
29
ଇଫ୍ରୟିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗେଷର୍ରେ କିଣାନୀୟ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରୟିମ କିଣାନୀୟ ଲୋକମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଇଫ୍ରୟିମ କିଣାନୀୟମାନଙ୍କ ସହିତ ମିଶି ରହିବାକୁ ଲାଗିଲେ।
30
ଠିକ୍ ସେହିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତେକ କିଣାନୀୟ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସେମାନଙ୍କୁ ତଡ଼ି ଦେଇ ନ ଥିଲେ। ସେହି କିଣାନୀୟ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସେମାନଙ୍କୁ କ୍ରୀତଦାସ ଭାବରେ ଖଟାଇଲେ।
31
ଆଶେର ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶେର ପରିବାରବର୍ଗର ଲୋକମାନେ ଯେଉଁମାନେ ସେମାନଙ୍କ ସହିତ ଅକ୍କୋନିବାସୀ, ସୀଦୋନ୍, ଅହଲବ୍, ଅକଷୀବ, ହିଲବା, ଅଫିକ୍ ଓ ରୋହବରୁ ବସବାସ କରୁଥିଲେ, ସେହି ଲୋକମାନଙ୍କୁ ବିତାଡ଼ିତ କଲେ ନାହିଁ।
32
ଆଶେରୀୟ ଲୋକମାନେ କିଣାନୀୟକୁ ସେମାନଙ୍କର ଦେଶରୁ ତଡ଼ି ଦେଇ ନ ଥିଲେ। ତେଣୁ କିଣାନୀୟ ଲୋକମାନେ ଆଶେରୀୟମାନଙ୍କ ସହିତ ନିରନ୍ତର ମିଶି ରହୁଥିଲେ।
33
ନପ୍ତାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନପ୍ତାଲି ଲୋକମାନେ ବୈଥ୍ଶେମଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡ଼ିଦେଇ ନ ଥିଲେ। ତେଣୁ ନପ୍ତାଲିର ଲୋକମାନେ ସେହି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀୟମାନେ ନପ୍ତାଲି ଲୋକମାନଙ୍କର କ୍ରୀତଦାସ ରୂପେ କାର୍ଯ୍ୟ କଲେ।
34
ଇମୋରୀୟମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ। ସେମାନଙ୍କୁ ତଳଭୂମିକୁ ଆସିବାକୁ ଦେଲେ ନାହିଁ।
35
ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷେଫଙ୍କର ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସେମାନେ କ୍ରୀତଦାସ ହୋଇ ରହିଲେ।
36
ଇମୋରୀୟ ଲୋକମାନଙ୍କର ଭୂମିର ସୀମା ଅକ୍ରବ୍ବୀମ ଘାଟି ଶୈଳଠାରୁ ଏବଂ ପର୍ବତ ଦେଶ ଶିଳା ସୀମା ମଧ୍ୟରେ ଥିଲା।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21