bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 13
Judges 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 14 →
1
ଶାମ୍ଶୋନଙ୍କର ଜନ୍ମ ପୁନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟମାନ ଇସ୍ରାଏଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତରେ ସେମାନଙ୍କୁ ଗ୍ଭଳିଶ୍ ବର୍ଷ ଯାଏ ସମର୍ପଣ କଲେ।
2
ଏହା ପରେ ସରିୟନିବାସୀ ଜଣେ ଲୋକ ଯାହାର ନାମ ଥିଲା ମାନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବନ୍ଧ୍ୟା। କାରଣ ସେ କୌଣସି ପିଲାକୁ ଜନ୍ମ ଦେବାକୁ ଅକ୍ଷମ ଥିଲା।
3
ସଦାପ୍ରଭୁ ମାନୋହର ସ୍ତ୍ରୀକୁ ପ୍ରସନ୍ନ ହେଲେ, ଏବଂ ତାଙ୍କୁ କହିଲେ, “ତୁମ୍ଭେ ଆଜି ଯାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।
4
ତୁମ୍ଭେ କଦାପି ଦ୍ରାକ୍ଷାରସ କି ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସ୍ପର୍ଶ କରିବ ନାହିଁ। କୌଣସି ଅଶୁଚି ସାମଗ୍ରୀ ଖାଇବ ନାହିଁ। ସାବଧାନ ହୁଅ।
5
କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପାଇଁ ଯାଉଛ। ତା’ର ମସ୍ତକରେ କ୍ଷୁର ଲାଗିବ ନାହିଁ। ସେ ଗର୍ଭରେ ଥିବା ସମୟରୁ ନାସରୀୟ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହୋଇଅଛି। ସେ ପଲେଷ୍ଟୀୟମାନଙ୍କ କବଳରୁ ଇସ୍ରାଏଲକୁ ଉଦ୍ଧାର କରିବ।”
6
ଏହା ପରେ ସେହି ସ୍ତ୍ରୀଲୋକଜଣକ ତା’ର ସ୍ୱାମୀକୁ କହିଲା ଯାହାସବୁ ଘଟିଗଲା। ସେ କହିଲା, “ପରମେଶ୍ୱରଙ୍କର ଜଣେ ଲୋକ ମୋ’ ନିକଟକୁ ଆସିଲେ ଯିଏ କି ପରମେଶ୍ୱରଙ୍କ ଦୂତପରି ଦେଖାଯାଉଥିଲେ। ସେ ଅତି ଭୟଙ୍କର ଦେଖାଯାଉଥିଲେ। ସେ କେଉଁଠୁ ଆସିଥିଲେ, ମୁଁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମୋତେ କହିଲେ ନାହିଁ।
7
କିନ୍ତୁ ସେ ମୋତେ କହିଲେ, ‘ତୁମ୍ଭେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତେଣୁ ତୁମ୍ଭେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ୟ ସେବନ କରିବା ଉଚିତ୍ ନୁହଁ କିମ୍ବା ଅଶୁଚି ଖାଦ୍ୟ ଖାଇବା ଉଚିତ୍ ନୁହଁ। କାରଣ ଶିଶୁଟିକୁ ପରମେଶ୍ୱରଙ୍କୁ ସମର୍ପଣ କରାଯିବ। ସେ ଜନ୍ମରୁ ମରଣ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ନାସରୀୟ ହେବ।’”
8
ଏହା ପରେ ମାନୋହ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲା, “ହେ ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, ପରମେଶ୍ୱରଙ୍କର ଲୋକଙ୍କୁ ଆମ୍ଭ ନିକଟକୁ ପୁନର୍ବାର ପଠାଅ। ଯେଉଁ ପିଲା ଜନ୍ମ ନେବ ଆମ୍ଭେ ତା’ ପାଇଁ କି କର୍ତ୍ତବ୍ୟ କରିବୁ। ସେ ଆମ୍ଭମାନଙ୍କୁ କୁହନ୍ତୁ।”
9
ପରମେଶ୍ୱର ମାନୋହର ପ୍ରାର୍ଥନା ଶୁଣିଲେ। ସେହି ସଦାପ୍ରଭୁଙ୍କର ଦୂତ ପୁନ୍ନରାୟ ସେହି ସ୍ତ୍ରୀଲୋକ ପାଖକୁ ଆସିଲେ, ସେହି ସ୍ତ୍ରୀ ଜଣକ ଯେତେବେଳେ କ୍ଷେତରେ ତାଙ୍କ ସ୍ୱାମୀଙ୍କ ବିନା ଏକା ଥିଲେ, ସେହି ସମୟରେ ଦୂତ ତାଙ୍କ ନିକଟକୁ ଆସିଲେ।
10
ତେଣୁ ସ୍ତ୍ରୀଲୋକଟି ତାଙ୍କ ସ୍ୱାମୀ ନିକଟକୁ ଶୀଘ୍ର ଦୌଡ଼ି ଗଲା ଓ କହିଲା, “ସେଦିନ ଯେଉଁ ଲୋକ ମୋ’ ନିକଟକୁ ଆସିଥିଲେ ସେ ଲୋକ ପୁନର୍ବାର ଦେଖା ଦେଲେ।”
11
ମାନୋହ ଉଠି ତାଙ୍କ ସ୍ତ୍ରୀଙ୍କ ପଛେ ପଛେ ଗଲା। ଏବଂ ମାନୋହ ତାଙ୍କୁ ପଗ୍ଭରିଲେ, “ଆପଣ କ’ଣ ସେହି ଲୋକ ଯିଏ କି ମୋ’ ସ୍ତ୍ରୀଙ୍କୁ ଆଗରୁ ଦେଖା ଦେଇଥିଲେ?” ଦୂତ ଜଣକ କହିଲେ “ହଁ, ମୁଁ?”
12
ତେଣୁ ମାନୋହ କହିଲା, “ଯେବେ ତୁମ୍ଭର ବାକ୍ୟ ପୂରଣ ହେଉଛି, ବାଳକର ଜୀବନ ପ୍ରତି କି ପ୍ରକାର କାର୍ଯ୍ୟ ପ୍ରଦର୍ଶନ ହେବ? ସେ କ’ଣ କରିବ?”
13
ସଦାପ୍ରଭୁଙ୍କର ଦୂତ ମାନୋହକୁ କହିଲେ, “ମୁଁ ଯାହା କହିଲି, ତୁମ୍ଭର ସ୍ତ୍ରୀ ସମସ୍ତ ପାଳନ କରିବା ଉଚିତ୍।
14
ସେ ଦ୍ରାକ୍ଷାରସ କିମ୍ବା କୌଣସି ମାଦକ ଦ୍ରବ୍ୟ ପାନ କରିବା ଉଚିତ୍ ନୁହଁ। ସେ କୌଣସି ଅଶୁଚି ଖାଦ୍ୟ ଭୋଜନ କରିବା ଉଚିତ୍ ନୁହଁ। ମୁଁ ତାଙ୍କୁ ଯେଉଁ ଆଜ୍ଞା ଦେଇଅଛି ସେଗୁଡ଼ିକୁ ସେ ପାଳନ କରନ୍ତୁ।”
15
ଏହା ପରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛୁ, ଆପଣ ଆମ୍ଭ ସହିତ କିଛି ସମୟ ରୁହନ୍ତୁ। ଆମ୍ଭେ ଆପଣଙ୍କ ପାଇଁ ଏକ ଯୁବାଛେଳି ପ୍ରସ୍ତୁତ କରିବୁ।”
16
ସଦାପ୍ରଭୁଙ୍କର ଦୂତ ମାନୋହଙ୍କୁ କହିଲେ, “ତୁମ୍ଭେ ମୋତେ ଅଟକାଇ ରଖିଲେ ବି ମୁଁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିପାର।” ସେ ମନୁଷ୍ୟ ଯେ ସଦାପ୍ରଭୁଙ୍କର ଦୂତ ଏ କଥା ମାନୋହ ଜାଣି ନ ଥିଲା।
17
ଏହା ପରେ ମାନୋହ ପଗ୍ଭରିଲା, ସଦାପ୍ରଭୁ, “ଆପଣଙ୍କର ନାମ କ’ଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ପ୍ରଶଂସା କରିବୁ।”
18
ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭେ ମୋ’ ନାମ କାହିଁକି ପଗ୍ଭରୁଛ? ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଅଟେ।”
19
ଏହା ପରେ ମାନୋହ ଏକ ଛେଳି ଓ ତହିଁର ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କଲା, ଏବଂ ସେ ଏକ ଅଦ୍ଭୂତ କାର୍ଯ୍ୟ କଲେ, ଯେତେବେଳେ ମାନୋହ ଓ ତା’ର ସ୍ତ୍ରୀ ଦେଖୁଥିଲେ।
20
ମାନୋହ ଏବଂ ତାଙ୍କର ସ୍ତ୍ରୀ କ’ଣ ସବୁ ଘଟୁଛି ତାହା ଦେଖୁଥା’ନ୍ତି। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ୱର୍ଗକୁ ଗ୍ଭଲିଗଲେ। ଏହା ପରେ ସେହି ଦମ୍ପତ୍ତି ଭୂମିରେ ପଡ଼ିଗଲେ।
21
ବାସ୍ତବରେ ମାନୋହ ବୁଝିପାରିଲେ ଯେ ସେ ହେଉଛନ୍ତି ସଦାପ୍ରଭୁଙ୍କର ଦୂତ। ଏହା ପରେ ସଦାପ୍ରଭୁଙ୍କର ଦୂତ ଆଉ ମାନୋହ ଓ ତାଙ୍କର ସ୍ତ୍ରୀକୁ କେବେ ପୁଣି ଦେଖା ଦେଲେ ନାହିଁ।
22
ମାନୋହ ତାଙ୍କ ସ୍ତ୍ରୀଙ୍କୁ କହିଲା, “ଆମ୍ଭେ ପରମେଶ୍ୱରଙ୍କର ଦର୍ଶନ ପାଇଲୁ। ଆମ୍ଭେ ନିଶ୍ଚିତ ମରିବା!”
23
କିନ୍ତୁ ତା’ର ସ୍ତ୍ରୀ ଉତ୍ତର ଦେଲା, “ସଦାପ୍ରଭୁ ଆମ୍ଭକୁ ମାରିବାକୁ ଗ୍ଭହାନ୍ତି ନାହିଁ। ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମାରିବାକୁ ଗ୍ଭହିଁଥା’ନ୍ତେ, ତେବେ ସେ ଆମ୍ଭର ହୋମବଳି ଓ ଶସ୍ୟ ନୈବେଦ୍ୟ ଗ୍ରହଣ କରି ନ ଥା’ନ୍ତେ। ସେ ଆମ୍ଭକୁ ଏପରି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖାଇ ନ ଥା’ନ୍ତେ ଓ ଏହିସବୁ କଥା କହି ନ ଥା’ନ୍ତେ।”
24
ଏହା ପରେ ସେହି ସ୍ତ୍ରୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ସେ ତାଙ୍କର ନାମ ଶାମ୍ଶୋନ୍ ରଖିଲେ। ଶାମ୍ଶୋନ୍ ସଦାପ୍ରଭୁଙ୍କର ଆଶୀର୍ବାଦରେ ବଢ଼ିବାକୁ ଲାଗିଲେ।
25
ସଦାପ୍ରଭୁଙ୍କର ଆତ୍ମା ତା’ର ଅନ୍ତରରେ କାମ କରିବାକୁ ଆରମ୍ଭ କଲା, ଯେତେବେଳେ ସେ ମହନୀ-ଦାନରେ ଥିଲା, ଯାହାକି ସରିୟ ଓ ଇଷ୍ଟାୟୋଲ ନଗର ଦ୍ୱୟ ମଧ୍ୟରେ ଥିଲା।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21