bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 16
Judges 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 17 →
1
ଶାମ୍ଶୋନ୍ ଘସା ନଗରକୁ ଗଲେ ଦିନେ ଶାମ୍ଶୋନ୍ ଘସାରେ ଥିବା ଏକ ବେଶ୍ୟା ପାଖକୁ ଗଲେ। ସେ ତା’ର ସହିତ ରାତ୍ରିଯାପନ କରିବା ପାଇଁ ସେଠାକୁ ଯାଇଥିଲେ।
2
କେହି ଜଣେ ଘସୀୟ ଲୋକମାନଙ୍କୁ କହିଲେ ଯେ, “ଶାମ୍ଶୋନ୍ ସେହି ସ୍ଥାନକୁ ଯାଇଥିଲେ।” ସେମାନେ ଶାମ୍ଶୋନଙ୍କୁ ହତ୍ୟା କରିବାକୁ ଗ୍ଭହିଁଲେ। ତେଣୁ ସେମାନେ ସେ ସହରକୁ ଘେରି ଗଲେ। ସେମାନେ ରାତ୍ରି ତମାମ ଚୁପ୍ଗ୍ଭପ୍ ନଗର ଫାଟକ ନିକଟରେ ଲୁଚି ରହିଲେ। ସେମାନେ ପରସ୍ପର କୁହାକୁହି ହେଲେ, “ସକାଳ ହେଲେ ଆମେ ଶାମ୍ଶୋନଙ୍କୁ ହତ୍ୟା କରିବା।”
3
କିନ୍ତୁ ଶାମ୍ଶୋନ୍ ସେ ବେଶ୍ୟା ପାଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ ଓ ମଧ୍ୟରାତ୍ରିରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସେଗୁଡ଼ିକୁ କାନ୍ଥରୁ ଓ ଦୁଇ ବାଜୁବନ୍ଧରୁ ଉପାଡ଼ି ପକାଇଲେ। ସେ ଫାଟକର ଦୁଇଟି ଖମ୍ବକୁ ତା’ର ବାଜୁବନ୍ଧକୁ ହିବ୍ରୋଣ ପର୍ବତ ପାଖକୁ ନେଇଗଲେ।
4
ଶାମ୍ଶୋନ୍ ଓ ଦଲୀଲା ଏହା ପରେ ଶାମ୍ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀଲୋକର ପ୍ରେମରେ ପଡ଼ିଗଲେ। ଯେ କି ଥିଲା ସୋରେକ୍ ଉପତ୍ୟକାର ଜଣେ ସ୍ତ୍ରୀଲୋକ।
5
ତେଣୁ ପଲେଷ୍ଟୀୟ ନେତୃବର୍ଗମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, “ଆମ୍ଭେ ଜାଣିବାକୁ ଗ୍ଭହୁଁ ସେ କେଉଁଠାରୁ ବଳ ପାଉଛି, ତୁମ୍ଭେ ଚତୁରତାର ସହ ତାଙ୍କ ପାଖରୁ ଏହି ଗୁପ୍ତ ରହସ୍ୟ ଆଦାୟ କର। ଆମ୍ଭେ ଜାଣିବାକୁ ଗ୍ଭହୁଁ, ତାକୁ କିପରି କାବୁ କରି ହେବ। ଯାହାଫଳରେ ଆମ୍ଭେ ଯେକୌଣସି ପ୍ରକାରେ ବନ୍ଦୀ କରି ପାରିବୁ। ଯଦି ତୁମ୍ଭେ ଏହା କରି ପାରିବ ତେବେ ତୁମ୍ଭକୁ ଆମ୍ଭେ ପ୍ରତ୍ୟେକ 1100 ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ।”
6
ତେଣୁ ଦଲୀଲା ଶାମ୍ଶୋନଙ୍କୁ କହିଲା, “ଦୟାକରି କୁହ କିଏ ତୁମ୍ଭକୁ ଶକ୍ତିଶାଳୀ କରୁଛି, କିପରି ଭାବରେ ଜଣେ ବ୍ୟକ୍ତି ତୁମ୍ଭକୁ ବାନ୍ଧି ପାରିବ?”
7
ଶାମ୍ଶୋନ୍ ଉତ୍ତର ଦେଇ କହିଲେ, “ଯାହା କେବେ ଶୁଷ୍କ ହୋଇ ନାହିଁ। ଏପରି ସାତୋଟା କଞ୍ଚାତନ୍ତୁରେ ଯେବେ ସେମାନେ ମୋତେ ବାନ୍ଧିବେ। ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକପରି ହୋଇ ଯିବି।”
8
ଏହା ପରେ ପଲେଷ୍ଟୀୟ ଅଧିପତିମାନେ ଅଶୁଷ୍କ ସାତୋଟା କଞ୍ଚାତନ୍ତ ଆଣି ସେହି ସ୍ତ୍ରୀଲୋକଟିକୁ ଦେଲେ। ସେଥିରେ ସେ ଶାମ୍ଶୋନଙ୍କୁ ବାନ୍ଧିଲା।
9
ସେ ସମୟରେ କେତେକ ଲୋକ ପରବର୍ତ୍ତୀ କୋଠରୀରେ ଲୁଚି ରହିଲେ। ତେଣୁ ସେ ସେମାନଙ୍କୁ କହିଲା, “ଶାମ୍ଶୋନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତୁମ୍ଭ ପାଖକୁ ଆସିଛନ୍ତି!” କିନ୍ତୁ ଶାମ୍ଶୋନ୍ ଅନାୟାସରେ ଧନୁର ଗୁଣକୁ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡ଼ି ପରି ଛିଣ୍ତିଗଲା। ଏହିପରି ସେମାନେ ତାଙ୍କର ବଳର ଗୁପ୍ତ ରହସ୍ୟ ଜାଣି ପାରିଲେ ନାହିଁ।
10
ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ତୁମ୍ଭେ ମୋତେ ବୋକା ବନେଇଲ ଓ ମିଥ୍ୟା କହିଲ। ଏବେ ତୁମ୍ଭେ କେଉଁଥିରେ ବନ୍ଧାଯାଇପାର କୁହ।”
11
ତହିଁରେ ସେ ତାକୁ କହିଲେ, “ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ। ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକଙ୍କ ପରି ହୋଇଯିବି।”
12
ତେଣୁ ଦଲୀଲା ନୂତନ ରଜ୍ଜୁ ନେଇ ତାହାଙ୍କୁ ବାନ୍ଧିଲା। ସେତେବେଳେ ଅକ୍ତିଆର କରିବାକୁ ଉତ୍କଣ୍ଠିତ ଲୋକମାନେ ପରବର୍ତ୍ତୀ କୋଠରୀରେ ଲୁଚି ରହିଥିଲେ। ତା’ପରେ ସେ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” କିନ୍ତୁ ସେ ଖଣ୍ଡେ ସୂତାପରି ନିଜର ବାହୁ ଉପରେ ଥିବା ରଜ୍ଜୁ ସବୁକୁ ଛିଣ୍ତାଇ ପକାଇଲେ।
13
ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲେ, “ତୁମ୍ଭେ ପୁନର୍ବାର ମୋତେ ନିର୍ବୋଧ ବନେଇଲ ଓ ମିଛ କହିଲ! ତୁମ୍ଭେ କାହିଁରେ ବନ୍ଧାଯାଇପାର, ମୋତେ କୁହ।” ତହିଁରେ ସେ ତାକୁ କହିଲେ, “ଯେବେ ତୁମ୍ଭେ ବୁଣା ଯାଉଥିବା ସୂତାରେ ମୋର ମସ୍ତକର ସାତ ବେଣୀ ବୁଣିବ ଏବଂ ଏହାକୁ ଏକ ଖିଲରେ ଜୋର୍ରେ ବାନ୍ଧିବ, ତେବେ ମୁଁ ସାଧାରଣ ମଣିଷପରି ଦୁର୍ବଳ ହୋଇଯିବି।”
14
ଶାମ୍ଶୋନ୍ ଶୋଇଥିବା ବେଳେ ସେ ତାଙ୍କର ବାଳକୁ ଗୋଟିଏ ସୂତା ବାହାର କରି ସାତୋଟି ବେଣୀ କଲା ଏବଂ ଗୋଟିଏ ତମ୍ବୁ ଖିଲରେ ବାନ୍ଧି ଦେଲା ଏବଂ ତା’ପରେ ସେ ତାଙ୍କୁ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” ତେଣୁ ସେ ଖିଲକୁ, ସୂତାକୁ ଓ ତନ୍ତୁକୁ ଉପାଡ଼ି ପକାଇଲେ।
15
ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ତୁମ୍ଭେ ପୁଣି ଥରେ ମୋତେ ମିଛ କହିଲ, ତୁମ୍ଭେ କିପରି କହି ପାରୁଛ, ‘ମୁଁ ତୁମ୍ଭକୁ ଭଲ ପାଏ,’ ଯେହେତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ? ତୁମ୍ଭର ମହାବଳ କେଉଁଥିରେ ଅଛି ମୋତେ କହି ନାହଁ। ତୁମ୍ଭେ ମୋତେ ତିନିଥରଯାକ ବୋକା ବନାଇଲ।”
16
ଦିନପରେ ଦିନ ସେ ଶାମ୍ଶୋନଙ୍କୁ ଏତେ ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ଣା ହୋଇଗଲେ ଯେ, ନିଜେ ମରିଗଲେ ବୋଲି ସେ ଅନୁଭବ କଲେ।
17
ଶେଷରେ ଶାମ୍ଶୋନ୍ ସମସ୍ତ ଗୁପ୍ତକଥା ତାକୁ ଜଣାଇଲେ। ସେ ତାକୁ କହିଲେ, “ମୁଁ ଜନ୍ମ ପୂର୍ବରୁ ସଦାପ୍ରଭୁଙ୍କୁ ସମର୍ପଣ ହୋଇଥିଲି। ମୁଁ ମୋର ବାଳ କେବେ କାଟି ନ ଥିଲି। ଯଦି କୌଣସି ଲୋକ ମୋର ମୁଣ୍ଡର ବାଳ କାଟି ସଫା କରିଦିଏ, ତେବେ ମୁଁ ମୋର ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହୋଇଯିବି।”
18
ଦଲୀଲା ଦେଖିଲା ଶାମ୍ଶୋନ୍ ତାକୁ ସମସ୍ତ ଗୁପ୍ତ କଥା ଜଣାଇ ଦେଲେ। ତେଣୁ ସେ ପଲେଷ୍ଟୀୟ ନେତୃବର୍ଗମାନଙ୍କୁ ଜଣାଇ ଦେଲା। ସେ କହିଲା, “ଏହି ଥର ଆସ, କାରଣ ଶାମ୍ଶୋନ୍ ମୋତେ ତାଙ୍କର ସମସ୍ତ ରହସ୍ୟ କହିଦେଇଛନ୍ତି।” ତେଣୁ ନେତୃବର୍ଗ ଦଲୀଲା ନିକଟକୁ ଆସିଲେ ଏବଂ ମୁଦ୍ରା ଆଣିଲେ।
19
ଦଲୀଲା ତାଙ୍କୁ ନିଜର କୋଳରେ ଶୁଆଇ ଦେଲା ଏବଂ ତା’ପରେ ତାଙ୍କର ସାତୋଟି ବେଣୀକୁ କ୍ଷୌର କରିବା ପାଇଁ, ଭିତରେ ଥିବା ଲୋକଟିକୁ ସେ ଡାକିଲା। ତା’ପରେ ଆଉ ଜଣେ ଲୋକ ଡକାଇ ତା’ର ମୁଣ୍ଡରୁ ସାତବେଣୀ କଟାଇଲା। ଏହିପରି ସେ ଶାମ୍ଶୋନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଓ ଶାମ୍ଶୋନ୍ର ସାମର୍ଥ୍ୟ ଗ୍ଭଲିଗଲା।
20
ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ପାଇଁ ଆସିଛନ୍ତି।” ସେ ଉଠିଲା ଏବଂ ଚିନ୍ତା କଲା, “ମୁଁ ନିଜକୁ ମୁକ୍ତ କରିବି ଓ ପୂର୍ବଥର ପରି ତାଙ୍କ ପାଖରୁ ଖସି ପଳାଇବି।” କିନ୍ତୁ ଶାମ୍ଶୋନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରୁ ଦୂରେଇ ଯାଇଥିଲେ।
21
ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଅକ୍ତିଆର କଲେ। ସେମାନେ ତାଙ୍କର ଆଖିକୁ ଉପାଡ଼ି ଦେଲେ। ପୁଣି ତାଙ୍କୁ ଘସାକୁ ଆଣି ପିତ୍ତଳ ବେଢ଼ିରେ ବାନ୍ଧିଲେ। ଆଉ ସେ କାରାଗାରରେ ଚକି ପେଶିଲେ।
22
କିନ୍ତୁ ଶାମ୍ଶୋନଙ୍କର ବାଳ ପୁନର୍ବାର ବଢ଼ିବାକୁ ଲାଗିଲା।
23
ପଲେଷ୍ଟୀୟମାନେ ଏକତ୍ରିତ ହୋଇ ଜୟଲାଭ ଉତ୍ସବ ପାଳନ କଲେ। ସେମାନେ ସେମାନଙ୍କର ଦାଗୋନ୍ ଦେବତା ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କଲେ। ସେମାନେ କହିଲେ, “ଶାମ୍ଶୋନଙ୍କୁ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦେବତା ଆମ୍ଭମାନଙ୍କୁ ସାହାଯ୍ୟ କଲେ। ଯେ କି ଆମ୍ଭର ଶତ୍ରୁ ଥିଲା।”
24
ଯେତେବେଳେ ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଦେଖିଲେ ସେମାନେ ତାଙ୍କର ଦେବତାର ପ୍ରଶଂସା ଗାନ କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କୁ ଆମ୍ଭର ଶତ୍ରୁକୁ ଅକ୍ତିଆର କରିବାରେ ସାହାଯ୍ୟ କଲେ। ଏହି ଲୋକ ଆମ୍ଭର ଦେଶକୁ ଧ୍ୱଂସ କରିଥିଲା। ଏହି ଲୋକ ଆମ୍ଭର ଅନେକ ଲୋକମାନଙ୍କୁ ହତ୍ୟା କରିଥିଲା।”
25
ଅତି ଆନନ୍ଦିତ ହୋଇ ସେମାନେ କହିଲେ, “ଶାମ୍ଶୋନଙ୍କୁ ତା’ର କୋଠରୀରୁ ଆଣ, ସେ ଆମ୍ଭମାନଙ୍କ ସମ୍ମୁଖରେ କୌତୁକ କରିବ।” ତେଣୁ ସେମାନେ ଶାମ୍ଶୋନଙ୍କୁ ଗାରାଗାରରୁ ବାହାରକୁ ଆଣିଲେ। ସେ ସେମାନଙ୍କ ଆଗରେ କୌତୁକ କଲେ ଓ ସେମାନେ ତା’ର ପରିହାସ କଲେ। ଆଉ ସେମାନେ ତାକୁ ଦାଗୋନ୍ ମନ୍ଦିରର ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ।
26
ଜଣେ ସେବକ ଶାମ୍ଶୋନ୍ର ହାତ ଧରିଥିଲା। ଶାମ୍ଶୋନ୍ ସେବକଙ୍କୁ କହିଲେ, “ମୋତେ ତୁମ୍ଭେ ମନ୍ଦିରର ମଝିଖୁଣ୍ଟି ନିକଟରେ ଛାଡ଼ ମୁଁ ସେହି ମନ୍ଦିରକୁ ଧରିଥିବା ସ୍ତମ୍ଭକୁ ଅନୁଭବ କରି ପାରିବି, ମୁଁ ସେଗୁଡ଼ିକ ଉପରେ ଆଉଜିବି।”
27
ସେହି ମନ୍ଦିର ନରନାରୀମାନଙ୍କ ସହିତ ଭରପୁର ଥିଲା। ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସେଠାରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାୟ ନରନାରୀ ତିନି ହଜାର ଛିଡ଼ା ହୋଇଗଲେ। ସେମାନେ ଶାମ୍ଶୋନଙ୍କୁ ଉପହାସ କରୁଥିଲେ।
28
ଏହା ପରେ ଶାମ୍ଶୋନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ! ମୋତେ ଭୁଲି ଯାଅ ନାହିଁ। ପ୍ରଭୁ, ଦୟାକରି ମୋତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳରେ ମୁଁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦେଇ ପାରିବି ଏବଂ ଏକ ମୁଷ୍ଟିଘାତରେ ସେମାନଙ୍କଠାରୁ ପ୍ରତିଶୋଧ ନେବି। ଯେଉଁମାନେ ମୋର ଦୁଇ ଆଖି ଉପାଡ଼ି ଦେଇଛନ୍ତି।”
29
ମନ୍ଦିର ମଧ୍ୟସ୍ଥ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭରାଥିଲା, ଶାମ୍ଶୋନ୍ ତହିଁରେ ଗୋଟିକୁ ଡାହାଣ ହାତରେ ଓ ଅନ୍ୟଟିକୁ ବାମ ହାତରେ ଧରି ତା’ଉପରେ ଆଉଜି ପଡ଼ିଲେ।
30
ପୁଣି ଶାମ୍ଶୋନ୍ କହିଲେ, “ପଲେଷ୍ଟୀୟମାନଙ୍କ ସହିତ ମୋର ପ୍ରାଣ ଯାଉ।” ଏହାକହି ସେ ସ୍ତମ୍ଭଗୁଡ଼ିକ ତାଙ୍କର ସମସ୍ତବଳ ଖଟାଇ ପେଲି ଦେଲେ। ଛାତଟି ପଡ଼ିଗଲା ଓ ସେଠାରେ ଏକତ୍ରିତ ହୋଇଥିବା ସମସ୍ତ ଲୋକ ମୃତ୍ୟୁବରଣ କଲେ। ଏହିପରି ତାଙ୍କର ଜୀବନ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅପେକ୍ଷା ତାଙ୍କର ମରଣ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଥିଲା।
31
ଏହା ପରେ ତାଙ୍କର ଭାତୃଗଣ ଓ ପିତୃଗୃହସ୍ଥ ପରିବାର ଆସିଲେ ଓ ତାଙ୍କର ମୃତ ଶରୀରକୁ ନେଇଗଲେ। ସେମାନେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନରେ କବର ଦେଲେ, ଯେଉଁଟାକି ସରିୟର ଓ ଇଷ୍ଟାୟୋଲର ମଧ୍ୟସ୍ଥାନରେ। ସେ କୋଡ଼ିଏ ବର୍ଷ ଧରି ଇସ୍ରାଏଲମାନଙ୍କର ବିଗ୍ଭରକ ଥିଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21