bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Judges 6
Judges 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 7 →
1
ମିଦିୟନୀୟ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପୁଣି ଥରେ ଇସ୍ରାଏଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବେଚନା କଲେ। ତେଣୁ ସଦାପ୍ରଭୁ ସାତ ବର୍ଷ ପାଇଁ ମିଦିୟନୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।
2
ମିଦିୟନୀୟମାନେ ବହୁ ପରାକ୍ରମଶାଳୀ ହେଲେ ଏବଂ ସେମାନେ ଇସ୍ରାଏଲର ଲୋକମାନଙ୍କର ବିରୋଧୀ ହୋଇଗଲେ। ଯେଉଁଥିପାଇଁ ଇସ୍ରାଏଲ ସନ୍ତାନଗଣ ପର୍ବତ ଫାଟକରେ, ଗୁମ୍ଫାରେ ଓ ନିରାପଦ ସ୍ଥାନମାନଙ୍କରେ ଲୁଚି ରହିଲେ।
3
ସେମାନେ ଏହିପରି କଲେ, କାରଣ ମିଦିୟନୀୟ ଓ ଅମାଲେକୀୟ ଓ ପୂର୍ବ ଦେଶିୟ ଗୋଷ୍ଠୀମାନେ ସର୍ବଦା ଆସି ସେମାନଙ୍କର ଫସଲ ନଷ୍ଟ କରି ଦେଉଥିଲେ।
4
ସେମାନେ ଛାଉଣି ସ୍ଥାପନ କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କଲେ। ଇସ୍ରାଏଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡ଼ିଲେ ନାହିଁ। ଏପରିକି ସେମାନେ ମେଷ, ଗୋରୁ କିମ୍ବା ଗଧ କିଛି ଛାଡ଼ିଲେ ନାହିଁ।
5
ସେମାନେ ପଙ୍ଗପାଳର ଦଳପରି ସେମାନଙ୍କର ତମ୍ବୁ ଓ ପଶୁଗୁଡ଼ିକ ସହିତ ଅଧିକ ସଂଖ୍ୟାରେ ଆସିଲେ। ସେମାନେ ଓ ସେମାନଙ୍କର ଓଟଗୁଡ଼ିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।
6
ଇସ୍ରାଏଲ ସନ୍ତାନଗଣ ବହୁତ ଗରିବ ହୋଇଗଲେ। କାରଣ ଏହି ମିଦିୟନୀୟମାନଙ୍କ ପାଇଁ। ତେଣୁ ଇସ୍ରାଏଲ ସନ୍ତାନଗଣ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
7
ମିଦିୟନୀୟ ଲୋକମାନେ ସେମାନଙ୍କୁ ଏତେ କଷ୍ଟ ଦେଲେ ଯେ, ଇସ୍ରାଏଲ ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ।
8
ତେଣୁ ସଦାପ୍ରଭୁ ଏକ ଭବିଷ୍ୟଦ୍ବକ୍ତାଙ୍କୁ ଇସ୍ରାଏଲକୁ ପ୍ରେରଣ କଲେ। ସେହି ଭବିଷ୍ୟଦ୍ବକ୍ତା ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲି ଓ ଦାସତ୍ୱରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ କଲି।
9
ମୁଁ ତୁମ୍ଭକୁ ଶକ୍ତିଶାଳୀ ମିଶରୀୟମାନଙ୍କଠାରୁ ଉଦ୍ଧାର କଲି। ମୁଁ ତୁମ୍ଭମାନଙ୍କୁ ସେହିମାନଙ୍କଠାରୁ ରକ୍ଷା କଲି, ଯେଉଁମାନେ ତୁମ୍ଭକୁ କିଣାନରେ ଉପଦ୍ରବ କଲେ। ମୁଁ ସେମାନଙ୍କୁ ସେମାନଙ୍କର ଦେଶରୁ ଘଉଡ଼ାଇ ଦେଲି ଓ ସେହି ଦେଶ ତୁମ୍ଭକୁ ଦେଲି।’
10
ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଇମୋରୀୟଙ୍କ ଦେବତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଛ।’ ମାତ୍ର ତୁମ୍ଭେମାନେ ମୋର କଥା ଶୁଣିଲ ନାହିଁ।”
11
ସଦାପ୍ରଭୁଙ୍କର ଦୂତ ଗିଦିୟୋନକୁ ଦର୍ଶନ ଦେଲେ ଏହା ପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାସର ଅଧିକାର ସ୍ଥିତି ଅଫ୍ରାରେ ଅଲୋନବୃକ୍ଷମୂଳରେ ବସିଲେ। ସେହି ସମୟରେ ତା’ର ପୁତ୍ର ଗିଦିୟୋନ ଦ୍ରାକ୍ଷାକୁଣ୍ଡରେ ଗହମ ଝାଡ଼ୁଥିଲେ। ସେ ଏଥିପାଇଁ ଲୁଚୁଥିଲେ ଯେ, ମିଦିୟନୀୟମାନେ ଯେପରି ଗହମ ନ ଦେଖିବେ।
12
ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗରେ ଦର୍ଶନ ଦେଲେ ଓ କହିଲେ, “ହେ ମହାବିକ୍ରମଶାଳୀ ଲୋକ ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”
13
ଏହା ପରେ ଗିଦିୟୋନ ତାଙ୍କୁ କହିଲେ, “ହେ ପ୍ରଭୁ, ମୁଁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥା’ନ୍ତି। ତେବେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରି ନାହାନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ଯ୍ୟ କଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିୟନୀୟର ହସ୍ତରେ ସମର୍ପଣ କରିଅଛନ୍ତି।”
14
ତା’ପରେ ସଦାପ୍ରଭୁ ଗିଦିୟୋନକୁ ଅନାଇଲେ ଏବଂ କହିଲେ, “ତୁମ୍ଭର ନିଜର ଶକ୍ତିକୁ ବ୍ୟବହାର କର। ଯାଅ ଏବଂ ମିଦିୟନ ହସ୍ତରୁ ଇସ୍ରାଏଲର ଲୋକମାନଙ୍କୁ ରକ୍ଷା କର। ମୁଁ ତୁମ୍ଭମାନଙ୍କୁ ଏହି ଅଭିଯାନରେ ପଠାଉଛି।”
15
କିନ୍ତୁ ଗିଦିୟୋନ ତାଙ୍କୁ କହିଲେ, “ହେ ମୋର ସଦାପ୍ରଭୁ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ ଏବଂ ମୋର ପରିବାର ମଧ୍ୟରେ ମୁଁ ସବୁଠାରୁ ସାନ।”
16
ସଦାପ୍ରଭୁ ଗିଦିୟୋନକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିୟନୀୟମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣକ ସହିତ ଯୁଦ୍ଧ କରୁଛ।”
17
ଏହିପରେ ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ, ତେବେ ମୋତେ ପ୍ରମାଣ ଦିଅ ଯେ ପ୍ରକୃତରେ ଆପଣ ମୋ’ ସହିତ କଥାବାର୍ତ୍ତା ହେଉଛନ୍ତି।
18
ମୁଁ ପ୍ରାର୍ଥନା କରୁଛି ଯେ, ମୁଁ ଆପଣାର ନୈବେଦ୍ୟ ଆଣି ଆପଣଙ୍କ ସମ୍ମୁଖରେ ନରଖିବା ପର୍ଯ୍ୟନ୍ତ ଏହି ସ୍ଥାନରୁ ପ୍ରସ୍ଥାନ କରିବ ନାହିଁ।” ଏବଂ ସଦାପ୍ରଭୁ କହିଲେ, “ତୁମ୍ଭେ ଆସିବା ପର୍ଯ୍ୟନ୍ତ ମୁଁ ଏହିଠାରେ ଅପେକ୍ଷା କରିବି।”
19
ତେଣୁ ଗିଦିୟୋନ ଭିତରକୁ ଯାଇ ଏକ ଛାଗବତ୍ସକୁ ରାନ୍ଧିଲେ। କୋଡ଼ିଏ ପାଉଣ୍ତ ମଇଦାର ଏକ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ଗିଦିୟୋନ ମାଂସକୁ ଗୋଟିଏ ଝୁଡ଼ିରେ ଓ ଝୋଳକୁ ଅନ୍ୟ ପାତ୍ରରେ ରଖିଲେ, ଏହିଗୁଡ଼ିକ ଆଣି ଅଲୋନବୃକ୍ଷ ନିକଟରେ ରଖିଲେ।
20
ପରମେଶ୍ୱରଙ୍କର ଦୂତ ଗିଦିୟୋନକୁ କହିଲେ, “ଏହି ତାଡ଼ିଶୂନ୍ୟ ପିଠାସବୁ ଏହି ମାଂସ ନେଇ ସେହି ପଥର ଉପରେ ରଖ ଓ ତା’ ଉପରେ ଝୋଳ ଢାଳ।” ତାଙ୍କୁ ଯେପରି କରିବାକୁ କୁହାଗଲା, ସେ ସେହିପରି କଲେ।
21
ଏହା ପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତରେ ଥିବା ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ରୋଟୀକୁ ସ୍ପର୍ଶ କଲେ। ଏହା ପରେ ପଥରରୁ ଅଗ୍ନି ବାହାରିଲା ଏବଂ ତା’ ଉପରେ ଥିବା ମାଂସ ଓ ପିଠା ସମ୍ପୂର୍ଣ୍ଣ ପୋଡ଼ିଗଲା। ତା’ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ୟ ହୋଇଗଲେ।
22
ଏହା ପରେ ଗିଦିୟୋନ ହୃଦୟଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦିୟୋନ ଚିତ୍କାର କଲେ, “ହେ ସର୍ବଶକ୍ତିମାନ ପରମେଶ୍ୱର, ମୋର ପ୍ରଭୁ, ମୁଁ ସଦାପ୍ରଭୁଙ୍କ ଦୂତଙ୍କୁ ମୁହାଁମୁହିଁ ଦେଖିଛି!”
23
କିନ୍ତୁ ସଦାପ୍ରଭୁ ଗିଦିୟୋନକୁ କହିଲେ, “ଶାନ୍ତ ହୁଅ! ଭୟ ନ କର! ତୁମ୍ଭର ମୃତ୍ୟୁ ହେବ ନାହିଁ!”
24
ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ।
25
ଗିଦିୟୋନ ବାଲ୍ଦେବତାଙ୍କ ଯଜ୍ଞବେଦି ଭାଙ୍ଗିଲେ ସେହି ରାତ୍ରିରେ ସଦାପ୍ରଭୁ ଗିଦିୟୋନକୁ କହିଲେ, “ତୁମ୍ଭ ପିତାଙ୍କର ଏକ ଷଣ୍ଢ, ଯାହାକୁ ସାତ ବର୍ଷ ହୋଇଛି ତାକୁ ନିଅ। ତୁମ୍ଭ ପିତାଙ୍କର ବାଲ୍ଦେବତା ନିମନ୍ତେ ଥିବା ଯଜ୍ଞବେଦି ଭାଙ୍ଗି ପକାଅ। ସେହି ବେଦି ନିକଟରେ ଥିବା ଆଶେରାର ମୂର୍ତ୍ତିକୁ କାଟି ପକାଅ।
26
ଏହା ପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ଯଜ୍ଞବେଦି ନିର୍ମାଣ କର। ଏହି ଯଜ୍ଞବେଦିକୁ ଉଚ୍ଚସ୍ଥାନରେ ନିର୍ମାଣ କର। ସେହି ଷଣ୍ଢଟିକୁ ହୋମବଳିରୂପେ ସେହି ଯଜ୍ଞବେଦି ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହୋମବଳି ଦଗ୍ଧ କରିବା ପାଇଁ ସେହି ଯଜ୍ଞବେଦି ନିକଟରେ ଥିବା ଆଶେରା ସ୍ତମ୍ଭର କାଠକୁ ବ୍ୟବହାର କର।”
27
ତେଣୁ ଗିଦିୟୋନ ତାଙ୍କର ସେବକଙ୍କ ମଧ୍ୟରୁ ଦଶ ଜଣଙ୍କୁ ନେଲେ, ଏବଂ ସଦାପ୍ରଭୁ ଯେପରି କରିବାକୁ କହିଥିଲେ, ସେହିପରି କଲେ। କିନ୍ତୁ ଗିଦିୟୋନ ତାଙ୍କର ପରିବାର ଓ ସହର ଲୋକମାନଙ୍କ ଭୟରେ ଏହି କାର୍ଯ୍ୟ ଦିନରେ ନ କରି ରାତ୍ରି ସମୟରେ କଲେ।
28
ତା’ ପରଦିନ ପ୍ରଭାତରେ ସହରର ଲୋକମାନେ ଦେଖିଲେ ବାଲ୍ଦେବତାଙ୍କ ପାଇଁ ହୋଇଥିବା ଯଜ୍ଞବେଦି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଇଛି। ଏବଂ ସେମାନେ ଦେଖିଲେ ଆଶେରା ସ୍ତମ୍ଭ ମଧ୍ୟ କଟାଯାଇଛି। ଏବଂ ସେମାନେ ମଧ୍ୟ ନିରୀକ୍ଷଣ କଲେ ଯେ, ବୋହିନେବା ନିର୍ମିତ ଯଜ୍ଞବେଦି ଉପରେ ଏକ ଷଣ୍ଢ ଉତ୍ସର୍ଗ କରାଯାଇଥିଲା।
29
ସହରର ଲୋକମାନେ ପରସ୍ପର କୁହାକୁହି ହେଲେ। “କିଏ ଏହା କରିଛି? ସମସ୍ତେ ଖୋଜିବା ଓ ତଦନ୍ତ ନେବା ପରେ,” କେହି ଜଣେ ତାଙ୍କୁ କହିଲେ, “ଯୋୟାଶର ପୁତ୍ର ଗିଦିୟୋନ ଏପରି କରିଛି।”
30
ତେଣୁ ସହରର ସମସ୍ତ ଲୋକ ଯୋୟାଶ ନିକଟକୁ ଗଲେ ଏବଂ ତାକୁ କହିଲେ। “ତୋର ପୁଅକୁ ବାହାର କର, ସେ ବାଲ୍-ଦେବତାର ଯଜ୍ଞବେଦିକୁ ଧ୍ୱଂସ କରିଛି ଏବଂ ଆଶେର ସ୍ତମ୍ଭକୁ କାଟି ପକାଇଛି ଯାହାକି ଯଜ୍ଞବେଦି ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପୁଅ ନିଶ୍ଚିତ ମରିବ।”
31
ଏହା ପରେ ଯୋୟାଶ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ କ’ଣ ବାଲ୍କୁ ପ୍ରତିରକ୍ଷା କରିବ? ତୁମ୍ଭେ ତାଙ୍କୁ ରକ୍ଷା କରିବ କି? ଯିଏ ବାଲ୍ ସକାଶେ ଯୁକ୍ତି କରେ, ସକାଳେ ତାକୁ ମୃତ୍ୟୁ ଦଣ୍ତ ଦିଆଯିବ। ଯଦି ବାଲ୍ଦେବତା ଅଟେ, ସେ ନିଜେ ତାଙ୍କର ପ୍ରତିରକ୍ଷା କରୁ, ଯିଏ ତା’ର ଯଜ୍ଞବେଦି ଭାଙ୍ଗି ଅଛି।”
32
ଯୋୟାଶ କହିଲେ, “ଯଦି ଗିଦିୟୋନ ତା’ର ଯଜ୍ଞବେଦି ଭାଙ୍ଗିଛି ତେବେ, ବାଲ୍ ତାକୁ ନ୍ୟାୟାଳୟକୁ ନେଇଯାଉ।” ତେଣୁ ସେହି ଦିନ ଯୋୟାଶ ଗିଦିୟୋନର ଏକ ନୂତନ ନାମ, ଯିରୁବ୍ବାଲ୍ ରଖିଲେ।
33
ମିଦିୟନୀୟ ଲୋକମାନଙ୍କୁ ଗିଦିୟୋନମାନେ ପରାସ୍ତ କଲେ ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ନିଜକୁ ଏକତ୍ରିତ କରାଇଲେ। ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେହି ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିଷ୍ରିୟେଲର ତଳ ଭୂମିରେ ଛାଉଣି ସ୍ଥାପନ କଲେ।
34
ଯେହେତୁ ସଦାପ୍ରଭୁଙ୍କର ଆତ୍ମା ଗିଦିୟୋନ ଉପରେ ଅବତରଣ ହେଲା। ସେ ତୂରୀ ବଜାଇଲେ, ଅବୀୟେଷ୍ରୀୟର ଲୋକମାନେ ନିବିଡ଼ ଭାବରେ ତାକୁ ଅନୁସରଣ କଲେ।
35
ଗିଦିୟୋନ ମନଃଶି ପରିବାରବର୍ଗର ଲୋକମାନଙ୍କ ପାଖକୁ ଦୂତ ପଠାଇଲେ। ସେହି ଦୂତମାନେ ସେମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଲେ। ଆଶେର, ସବୂଲୂନ ଏବଂ ନପ୍ତାଲି ପରିବାରବର୍ଗର ଲୋକମାନଙ୍କ ନିକଟକୁ ସେହି ବାର୍ତ୍ତା ପଠାଗଲା। ତେଣୁ ସେହିସବୁ ପରିବାରବର୍ଗମାନେ ମଧ୍ୟ ଗିଦିୟୋନ ଓ ତାଙ୍କର ଲୋକମାନଙ୍କ ସହିତ ଯୋଗଦେବାକୁ ଗଲେ।
36
ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କହିଥିଲ, ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରିବ। ଏହାର ସତ୍ୟତା ଦେଖାଅ।
37
ମୁଁ ଖଳାରେ ମେଷଚମଡ଼ା ପକାଇବି ଯଦି ଖଳାରେ ପଡ଼ିଥିବା ଚମଡ଼ା ଉପରେ କେବଳ କାକର ପଡ଼ିବ ଏବଂ ଭୂମି ଶୁଷ୍କ ରହିବ, ତେବେ ମୁଁ ଜାଣିବି ତୁମ୍ଭେ ଆପଣା ବାକ୍ୟାନୁସାରେ ମୋ’ ଦ୍ୱାରା ଇସ୍ରାଏଲକୁ ରକ୍ଷା କରୁଛ,।”
38
ଏବଂ ତାହା ଠିକ୍ ସେହିପରି ହିଁ ଘଟିଥିଲା। ଗିଦିୟୋନ ତା’ ପରଦିନ ପ୍ରଭାତରେ ଉଠି ସେହି ଚମଡ଼ାକୁ ଏକତ୍ର ଚିପୁଡ଼ନ୍ତେ ଲୋମରୁ ପୂର୍ଣ୍ଣ ଏକ ପାତ୍ର ଜଳ ବାହାରିଲା।
39
ଏହା ପରେ ଗିଦିୟୋନ ପରମେଶ୍ୱରଙ୍କୁ କହିଲେ, “ମୋ’ ଉପରେ କ୍ରୋଧିତ ହୁଅ ନାହିଁ। ମୋତେ କେବଳ ଆଉ ଗୋଟିଏ କଥା ପଗ୍ଭରିବାକୁ ଅନୁମତି ଦିଅ। ଏହି ଚମଡ଼ାଦ୍ୱାରା ମୋତେ ତୁମ୍ଭକୁ ପରୀକ୍ଷା କରିବାକୁ ଦିଅ। ଚମଡ଼ାଟି ଶୁଖିଯାଉ ଏବଂ ତା’ର ଗ୍ଭରିପାଖରେ ଥିବା ଭୂମି କାକରରେ ଓଦା ଦେଉ।”
40
ସେହି ରାତ୍ରିରେ ପରମେଶ୍ୱର ଠିକ୍ ସେହିପରି କଲେ, ଚମଡ଼ାଟି ଶୁଷ୍କ ହୋଇଗଲା କିନ୍ତୁ ଭୂମିର ଚତୁର୍ପାର୍ଶ୍ୱ କାକର ଦ୍ୱାରା ଓଦା ରହିଲା।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
Recommended Reading
Commentary
Judges Commentaries
→
Devotional
Judges Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→